Biblia Todo Logo
Bib sou entènèt

- Piblisite -




ରୋମୀୟ 2:8 - ପବିତ୍ର ବାଇବଲ (CL) NT (BSI)

8 ଅନ୍ୟମାନେ ସ୍ୱାର୍ଥପର, ସତ୍‍ପଥ ତ୍ୟାଗ କରି, ବିପଥଗାମୀ ହୁଅନ୍ତି। ସେମାନଙ୍କ ଉପରେ ଈଶ୍ୱରଙ୍କ ପ୍ରଚଣ୍ଡ କୋପ ବୃଷ୍ଟି ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 କିନ୍ତୁ ଯେଉଁମାନେ ସ୍ଵାର୍ଥପର, ପୁଣି ସତ୍ୟର ଅନାଜ୍ଞା-ବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ।

Gade chapit la Kopi

ଓଡିଆ ବାଇବେଲ

8 କିନ୍ତୁ ଯେଉଁମାନେ ସ୍ୱାର୍ଥପର, ପୁଣି, ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 କିନ୍ତୁ ଯେଉଁମାନେ ସ୍ୱାର୍ଥପର, ପୁଣି, ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ।

Gade chapit la Kopi

ପବିତ୍ର ବାଇବଲ

8 କିନ୍ତୁ ଯେଉଁମାନେ ସ୍ୱାର୍ଥପର ଓ ସତ୍ୟକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ।

Gade chapit la Kopi




ରୋମୀୟ 2:8
34 Referans Kwoze  

ମହାନଗରୀ ତିନି ଖଣ୍ଡରେ ବିଭକ୍ତ ହେଲା, ପୃଥିବୀର ସମସ୍ତ ନଗର ଧ୍ୱଂସ ପାଇଗଲା। ଈଶ୍ୱର ମହାନଗର ବାବିଲନ୍‌ଙ୍କୁ ଭୁଲି ନ ଥିଲେ। ସେ ତାଙ୍କ ପାନପାତ୍ରରୁ ତାଙ୍କର ପ୍ରଚଣ୍ଡ କ୍ରୋଧରୂପ ସୁରା ତାକୁ ପାନ କରାଇଲେ।


ବିଚାର କାଳ ଆସନ୍ନ ଏବଂ ଈଶ୍ୱରଙ୍କ ଲୋକମାନେ ପ୍ରଥମେ ବିଚାରିତ ହେବେ। ଯଦି ଆମଠାରୁ ତାହା ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ସୁସମାଚାରରେ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ଶେଷ ଦଶା କ’ଣ ନ ହେବ?


ଯେଉଁମାନେ ଈଶ୍ୱରଙ୍କୁ ଉପେକ୍ଷା କରୁଛନ୍ତି ଓ ପ୍ରଭୁ ଯୀଶୁଙ୍କ ବାର୍ତ୍ତା ଅଗ୍ରାହ୍ୟ କରୁଛନ୍ତି, ସେହି ଲୋକମାନଙ୍କୁ ଶାସ୍ତି ଦେବା ନିମନ୍ତେ ସେ ସେତେବେଳେ ଜ୍ୱଳନ୍ତ ଅଗ୍ନିଶିଖା ନେଇ ଆସିବେ।


ସେ ଈଶ୍ୱରଙ୍କ କ୍ରୋଧରୂପ ପାତ୍ରରେ ଢ଼ଳା ହୋଇଥିବା ତାହାଙ୍କ ପ୍ରଚଣ୍ଡ କୋପର ସୁରା ପାନ କରିବ। ଯେଉଁମାନେ ଏହି କାର୍ଯ୍ୟ କରିବେ, ସେମାନେ ସମସ୍ତେ ମେଷଶାବକ ଓ ପବିତ୍ର ସ୍ୱର୍ଗଦୂତମାନଙ୍କ ସମ୍ମୁଖରେ ଅଗ୍ନି ଓ ଗନ୍ଧକରେ ଉତ୍ପୀଡ଼ିତ ହେବେ।


ଈଶ୍ୱର ଅବ୍ରାହାମଙ୍କୁ ଯେଉଁ ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, ସେହି ଦେଶକୁ ଯିବା ପାଇଁ ସେ ଯେତେବେଳେ ତାଙ୍କୁ ଆହ୍ୱାନ କଲେ, ସେତେବେଳେ ଅବ୍ରାହାମ ବିଶ୍ୱାସରେ ଈଶ୍ୱରଙ୍କ ଆଜ୍ଞା ପାଳନ କରିଥିଲେ। ସେ କେଉଁଠାକୁ ଯାତ୍ରା କରୁଛନ୍ତି, ତାହା ନ ଜାଣି ସୁଦ୍ଧା ସ୍ୱଦେଶ ପରିତ୍ୟାଗ କରିଥିଲେ।


