Biblia Todo Logo
Bib sou entènèt

- Piblisite -




ରୋମୀୟ 3:2 - ପବିତ୍ର ବାଇବଲ (CL) NT (BSI)

2 ଅନେକ କିଛି। ପ୍ରଥମେ, ଈଶ୍ୱର ତାଙ୍କ ବାର୍ତ୍ତାର ଦାୟିତ୍ୱ ଇହୁଦୀମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସର୍ବପ୍ରଥମେ, ଈଶ୍ଵରଙ୍କ ବାକ୍ୟ ସେମାନଙ୍କଠାରେ ସମର୍ପିତ ହୋଇଥିଲା।

Gade chapit la Kopi

ଓଡିଆ ବାଇବେଲ

2 ସର୍ବପ୍ରଥମେ, ଈଶ୍ୱରଙ୍କ ବାକ୍ୟ ସେମାନଙ୍କଠାରେ ସମର୍ପିତ ହୋଇଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସର୍ବପ୍ରଥମେ, ଈଶ୍ବରଙ୍କ ବାକ୍ୟ ସେମାନଙ୍କଠାରେ ସମର୍ପିତ ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ

2 ହଁ ଯିହୂଦୀମାନଙ୍କଠାରେ ଅନେକ କିଛି ବିଶେଷ ବିଷୟ ଅଛି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ଏହି ଯେ, ସେମାନଙ୍କୁ ସର୍ବପ୍ରଥମେ ପରମେଶ୍ୱର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ।

Gade chapit la Kopi




ରୋମୀୟ 3:2
29 Referans Kwoze  

ଈଶ୍ୱର ସେମାନଙ୍କୁ ନିଜର ସନ୍ତାନ ରୂପେ ଗ୍ରହଣ କରି ସେମାନଙ୍କ ନିକଟରେ ନିଜର ମହିମା ପ୍ରକାଶ କରିଥିଲେ; ସେମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇ ସେମାନଙ୍କୁ ବ୍ୟବସ୍ଥା ପ୍ରଦାନ କରିଥିଲେ, ସେମାନେ ପ୍ରକୃତ ଉପାସନା କରନ୍ତି; ସେମାନେ ଈଶ୍ୱରଙ୍କଠାରୁ ପ୍ରତିଶ୍ରୁତିମାନ ପାଇଛନ୍ତି,


ସେହି ମୋଶା ମରୁପ୍ରାନ୍ତରରେ ଏକତ୍ରିତ ହୋଇଥିବା ଇଶ୍ରାୟେଲୀୟମାନଙ୍କ ସଙ୍ଗରେ ଥିଲେ। ସେ ସୀନୟ ପର୍ବତରେ ଆମ ପୂର୍ବପୁରୁଷମାନଙ୍କ ସହିତ ଓ ତାଙ୍କ ସହିତ କଥା କହିଥିବା ସ୍ୱର୍ଗଦୂତଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପରିବେଷଣ କରିବା ପାଇଁ ସେ ଈଶ୍ୱରଙ୍କଠାରୁ ଜୀବନ୍ତ ବାକ୍ୟ ଗ୍ରହଣ କଲେ।


ତୁମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବା ସମୟ ଶିକ୍ଷକ ଆବଶ୍ୟକ ହେଉଛି। ତୁମ୍ଭେମାନେ ଗୁରୁପାକ ଖାଦ୍ୟ ଖାଇବା ପରିବର୍ତ୍ତେ ଏ ପର୍ଯ୍ୟନ୍ତ ଦୁଗ୍ଧ ପାନ କରୁଛୁ।


ସ୍ୱେଚ୍ଛାରେ ଏହି କାର୍ଯ୍ୟ କଲେ, ମୁଁ ପୁରସ୍କାର ଅପେକ୍ଷା କରିଥାଆନ୍ତି, କିନ୍ତୁ ଈଶ୍ୱର ମୋ’ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରିଥିବାରୁ ଏହା କରିବା ମୋର କର୍ତ୍ତବ୍ୟ।


ଯେ ପ୍ରଚାର କରେ, ସେ ଈଶ୍ୱରଙ୍କ ବର୍ତ୍ତା ପ୍ରଚାର କରୁ। ଯେ ସେବା କରେ, ଈଶ୍ୱରତାକୁ ଦେଇଥିବା ଶକ୍ତି ଅନୁସାରେ ସେ ସେବା କରୁ। ତା’ ହେଲେ, ଈଶ୍ୱର ସବୁ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଗୌରବାନ୍ୱିତ ହେବେ। ଯୁଗେ ଯୁଗେ ମହିମା ସ ପରାକ୍ରମ ତାହାଙ୍କର।


ଦୂତ ମୋତେ କହିଲେ, “ଏହି ସବୁ କଥା ସତ୍ୟ ଓ ନିର୍ଭରଯୋଗ୍ୟ। ଯାହା ଯାହା ଅତି ଶୀଘ୍ର ଘଟିବ, ତାହା ତାଙ୍କର ସେବକମାନଙ୍କୁ ଜଣାଇବା ପାଇଁ ଭାବବାଦୀମାନଙ୍କୁ ଆତ୍ମିକ ଜ୍ଞାନ ଦେଉଥିବା ଈଶ୍ୱର ତାଙ୍କର ଦୂତଙ୍କୁ ପ୍ରେରଣ କରିଛନ୍ତି।”


