Biblia Todo Logo
Bib sou entènèt

- Piblisite -




ରୋମୀୟ 13:7 - ପବିତ୍ର ବାଇବଲ (CL) NT (BSI)

7 ତେଣୁ ସେମାନଙ୍କର ଯାହା ପ୍ରାପ୍ୟ, ତାହା ଦେଇ ଦିଅ। ରାଜସ୍ୱ ବା ଶୁଳ୍କ ତୁମର ଯାହା ଦେୟ, ତାହା ପଇଠ କରି ଦିଅ ଏବଂ ସେମାନଙ୍କୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ଵ ଦେବାକୁ ହୁଏ, ତାହାଙ୍କୁ ରାଜସ୍ଵ ଦିଅ; ଯାହାଙ୍କୁ ଶୁଳ୍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର।

Gade chapit la Kopi

ଓଡିଆ ବାଇବେଲ

7 ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ୱ ଦେବାକୁ ହୁଏ, ତାହାଙ୍କୁ ରାଜସ୍ୱ ଦିଅ; ଯାହାଙ୍କୁ ଶୁଳ୍‍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍‍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ୱ ଦେବାକୁ ହୁଏ, ତାହାଙ୍କୁ ରାଜସ୍ୱ ଦିଅ; ଯାହାଙ୍କୁ ଶୁଳ୍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର।

Gade chapit la Kopi

ପବିତ୍ର ବାଇବଲ

7 ସମାଜରେ ଯାହାଙ୍କର ଯାହା ପ୍ରାପ୍ୟ ତାହାଙ୍କୁ ତାହା ଦିଅ। ଯାହାଙ୍କୁ ଶୁଳ୍କ ଦେବା କଥା ତାହାଙ୍କୁ ସମସ୍ତ ପ୍ରକାରର ଶୁଳ୍କ ଦେଇ ଦିଅ। ଯାହାଙ୍କୁ ଭୟ ସହିତ ଆଦର କରିବା କଥା ସେମାନଙ୍କୁ ଭୟ ଓ ଆଦର କର। ଯାହାଙ୍କୁ ସମ୍ମାନ ଦେବା କଥା ସେମାନଙ୍କୁ ସମ୍ମାନ ଦିଅ।

Gade chapit la Kopi




ରୋମୀୟ 13:7
23 Referans Kwoze  

ତେଣୁ ଯୀଶୁ କହିଲେ, “ତା’ହେଲେ ସମ୍ରାଟଙ୍କର ଯାହା ପ୍ରାପ୍ୟ, ତାହା ସମ୍ରାଟଙ୍କୁ ଦିଅ ଓ ଈଶ୍ୱରଙ୍କର ଯାହା, ତାହା ଈଶ୍ୱରଙ୍କୁ ଦିଅ।”


ପିତର ଉତ୍ତର ଦେଲେ, “ନିଶ୍ଚୟ”। ପିତର ଘର ଭିତରେ ପ୍ରବେଶ କରିବାକ୍ଷଣି ଯୀଶୁ ତାଙ୍କୁ ପଚାରିଲେ, “ଶିମୋନ, ତୁମେ କ’ଣ ଭାବୁଛ? ଏ ଜଗତରେ ରାଜାମାନଙ୍କୁ କିଏ ଶୁଲ୍କ ଦିଏ-ସେମାନଙ୍କର ରାଜ୍ୟର ପ୍ରକାରମାନେ?”


ମଣ୍ଡଳୀର ଯେଉଁ ନେତାମାନେ ସେମାନଙ୍କ କାର୍ଯ୍ୟରେ କୃତିତ୍ୱ ଦେଖାଇବେ, ବିଶେଷତଃ ଯେଉଁମାନେ କଷ୍ଟ ସ୍ୱୀକାର କରି ଶିକ୍ଷା ଓ ପ୍ରଚାର କାର୍ଯ୍ୟ କରୁଥିବେ, ସେମାନେ ଦୁଇ ଗୁଣ ହାରରେ ପାରିଶ୍ରମିକ ପାଇବା ଉଚିତ,


ସେମାନେ ଉତ୍ତର ଦେଲେ, “ସମ୍ରାଟଙ୍କର”। ଯୀଶୁ ସେମାନଙ୍କୁ କହିଲେ, “ତେବେ ଯାହା ସମ୍ରାଟଙ୍କର, ତାହା ସମ୍ରାଟଙ୍କୁ ଦିଅ ଏବଂ ଯାହା ଈଶ୍ୱରଙ୍କର, ତାହ ଈଶ୍ୱରଙ୍କୁ ଦିଅ।”


