Biblia Todo Logo
Bib sou entènèt

- Piblisite -




ରୋମୀୟ 2:5 - ପବିତ୍ର ବାଇବଲ (CL) NT (BSI)

5 କିନ୍ତୁ ତୁମେ ଦାମ୍ଭିକ ଓ କଠିନମନା। ତେଣୁ ଶେଷ ଦିନର ବିଚାରବେଳେ ତୁମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଅଧିକ କଠୋର ଦଣ୍ଡ ପାଇବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ଵରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ;

Gade chapit la Kopi

ଓଡିଆ ବାଇବେଲ

5 କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ୱରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ବରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ;

Gade chapit la Kopi

ପବିତ୍ର ବାଇବଲ

5 କିନ୍ତୁ ତୁମ୍ଭେମାନେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ୱର ନିଜର କ୍ରୋଧ ଦେଖାଇବେ, ସେହି ଦିନ ତୁମ୍ଭେ ସେହି ଦଣ୍ଡ ପାଇବ। ସେହି ଦିନ ଲୋକେ ପରମେଶ୍ୱରଙ୍କର ଠିକ୍ ନ୍ୟାୟବିଗ୍ଭର ଦେଖିବେ।

Gade chapit la Kopi




ରୋମୀୟ 2:5
40 Referans Kwoze  

ଯେଉଁ ପାପୀ ଦୁରାଚାରୀ ଲୋକମାନେ ନିଜର ଭ୍ରଷ୍ଟାଚାରଣ ଦ୍ୱାରା ସତ୍ୟର ପ୍ରତିରୋଧ କରନ୍ତି, ସେମାନଙ୍କ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶ ପାଏ।


ଯେଉଁ ସ୍ୱର୍ଗଦୂତମାନେ ନିଜ କ୍ଷମତାର ପରିସର ଭିତରେ ନ ରହ ସେମାନଙ୍କ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କ କଥା ସ୍ମରଣ କର। ମହାବିଚାର ଦିନରେ ସମୁଚି ଦଣ୍ଡ ପାଇବା ନିମନ୍ତେ ଈଶ୍ୱର ସେମାନଙ୍କୁ ଅଧଃଲୋକର ଅନ୍ଧକାରରେ ଚରିଦିନ ପାଇଁ ଶୃଙ୍ଖଳବଦ୍ଧ କରି ରଖିଛନ୍ତି।


କିନ୍ତୁ ବର୍ତ୍ତମାନ ଯେଉଁ ଆଶାଶମଣ୍ଡଳ ଓ ପୃଥବୀ ଅଛି, ତାହା ଈଶ୍ୱରଙ୍କ ଅନୁରୂପ ଆଜ୍ଞା ଦ୍ୱାରା ଅଗ୍ନିରେ ଧ୍ୱଂସ ପାଇବା ନିମନ୍ତେ ରଖାଯାଇଛି। ଯେଉଁ ଦିବସରେ ଅଧାର୍ମିକ ଲୋକମାନେ ବିଚରିତ ହୋଇ ବିନଷ୍ଟ ହେବେ, ସେହି ଦିନ ପର୍ଯ୍ୟନ୍ତ ତାହା ସୁରକ୍ଷିତ ହୋଇ ରହିବ।


ଧର୍ମଶାସ୍ତ୍ରରେ ଲିଖିତ ଅଛି, “ଆଜି ଯଦି ତୁମେ ଈଶ୍ୱରଙ୍କ ବାଣୀ ଶୁଣ, ତେବେ ତୁମ ପିତୃପୁରୁଷମାନେ ହୃଦୟ କଠିନ କରି ଈଶ୍ୱରଙ୍କ ପ୍ରତି ଯେପରି ବିଦ୍ରୋହାଚରଣ କରିଥିଲେ, ସେପରି କର ନାହିଁ।”


ପ୍ରଭୁ ଜାଣନ୍ତି, କିପରି ଧାର୍ମିକ ଲୋକମାନଙ୍କୁ ସେମାନଙ୍କ ପରୀକ୍ଷାରୁ ରକ୍ଷା କରିବାକୁ ହେବ। ପୁଣି ଦୁଷ୍କର୍ମକାରୀମାନଙ୍କୁ,


କାରଣ ସେମାନଙ୍କ ପାଇଁ ଈଶ୍ୱର ଅନ୍ୟ ଏକ ଦିନ ନିରୂପଣ କରିଛନ୍ତି ଏବଂ ତାହା ହେଉଛି, “ଆଜି”। ଉପରୋକ୍ତ ସମୟର ବହୁ ବର୍ଷ ପରେ ଈଶ୍ୱର ରାଜା ଦାଉଦଙ୍କ ଦ୍ୱାରା ଏହି ବିଷୟ ଉଲ୍ଲିଖିତ ଶାସ୍ତ୍ର ବାକ୍ୟରେ ପ୍ରକାଶ କରିଥିଲେ: “ଆଜି ଯଦି ତୁମେ ଈଶ୍ୱରଙ୍କ ବଣୀ ଶ୍ରବଣ କର, ତେବେ ହୃଦୟ କଠିନ କର ନାହିଁ।”


