Biblia Todo Logo
Bib sou entènèt

- Piblisite -




ରୋମୀୟ 2:19 - ପବିତ୍ର ବାଇବଲ (CL) NT (BSI)

19 ନିଶ୍ଚିତଭାବେ ଜାଣିଛ, ଯେ ତୁମ୍ଭେମାନେ ଅନ୍ଧର ପଥ ପ୍ରଦର୍ଶକ, ଅନ୍ଧକାରରେ ଥିବା ଲୋକମାନଙ୍କ ପାଇଁ ଆଲୋକ ସ୍ୱରୂପ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଆଉ ବ୍ୟବସ୍ଥାରେ ଯେଉଁ ଜ୍ଞାନ ଓ ସତ୍ୟ ବାସ୍ତବରେ ନିହିତ ଅଛି, ତାହା ପାଇଥିବାରୁ,

Gade chapit la Kopi

ଓଡିଆ ବାଇବେଲ

19 ଆଉ ମୋଶାଙ୍କ ବ୍ୟବସ୍ଥାରେ ଯେଉଁ ଜ୍ଞାନ ଓ ସତ୍ୟ ବାସ୍ତବରେ ନିହିତ ଅଛି, ତାହା ପାଇଥିବାରୁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଆଉ ମୋଶାଙ୍କ ବ୍ୟବସ୍ଥାରେ ଯେଉଁ ଜ୍ଞାନ ଓ ସତ୍ୟ ବାସ୍ତବରେ ନିହିତ ଅଛି, ତାହା ପାଇଥିବାରୁ,

Gade chapit la Kopi

ପବିତ୍ର ବାଇବଲ

19 ତୁମ୍ଭେ ଭାବୁଛ ଯେ, ଯେଉଁ ଲୋକମାନେ ସତ୍ୟ ମାର୍ଗ ବିଷୟରେ ଜାଣନ୍ତି ନାହିଁ, ତୁମ୍ଭେ ସେମାନଙ୍କର ମାର୍ଗ ଦର୍ଶକ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ଅନ୍ଧକାରରେ ଅଛନ୍ତି ସେମାନଙ୍କ ପାଇଁ ତୁମ୍ଭେ ଆଲୁଅ ସଦୃଶ।

Gade chapit la Kopi




ରୋମୀୟ 2:19
23 Referans Kwoze  

ଖ୍ରୀଷ୍ଟଙ୍କ ନିମନ୍ତେ ଆମେ ନିର୍ବୋଧ ବୋଲି ପରିଚିତ। କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଜ୍ଞାନୀ। ଆମେ ଦୁର୍ବଳ; କିନ୍ତୁ ତୁମ୍ଭେମାନେ ସବଳ। ଆମେ ଅବଜ୍ଞାତ, କିନ୍ତୁ ତୁମ୍ଭେମାନେ ସମ୍ମାନିତ।


“ପାପରେ ଜନ୍ମି ପାପରେ ବଢ଼ିଛୁ। ତୁ ଫେର୍ ଆମକୁ ଶିକ୍ଷା ଦେଉଛୁ?” ଏହା କହି ସେମାନେ ତାକୁ ସମାଜ ଗୃହରୁ ବାହାର କରିଦେଲେ।


“ସେମାନଙ୍କ ବିଷୟରେ ବ୍ୟସ୍ତ ହୁଅ ନାହିଁ। ସେମାନେ ଅନ୍ଧ ପଥପ୍ରଦର୍ଶକ। ଗୋଟିଏ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ବାଟ କଡ଼ାଇଲେ ଦୁଇଜଣ ଯାକ ଖାଲରେ ପଡ଼ନ୍ତି।”


କିନ୍ତୁ ଚକ୍ଷୁ ଯଦି ଦୁର୍ବଳ ହୁଏ, ଶରୀର ଅନ୍ଧକାରାଚ୍ଛନ୍ନ ହେବ। ତୁମ ଅନ୍ତରର ଆଲୋକ ଯଦି ଅନ୍ଧକାରାବୃତ୍ତ ହୁଏ, ତେବେ ସେହି ଅନ୍ଧକାର କେଡ଼େ ଭୟଙ୍କର ଅନ୍ଧକାର ନ ହେବ!