କ୍ରତଦାସମାନେ, ତୁମ୍ଭେମାନେ ଖ୍ରୀଷ୍ଟଙ୍କର ସେବା କରୁଛ ଭାବି ଆନ୍ତରିକଭାବେ ଭୟରେ କମ୍ପିତ ହୋଇ ଜାଗତିକ ମୁନିବମାନଙ୍କର ଆଜ୍ଞାବହ ହୁଅ।


ହେ ସ୍ୱାମୀମାନେ, ସେହିପରି ତୁମ ସ୍ତ୍ରୀମାନଙ୍କୁ ଅବଳା ବୋଲି ଜାଣି ସେମାନଙ୍କ ପ୍ରତି ସହନଶୀଳ ହୋଇ ବାସ କର। ସେମାନଙ୍କୁ ସମ୍ମାନ ଦିଅ। ସେମାନେ ମଧ୍ୟ ତୁମ୍ଭମାନଙ୍କ ସହିତ ଈଶ୍ୱରଙ୍କଠାରେ ଜୀବନରୂପ ଦାନ ପାଇବେ। ତୁମ୍ଭେମାନେ ସେମାନଙ୍କ ପ୍ରତି ଯଥୋଜିତ ବ୍ୟବହାର କଲେ, ତୁମ୍ଭମାନଙ୍କର ପ୍ରାର୍ଥନା ବାଧାପ୍ରାପ୍ତ ହେବ ନାହିଁ।


ଖ୍ରୀଷ୍ଟବିଶ୍ୱାସୀ କ୍ରୀତଦାସମାନେ କର୍ତ୍ତାମାନଙ୍କୁ ଯଥାବିଧି ସମ୍ମାନ ଦିଅନ୍ତୁ। ତାହାହେଲେ, ଈଶ୍ୱରଙ୍କ ବିରୁଦ୍ଧରେ କିମ୍ବା ଆମ ଶିକ୍ଷା ସମ୍ପର୍କରେ କେହି କୌଣସି ଆକ୍ଷେପ କରିପାରିବେ ନାହିଁ।


କିନ୍ତୁ ଏହା ତୁମ୍ଭମାନଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ। ପ୍ରତ୍ୟେକ ସ୍ୱାମୀ ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କରୁ ଓ ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ୱାମୀକୁ ସମ୍ମାନ କରୁ।


ସେମାନେ ତାଙ୍କ ବିରୁଦ୍ଧରେ ଦୋଷାରୋପ କରି କହିଲେ, “ଏ ଲୋକ ସମ୍ରାଟଙ୍କୁ କର ନ ଦେବା ପାଇଁ ଲୋକମାନଙ୍କୁ ମତାଉଥିବାରୁ ଓ ନିଜକୁ ମସୀହ ଅର୍ଥାତ୍ ଅଭିଷିକ୍ତ ରାଜା ବୋଲି କହୁଥିବାରୁ ଆମେ ତାକୁ ଧରିଛୁ।”


ଯୀଶୁ କହିଲେ, “ତା’ହେଲେ, ଯାହା ସମ୍ରାଟଙ୍କର, ତାହା ସମ୍ରାଟଙ୍କୁ ଦିଅ; ଯାହା ଈଶ୍ୱରଙ୍କର, ତାହା ଈଶ୍ୱରଙ୍କୁ ଦିଅ।” ଯୀଶୁଙ୍କର ଏ କଥାରେ ସେମାନେ ହତବାକ୍ ହେଲେ।


ଏମାନେ ଘରକୁ ଘର ବୁଲି ସମୟର ଅପଚୟ କରନ୍ତି - ଅଧିକନ୍ତୁ ବାଜେ ଗପ ଓ ପରଚର୍ଚ୍ଚା କରି ଅକଥ୍ୟ କଥା ସବୁ କହନ୍ତି।


କହନ୍ତୁ, ରୋମୀୟ ସମ୍ରାଟଙ୍କୁ କର ଦେବା ଆମର ବିଧିସଙ୍ଗତ କି ନା?”


ଖ୍ରୀଷ୍ଟବିଶ୍ୱାସୀ ଭାଇ ସ୍ୱରୂପ ଏକାରେକକୁ ପ୍ରେମ କର ଓ ଏକାରେକକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉତ୍ସୁକ ହୁଅ।


ଏଥିନିମନ୍ତେ ତୁମେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ଶାସକମାନେ କର୍ତ୍ତବ୍ୟ ପାଳନ କରିବା ବେଳେ ଈଶ୍ୱରଙ୍କ ସେବା କରି ଥାଆନ୍ତି।


Swiv nou:

Piblisite


Piblisite