Biblia Todo Logo
Bib sou entènèt

- Piblisite -




ରୋମୀୟ 13:5 - ପବିତ୍ର ବାଇବଲ (CL) NT (BSI)

5 ଏଣୁ ତୁମ୍ଭେମାନେ ଶାସକମାନଙ୍କର ବାଧ୍ୟ ହେବା ଉଚିତ୍- କେବଳ ଈଶ୍ୱରଙ୍କ ଦଣ୍ଡ ଭୟରେ ନୁହେଁ, ମାତ୍ର ନିଜ ବିବେକର ଦଂଶନରୁ ରକ୍ଷା ପାଇବା ପାଇଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଅତଏବ, କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ।

Gade chapit la Kopi

ଓଡିଆ ବାଇବେଲ

5 ଅତଏବ, କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଅତଏବ, କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ।

Gade chapit la Kopi

ପବିତ୍ର ବାଇବଲ

5 ସେଥିପାଇଁ ଶାସକଙ୍କ ଆଜ୍ଞା ପାଳନ କରିବାକୁ ତୁମ୍ଭେ ବାଧ୍ୟ। ପାଳନ ନ କରିବା କାରଣରୁ ଯେ ଦଣ୍ତିତ ହେବ, ସେଥିପାଇଁ ଆଜ୍ଞା ପାଳନ କର ନାହିଁ। ଅଧିକନ୍ତୁ ଶାସନକୁ ମାନିବା ଠିକ୍ କାମ ବୋଲି ଜାଣିଥିବାରୁ ତୁମ୍ଭେ ଏପରି କରିବା ଉଚିତ୍।

Gade chapit la Kopi




ରୋମୀୟ 13:5
10 Referans Kwoze  

ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା ଜାଣି ଥିବାରୁ, ଯଦି ଅନ୍ୟାୟରେ ଶାସ୍ତ ପାଇ କ୍ଳେଶ ସହ୍ୟ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।


ତେଣୁ ଈଶ୍ୱର ଓ ମନୁଷ୍ୟ ସାକ୍ଷାତରେ ନିର୍ମଳ ବିବେକ ଅନୁଯାୟୀ ଆଚରଣ କରିବା ପାଇଁ ମୁଁ ସର୍ବଦା ପ୍ରାଣପଣ କରୁଛି।


କିନ୍ତୁ ବିନୀତ ଓ ଭଦ୍ର ଭାବରେ ଉତ୍ତର ଦିଅ। ତୁମ୍ଭମାନଙ୍କ ବିବେକକୁ ନିର୍ମଳ ରଖ। ତା’ ହେଲେ, ତୁମେ ଖ୍ରୀଷ୍ଟଙ୍କ ଅନୁଗାମୀରୂପେ ସଦାଚରଣ କରୁଥିବା ବେଳେ, ଯେଉଁମାନେ ତୁମର ମିଥ୍ୟା ଅପବାଦ କରନ୍ତି, ସେମାନେ ଲଜ୍ଜିତ ହେବେ।


ଆମ ପାଇଁ ପ୍ରାର୍ଥନା କରୁଥାଅ। ଆମ ବିବେକ ଯେ ନିର୍ମଳ, ଏଥିରେ ସନ୍ଦେହ ନାହିଁ, କାରଣ ସର୍ବଦା ନ୍ୟାୟୋଚିତ କାଯ୍ର୍ୟ୍ର କରିାବକୁ ଆମର ଏକାନ୍ତ ଇଚ୍ଛା।


ଏଥିନିମନ୍ତେ ତୁମେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ଶାସକମାନେ କର୍ତ୍ତବ୍ୟ ପାଳନ କରିବା ବେଳେ ଈଶ୍ୱରଙ୍କ ସେବା କରି ଥାଆନ୍ତି।


Swiv nou:

Piblisite


Piblisite