ତୁମ୍ଭମାନଙ୍କ ମଧରୁ କେହି ଯେପରି ପାପ ଦ୍ୱାରା ପ୍ରତାରିତ ହୋଇ କଠିନ ହୃଦୟ ନ ହୁଅ, ଏଥିପାଇଁ ପରସ୍ପରକୁ ପ୍ରତିଦିନ ସାହାର୍ଯ୍ୟ କର। ପୁଣି ଧର୍ମଶାସ୍ତ୍ରରେ ଲିଖିତ ‘ଆଜି” ଶଦ୍ଦଟି ଯେ ପର୍ଯ୍ୟନ୍ତ ଆମ୍ଭେମାନଙ୍କ ପ୍ରତି ପ୍ରଯୁଜ୍ୟ, ସେ ପର୍ଯ୍ୟନ୍ତ ତାହା କରୁଥାଅ।


ଈଶ୍ୱର ମଧ୍ୟ ଠିକ୍ ସେହିପରି କରିଛନ୍ତି। ସେ ଚାହୁଁଥିଲେ, ତାଙ୍କର କ୍ରୋଧ ପ୍ରଦର୍ଶନ କରିବାକୁ ଓ ପରାକ୍ରମ ପ୍ରକାଶ କରିବାକୁ। କିନ୍ତୁ ଯେଉଁମାନେ ତାଙ୍କ କ୍ରୋଧର ପାତ୍ର ହୋଇ ବିନଷ୍ଟ ହେବା ସୁନିଶ୍ଚିତ ଥିଲା, ସେମାନଙ୍କ ପ୍ରତି ଈଶ୍ୱର ଅତୀବ ସହନଶୀଳ ହେଲେ।


ସେମାନଙ୍କ କ୍ରୋଧର ଭୟଙ୍କର ଦିବସ ଉପସ୍ଥିତ। କିଏ ତାହା ପ୍ରତିରୋଧ କରିପାରିବ?”


ତୁମ ସୁନା ସ ରୂପାରେ କଳଙ୍କ ଲାଗିଲାଣି ଏବଂ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ, ପୁଣି ତୁମ୍ଭମାନଙ୍କ ଶରୀରକୁ ଅଗ୍ନିପରି ଗ୍ରାସ କରିବ। ଏହି ଅନ୍ତିମ କାଳରେ ତୁମ୍ଭେମାନେ ଧନ ସମ୍ପଦ ଠୁଳ କରିଛ।


ଭାଇମାନେ, ଏ ସମ୍ପର୍କରେ ଗୋଟିଏ ଗୁପ୍ତ ସତ୍ୟ ପ୍ରକାଶ କରୁଛି। ତା’ ଶୁରିଲେ, ତୁମ୍ଭେମାନେ ନିଜକୁ ଆଉ ଜ୍ଞାନୀ ବୋଲି ଭାବି ପାରିବ ନାହିଁ। ଇଶ୍ରାଏଲୀୟମାନଙ୍କ ଅବାଧ୍ୟତା ଚିରସ୍ଥାୟୀ ହୋଇ ରହିବ ନାହିଁ। ଅଣଇହୁଦୀମାନେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି ରହିବେ।


କାରଣ ଆମ ସମସ୍ତଙ୍କୁ ତାଙ୍କ ଦ୍ୱାର ବିଚାରିତ ହେବା ପାଇଁ ନିଶ୍ଚୟ ଖ୍ରୀଷ୍ଟଙ୍କ ସମ୍ମଖରେ ଉପସ୍ଥିତ ହେବାକୁ ପଡ଼ିବ। ସେତେବେଳେ ମର ଶରୀରରେ ଆମେ କରିଥିବା ଭଲ ବା ମନ୍ଦ, ସକଳ କର୍ମ ଅନୁସାରେ ଆମେ ଫଳ ପାଇବା।


ଏ ସମସ୍ତରୁ ପ୍ରମାଣିତ ହେଉଛି ଯେ, ଈଶ୍ୱରଙ୍କ ବିଚାର ଯଥାର୍ଥ ଏବଂ ତୁମ୍ଭେମାନେ ତାହାଙ୍କ ରାଜ୍ୟର ଯୋଗ୍ୟ ହେବ, କାରଣ ସେହି ରାଜ୍ୟ ନିମନ୍ତେ ତୁମ୍ଭେମାନେ ଉତ୍ପୀଡ଼ିତ ହେଉଛ।


ପାପରୁ ଫେରି ଆସିବା ନିମନ୍ତେ ମୁଁ ତାଙ୍କୁ ସମୟ ଦେଇଛି, କିନ୍ତୁ ସେ ନିଜର ଦୁଷ୍କର୍ମ ପରିତ୍ୟାଗ କରିବାକୁ ଚାହୁଁ ନାହିଁ।


Swiv nou:

Piblisite


Piblisite