ରୋମୀୟ 15:16 - ପବିତ୍ର ବାଇବଲ (CL) NT (BSI)16 କାରଣ ଖ୍ରୀଷ୍ଟ ଯୀଶୁଙ୍କ ଦାସ ରୂପେ ଅଣଇହୁଦୀମାନଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ଈଶ୍ୱର ମୋତେ ସୁଯୋଗ ଦେଇଛନ୍ତି। ଈଶ୍ୱରଙ୍କ ଶୁଭବାର୍ତ୍ତା ପ୍ରଚାର କରିବା ନିମନ୍ତେ ମୁଁ ଜଣେ ଧର୍ମଗୁରୁ ରୂପେ କାର୍ଯ୍ୟ କରୁଛି। ଅଣଇହୁଦୀମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ଉତ୍ସର୍ଗିତ ନୈବେଦ୍ୟ ରୂପେ ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହୁଅନ୍ତୁ, ଏହା ମୋର ଉଦ୍ଦେଶ୍ୟ। Gade chapit laପବିତ୍ର ବାଇବଲ (Re-edited) - (BSI)16 କାରଣ ବିଜାତିମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ଵାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ଵରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ଵରଙ୍କ ସୁସମାଚାରର ଯାଜକତ୍ଵ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦତ୍ତ ହୋଇଅଛି। Gade chapit laଓଡିଆ ବାଇବେଲ16 କାରଣ ଅଣଯିହୂଦୀମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥି ନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ୱରଙ୍କ ସୁସମାଚାରର ଯାଜକତ୍ତ୍ୱ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦିଆଯାଇଅଛି । Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT16 କାରଣ ଅଣଯିହୁଦୀମାନେ ଯେପରି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ନୈବେଦ୍ୟ ସ୍ୱରୂପେ ସୁଗ୍ରାହ୍ୟ ହୁଅନ୍ତି, ଏଥିନିମନ୍ତେ ସେମାନଙ୍କ ନିକଟରେ ଖ୍ରୀଷ୍ଟ ଯୀଶୁଙ୍କ ସେବକ ହୋଇ ଈଶ୍ବରଙ୍କ ସୁସମାଚାରର ଯାଜକତ୍ୱ କରିବା ପାଇଁ ମୋତେ ସେହି ଅନୁଗ୍ରହ ଦତ୍ତ ହୋଇଅଛି। Gade chapit laପବିତ୍ର ବାଇବଲ16 ପରମେଶ୍ୱର ମୋତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସେବକ ହୋଇ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଯୁକ୍ତି କଲେ। ସେ ମୋତେ ସୁସମାଗ୍ଭର ଶିକ୍ଷା ଦେବାର କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି କଲେ। ଏପରି କରିବା ଉଦ୍ଦେଶ୍ୟ ହେଲା ଯେ, ଅଣଯିହୂଦୀମାନେ ଉତ୍ସର୍ଗଦାନ ସ୍ୱରୂପ ହେବେ ଯାହାକି ପରମେଶ୍ୱର ଗ୍ରହଣ କରିବେ। ଏହି ଦାନ ଲୋକମାନେ ପରମେଶ୍ୱରଙ୍କ ପାଇଁ ପବିତ୍ରଆତ୍ମା ଦ୍ୱାରା ପବିତ୍ର କରାଗଲା। Gade chapit la |
ତୁମ୍ଭେମାନେ ଏକ ଆଧ୍ୟାତ୍ମିକ ମନ୍ଦିର ନିର୍ମାରରେ ଜୀବନ୍ତ ପ୍ରସ୍ତର ରୁପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣରେ ଜୀବନ୍ତ ପ୍ରସ୍ତର ରୂପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ବଳି ଉତ୍ସର୍ଗ କରିବା ପାଇଁ ପବିତ୍ର ଯାଜକର କାର୍ଯ୍ୟ କରିବ।
ଈଶ୍ୱର ଉକ୍ତ ଭାବବାଦୀମାନଙ୍କ ନିକଟରେ ପ୍ରକାଶ କଲେ ଯେ, ସେମାନେ ନିଜର ହିତ ପାଇଁ କିଛି କରୁ ନ ଥିଲେ। ସେମାନେ ଯାହା କହୁଥିଲେ, ତାହା ତୁମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସ୍ୱର୍ଗରୁ ପ୍ରେରିତ ପବିତ୍ରଆତ୍ମାଙ୍କ ଶକ୍ତିରେ ବର୍ତ୍ତମାନ ଯେଉଁ ବାର୍ତ୍ତାବହମାନେ ସୁସମାଚାର ପ୍ରଚାର କରୁଛନ୍ତି, ତୁମ୍ଭେମାନେ ଏବେ ସେମାନଙ୍କଠାରୁ ସେହିସବୁ କଥା ଶୁଣୁଛ- ଏହି ସମସ୍ତ ବିଷୟରେ ମର୍ମ ବୁଝିବା ପାଇଁ ସ୍ୱର୍ଗଦୂତମାନେ ମଧ୍ୟ ଇଚ୍ଛୁକ।