Biblia Todo Logo
Bib sou entènèt

- Piblisite -




ରୋମୀୟ 13:13 - ପବିତ୍ର ବାଇବଲ (CL) NT (BSI)

13 ଉଚ୍ଛୃଙ୍ଖଳ ଆମୋଦ ପ୍ରମୋଦ, ସୁରାପାନରେ ମତ୍ତତା, ନୀତିହୀନତା, ଅଶ୍ଳୀଳ ଆଚରଣ, ଈର୍ଷା, କଳିଗୋଳ ପ୍ରଭୃତିରେ ଲିପ୍ତ ନ ହୋଇ ଆସ, ଆଲୋକରେ କାର୍ଯ୍ୟରତ ଲୋକଙ୍କ ପରି ଭଦ୍ରୋଚିତ ବ୍ୟବହାର କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ, ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ।

Gade chapit la Kopi

ଓଡିଆ ବାଇବେଲ

13 ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ।

Gade chapit la Kopi

ପବିତ୍ର ବାଇବଲ

13 ଆମ୍ଭେ ଉତ୍ତମ ଲୋକଙ୍କ ଭଳି, ଦିବସର ଲୋକଙ୍କ ଭଳି ଠିକ୍ ଭାବରେ ରହିବା ଉଚିତ୍। ଆମ୍ଭେ ଖର୍ଚ୍ଚାନ୍ତ ରଙ୍ଗରସରେ ମାତିବା ଠିକ୍ ନୁହେଁ। ମାତାଲ ହେବା ଉଚିତ୍ ନୁହେଁ। ଯୌନଗତ ପାପକର୍ମ ଓ ଅନ୍ୟ ସମସ୍ତ ଭୋଗ ବିଳାସରେ ଲିପ୍ତ ହେବା ଠିକ୍ ନୁହେଁ। ଯୁକ୍ତିତର୍କ କରିବା ଓ ଈର୍ଷାଳୁ ହେବା ଉଚିତ୍ ନୁହେଁ।

Gade chapit la Kopi




ରୋମୀୟ 13:13
42 Referans Kwoze  

ସେମାନେ ପରଶ୍ରୀକାତର, ମତୁଆଳ, ରଙ୍ଗରସପ୍ରିୟ ଏବଂ ସେହି ଭଳି ଅନ୍ୟାନ୍ୟ ଦୁଷ୍କର୍ମରେ ଲିପ୍ତ ଥାଆନ୍ତି। ମୁଁ ପୂର୍ବ ପରି ବର୍ତ୍ତମାନ ମଧ୍ୟ ତୁମ୍ଭମାନଙ୍କୁ ସାବଧାନ କରି ଦେଉଛି। ଯେଉଁମାନେ ଏପରି କାର୍ଯ୍ୟସବୁ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇପାରିବେ ନାହିଁ।


ମଦ୍ୟପାନରେ ମତ୍ତ ହୁଅ ନାହିଁ, କାରଣ ତାହା କେବଳ ତୁମର ସର୍ବନାଶ କରିବ, ମାତ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ।


ଏହିପରି କରିବା ଦ୍ୱାରା ତୁମେ ଅଣବିଶ୍ୱାସୀମାନଙ୍କଠାରୁ ମଧ୍ୟ ସମ୍ମାନ ପାଇବ ଓ ତୁମର ସମସ୍ତ ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ ହୋଇପାରିବ।


ଯେ ଈଶ୍ୱରଙ୍କ ସତ୍ତା ଅନୁଭବ କରୁଛି ବୋଲି କହେ, ସେ ଅବିକଳ ଖ୍ରୀଷ୍ଟ ଯୀଶୁଙ୍କ ପରି ଜୀବନ ଯାପନ କରିବା ଉଚିତ।


ତେଣୁ ତୁମେ କିପରି ଆଚରଣ କରିବ, ସେ ବିଷୟରେ ସାବଧାନ ହୁଅ। ଅଜ୍ଞ ଭଳି ନ ହୋଇ ଜ୍ଞାନୀ ଭଳି ଆଚରଣ କର।


