Biblia Todo Logo
Bib sou entènèt

- Piblisite -




ରୋମୀୟ 2:13 - ପବିତ୍ର ବାଇବଲ (CL) NT (BSI)

13 କାରଣ କେବଳ ବ୍ୟବସ୍ଥା ଶୁଣିବା ଦ୍ୱାରା ଲୋକେ ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ବିବେଚିତ ହୋଇପାରନ୍ତି ନାହିଁ, କିନ୍ତୁ ବ୍ୟବସ୍ଥା ପାଳନ କରିବା ଦ୍ୱାରା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 କାରଣ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ଵରଙ୍କ ସାକ୍ଷାତରେ ଧାର୍ମିକ ନୁହନ୍ତି, କିନ୍ତୁ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ।

Gade chapit la Kopi

ଓଡିଆ ବାଇବେଲ

13 କାରଣ ମୋଶାଙ୍କ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ୱରଙ୍କ ସାକ୍ଷାତରେ ଧାର୍ମିକ ନୁହଁନ୍ତି, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 କାରଣ ମୋଶାଙ୍କ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ବରଙ୍କ ସାକ୍ଷାତରେ ଧାର୍ମିକ ନୁହଁନ୍ତି, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ।

Gade chapit la Kopi

ପବିତ୍ର ବାଇବଲ

13 ବ୍ୟବସ୍ଥାକୁ କେବଳ ଶୁଣିଥିଲେ କେହି ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ପାରିବ ନାହିଁ। ବ୍ୟବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ୟବସ୍ଥା, ଲୋକମାନଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ।

Gade chapit la Kopi




ରୋମୀୟ 2:13
29 Referans Kwoze  

ପିଲାମାନେ! କେହି ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ। ଯେ କେହି ସତ୍କର୍ମ କରେ, ସେହି କେବଳ ଖ୍ରୀଷ୍ଟଙ୍କ ପରି ଆସିଥ୍ିବା ଶୟତାନର ଅନୁଗାମୀ। ସେହି ଶୟତାନର କାର୍ଯ୍ୟକୁ ଧ୍ୱଂସ କରିବା ପାଇଁ ଈଶ୍ବରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇଥିଲେ।


ଯଦି ବ୍ୟବସ୍ଥା ପାଳନ କରୁଥାଅ; ତୁମ୍ଭମାନଙ୍କର ସୁନ୍ନତ ସଂସ୍କାରର ମୂଲ୍ୟ ଅଛି। କିନ୍ତୁ ଯଦି ବ୍ୟବସ୍ଥା ଲଙ୍ଘନ କର, ତୁମ୍ଭେମାନେ ସୁନ୍ନତ ହୋଇ ନ ଥିବା ଲୋକମାନଙ୍କ ସହିତ ସମାନ।


ତଥାପି ଆମେ ଜାଣୁ, ବ୍ୟବସ୍ଥାର ଦାବୀସବୁ ପୂରଣ କରିବା ଦ୍ୱାରା ନୁହେଁ, କିନ୍ତୁ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ପରିଗଣିତ ହୁଏ। ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବା ପାଇଁ ଆମେ ଆଉ ବ୍ୟବସ୍ଥା ଉପରେ ନିର୍ଭର ନ କରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛୁ, କାରଣ କେବଳ ବ୍ୟବସ୍ଥା ପାଳନ ଦ୍ୱାରା କେହି ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ଗଣିତ ହୋଇ ପାରିବ ନାହିଁ।


ତୁମ୍ଭେମାନେ ଜାଣ, ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନ୍ୟାୟବାନ। ତେଣୁ ଏହି ମଧ୍ୟ ଜାଣି ରଖିବା ଉଚିତ ଯେ, ଯେଉଁମାନେ ସତ୍କର୍ମ କରନ୍ତୁ, ସେମାନେ ହିଁ ଈଶ୍ୱରଙ୍କ ସନ୍ତାନ।


ବ୍ୟବସ୍ଥା ପାଳନ କରିବା ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା ଲେଖିଛନ୍ତି: “ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, ସେମାନେ ବଞ୍ଚିବେ।”


ଯୀଶୁ ସମସ୍ତଙ୍କୁ ଚାହିଁ କହିଲେ, “ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋର ମା’ ଓ ଭାଇମାନେ।”


ଈଶ୍ୱର ଏକ। ଉଭୟ ଇହୁଦୀ ଓ ଅଣଇହୁଦୀମାନଙ୍କର ବିଶ୍ୱାସ ଯୋଗୁ ସେ ସେମାନଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।


ଯୀଶୁ କହିଲେ, “ମୁଁ କହୁଛି, କରଆଦାୟକାରୀ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇ ଘରକୁ ଫେରିଲା, କିନ୍ତୁ ଫାରୁଶୀ ନୁହେଁ। କାରଣ ଯେ କେହି ନିଜକୁ ଉନ୍ନତ ବୋଲି ଦେଖାଏ, ତାକୁ ଅବନତ କରାଯିବ। ଯେ ନିଜକୁ ନ୍ୟୁନ କରେ, ତାକୁ ଉନ୍ନତ କରାଯିବ।”


ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବ୍ୟବସ୍ଥା ପାଳନ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ ହେବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ନିଜ ନିଜକୁ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ କରିଛନ୍ତି, ସେମାନେ ଈଶ୍ୱରଙ୍କ ଅନୁଗ୍ରହର ବହିର୍ଭୂତ।


ସମସ୍ତେ ପାପ କରିଛନ୍ତି ଓ ଈଶ୍ୱରଙ୍କ ମହିମାର ପୂର୍ଣ୍ଣତାରୁ ବଞ୍ôଚିତ ହୋଇଛନ୍ତି।


କିନ୍ତୁ ବ୍ୟବସ୍ଥାର କ୍ରିୟାକର୍ମ ସାଧନ କରି କେହି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇପାରିବ ନାହିଁ। ବ୍ୟବସ୍ଥାରୁ ମନୁଷ୍ୟ କେବଳ ପାପର ବୋଧ ପାଇଥାଏ।


ଏହି ସତ୍ୟ ଉପଲବ୍ଧି କରି ସେହି ଅନୁସାରେ କାର୍ଯ୍ୟ କଲେ, ତୁମ୍ଭେମାନେ ଧନ୍ୟ ହେବ।


ମୋ’ ବିରୁଦ୍ଧରେ କୌଣସି ବିଷୟ ଥିବା କଥା ମୁଁ ଜାଣେ ନାହିଁ। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। କିନ୍ତୁ ପ୍ରଭୁ ନିଜେ ମୋର ବିଚାରକର୍ତ୍ତା।


ଯେଉଁ ଧର୍ମକର୍ମ ପିତା ଈଶ୍ୱରଙ୍କ ଦୃଷ୍ଟିରେ ବିଶୁଦ୍ଧଓ ଯଥାର୍ଥ, ତାହା ହେଉଛି- ଦୁର୍ଦ୍ଧଶାଗ୍ରସ ଅନାଥ ଓ ବଧମାନଙ୍କର ଯତ୍ନ ନେବା ଏବଂ ଜଗତରେ କଳୁଷରୁ ନିଜକୁ ମୁକ୍ତ ରଖିବା।


Swiv nou:

Piblisite


Piblisite