Biblia Todo Logo
Bib sou entènèt

- Piblisite -




ରୋମୀୟ 14:2 - ପବିତ୍ର ବାଇବଲ (CL) NT (BSI)

2 ଜଣେ ବିଶ୍ୱାସ କରେ, ସେ ଯେ କୌଣସି ଖାଦ୍ୟ ଖାଇ ପାରିବ, ଆଉ ଜଣେ ଦୁର୍ବଳ ବିଶ୍ୱାସୀ କେବଳ ନିରାମିଷ ଖାଦ୍ୟ ଖାଏ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସମସ୍ତ ପଦାର୍ଥ ଭୋଜନ କରିବା ନିମନ୍ତେ ଜଣେ ଲୋକର ବିଶ୍ଵାସ ଅଛି, କିନ୍ତୁ ଯେ ବିଶ୍ଵାସରେ ଦୁର୍ବଳ, ସେ କେବଳ ଶାକ ଭୋଜନ କରେ।

Gade chapit la Kopi

ଓଡିଆ ବାଇବେଲ

2 ସମସ୍ତ ପଦାର୍ଥ ଭୋଜନ କରିବା ନିମନ୍ତେ ଜଣେ ଲୋକର ବିଶ୍ୱାସ ଅଛି, କିନ୍ତୁ ଯେ ବିଶ୍ୱାସରେ ଦୁର୍ବଳ, ସେ କେବଳ ଶାକ ଭୋଜନ କରେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସମସ୍ତ ପଦାର୍ଥ ଭୋଜନ କରିବା ନିମନ୍ତେ ଜଣେ ଲୋକର ବିଶ୍ୱାସ ଅଛି, କିନ୍ତୁ ଯେ ବିଶ୍ୱାସରେ ଦୁର୍ବଳ, ସେ କେବଳ ଶାକ ଭୋଜନ କରେ।

Gade chapit la Kopi

ପବିତ୍ର ବାଇବଲ

2 ଜଣେ ଲୋକ କୌଣସି ପ୍ରକାରର ଖାଦ୍ୟ ଖାଇ ପାରିବ ବୋଲି ବିଶ୍ୱାସ କରିପାରେ। କିନ୍ତୁ ଯଦି ଅନ୍ୟ ଜଣକର ବିଶ୍ୱାସ ଦୁର୍ବଳ, ସେ କେବଳ ଶାକାହାରୀ ଭୋଜନ ଖାଏ।

Gade chapit la Kopi




ରୋମୀୟ 14:2
18 Referans Kwoze  

ଈଶ୍ୱର ଯାହା ସୃଷ୍ଟି କରିଛନ୍ତି, ସେ ସମସ୍ତ ଉତ୍ତମ, ସେଥିରୁ କୌଣସିଟିକୁ ବର୍ଜନ କରାଯାଇପାରେ ନାହିଁ। ତାଙ୍କୁ ଧନ୍ୟବାଦ ଅର୍ପଣ କରି ତାଙ୍କର ସମସ୍ତ ଦାନକୁ କୃତଜ୍ଞତା ସହ ଗ୍ରହଣ କରିବା ଉଚିତ।


ଯୀଶୁଙକଠାରୁ ନିର୍ଦ୍ଦେଶ ପାଇ ନିଶ୍ଚିତଭାବେ କହୁଛି, କୌଣସି ଖାଦ୍ୟ ଅଶୁଚି ନୁହେଁ। କିନ୍ତୁ ଯଦି କେହି କୌଣସି ଖାଦ୍ୟ ଅଶୁଚି ବୋଲି ବିଶ୍ୱାସ କରେ, ତା’ ପାଇଁ ତାହା ଅଶୁଚି ହୁଏ।


ନାନାଦି ଭ୍ରାନ୍ତିମୂଳକ ଧର୍ମଶିକ୍ଷା ତୁମ୍ଭମାନଙ୍କୁ ସତ୍ପଥରୁ ବିଚ୍ୟୁତ ନ କରୁ। ଈଶ୍ୱରଙ୍କ ଅନୁଗ୍ରହରୁ ଅନ୍ତରାତ୍ମା ପାଇଁ ଶକ୍ତି ସଂଗ୍ରହ କରିବା ମଙ୍ଗଳ, ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ପାଳନ ଦ୍ୱାରା ଏହା ହୋଇପାରେ ନାହିଁ।ଉକ୍ତ ବାହ୍ୟିକ ବିଧିସବୁ ପାଳନ କରୁଥିବା ଲୋକମାନେ ସେଥିରୁ କୌଣସି ଉପକାର ପାଇ ନାହିଁନ୍ନତି।