ତାହାହେଲେ, ଆମେ ଆଗାମୀ ମହାବିଚାରର ସମ୍ମୁଖୀନ ହୋଇ ଈଶ୍ୱର-ଦ୍ରୋହୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରଚଣ୍ଡ ଅଗ୍ନିରେ ଧ୍ୱଂସ ପାଇଯିବା ପରିଣାମକୁ ଭୟଭୀତ ହୋଇ ପ୍ରତିକ୍ଷା କରିବା ଛଡ଼ା ଆମ୍ଭମାନଙ୍କର ଅନ୍ୟ ଦଶା ନାହିଁ।


ଏହିପରି ସିଦ୍ଧ ହୋଇ ସେ ତାଙ୍କ ଆଜ୍ଞାପାଳନକାରୀମାନଙ୍କ ନିମନ୍ତେ ତିର ପରିତ୍ରାଣର ଉତ୍ସହେଲେ।


ଅବାନ୍ତର ଯୁକ୍ତିତର୍କ, ପୂର୍ବପୁରୁଷମାନଙ୍କର ଦୀର୍ଘ ନାମ ତାଲିକା ଓ ଶାସ୍ତ୍ରାର୍ଥ ନେଇ ଅଯଥା ବାକ୍ବିତଣ୍ଡା, କଳହ ଓ ବିବାଦ ସବୁ ପରିହାର କର। ଏହା ମୂଲ୍ୟହୀନ ଓ ନିରର୍ଥକ।


ଯଦି ଏହି ବିଷୟରେ କେହି ଯୁକ୍ତିତର୍କ କରିବାକୁ ଇଚ୍ଛା କରେ, ତେବେ ତାକୁ ମୋର ଏତିକି ବକ୍ତବ୍ୟ, ଆମ ମଧ୍ୟରେ କିମ୍ବା ଈଶ୍ୱରଙ୍କ ଉପାସନା ମଣ୍ଡଳୀମାନଙ୍କରେ ଉପାସନା ସମ୍ପର୍କରେ ଅନ୍ୟ କୌଣସି ପ୍ରଥା ନାହିଁ।


ଅଣଇହୁଦୀମାନଙ୍କୁ ଈଶ୍ୱରଙ୍କ ଆଜ୍ଞାବହ କରାଇବା ନିମନ୍ତେ ଖ୍ରୀଷ୍ଟ ମୋ’ ଦ୍ୱାରା କଅଣ ସାଧନ କରିଛନ୍ତି, କେବଳ ଏ କଥା କହିବାକୁ ମୁଁ ସାହସୀ ହୋଇଛି।


କିନ୍ତୁ ସମସ୍ତେ ସେହି ସୁସମାଚାର ଗ୍ରହଣ କରି ନାହାନ୍ତି। ସେଥିପାଇଁ ଯିଶାଇୟ ଲେଖିଛନ୍ତି, “ପ୍ରଭୁ, ଆମ ବାର୍ତ୍ତା ଶୁଣି କିଏ ବିଶ୍ୱାସ କରିଛି?”


ଈଶ୍ୱର ମଧ୍ୟ ଠିକ୍ ସେହିପରି କରିଛନ୍ତି। ସେ ଚାହୁଁଥିଲେ, ତାଙ୍କର କ୍ରୋଧ ପ୍ରଦର୍ଶନ କରିବାକୁ ଓ ପରାକ୍ରମ ପ୍ରକାଶ କରିବାକୁ। କିନ୍ତୁ ଯେଉଁମାନେ ତାଙ୍କ କ୍ରୋଧର ପାତ୍ର ହୋଇ ବିନଷ୍ଟ ହେବା ସୁନିଶ୍ଚିତ ଥିଲା, ସେମାନଙ୍କ ପ୍ରତି ଈଶ୍ୱର ଅତୀବ ସହନଶୀଳ ହେଲେ।


କିନ୍ତୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି, ଯଦିଓ ଦିନେ ତୁମ୍ଭେମାନେ ପାପର ଦାସ ଥିଲ, ତୁମେ ବର୍ତ୍ତମାନ ସୁସମାଚାରରୁ ଶିକ୍ଷା କରିଥିବା ସତ୍ୟଗୁଡ଼ିକୁ ସର୍ବାନ୍ତଃକରଣରେ ପାଳନ କରୁଛ।


