Biblia Todo Logo
Bib sou entènèt

- Piblisite -




ରୋମୀୟ 13:12 - ପବିତ୍ର ବାଇବଲ (CL) NT (BSI)

12 ରାତ୍ରି ଶେଷ ହେଲାଣି, ଦିବସ ଆଗତପ୍ରାୟ। ଆସ, ଅନ୍ଧକାରର କାର୍ଯ୍ୟସବୁ ପରିତ୍ୟାଗ କରିବା ଓ ଆଲୋକରେ ଯୁଦ୍ଧ କରିବା ପାଇଁ ଉପଯୁକ୍ତ ସାଜ ପରିଧାନ କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ।

Gade chapit la Kopi

ଓଡିଆ ବାଇବେଲ

12 ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ।

Gade chapit la Kopi

ପବିତ୍ର ବାଇବଲ

12 ‘ରାତି’ ପ୍ରାୟ କଟି ଗଲାଣି। ‘ଦିନ’ ପ୍ରାୟ ଏହିଠାରେ। ଅତଏବ ଅନ୍ଧକାରରେ କରୁଥିବା ପାପ କାମ ଆମ୍ଭେ ବନ୍ଦ କରିବା ଉଚିତ୍। ଆମ୍ଭେ ପ୍ରକାଶରେ ହେଉଥିବା ଭଲ କାମ କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍।

Gade chapit la Kopi




ରୋମୀୟ 13:12
30 Referans Kwoze  

ଲୋକମାନେ ଅନ୍ଧକାରରେ ଯେଉଁ ସବୁ ଅସାର କାର୍ଯ୍ୟ କରନ୍ତି, ସେ ସବୁଠାରୁ ଦୂରେଇ ରୁହ। ପୁଣି ସେମାନଙ୍କ କାର୍ଯ୍ୟକଳାପ ପ୍ରକାଶ୍ୟରେ ଦର୍ଶାଇ ଦିଅ।


ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ଧାର୍ମିକତା ଆମର ପ୍ରଧାନ ଅସ୍ତ୍ର।


ଅତଏବ ସବୁ ପ୍ରକାର କୁଅଭ୍ୟାସ ଓ ଅସତ୍ ଆଚରଣ ପରିହାର କର। ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର ଏବଂ ତୁମ ହୃଦୟରେ ସେ ଯେଉଁ ବାକ୍ୟ ରୋପଣ କରିଛନ୍ତି ଏବଂ ଯାହା ତୁମକୁ ରକ୍ଷା କରିବାକୁ ସମର୍ଥ, ତାହା ଗ୍ରହଣ କର।


ତେଣୁ ଯେଉଁ ପୁରାତନ ସ୍ୱଭାବ ନେଇ ତୁମେ ଜୀବନ ଯାପନ କରୁଥିଲ, ତାହା ପରିତ୍ୟାଗ କର, କାରଣ ତାହାର ଛଳ କାମନା ଦ୍ୱାରା ତୁମର ଆତ୍ମା ବିନଷ୍ଟ ହେଉଥିଲା।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାପ ପ୍ରତି ବିମୁଖ ହୁଅ ଓ ନିଜର ଲାଳସାଗୁଡ଼ିକୁ ଚରିତାର୍ଥ କର ନାହିଁ।


ସେ ମୋତେ ପୁଣି କହିଲେ, “ଏହି ପୁସ୍ତକର ଭବିଷ୍ୟତ୍‌ବାଣୀଗୁଡ଼ିକ ଗୁପ୍ତ ରଖ ନାହିଁ, କାରଣ ଏ ସବୁ ବିଷୟ ଘଟିବାର ସମୟ ନିକଟ ହୋଇ ଆସିଲାଣି। ତେଣି ଏ କଥା ଜାଣି ଯେ ଯାହା ଇଚ୍ଛା, ତାହା କରୁ।


ଅତଏବ, ସବୁ ପ୍ରକାର ଅସତ୍ ବିଷୟରୁ ନିବୃତ୍ତ ହୁଅ।


ଯେଉଁ ବ୍ୟକ୍ତି ଏହି ପୁସ୍ତକ ପଢ଼େ ଏବଂ ଯେଉଁମାନେ ଏଥିରେ ପ୍ରକାଶିତ ଭବିଷ୍ୟତ୍ବାଣୀ ଶୁଣି ତାହାର ନିର୍ଦ୍ଦେଶମାନ ପାଳନ କରନ୍ତି, ସେମାନେ ବାସ୍ତବିକ୍ ଭାଗ୍ୟବାନ, କାରଣ ସେହିସବୁ ଘଟିବାର ସମୟ ଆସନ୍ନ!