ଯାକୁବଙ୍କ ଦ୍ୱାରା ପ୍ରେରିତ କେତେକ ବ୍ୟକ୍ତି ସେଠାକୁ ଆସିବା ପୂର୍ବରୁ, ପିତର ଅଣଇହୁଦୀ ଭାଇମାନଙ୍କ ସହିତ ଭୋଜନ କରୁଥିଲେ। ମାତ୍ର ସେହି ଲୋକମାନେ ଆସିବା ପରେ, ସେ ଏଥିରୁ ବିରତ ହେଲେ। ସେମାନଙ୍କ ସଙ୍ଗରେ ସେ ଆଉ ଭୋଜନ କଲେ ନାହିଁ, କାରଣ ଅଣଇହୁଦୀମାନେ ସୁନ୍ନତ ହେବା ଆବଶ୍ୟକ ବୋଲି ଯେଉଁମାନେ କହୁଥିଲେ, ସେ ସେମାନଙ୍କୁ ଭୟ କରୁଥିଲେ।


କାରଣ ସେ ସବୁ କେବଳ ଖାଦ୍ୟପେୟ ଏବଂ ଶୁଚିକରଣ ପାଇଁ ବାହିକ କ୍ରିୟା କର୍ମ ମାତ୍ର। ଈଶ୍ୱରଙ୍କର ନୂତନ ବିଧାନର ପ୍ରତିଷ୍ଠା ପର୍ଯ୍ୟନ୍ତ ଏ ସବୁର ଉପଯୋଗିତା ଥିଲା।


ନିର୍ମଳ ଚରିତ୍ର ସାଧୁ ଲୋକମାନଙ୍କ ଦୃଷ୍ଟିରେ ସକଳ ବିଷୟ ପବିତ୍ର; କିନ୍ତୁ କଳୁଷିତ ଅବିଶ୍ୱାସୀମାନେ କୌଣସି ବିଷୟର ପବିତ୍ରତା ସ୍ୱୀକାର କରନ୍ତି ନାହିଁ, କାରଣ ସେମାନଙ୍କର ମନ ଓ ବିବେକ କଳୁଷିତ।


ବିବେକକୁ ନିର୍ମଳ ରଖିବା ପାଇଁ କୌଣସି ପ୍ରଶ୍ନ ନ ପଚାରି ବଜାରରେ ବିକ୍ରି ହେଉଥିବା ମାଂସ ତୁମେ ସ୍ୱଚ୍ଛନ୍ଦରେ ଭୋଜନ କରିପାର,


ଦୁର୍ବଳ ବିଶ୍ୱାସୀକୁ ମଧ୍ୟ ଗ୍ରହଣ କର, କିନ୍ତୁ ତା’ର ବ୍ୟକ୍ତିଗତ ମତ ବିଷୟରେ ତର୍କ କର ନାହିଁ।


ସାମାନ୍ୟ ଖାଦ୍ୟ ଯୋଗୁଁ ଈଶ୍ୱର ଯାହା ସାଧନ କରିଛନ୍ତି, ତାହା ନଷ୍ଟ କର ନାହିଁ। ଯେ କୌଣସି ଖାଦ୍ୟ ଭୋଜନ କରାଯାଇପାରେ। କିନ୍ତୁ କୌଣସି ଖାଦ୍ୟ ଖାଇବା ଦ୍ୱାରା ଯଦି ତୁମେ ଅନ୍ୟର ବାଧାର କାରଣ ହୁଅ, ତେବେ ସେହି ଖାଦ୍ୟ ଖାଇବା ଅନୁଚିତ।


ଯେଉଁମାନେ ବିଶ୍ୱାସରେ ବଳିଷ୍ଠ, ସେମାନ ଦୁର୍ବଳ ବିଶ୍ୱାସୀ ଭାଇର ଦୋଷ ଦୁର୍ବଳତା ପ୍ରତି ସହନଶୀଳ ହୁଅନ୍ତୁ। କେହି କେବଳ ନିଜକୁ ଖୁସି କରିବା ପାଇଁ ଇଚ୍ଛା ନ କରୁ।


କିନ୍ତୁ ସାବଧାନ, ତୁମ୍ଭମାନଙ୍କର ଏହି ସ୍ୱାଧୀନତା ଯେପରି ଦୁର୍ବଳ ବିଶ୍ୱାସୀମାନଙ୍କର ବିଘ୍ନ ସ୍ୱରୂପ ନ ହୁଏ।


ଯେଉଁମାନେ ବିଶ୍ୱାସରେ ଦୁର୍ବଳ, ସେମାନଙ୍କୁ ଲାଭ କରିବା ପାଇଁ ମୁଁ ସେମାନଙ୍କ ପରି ହୋଇଛି। ଯେ କୌଣସି ଉପାୟରେ କେତେକଙ୍କୁ ରକ୍ଷା କରିବା ପାଇଁ ମୁଁ ବିଭିନ୍ନ ଭାବରେ ଆଚରଣ କରିଛି।


Swiv nou:

Piblisite


Piblisite