Biblia Todo Logo
Bib sou entènèt

- Piblisite -




ରୋମୀୟ 3:19 - ପବିତ୍ର ବାଇବଲ (CL) NT (BSI)

19 ଆମେ ଜାଣୁ, ଯେଉଁମାନେ ବ୍ୟବସ୍ଥାର ଅଧୀନ, ତାହାର ସମସ୍ତ ବିଧିବିଧାନ ସେମାନେ ପାଳନ କରିବାକୁ ବାଧ୍ୟ। ଈଶ୍ୱର ଯେତେବେଳେ ସମଗ୍ର ବିଶ୍ୱର ବିଚାର କରିବେ, ବ୍ୟବସ୍ଥା ଲଙ୍ଘନକାରୀମାନେ କୌଣସି ଆଳ ଦେଖାଇ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ପାରିବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଆଉ, ଆମ୍ଭେମାନେ ତ ଜାଣୁ ଯେ, ବ୍ୟବସ୍ଥା ଯାହା ଯାହା କୁହେ, ସେହିସବୁ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ଵରଙ୍କ ବିଚାରରେ ଦଣ୍ତନୀୟ ହେବ;

Gade chapit la Kopi

ଓଡିଆ ବାଇବେଲ

19 ଆଉ, ଆମ୍ଭେମାନେ ତ ଜାଣୁ ଯେ, ମୋଶାଙ୍କ ବ୍ୟବସ୍ଥା ଯାହା ଯାହା କୁହେ, ସେହି ସବୁ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଆଉ, ଆମ୍ଭେମାନେ ତ ଜାଣୁ ଯେ, ମୋଶାଙ୍କ ବ୍ୟବସ୍ଥା ଯାହା ଯାହା କୁହେ, ସେହିସବୁ ମୋଶାଙ୍କ ବ୍ୟବସ୍ଥାଧୀନ ଲୋକମାନଙ୍କୁ କୁହେ, ଯେପରି ପ୍ରତ୍ୟେକ ମୁଖ ବନ୍ଦ କରାଯିବ ଓ ସମସ୍ତ ଜଗତ ଈଶ୍ବରଙ୍କ ବିଚାରରେ ଦଣ୍ଡନୀୟ ହେବ;

Gade chapit la Kopi

ପବିତ୍ର ବାଇବଲ

19 ବ୍ୟବସ୍ଥାରେ ଯେଉଁ କଥାଗୁଡ଼ିକ କୁହାଯାଇଛି, ତାହା ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ୟବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦେଖାଇବାରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ୱରଙ୍କ ନ୍ୟାୟବିଗ୍ଭରକୁ ଆଣେ।

Gade chapit la Kopi




ରୋମୀୟ 3:19
24 Referans Kwoze  

ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”


ତେବେ କଅଣ ଇହୁଦୀମାନଙ୍କର ଅବସ୍ଥା ଅଣଇହୁଦୀମାନଙ୍କଠାରୁ ଅଧିକ ଭଲ? ଆଦୌ ନୁହେଁ। ମୁଁ ଆଗରୁ ଦର୍ଶାଇଛି ଯେ, ଉଭୟେ ଇହୁଦୀ ଓ ଅଣଇହୁଦୀ ପାପର କବଳରେ ଅଛନ୍ତି।


ଯଦି ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ପରିଚାଳିତ କରନ୍ତି, ତେବେ ତୁମ୍ଭେମାନେ ଆଉ ମୋଶାଙ୍କ ବ୍ୟବସ୍ଥାର ଅଧୀନ ନୁହଁ।


ଏଥିର ସୁସ୍ପଷ୍ଟ ଯେ କେହି ଈଶ୍ୱରଙ୍କ ସମ୍ମୁଖରେ ଦର୍ପ ପରି ନ ପାରେ।


ସମସ୍ତେ ପାପ କରିଛନ୍ତି ଓ ଈଶ୍ୱରଙ୍କ ମହିମାର ପୂର୍ଣ୍ଣତାରୁ ବଞ୍ôଚିତ ହୋଇଛନ୍ତି।


ଯେଉଁମାନେ ବ୍ୟବସ୍ଥାର ବଶବର୍ତ୍ତୀ ହୋଇ ରହିବାକୁ ଚାହାନ୍ତି, ମୁଁ ସେମାନଙ୍କୁ ପଚାରେ, ବ୍ୟବସ୍ଥାରେ କ’ଣ ଉଲ୍ଲେଖ ଅଛି, ତାହା ତୁମ୍ଭେମାନେ ଜାଣି ନାହଁ?