ତୁମେ ସମଗ୍ର ଜଗତର ଆଲୋକ ସ୍ୱରୂପ। ଯେଉଁ ନଗରୀଟି ପର୍ବତ ଉପରେ ନିର୍ମିତ, ତାହା କେବେ ଲୁକ୍କାୟିତ ହୋଇ ରହିପାରେ ନାହିଁ।


ତାହାହେଲେ, ଏହି ଦୁର୍ନୀତିଗ୍ରସ୍ତ ଓ ପାପପୂର୍ଣ୍ଣ ଜଗତରେ ତୁମ୍ଭେମାନେ ଈଶ୍ୱରଙ୍କର ପବିତ୍ର ସନ୍ତାନସନ୍ତତି ପରି ନିର୍ଦ୍ଦୋଷ ଓ ଅମାୟିକ ଜୀବନ ଯାପନ କରିପାରିବ।


କେହି ନିଜକୁ ପ୍ରବଞ୍ଚନା ନ କରୁ। ତୁମ୍ଭମାନଙ୍କ ମଧ୍ୟରେ କେହି ଯଦି ନିଜକୁ ଜାଗତିକ ବିଷୟରେ ଜ୍ଞାନୀ ବୋଲି ଭାବେ, ପ୍ରକୃତ ଜ୍ଞାନ ଅର୍ଜନ ନିମନ୍ତେ ତାକୁ ଅଜ୍ଞ ହେବାକୁ ପଡ଼ିବ,


ତୁମକୁ ସେମାନଙ୍କର ଚକ୍ଷୁ ଖୋଲି ଦେବାକୁ ପଡ଼ିବ ଓ ସେମାନଙ୍କୁ ଅନ୍ଧାରରୁ ଆଲୋକକୁ ଓ ଶୟତାନର କବଳରୁ ପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ହେବ, ଯେପରି ମୋ’ଠାରେ ବିଶ୍ୱାସ କରିବା ଦ୍ୱାରା ସେମାନଙ୍କର ପାପ କ୍ଷମା ହେବ ଓ ପ୍ରଭୁଙ୍କ ମନୋନୀତ ଲୋକମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ’।


ଯେଉଁମାନେ ମୃତ୍ୟୁ ରୂପ ଅନ୍ଧକାର ଛାୟାରେ ବାସ କରନ୍ତି, ଶାନ୍ତି ପଥରେ ସେମାନଙ୍କୁ କଢ଼ାଇ ନେବା ପାଇଁ ସେ ସମସ୍ତଙ୍କ ଉପରେ ସ୍ୱର୍ଗରୁ ଆଲୋକ ପ୍ରଦାନ କରିବେ।”


ଏକଥା ମୁଁ ନିଶ୍ଚିତ ଭାବରେ କହୁଛି ଯେ, ଶିଶୁ ପରି ଜଣେ ଈଶ୍ୱରଙ୍କ ରାଜ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନ ହେଲେ, ସେ ସେଥିରେ ପ୍ରବେଶ କରିପାରିବ ନାହିଁ।”


ଅନ୍ଧକାରରେ ବାସ କରୁଥିବା ଲୋକମାନେ ଗୋଟିଏ ଉଜ୍ଜ୍ୱଳ ଆଲୋକ ଦେଖିବେ ମୃତ୍ୟୁର ତିମିରାଚ୍ଛନ୍ନ ଅଞ୍ଚଳରେ ଥିବା ଲୋକମାନଙ୍କ ଉପରେ ସେହି ଆଲୋକ ପ୍ରକାଶ ପାଇବ।”


ତୁମ ପାଇଁ ଈଶ୍ୱରଙ୍କ ଅଭିମତ ଜାଣିଛ ଓ ବ୍ୟବସ୍ଥାରୁ ସତ୍‍ ଓ ଅସତ୍‍ ଜ୍ଞାନ ପାଇଛ;


ନିର୍ବୋଧମାନଙ୍କର ଉପଦେଷ୍ଟା, ଅଜ୍ଞମାନଙ୍କର ଶିକ୍ଷକ। ତୁମ୍ଭମାନଙ୍କର ବିଶ୍ୱାସ ଯେ, ବ୍ୟବସ୍ଥାରୁ ତୁମ୍ଭେମାନେ ସମ୍ପୂର୍ଣ୍ଣ ସତ୍ୟ ଓ ଜ୍ଞାନ ଲାଭ କରିଛ।


Swiv nou:

Piblisite


Piblisite