Biblia Todo Logo
Bib sou entènèt

- Piblisite -




ରୋମୀୟ 2:21 - ପବିତ୍ର ବାଇବଲ (CL) NT (BSI)

21 ତୁମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେଉଛ, କିନ୍ତୁ ନିଜେ କାହିଁକି ଶିକ୍ଷା ଲାଭ କରୁ ନାହଁ? “ଚୋରି କର ନାହିଁ” ବୋଲି ଶିକ୍ଷା ଦେଇ ନିଜେ ଚୋରି କରୁଛ କି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ତେବେ ପରକୁ ଶିକ୍ଷା ଦେଉଅଛ ଯେ ତୁମ୍ଭେ, ତୁମ୍ଭେ କଅଣ ଆପଣାକୁ ଶିକ୍ଷା ଦେଉ ନାହଁ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ?

Gade chapit la Kopi

ଓଡିଆ ବାଇବେଲ

21 ତେବେ ପରକୁ ଶିକ୍ଷା ଦେଉଅଛ ଯେ ତୁମ୍ଭେ, ତୁମ୍ଭେ କ'ଣ ଆପଣାକୁ ଶିକ୍ଷା ଦେଉ ନାହଁ ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତେବେ ଯଦି ତୁମ୍ଭେ ଯେ ପରକୁ ଶିକ୍ଷା ଦେଉଅଛ, ତୁମ୍ଭେ କଅଣ ଆପଣାକୁ ଶିକ୍ଷା ଦେଉ ନାହଁ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ?

Gade chapit la Kopi

ପବିତ୍ର ବାଇବଲ

21 ତୁମ୍ଭେ ଅନ୍ୟ ଲୋକଙ୍କୁ ଶିକ୍ଷା ଦେଉଛ। ସେ ଦୃଷ୍ଟିରୁ ତୁମ୍ଭେ ନିଜକୁ ଶିକ୍ଷା କାହିଁକି ଦେଉ ନାହଁ? ତୁମ୍ଭେ ଲୋକଙ୍କୁ କହୁଛ ଗ୍ଭେରି କର ନାହିଁ। କିନ୍ତୁ ତୁମ୍ଭେ ନିଜେ ଗ୍ଭେରି କରୁଛ।

Gade chapit la Kopi




ରୋମୀୟ 2:21
16 Referans Kwoze  

ଅନ୍ୟମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲେ ମଧ୍ୟ ମୁଁ ନିଜେ ଯେପରି ଅଗ୍ରାହ୍ୟ ନ ହୁଏ, ଏଥିପାଇଁ କଷ୍ଟ ସହ୍ୟ କରି ଶରୀରକୁ କଠିନ କରିଛି ଓ ନିଜ ଆୟତ୍ତାଧୀନ କରି ରଖିଅଛି।


“ଯେଉଁ ଦାସ ନିଜ ମାଲିକଙ୍କ ଇଚ୍ଛା ଜାରି ପ୍ରସ୍ତୁତ ହୋଇ ନ ଥାଏ ଓ ତାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରି ନ ଥାଏ, ସେ ଶାସ୍ତି ସ୍ୱରୂପେ କଠୋରଭାବେ ପ୍ରହାରିତ ହେବ।


ଯୀଶୁ ଉତ୍ତର ଦେଲେ, “ହେ ଧର୍ମଗୁରୁମାନେ, ତୁମ ଅବସ୍ଥା କି ଶୋଚନୀୟ! ତୁମେ ଲୋକମାନଙ୍କ ପିଠିରେ ବୋଝ ଲଦି ଦିଅ, ଯାହା ବୋହିବା କଷ୍ଟକର; କିନ୍ତୁ ସେହି ବୋଝସବୁ ବୋହିବା ପାଇଁ ତୁମେ ତୁମର ଗୋଟିଏ ଅଙ୍ଗୁଳି ସୁଦ୍ଧା ଲଗାଇ ନ ଥାଅ।


ସେ ତାକୁ କହିଲେ, ‘ଆରେ ଦୁଷ୍ଟ ଦାସ! ମୁଁ ତୋ’ କଥାରେ ତୋତେ ଦୋଷୀ କରିବି! ତୁ ଜାଣୁ ଯେ ମୁଁ ଜଣେ ନିଷ୍ଠୁର ଲୋକ, ଯାହା ମୋର ନୁହେଁ, ମୁଁ ତାହା ନେଇଥାଏ ଓ ମୁଁ ଯାହା ବୁଣି ନ ଥାଏ, ତାହା କାଟି ଥାଏ।


ସେ ସେମାନଙ୍କୁ କହିଲେ, “ମୁଁ ନିଶ୍ଚୟ ଜାଣେ ଯେ ତୁମ୍ଭେମାନେ ମୋ’ ପ୍ରତି ଏହି ଉକ୍ତିଟି ପ୍ରୟୋଗ କରି କହିବ, ‘ହେ ଚିକିତ୍ସକ, ନିଜକୁ ସୁସ୍ଥ କର।’ କପର୍ନାହୁମରେ ଯାହା ସବୁ କରାଯାଇଛି ବୋଲି ତୁମ୍ଭେମାନେ ଶୁଣିଛ, ସେସବୁ ମୋର ଜନ୍ମ ସ୍ଥାନରେ କରିବା ପାଇଁ ତୁମ୍ଭେମାନେ ମୋତେ କହିବ।”


ସେମାନଙ୍କୁ ସେ କହିଲେ, “ଧର୍ମଶାସ୍ତ୍ରରେ ଲେଖା ଅଛି, ‘ମୋର ମନ୍ଦିର ପ୍ରାର୍ଥନା ଗୃହ ବୋଲି ଆଖ୍ୟାତ ହେବ, କିନ୍ତୁ ତୁମେ ତାକୁ ଦସ୍ୟୁମାନଙ୍କ ଆଡ଼୍ଡ଼ାସ୍ଥଳୀରେ ପରିଣତ କରିଛ’।”


ଯେଉଁମାନେ ସୁନ୍ନତ ବିଧି ପାଳନ କରନ୍ତି, ସେମାନେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ନ ଥାନ୍ତି। ତୁମ୍ଭେମାନେ ସୁନ୍ନତ ହୁଅ ବୋଲି ସେମାନେ ଚାହୁଁଛନ୍ତି। ଏହି ଶାରୀରିକ ବିଧି ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ପ୍ରବର୍ତ୍ତାଇ ପାରିଲେ, ସେମାନେ ଗର୍ବ କରିବେ।


Swiv nou:

Piblisite


Piblisite