Biblia Todo Logo
Bib sou entènèt

- Piblisite -




ରୋମୀୟ 2:14 - ପବିତ୍ର ବାଇବଲ (CL) NT (BSI)

14 ଅଣଇହୁଦୀମାନଙ୍କର ବ୍ୟବସ୍ଥା ନାହିଁ, କିନ୍ତୁ ଯଦି ସେମାନେ ସ୍ୱଭାବତଃ ବ୍ୟବସ୍ଥାର ବିଧିବିଧାନ ପାଳନ କରନ୍ତି, ତାହା ହିଁ ସେମାନଙ୍କର ବ୍ୟବସ୍ଥା ସ୍ୱରୂପ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଯେଣୁ ବିଜାତିମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ଵାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥା ସ୍ଵରୂପ ଅଟନ୍ତି;

Gade chapit la Kopi

ଓଡିଆ ବାଇବେଲ

14 ଯେଣୁ ଅଣଯିହୂଦୀମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥା ସ୍ୱରୂପ ଅଟନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଯେଣୁ ଅଣଯିହୁଦୀମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥା ସ୍ୱରୂପ ଅଟନ୍ତି;

Gade chapit la Kopi

ପବିତ୍ର ବାଇବଲ

14 ଅଣଯିହୂଦୀମାନଙ୍କର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥା ଅନୁଯାୟୀ ନ ଜାଣି ମଧ୍ୟ କାମ କରନ୍ତି, ସେତେବେଳେ ସେଗୁଡ଼ିକ ହିଁ ବ୍ୟବସ୍ଥା ହୋଇଯାଏ। ସେମାନଙ୍କର ବ୍ୟବସ୍ଥା ନ ଥିଲେ ମଧ୍ୟ ଏହା ସତ୍ୟ।

Gade chapit la Kopi




ରୋମୀୟ 2:14
16 Referans Kwoze  

ଅଣଇହୁଦୀମାନେ ମୋଶାଲିଖିତ ବ୍ୟବସ୍ଥା ପାଇ ନାହାନ୍ତି। ବ୍ୟବସ୍ଥାବିହୀନ ହୋଇ ପାପ କଲେ, ସେମାନେ ବିନା ବ୍ୟବସ୍ଥାରେ ବିନଷ୍ଟ ହେବେ। ଅନ୍ୟ ପକ୍ଷରେ ଇହୁଦୀମାନେ ବ୍ୟବସ୍ଥା ଜାଣିଥିବାରୁ, ସେମାନେ ପରପ କଲେ, ସେହି ବ୍ୟବସ୍ଥା ଅନୁଯାୟୀ ଦଣ୍ଡନୀୟ ହେବେ।


ତେଣୁ ଶରୀରରେ ସୁନ୍ନତ ହୋଇ ନ ଥିବା ଯେଉଁଅଣଇହୁଦୀମାନେ ବ୍ରବସ୍ଥା ପାଳନ କରନ୍ତି, ସେମାନେ ତୁମ୍ଭମାନଙ୍କର ବିଚାର କରିବେ, କାରଣ ତୁମ୍ଭେମାନେ ଶରୀରରେ ସୁନ୍ନତ ହୋଇ ବ୍ୟବସ୍ଥା ପ୍ରାପ୍ତ ହୋଇଥିଲେ ସୁଦ୍ଧା, ତାହା ଲଙ୍ଘନ କରୁଛ,


ପୂର୍ବେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ଦୂରରେ ଥିଲ, ତୁମ୍ଭେମାନେ ବିଦେଶୀ ଥିଲ ଓ ଈଶ୍ୱରଙ୍କ ମନୋନୀତ ଜାତିରେ ଅନ୍ତର୍ଭୁକ୍ତ ହୋଇ ନ ଥିଲ। ଈଶ୍ୱର ତାଙ୍କ ଲୋକମାନଙ୍କ ପ୍ରତି କରିଥିବା ପ୍ରତିଜ୍ଞା ଉପରେ ସ୍ଥାପିତ ନିୟମରେ ତୁମ୍ଭମାନଙ୍କର କୌଣସି ଅଂଶ ନ ଥିଲା। ଭରସାଶୂନ୍ୟ ଓ ଈଶ୍ୱରବିହୀନ ହୋଇ ତୁମ୍ଭେମାନେ ଜଗତରେ ବାସ କରୁଥିଲ।