ଯେଉଁ ପାପୀ ଦୁରାଚାରୀ ଲୋକମାନେ ନିଜର ଭ୍ରଷ୍ଟାଚାରଣ ଦ୍ୱାରା ସତ୍ୟର ପ୍ରତିରୋଧ କରନ୍ତି, ସେମାନଙ୍କ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶ ପାଏ।


ହେ ସ୍ତ୍ରୀମାନେ! ତୁମ୍ଭେମାନେ ସ୍ୱାମୀମାନଙ୍କର ବଶୀଭୂତା ହୁଅ। ତାହାହେଲେ, ଯଦି କୌଣସି ସ୍ୱାମୀ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କରୁ ନ ଥାଏ, ତେବେ ତୁମ୍ର ସଦାଚରଣ ଦ୍ୱାରା ସେହି ବାକ୍ୟ ପ୍ରତି ତାହାର ବିଶ୍ୱାସ ଜନ୍ମିବ। ତୁମେ ପଦେ ହେଲେ କିଛି କହିବା ଆବଶ୍ୟକ ହେବ ନାହିଁ।


କାରଣ ମୋର ଭୟ ହେଉଛି, ମୁଁ ତୁମ୍ଭମାନଙ୍କ ନିକଟକୁ ଯାଇ ତୁମ୍ଭମାନଙ୍କ ଯେପରି ଦେଖିବାକୁ ଇଚ୍ଛା କରୁଛି, ସେପରି ଦେଖିବାକୁ ପାଇବି ନାହିଁ ଏବଂ ତୁମ୍ଭେମାନେ ମୋର ଯେଉଁ ରୂପ ଦେଖିବାକୁ ଇଚ୍ଛା କରୁ ନାହଁ, ହୁଏତ ତାହା ଦେଖିବାକୁ ପାଇବ। ହୁଏତ ସେଠାକୁ ଯାଇ ମୁଁ ନାନା ପ୍ରକାର ବିବାଦ, ଈର୍ଷା, କ୍ରୋଧ, ସ୍ୱାର୍ଥପରତା, ଅପବାଦ, ଗର୍ବ ଓ ବିଶୃଙ୍ଖଳା ଦେଖିବକେୁ ପାଇବି।


ଅନ୍ୟମାନେ ବିଶ୍ୱସ୍ତଭାବେ ଖ୍ରୀଷ୍ଟଙ୍କ ବାର୍ତ୍ତା ପ୍ରଚାର ନ କରି ସ୍ୱାର୍ଥପର ଉଦ୍ଦେଶ୍ୟ ନେଇ ତା’ କରିଛନ୍ତି। ମୁଁ ବନ୍ଦୀଶାଳାରେ ପଡ଼ିଥିବାବେଳେ ମୋ’ ମନରେ ଅଧିକ କଷ୍ଟ ଦେବାକୁ ସେମାନେ ତାହା କରୁଛନ୍ତି।


ନିଜର ସ୍ୱାର୍ଥସିଦ୍ଧି ପାଇଁ କିମ୍ବା ବଡ଼ିମା ଦେଖାଇ ହେବା ପାଇଁ କୌଣସି କାର୍ଯ୍ୟ କର ନାହିଁ। କିନ୍ତୁ ଅନ୍ୟମାନଙ୍କୁ ନିଜଠାରୁ ଶ୍ରେଷ୍ଠ ମନେକରି ପରସ୍ପର ପ୍ରତି ନମ୍ର ବ୍ୟବହାର କର।


କିନ୍ତୁ ଯଦି ତୁମ ହୃଦୟରେ ଈର୍ଷା, ସ୍ୱାର୍ଥପରତା ଓ ତିକ୍ତ ଭାବ ରହିଛି, ନିଜ ବୁଦ୍ଧି ଓ ଜ୍ଞାନ ପାଇଁ ଦର୍ପ କରି ସତ୍ୟର ଅପଳାପ କର ନାହିଁ।


ଯେଉଁମଠାରେ ଈର୍ଷା ଓ ସ୍ୱାର୍ଥପରତା, ସେଠାରେ ବିଶୃଙ୍ଖଳା ଓ ସବୁ ପ୍ରକାର ଦୁଷ୍ଟତା ଥାଏ।


Swiv nou:

Piblisite


Piblisite