ଆମେ ତୁମକୁ ଉତ୍ସାହିତ କରିଥିଲୁ, ସାନ୍ତ୍ୱନା ପ୍ରଦାନ କରିଥିଲୁ, ପୁଣି ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି ତାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ପାଇଁ ତାଙ୍କର ଆହ୍ୱାନ ଗ୍ରହଣ କରିପାରିବ, ଏଥିନିମନ୍ତେ ଉତ୍ସାହ ଦେଇଥିଲୁ।


“ତୁମ୍ଭେମାନେ ସତର୍କ ଥାଅ। ଅତି ମାତ୍ରାରେ ଆନନ୍ଦ ଉତ୍ସବ ଓ ମଦ୍ୟ ପାନରେ ନିମଜ୍ଜିତ ହୁଅ ନାହିଁ, କିଅବା ଜୀବନରେ ନାନା ଚିନ୍ତାରେ ଭାରଗ୍ରସ୍ତ ହୁଅ ନାହିଁ, କାରଣ ସେହି ଅନ୍ତିମ ଦିନଟି


ନିରନ୍ତର ପ୍ରାର୍ଥନା କର।


ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।


ଭ୍ରାନ୍ତିରେ ପଡ଼ି ବିଷ୍ଟ ହେବାକୁ ଯାଉଥିବା ଲୋକଙ୍କୁ ଅଗ୍ନିରୁ ଉଦ୍ଧାର କର। ଆଉ କେତେକଙ୍କର ପାପ କଳଙ୍କିତ ବସ୍ତ୍ରକୁ ସୁଦ୍ଧା ଘୃଣା କର, କିନ୍ତୁ ଭୟର ସହ ସେମାନଙ୍କୁ ଦୟା ପ୍ରଦର୍ଶ କର।


ଈଶ୍ୱରଙ୍କ ଆଜ୍ଞାନୁଯାୟୀ ତୁମର କେତେକ ସନ୍ତାନ ଯେ ସତ୍ୟ ଉପରେ ଜୀବନକୁ ଅଧାରିତ କରିଛନ୍ତି, ଏ କଥା ମୁଁ ବଡ଼ ଆନନ୍ଦିତ।


ଶାସ୍ତ୍ରର ଏହି ଉକ୍ତିରେ କ’ଣ ସତ୍ୟତା ନାହିଁ ବୋଲି ମନେ କରୁଛ, “ଈଶ୍ୱର ଆମ୍ଭମାନଙ୍କଠାରେ ଯେଉଁ ଆତ୍ମା ସ୍ଥାପନ କରିଛନ୍ତି, ତାହାକୁ ସମ୍ପୁର୍ଣ୍ଣ ଅଧିକାର କରିବା ପାଇଁ ସେ ଉତ୍କଣ୍ଠିତ?”


ତୁମ ଅନ୍ତରରେ କାର୍ଯ୍ୟରତ ଜାଗତିକ ପ୍ରବୃତ୍ତିଗୁଡ଼ିକ ଯଥା - କାମୁକତା, ଅଶୁଚିତା, ଇନ୍ଦ୍ରିୟାସକ୍ତି, ଦୁରଭିଳାଷ ଓ ଲୋଭକୁ ତୁମ୍ଭେମାନେ ବିନାଶ କର। ଲୋଭ ପ୍ରତିମା ପୂଜାର ଏକ ରୂପାନ୍ତର।


ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।


ନିଜର ସ୍ୱାର୍ଥସିଦ୍ଧି ପାଇଁ କିମ୍ବା ବଡ଼ିମା ଦେଖାଇ ହେବା ପାଇଁ କୌଣସି କାର୍ଯ୍ୟ କର ନାହିଁ। କିନ୍ତୁ ଅନ୍ୟମାନଙ୍କୁ ନିଜଠାରୁ ଶ୍ରେଷ୍ଠ ମନେକରି ପରସ୍ପର ପ୍ରତି ନମ୍ର ବ୍ୟବହାର କର।