ଲୋକମାନେ ଈଶ୍ୱରଙ୍କୁ ଜାଣି ନ ଥିବା ସମୟରେ ସେ ଦୋଷ ଧରି ନ ଥିଲେ, କିନ୍ତୁ ବର୍ତ୍ତମାନ ସେ ସର୍ବତ୍ର ସମସ୍ତଙ୍କୁ ସେମାନଙ୍କ ପାପ ପଥରୁ ଫେରିବା ପାଇଁ ଆଦେଶ ଦେଉଛନ୍ତି।


ଯେ କୌଣସି ଜାତିର ଯେକୌଣସି ଲୋକ ପ୍ରଭୁଙ୍କର ଉପାସନା କଲେ ଓ ତାଙ୍କ ଦୃଷ୍ଟିରେ ସତ୍କର୍ମ କଲେ, ପ୍ରଭୁ ତାହାକୁ ଗ୍ରହଣ କରନ୍ତି।


ସେମାନେ ଜାଣନ୍ତି ଯେ, ଈଶ୍ୱରଙ୍କ ବିଧାନ ଅନୁଯାୟୀ ଏହିପରି ଲୋକମାନେ ମୃତ୍ୟୁଦଣ୍ଡ ପାଇବା ପାଇଁ ଯୋଗ୍ୟ। ଏହା ଜାଣି ସୁଦ୍ଧା ସେମାନେ ସେହିପରି କୁକର୍ମ କରୁଥା’ନ୍ତି ଓ ତାହା କରୁଥିବା ଲୋକମାନଙ୍କୁ ଅନୁମୋଦନ କରନ୍ତି।


ପ୍ରକୃତି କ’ଣ ତୁମ୍ଭମାନଙ୍କୁ ଶିକ୍ଷା ଦେଇ ନାହିଁ ଯେ, ଦୀର୍ଘ କେଶ ପୁରୁଷର ଲଜ୍ଜାଜନକ,


ପରିଶେଷରେ, ଭାଇମାନେ, ଯେଉଁ ସମସ୍ତ ବିଷୟ ସତ୍ ଓ ପ୍ରଶଂସ୍ୟ, ଯାହା ସବୁ ସତ୍ୟ ଓ ମହତ୍, ଯାହା ଯଥାର୍ଥ, ବିଶୁଦ୍ଧ, ପ୍ରୀତିକର ଓ ସମ୍ମାନଜନକ, ସେ ସବୁ ତୁମ୍ଭମାନଙ୍କର ଚିନ୍ତନୀୟ ବିଷୟ ହେଉ।


ଅତୀତରେ ସ୍ୱଇଚ୍ଛାରେ ନିଜ ପଥରେ ଯିବା ପାଇଁ ଈଶ୍ୱର ଲୋକମାନଙ୍କୁ ଛାଡ଼ି ଦେଇଥିଲେ।


ସେମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଏହା ସୁସ୍ପଷ୍ଟ ଯେ, ବ୍ୟବସ୍ଥାର ନିୟମାବଳୀ ସେମାନଙ୍କ ହୃଦୟରେ ଲିଖିତ ହୋଇ ରହିଛି। ଏ କଥାର ସତ୍ୟତା ସେମାନଙ୍କର ବିବେକ ଦ୍ୱାରା ମଧ୍ୟ ପ୍ରମାଣିତ-ସମର୍ଥନ କରେ, ଅସତ୍‍ଚିନ୍ତାବେଳେ ଦୋଷୀ କରେ।


ସେହିପରି ଅଣଇହୁଦୀମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରିବାବେଳେ ଅଣଇହୁଦୀମାନଙ୍କ ପରି ବ୍ୟବସ୍ଥା ବହିର୍ଭୂତ ଆଚରଣ କରିଛି। ଏହାର ଅର୍ଥ ନୁହେଁ ଯେ, ମୁଁ ଈଶ୍ୱରଙ୍କ ବିଧିବିଧାନ ପାଳନ କରେ ନାହିଁ। ପ୍ରକୃତରେ ମୁଁ ଖ୍ରୀଷ୍ଟଙ୍କ ବ୍ୟବସ୍ଥାର ଅଧୀନ।


ପ୍ରକୃତରେ ଆମେ ସମସ୍ତେ ସେମାନଙ୍କ ପରି ଥିଲୁ ଏବଂ ଶରୀର ଓ ମନର ଅଭିଳାଷକୁ ଚରିତାର୍ଥ କରି ଜୀବନ ଯାପନ କରୁଥିଲୁ। ସ୍ୱଭାବତଃ, ଅନ୍ୟମାନଙ୍କ ପରି ଆମେ ମଧ୍ୟ ଈଶ୍ୱରଙ୍କ କ୍ରୋଧର ପରିଣାମ ଭୋଗ କରିବାକୁ ଯାଉଥିଲୁ।


Swiv nou:

Piblisite


Piblisite