Biblia Todo Logo
Bib sou entènèt

- Piblisite -




ରୋମୀୟ 13:8 - ପବିତ୍ର ବାଇବଲ (CL) NT (BSI)

8 ପରସ୍ପରକୁ ପ୍ରେମ କରିବା ଛଡ଼ା ଆଉ କୌଣସି ବିଷୟରେ କାହାର ଋଣୀ ହୋଇ ରହ ନାହିଁ। ଯେ ଅନ୍ୟକୁ ପ୍ରେମ କରେ, ସେ ବ୍ୟବସ୍ଥା ପାଳନ କରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ; କାରଣ ଯେ ପରକୁ ପ୍ରେମ କରେ, ସେ ବ୍ୟବସ୍ଥା ସଫଳ କରିଅଛି।

Gade chapit la Kopi

ଓଡିଆ ବାଇବେଲ

8 ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ; କାରଣ ଯେ ପରକୁ ପ୍ରେମ କରେ, ସେ ମୋଶାଙ୍କ ବ୍ୟବସ୍ଥା ସଫଳ କରିଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ; କାରଣ ଯେ ପରକୁ ପ୍ରେମ କରେ, ସେ ବ୍ୟବସ୍ଥା ସଫଳ କରିଅଛି।

Gade chapit la Kopi

ପବିତ୍ର ବାଇବଲ

8 କାହାର ଋଣୀ ହୁଅ ନାହିଁ। କିନ୍ତୁ ପରସ୍ପର ପ୍ରତି ପ୍ରେମର ଋଣରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବାସିକୁ ପ୍ରେମ କରେ ସେ ସମ୍ପୂର୍ଣ୍ଣ ବ୍ୟବସ୍ଥା ମାନିଛି।

Gade chapit la Kopi




ରୋମୀୟ 13:8
12 Referans Kwoze  

ତୁମେ ଜଣକୁ ପ୍ରେମ କରୁଥିଲେ, ତା’ ପ୍ରତି କେବେ ଅନ୍ୟାୟ କରିବ ନାହିଁ। ତେଣୁ ପ୍ରେମ କରିବା ଦ୍ୱାରା ହିଁ ସମସ୍ତ ବ୍ୟବସ୍ଥା ପାଳନ କରାଯାଏ।


କାରଣ ଗୋଟିଏ ମାତ୍ର ଆଜ୍ଞାରେ ସମସ୍ତ ବ୍ୟବସ୍ଥାର ସାରମର୍ମ ନିହିତ ଅଛି: “ତୁମ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।”


ତୁମ ପାଇଁ ଅନ୍ୟମାନେ ଯାହା କରନ୍ତୁ ବୋଲି ତୁମେ ଇଚ୍ଛାକରୁଛ, ତୁମେ ଅନ୍ୟମାନଙ୍କ ପାଇଁ ତାହା କର। ମୋଶା ଦେିଥିବା ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ଏହା ହେଉଛି ସାର କଥା।


ତେଣୁ ସେମାନଙ୍କର ଯାହା ପ୍ରାପ୍ୟ, ତାହା ଦେଇ ଦିଅ। ରାଜସ୍ୱ ବା ଶୁଳ୍କ ତୁମର ଯାହା ଦେୟ, ତାହା ପଇଠ କରି ଦିଅ ଏବଂ ସେମାନଙ୍କୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କର।


“ପ୍ରତିବେଶୀକୁ ଆତ୍ମତୁଲ୍ୟ ପ୍ରେମ କର” ଶାସ୍ତ୍ର ରେ ଲିଖିତ ଈଶ୍ୱରଙ୍କ ରାଜ୍ୟର ଏହି ବିଧି ଯଦି ପାଳନ କରୁଥାଅ, ତେବେ ତୁମେ ଯଥୋଚିତ କାର୍ଯ୍ୟ କରୁଛ।


ପୁଣି ଏହି ସମସ୍ତ ଗୁଣ ସହିତ ପ୍ରେମକୁ ଯୋଗ କର। ପ୍ରେମ ସମସ୍ତ ବିଷୟକୁ ପୂର୍ଣ୍ଣାଙ୍ଗ କରି ଏକତାବଦ୍ଧ କରେ।


ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି; ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ୍।


ଶୁଚି ହୃଦୟ, ନିର୍ମଳ ବିବେକ ଓ ପ୍ରକୃତ ବିଶ୍ୱାସରୁ ଯେଉଁ ପ୍ରେମ ଜାତ ହୁଏ, ତାକୁ ଜାଗ୍ରତ କରାଇବା ପାଇଁ ଆଜି ମୁଁ ଏହି ଆଦେଶ ଦେଉଛି।


ଈଶ୍ୱରଙ୍କ ସନ୍ତାନ ଓ ଶୟତାନର ସନ୍ତାନମାନଙ୍କ ମଧ୍ୟରେ ଏହି ହେହଉଛି ପାର୍ଥକ୍ୟୃ: ଯେ ସତ୍କର୍ମ କରେ ନାହିଁ, କିଅବା ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କ ସନ୍ତାନ ନୁହେଁ।


Swiv nou:

Piblisite


Piblisite