କିନ୍ତୁ ଆବଶ୍ୟକୀୟ ମୂଲ୍ୟ ଦେଇ ସେହି ବ୍ୟବସ୍ଥାର ବନ୍ଧନରୁ ଅନ୍ୟମାନଙ୍କୁ ମୁକ୍ତ କରାଇବା ଓ ସେମାନଙ୍କୁ ଈଶ୍ୱରଙ୍କ ପୁତ୍ର ହେବାର ସୁଯୋଗ ଦେବା ତାଙ୍କ ଜୀବନର ଉଦ୍ଦେଶ୍ୟ ଥିଲା।


ଈଶ୍ୱର ଜଗତକୁ ସୃଷ୍ଟି କରିବା ସମୟରୁ, ତାଙ୍କ ଅଦୃଶ୍ୟ ଗୁଣାବଳୀ ଯଥା ତାଙ୍କର ଅଲୌକିକ ପ୍ରକୃତି ଓ ଚିରନ୍ତନ ଶକ୍ତି ସ୍ପଷ୍ଟରୂପେ ପ୍ରକାଶ ପାଇ ଆସିଛି - ତାହା ସୃଷ୍ଟ ବିଷୟମାନଙ୍କରେ ତାହା ଉପଲବ୍ଧି କରି ହୁଏ। ତେଣୁ ସେମାନେ ଜାଣି ନାହାନ୍ତି ବୋଲି ଆଳ ଦେଖାଇ ପାରିବେ ନାହିଁ।


ଯୀଶୁଙ୍କ କଥା ଶୁଣି ସେମାନଙ୍କ ମଧ୍ୟରୁ ସମସ୍ତେ ଜଣକ ପରେ ଜଣେ ଚାଲିଗଲେ। ବୟୋଜ୍ୟେଷ୍ଠମାନେ ପ୍ରଥମେ ପଳାଇଗଲେ। ଶେଷରେ ସେଠାରେ ରହିଗଲେ କେବଳ ଯୀଶୁ ଓ ତାଙ୍କ ସମ୍ମୁଖରେ ଠିଆହୋଇ ରହିଥିଲା ସେହି ସ୍ତ୍ରୀ ଲୋକଟି।


କଦାପି ନୁହେଁ। ମନୁଷ୍ୟମାନେ ସମସ୍ତେ ମିଥ୍ୟାବାଦୀ ହେଲେ ସୁଦ୍ଧା, ଈଶ୍ୱର ସତ୍ୟ। ଶାସ୍ତ୍ରରେ ଉଲେଖ ଅଛି: “ତୁମ ବାକ୍ୟ ଦ୍ୱାରା ତୁମେ ସତ୍ୟ ନିଷ୍ଠ ବୋଲି ପ୍ରମାଣିତ ହୁଅ, ତୁମେ ବିଚାରିତ ହେଲାବେଳେ ତୁମେ ବିଜୟୀ ହୁଅ।”


ଅନେକ କିଛି। ପ୍ରଥମେ, ଈଶ୍ୱର ତାଙ୍କ ବାର୍ତ୍ତାର ଦାୟିତ୍ୱ ଇହୁଦୀମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି।


କିନ୍ତୁ ଏସବୁ ଘଟିବାର ଥିଲା, କାରଣ ତଦ୍ଦ୍ୱାରା ଶାସ୍ତ୍ରରେ ଯାହା ଉଲ୍ଲିଖିତ ଅଛି, ତାହା ସଫଳ ହେଲା: ‘ଅକାରଣରେ ସେମାନେ ମୋତେ ଘୃଣା କଲେ’।


Swiv nou:

Piblisite


Piblisite