ସେହି ଦୂତଙ୍କୁ ପୂଜା କରିବା ପାଇଁ ମୁଁ ତାଙ୍କ ପାଦ ତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ସେପରି କର ନାହିଁ। ତୁମ ପରି ଓ ତୁମ ଭାଇମାନଙ୍କ ପରି ମୁଁ ଯୀଶୁଙ୍କର ଜଣେ ଦାସ ମାତ୍ର। ତୁମ୍ଭମାନଙ୍କ ପରି ମୁଁ ମଧ୍ୟ ଯୀଶୁ ପ୍ରକାଶ କରିଥିବା ସତ୍ୟକୁ ଗ୍ରହଣ କରିଛି। କେବଳ ଈଶ୍ୱରଙ୍କର ପୂଜା କର। କେବଳ ଯୀଶୁ ପ୍ରକାଶ କରିଥିାବ ସତ୍ୟ, ଭାବବାଦୀମାନଙ୍କୁ ପ୍ରେରଣା ଦିଏ।”


ବତ୍ସ ତୀମଥି, ତୁମ ଉପରେ ନ୍ୟସ୍ତ ହୋଇଥିବା ଦାୟିତ୍ୱ ବିଶ୍ୱସ୍ତ ଭାବରେ ପାଳନ କର। କେହି କେହି ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ଚାତୁରୀକୁ “ଜ୍ଞାନ” ବୋଲି ମନେକରି ପ୍ରକୃତ ଧର୍ମବିଶ୍ୱାସରୁ ସ୍ଖଳିତ ହେଉଛନ୍ତି - ଏ ସମସ୍ତରୁ ତୁମେ ଦୂରେଇ ରୁହ। ପ୍ରଭୁ ତୁମ ସମସ୍ତଙ୍କୁ ତାଙ୍କର ଅନୁଗ୍ରହ ପ୍ରଦାନ କରନ୍ତୁ।


ଅପର ପକ୍ଷରେ, ସେମାନେ ଦେଖିଥିଲେ ଯେ, ଈଶ୍ୱର ଯେଉଁପରି ଇହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଦାୟିତ୍ୱ ପିତରଙ୍କୁ ଦେଇଥିଲେ, ସେହିପରି ଅଣଇହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଦାୟିତ୍ୱ ମୋତେ ଦେଇଛନ୍ତି,


ତେଣୁ ଆମର ବାର୍ତ୍ତା ହେଉଛି, ଈଶ୍ୱର ଖ୍ରୀଷ୍ଟଙ୍କ ଦ୍ୱାରା ସମଗ୍ର ମାନବ ଜାତିକୁ ତାଙ୍କ ସହିତ ପୂନର୍ମିଳିତ କରିବାକୁ ବ୍ୟବସ୍ଥା କରି ଅଛନ୍ତି। ତାଙ୍କ ବିରୁଦ୍ଧରେ ସେମାନଙ୍କ ଅପରାଧସବୁକୁ ସେ ଆଉ ତାଙ୍କ ହିସାବରେ ରଖି ନାହାନ୍ତି। ପୁଣି, ଏହି ପୂନର୍ମିଳନରେ ବାର୍ତ୍ତା ଘୋଷଣା କରିବା ଦାୟିତ୍ୱ ଆମ ଉପରେ ନ୍ୟସ୍ତ ଅଛି।


ଅବଶ୍ୟ କେତେ ଜଣ ଅବିଶ୍ୱସ୍ତ ହୋଇପାରନ୍ତି। କିନ୍ତୁ ତା’ ବୋଲି କଅଣ ଈଶ୍ୱରଙ୍କ ବିଶ୍ୱସ୍ତତା ନିରର୍ଥକ ହେବ?


ତୁମ ପାଇଁ ଈଶ୍ୱରଙ୍କ ଅଭିମତ ଜାଣିଛ ଓ ବ୍ୟବସ୍ଥାରୁ ସତ୍‍ ଓ ଅସତ୍‍ ଜ୍ଞାନ ପାଇଛ;


ଧର୍ମଶାସ୍ତ୍ରରେ ଉଲ୍ଲେଖ ଥିବା ଅନୁଯାୟୀ ଏହି ସୁସମାଚାର ସମ୍ପର୍କରେ ଈଶ୍ୱର ବହୁ ପୁରା କାଳରୁ ତାଙ୍କ ଭାବବାଦୀମାନଙ୍କ ଦ୍ୱାରା ପ୍ରତିଶ୍ରୁତି ଦେଇଥିଲେ।


ଶାସ୍ତ୍ରମାନଙ୍କରେ ଅନନ୍ତ ଜୀବନର ସନ୍ଧାନ ମିଳିବ ବୋଲି ମନେ କରି ସେ ସବୁ ତୁମେ ଅଧ୍ୟୟନ କରିଥାଅ। ସେହିସବୁ ଶାସ୍ତ୍ର ମୋ’ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି,


ତେବେ ଅଣଇହୁଦୀମାନଙ୍କଠାରୁ ଇହୁଦୀମାନଙ୍କର ଅଧିକ ସୁବିଧା କଅଣ? ସୁନ୍ନତ ସଂସ୍କାରର ବା ଉପକାର କଅଣ?


Swiv nou:

Piblisite


Piblisite