ତୁମ୍ଭେମାନେ ନିଜେ ଦିନେ ଅନ୍ଧକାରରେ ଥିଲ। କିନ୍ତୁ ବର୍ତ୍ତମାନ ପ୍ରଭୁଙ୍କ ଲୋକ ହୋଇଥିବାରୁ ତୁମ୍ଭେମାନେ ଆଲୋକରେ ରହିଛ। ତେଣୁ ତୁମ୍ଭେମାନେ ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର।


ତେଣୁ ପ୍ରଭୁଙ୍କ ନାମରେ ମୁଁ ତୁମ୍ଭମାନଙ୍କୁ ସତର୍କ କରି ଦେଉଛି। ବିଧର୍ମୀମାନଙ୍କ ପରି ଆଉ ଜୀବନ ଯାପନ କର ନାହିଁ। ସେମାନଙ୍କର ଚିନ୍ତା ଅସାର


ପ୍ରଭୁଙ୍କ ସେବା କରୁଥିବା ଯୋଗୁଁ ବନ୍ଦୀ ହୋଇଥିବା ମୁଁ ପାଉଲ ତୁମ୍ଭମାନଙ୍କୁ ଅନୁରୋଧ କରୁଛି, ଯେପରି ଜୀବନ ଯାପନ କରିବା ପାଇଁ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି, ତାହାର ଅନୁରୂପ ଆଚରଣ କର।


ମନୁଷ୍ୟ ପ୍ରକୃତିର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତାହା ଅନୈତିକତା, ଅଶୁଚିତା, ଅଶ୍ଲୀଳତା, ପ୍ରତିମା ପୂଜା, ଗୁଣି ଗାରୁଡ଼ି ଆଦି କୁକର୍ମରେ ପ୍ରକାଶ ପାଏ। ଲୋକମାନେ ପରସ୍ପରର ଶତ୍ରୁ ହୋଇ କଳହ କରିଥାନ୍ତି; ସେମାନେ ଈର୍ଷାପରାୟଣ, କ୍ରୋଧୀ ଓ ଦୁରାକାଂକ୍ଷୀ ହୋଇଥାନ୍ତି ଓ ସେମାନେ ବିଭିନ୍ନ ଦଳ ଓ ଉପଦଳରେ ବିଭକ୍ତ ହୋଇଥାଆନ୍ତି।


ତୁମ୍ଭେମାନେ ମନେ କରୁଛ, ଏମାନେ ମାତାଲ। ନା, ଏମାନେ ମାତାଲ ନୁହଁନ୍ତି, କାରଣ ବର୍ତ୍ତମାନ ସମୟ ସକାଳ ନ’ଟା।


“ଜଣେ ଧନୀ ଲୋକ ଥିଲା। ସେ ବହୁତ ମୂଲ୍ୟବାନ୍ ପୋଷାକ ପିନ୍ଧି ବିଳାସ ବ୍ୟସନରେ ସମୟ କାଟୁଥିଲା।


ସେ ଦୁହେଁ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ, କାରଣ ସେମାନେ ତାହାଙ୍କର ସମସ୍ତ ଆଜ୍ଞା ଓ ବ୍ୟବସ୍ଥା ପାଳନ କରୁଥିଲେ।


ଏବେ ମଧ୍ୟ ତୁମ୍ଭେମାନେ ଜାଗତିକ ଲୋକମାନଙ୍କ ପରି ଜୀବନ ଯାପନ କରୁଛ। ତୁମ୍ଭମାନଙ୍କ ମଧ୍ୟରେ ଈର୍ଷା ଏବଂ ପରସ୍ପର ମଧ୍ୟରେ କଳହ ଲାଗି ରହିଛି; ଏଥିରୁ କ’ଣ ତୁମ୍ଭେମାନେ ଶାରୀରିକ ଓ ଜାଗତିକ ବୋଲି ପ୍ରମାଣିତ ହେଉ ନାହଁ?


Swiv nou:

Piblisite


Piblisite