Biblia Todo Logo
Bib sou entènèt

- Piblisite -




ରୋମୀୟ 14:5 - ପବିତ୍ର ବାଇବଲ (CL) NT (BSI)

5 ଜଣକର ମତରେ ଅନ୍ୟ ଦିନମାନଙ୍କ ଅପେକ୍ଷା ଗୋଟିଏ ନିର୍ଦ୍ଧିଷ୍ଟ ଦିବସ ଅଧିକ ଉକ୍ରୃଷ୍ଟ। ଆଉ ଜଣେ ଭାବେ, ସବୁ ଦିନ ସମାନ। କିନ୍ତୁ ଯେ ଯାହା ମତର ଯଥାର୍ଥତା ବିଚାର କରି ନିଷ୍ପତ୍ତି ଗ୍ରହଣ କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ। ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ।

Gade chapit la Kopi

ଓଡିଆ ବାଇବେଲ

5 ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ । ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ। ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ।

Gade chapit la Kopi

ପବିତ୍ର ବାଇବଲ

5 ଜଣେ ଲୋକ ବିଶ୍ୱାସ କରିପାରେ ଯେ, ଗୋଟିଏ ଦିନ, ଅନ୍ୟ ଦିନ ଗୁଡ଼ିକ ତୁଳନାରେ ବିଶିଷ୍ଟ ଅଟେ। ସେହିପରି ଅନ୍ୟ ଜଣେ ଲୋକ ସମସ୍ତ ଦିନ ଗୁଡ଼ିକ ସମାନ ମହତ୍ତ୍ୱ ପ୍ରଦାନ କରିପାରେ। ପ୍ରତ୍ୟେକ ଲୋକ ନିଜର ବିଶ୍ୱାସ ନେଇ ମନରେ ନିଶ୍ଚିତ ହେବା ଉଚିତ୍।

Gade chapit la Kopi




ରୋମୀୟ 14:5
9 Referans Kwoze  

କିନ୍ତୁ କୌଣସି ଖାଦ୍ୟ ଖାଇବା ଉଚିତ୍ କି ନୁହେଁ, ମନରେ ଦ୍ୱିଧା ରଖି ଯେ ତାହା ଖାଏ; ଈଶ୍ୱରଙ୍କ ସମ୍ମୁଖରେ ସେ ଦୋଷୀ ହେବ, କାରଣ ତାହା ତା’ଣ ବିଶ୍ୱାସ ଅନୁରୂପ କାର୍ଯ୍ୟ ନୁହେଁ। ବିଶ୍ୱାସ ଉପରେ ଯାହା ପ୍ରତିଷ୍ଠିତ ନୁହେଁ, ପାପ।


କିନ୍ତୁ ଏ ଜ୍ଞାନ ସମସ୍ତଙ୍କର ନାହିଁ। କେହି କେହି ପ୍ରତିମା ପୂଜାରେ ଏତେ ଅଭ୍ୟସ୍ତ ହୋଇ ଯାଇଛନ୍ତି ଯେ, ଏବେ ମଧ୍ୟ ସେମାନେ ପ୍ରତିମା ନିକଟରେ ଉତ୍ସର୍ଗିତ ଖାଦ୍ୟକୁ ଦେବ ପ୍ରସାଦ ବୋଲି ମନେକରି ଖାଉଛନ୍ତି। ସେମାନଙ୍କ ବିବେକ ଦୁର୍ବଳ, ତେଣୁ ସେହି ଖାଦ୍ୟ ଖାଇବା ଦ୍ୱାରା ସେମାନେ କଳୁଷିତ ହୁଅନ୍ତି।


ଯୀଶୁଙକଠାରୁ ନିର୍ଦ୍ଦେଶ ପାଇ ନିଶ୍ଚିତଭାବେ କହୁଛି, କୌଣସି ଖାଦ୍ୟ ଅଶୁଚି ନୁହେଁ। କିନ୍ତୁ ଯଦି କେହି କୌଣସି ଖାଦ୍ୟ ଅଶୁଚି ବୋଲି ବିଶ୍ୱାସ କରେ, ତା’ ପାଇଁ ତାହା ଅଶୁଚି ହୁଏ।


ତା’ହେଲେ ଯେଉଁ ଦୁର୍ବଳ ବିଶ୍ୱାସୀ ଭାଇ ପାଇଁ ଖ୍ରୀଷ୍ଟ ମୃତ୍ୟୁ ଭୋଗ କରିଥିଲେ, ତୁମର ଏହି “ଜ୍ଞାନ” ତା’ର ବିନାଶର କାରଣ ହେବ ନାହିଁ କି?


ଶ୍ରଦ୍ଧେୟ ଥିୟୋଫିଲସ୍, ଆମ ମଧ୍ୟରେ ଯାହା ଯାହା ଘଟିଛି, ତାହାର ବିବରଣୀ ଲେଖିବା ପାଇଁ ଅନେକେ ଯଥାସାଧ୍ୟ ଚେଷ୍ଟା କରିଛନ୍ତି।


ଈଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେ ତାହା ପାଳନ କରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା।


Swiv nou:

Piblisite


Piblisite