Biblia Todo Logo
Bib sou entènèt

- Piblisite -




ରୋମୀୟ 15:1 - ପବିତ୍ର ବାଇବଲ (CL) NT (BSI)

1 ଯେଉଁମାନେ ବିଶ୍ୱାସରେ ବଳିଷ୍ଠ, ସେମାନ ଦୁର୍ବଳ ବିଶ୍ୱାସୀ ଭାଇର ଦୋଷ ଦୁର୍ବଳତା ପ୍ରତି ସହନଶୀଳ ହୁଅନ୍ତୁ। କେହି କେବଳ ନିଜକୁ ଖୁସି କରିବା ପାଇଁ ଇଚ୍ଛା ନ କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ବିଶ୍ଵାସରେ ବଳବାନ ଯେ ଆମ୍ଭେମାନେ, ଦୁର୍ବଳମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

1 ବିଶ୍ୱାସରେ ବଳବାନ ଯେ ଆମ୍ଭେମାନେ, ଦୁର୍ବଳମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ ନୁହେଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ବିଶ୍ୱାସରେ ବଳବାନ ଯେ ଆମ୍ଭେମାନେ, ଦୁର୍ବଳମାନଙ୍କ ଦୁର୍ବଳତା ସହିବା ଆମ୍ଭମାନଙ୍କର ଉଚିତ, ଆଉ ନିଜ ନିଜର ସୁଖ ଚେଷ୍ଟା କରିବା ଉଚିତ୍ ନୁହେଁ।

Gade chapit la Kopi

ପବିତ୍ର ବାଇବଲ

1 ଆମ୍ଭେ ଆମ୍ଭର ବିଶ୍ୱାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାଯ୍ୟ କରିବା ଉଚିତ୍ ଏବଂ ସେମାନଙ୍କର ଦୁର୍ବଳତାରୁ ସେମାନଙ୍କୁ ଉଦ୍ଧାର କରିବା। ଆମ୍ଭେ କେବଳ ନିଜକୁ ଖୁସୀ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ।

Gade chapit la Kopi




ରୋମୀୟ 15:1
13 Referans Kwoze  

ଭାଇମାନେ, ତୁମ୍ଭମାନଙ୍କୁ ଆମର ଅନୁରୋଧ; ନିଷ୍କର୍ମାମାନଙ୍କୁ ସତର୍କ କରିଦିଅ, ଭୀରୁମାନଙ୍କୁ ଉତ୍ସାହିତ କର, ଦୁର୍ବଳମାନଙ୍କୁ ସାହାଯ୍ୟ କର ଓ ସମସ୍ତଙ୍କ ପ୍ରତି ସହନଶୀଳ ହୁଅ।


ଦୁର୍ବଳ ବିଶ୍ୱାସୀକୁ ମଧ୍ୟ ଗ୍ରହଣ କର, କିନ୍ତୁ ତା’ର ବ୍ୟକ୍ତିଗତ ମତ ବିଷୟରେ ତର୍କ କର ନାହିଁ।


ଯେଉଁମାନେ ବିଶ୍ୱାସରେ ଦୁର୍ବଳ, ସେମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ପରି ହୋଇଛି। ଯେ କୌଣସି ଉପାୟରେ କେତେକଙ୍କୁ ରକ୍ଷା କରିବା ପାଇଁ ମୁଁ ବିଭିନ୍ନ ଭାବରେ ଆଚରଣ କରିଛି।


ପିଲାମାନେ! ଏପତ୍ର ତୁମ୍ଭମାନଙ୍କୁ ଲେଖୁଛି, କାରଣ ପରମ ପିତାଙ୍କୁ ତୁମେ ଜାଣିଛ। ପିତୃଗଣ! ତୁମ୍ଭମାନଙ୍କୁ ଏ ପତ୍ର ଲେଖୁଛି, କାରଣ ଯ।।ଙ୍କର ସ୍ଥିତି ଅନାଦି କାଳରୁ, ତୁମ୍ଭେମାନେ ତାଙ୍କୁ ଜାଣିଛ। ଯୁବ ସମାଜ! ତୁମ୍ଭମାନଙ୍କୁ ମଧ୍ୟ ଏ ପତ୍ର ଲେଖୁଛି, କାରଣ ତୁମ୍ଭେମାନେ ବଳିଷ୍ଠ, ଈଶ୍ୱରଙ୍କ ବାକ୍ୟ ତୁମ୍ଭମାନେ ଅନ୍ତରରେ ରହିଛି ଓ ତୁମ୍ଭେମାନେ ପାପାତ୍ମାକୁ ପରାସ୍ତକରୁଛ।


ମୋର ପ୍ରିୟ ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତାଙ୍କ ଅନୁଗ୍ରହରୁ ଯେଉଁ ଶକ୍ତି ମିଳେ, ସେଥିରେ ତୁମେ ବଳୀୟାନ ହୁଅ।


ସେ ତାଙ୍କ ବିଶ୍ୱାସରୁ ବିଚ୍ୟୁତ ହେଲେ ନାହିଁ, କି ଈଶ୍ୱରଙ୍କ ପ୍ରତିଜ୍ଞାକୁ ସନ୍ଦେହ କଲେ ନାହିଁ। ବିଶ୍ୱାସ ତାଙ୍କୁ ଶକ୍ତିରେ ପରିପୂର୍ଣ୍ଣ କଲା ଓ ସେ ଈଶ୍ୱରଙ୍କ ପ୍ରଶଂସା ଗାନ କଲେ।


ପରିଶେଷରେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କ ମହାଶକ୍ତିରେ ଶକ୍ତିମନ୍ତ ହୁଅ।


ସୁତରାଂ ଖ୍ରୀଷ୍ଟଙ୍କ ନିମନ୍ତେ ସମସ୍ତ ପ୍ରକାର ଦୁର୍ବଳତା, ଅପମାନ, କ୍ଳେଶ, ନିର୍ଯ୍ୟାତନା ଓ ଆପଦ ବିପଦ ମୁଁ ଖୁସିରେ ବରଣ କରେ, କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ଶକ୍ତିମାନ୍।


ଖ୍ରୀଷ୍ଟଙ୍କ ନିମନ୍ତେ ଆମେ ନିର୍ବୋଧ ବୋଲି ପରିଚିତ। କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଜ୍ଞାନୀ। ଆମେ ଦୁର୍ବଳ; କିନ୍ତୁ ତୁମ୍ଭେମାନେ ସବଳ। ଆମେ ଅବଜ୍ଞାତ, କିନ୍ତୁ ତୁମ୍ଭେମାନେ ସମ୍ମାନିତ।


ଜଣେ ବିଶ୍ୱାସ କରେ, ସେ ଯେ କୌଣସି ଖାଦ୍ୟ ଖାଇ ପାରିବ, ଆଉ ଜଣେ ଦୁର୍ବଳ ବିଶ୍ୱାସୀ କେବଳ ନିରାମିଷ ଖାଦ୍ୟ ଖାଏ।


କେବଳ ନିଜର ସ୍ୱାର୍ଥ ପ୍ରତି ମନୋଯୋଗୀ ନ ହୋଇ ଅନ୍ୟମାନଙ୍କ ପ୍ରତି ମନୋଯୋଗୀ ହୁଅ।


Swiv nou:

Piblisite


Piblisite