Biblia Todo Logo
Bib sou entènèt

- Piblisite -




ରୋମୀୟ 14:10 - ପବିତ୍ର ବାଇବଲ (CL) NT (BSI)

10 ତେଣୁ ତୁମେ କାହିଁକି ଅବା ଆପଣା ଭାଇକୁ ଘୃଣା କରୁଛ? କାହିଁକି ଅବା ଆପଣା ଭାଇକୁ ଘୃଣା କରୁଛ? ଆମେ ସମସ୍ତେ ବିଚାରିତ ହେବା ପାଇଁ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହେବାକୁ ପଡ଼ିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ଵା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ଵରଙ୍କ ବିଚାରାସନ ଛାମୁରେ ଠିଆ ହେବା।

Gade chapit la Kopi

ଓଡିଆ ବାଇବେଲ

10 କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ ? ଆମ୍ଭେମାନେ ସମସ୍ତେ ତ ଈଶ୍ୱରଙ୍କ ବିଚାରାସନ ଛାମୁରେ ଠିଆ ହେବା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ବରଙ୍କ ବିଚାରାସନ ଛାମୁରେ ଠିଆ ହେବା।

Gade chapit la Kopi

ପବିତ୍ର ବାଇବଲ

10 ଅତଏବ, ତୁମ୍ଭେ ନିଜ ଭାଇଙ୍କୁ ବିଗ୍ଭର କର ନାହିଁ। ନିଜକୁ ନିଜ ଭାଇଠାରୁ ଅଧିକ ଭଲ ବୋଲି ଭାବ ନାହିଁ। ଆମ୍ଭେ ସମସ୍ତେ ନ୍ୟାୟବିଗ୍ଭର ପାଇଁ ପରମେଶ୍ୱରଙ୍କ ଆଗରେ ଠିଆ ହେବା, ଓ ସେ ଆମ୍ଭର ବିଗ୍ଭର କରିବେ।

Gade chapit la Kopi




ରୋମୀୟ 14:10
16 Referans Kwoze  

କାରଣ ଆମ ସମସ୍ତଙ୍କୁ ତାଙ୍କ ଦ୍ୱାର ବିଚାରିତ ହେବା ପାଇଁ ନିଶ୍ଚୟ ଖ୍ରୀଷ୍ଟଙ୍କ ସମ୍ମଖରେ ଉପସ୍ଥିତ ହେବାକୁ ପଡ଼ିବ। ସେତେବେଳେ ମର ଶରୀରରେ ଆମେ କରିଥିବା ଭଲ ବା ମନ୍ଦ, ସକଳ କର୍ମ ଅନୁସାରେ ଆମେ ଫଳ ପାଇବା।


ତେଣୁ ନିରୂପିତ ସମୟ ପୂର୍ବରୁ ତୁମ୍ଭେମାନେ କାହାରି ବିଚାର କର ନାହିଁ। ଶେଷ ବିଚାର ପ୍ରଭୁଙ୍କର ଆଗମନ ସମୟରେ ହେବ। ସେ ଅନ୍ଧକାରର ଗୋପନୀୟ ବିଷୟସବୁ ଆଲୋକକୁ ଆଣିବେ। ଲୋକମାନଙ୍କ ମନର ଗୁପ୍ତ ସଙ୍କଳ୍ପସବୁ ପ୍ରକାଶ କରିବେ। ସେତେବେଳେ ପ୍ରତ୍ୟେକେ ଈଶ୍ୱରଙ୍କ ନିକଟରୁ ନିଜ ନିଜର ଯଥୋଚିତ ପ୍ରଶଂସା ପାଇବେ।


ଯେଉଁ ଦିନ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁସାରେ ଏ ସବୁ ଘଟିବ।


ପିତା ନିଜେ ଆଉ କାହାର ବିଚାର କରିବେ ନାହିଁ। ବିଚାର କରିବାର ଭାର ସେ ସମ୍ପୂର୍ଣ୍ଣରୂପେ ତାଙ୍କ ପୁତ୍ର ଉପରେ ନ୍ୟସ୍ତ କରିଛନ୍ତି।


ଲୋକମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଓ ଈଶ୍ୱର ଯେ ତାଙ୍କୁ ଜୀବିତ ଓ ମୃତମାନଙ୍କ ବିଚାରକର୍ତ୍ତା ରୂପେ ନିଯୁକ୍ତ କରିଛନ୍ତି, ଏ କଥାର ସାକ୍ଷ୍ୟ ଦେବା ପାଇଁ ସେ ଆମ୍ଭମାନଙ୍କୁ ଆଦେଶ ଦେଇଛନ୍ତି।


ଯୀଶୁଙ୍କ ସମ୍ପର୍କରେ ହିଁ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, ‘ଯେଉଁ ପଥରକୁ ନିର୍ମାଣକାରୀମାନେ ଅଗ୍ରାହ୍ୟ କଲେ, ତାହା ସର୍ବାପେକ୍ଷା ଶ୍ରେଷ୍ଠ ହେଲା।’


ସେ ଗୋଟିଏ ଦିନ ନିରୂପଣ କରିଛନ୍ତି। ସେହିଦିନ ସେ ତାଙ୍କର ମନୋନୀତ ବ୍ୟକ୍ତିଙ୍କ ଦ୍ୱାରା ସମଗ୍ର ଜଗତର ନ୍ୟାୟ ବିଚାର କରିବେ। ସେହି ବ୍ୟକ୍ତିଙ୍କୁ ମୃତ୍ୟୁରୁ ପୁନରୁତ୍ôଥତ କରିବା ଦ୍ୱାରା ସେ ଏହି କଥାର ନିଶ୍ଚିତତା ସମସ୍ତଙ୍କୁ ଜଣାଇ ଅଛନ୍ତି।”


ହେରୋଦ ଓ ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପରିହାସ କରି ତାତ୍ସଲ୍ୟ କଲେ। ତା’ପରେ ସେମାନେ ତାଙ୍କୁ ଚକଚକିଆ ବସ୍ତ୍ର ପିନ୍ଧାଇ ଆଉ ଥରେ ପିଲାତଙ୍କ ନିକଟକୁ ପଠାଇଦେଲେ।


ଅନ୍ୟମାନଙ୍କର ଦୋଷ ଖୋଜି ବୁଲ ନାହିଁ। ତାହାହେଲେ ଈଶ୍ୱର ମଥ୍ୟ ତୁମ୍ଭର ଦୋଷ ଧରିବେ ନାହିଁ।


ଯେଉଁମାନେ ନିଜକୁ ଧାର୍ମିକ ମନେକରି ଅନ୍ୟମାନଙ୍କୁ ତୁଚ୍ଛ ଜ୍ଞାନ କରୁଥିଲେ, ଯୀଶୁ ସେମାନଙ୍କୁ ଲକ୍ଷ୍ୟ କରି ଏହି ଦୃଷ୍ଟାନ୍ତ କଥା କହିଲେ:


Swiv nou:

Piblisite


Piblisite