ଭାଇମାନେ, ମୁଁ ଏହି କଥା କହିବାକୁ ଇଚ୍ଛା କରୁଛି ଯେ, କାଳ ସନ୍ନିକଟ। ଆଜିଠାରୁ ବିବାହିତମାନେ ଅବିବାହିତଙ୍କ ପରି ଜୀବନ ଯାପନ କରନ୍ତୁ।


ସେମାନଙ୍କ ପାଇଁ ଏ ସବୁ ଘଟଣା ଅନ୍ୟମାନଙ୍କର ଦୃଷ୍ଟାନ୍ତ ସ୍ୱରୂପ ଘଟିଥିଲା ଏବଂ ଆମକୁ ସତର୍କ କରାଇବା ନିମନ୍ତେ ସେଗୁଡ଼ିକ ଲିଖିତ। କାରଣ ପ୍ରାୟ ଯୁଗାନ୍ତ ସମୟରେ ଆମେ ବାସ କରୁଅଛୁ।


ବରଂ ଐଶୀଶକ୍ତିସମ୍ପନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଦୃଢ଼ ଦୁର୍ଗସବୁ ଧ୍ୱଂସ କରିଥାଉ, ଭ୍ରାନ୍ତ ଯୁକ୍ତିସମୂହକୁ ଖଣ୍ଡନ କରୁ।


ତୁମ୍ଭେମାନେ ନିଜେ ଦିନେ ଅନ୍ଧକାରରେ ଥିଲ। କିନ୍ତୁ ବର୍ତ୍ତମାନ ପ୍ରଭୁଙ୍କ ଲୋକ ହୋଇଥିବାରୁ ତୁମ୍ଭେମାନେ ଆଲୋକରେ ରହିଛ। ତେଣୁ ତୁମ୍ଭେମାନେ ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର।


ପୁଣି କେହି କେହି ଯେପରି ଉପାସନାରେ ସମବେତ ହେବାକୁ ହେଳା କରନ୍ତି, ଆମେ ସେପରି କରିବା ନାହିଁ। ବରଂ ‘ପ୍ରଭୁଙ୍କର ଦିନ’ ନିକଟ ହୋଇ ଆସୁଛି ଜାଣି ପରସ୍ପରକୁ ଅଧିକ ଉତ୍ସାହିତ କରିବା ଉଚିତ।


ଏହିପରି ସାକ୍ଷୀମାନଙ୍କର ଏକ ବିରାଟ ଜନତା ଆମ ଚତୁର୍ଦ୍ଦିଗରେ ଘେରି ରହିଛନ୍ତି। ଅତଏବ ଆସ, ଯେଉଁସବୁ ବିଷୟ ଆମ୍ଭମାନଙ୍କର ଗତିରୋଧ କରୁଛୁ ଏବଂ ଯେଉଁସବୁ ପାପ ଆମ୍ଭମାନଙ୍କୁ ଟାଣି ଧରୁଛି, ସେ ସମସ୍ତ ପରିତ୍ୟାଗ କରି ଦୃଢ଼ସଂକଳ୍ପ ହୋଇ ଆମ ପାଇଁ ନିରୂପିତ ଦୌଡ଼ରେ ଆଗେଇ ଯିବା। ଏତିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ ଯିବା। ଏଥିରେ ଯେ ଆମ୍ଭମାନଙ୍କର ଅଗ୍ରଗାମୀ,


ସେହିପରି, ତୁମ୍ଭେମାନେ ମଧ୍ୟ ଦେର୍ଯ୍ୟଁ ସହକାରେ ଅପେକ୍ଷା କର। ତୁମ୍ଭମାନଙ୍କ ଆଶା ସୁଦୃଢ଼ ରୁହ, କାରଣ ପ୍ରଭୁଙକ ଆଗମନ ଦିନ ନିକଟବର୍ତ୍ତୀ।


ସବୁ ବିଷୟର ଅନ୍ତିମ କାଳ ସନ୍ନିକଟ। ତୁମ୍ଭେମାନେ ପ୍ରାର୍ଥନାରେ ନିବିଷ୍ଟ ରହିବା ପାଇଁ ଆତ୍ମସଂଯମୀ ହୋଇ ସଜାଗ ରୁହ।


ପ୍ରଭୁ ତାଙ୍କ ପ୍ରତିଜ୍ଞା ପୂରଣ କରିବପାକୁ ବିଳମ୍ବ କରନ୍ତି ନାର୍ହିଁ, ଯଦିଓ କେତେକ ଏହାକୁ ବିଳମ୍ବ ବୋଲି ମନେ କରନ୍ତି। ବରଂ ପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅତୀବ ସହନଶୀଳ। ସେ ଚାହାନ୍ତି ନାହିଁ କେହି ଜଣେ ହେଲେ ବିନଷ୍ଟ ହେଉ। ସମସ୍ତେ ନିଜ ନିଜ ପାପରୁ ଫେରନ୍ତି, ଏହି ତାଙ୍କର ଇଚ୍ଛା।


ଯଦି ଏହିପରି ସବୁ ବିଷୟ ବିଲୁପ୍ତ ହେବ, ତେବେ ଭାବି ଦେଖ, ତୁମ୍ଭମାନଙ୍କର କି ପ୍ରକାର ଜୀବନ ହେବା ଉଚିତ। ତାହା ପବିତ୍ର ଓ ଈଶ୍ୱରଙ୍କଠାରେ ଉତ୍ସର୍ଗିତ ହେବା ଏକାନ୍ତ ଆବଶ୍ୟକ।


ପିଲାମାନେ! ଅନ୍ତିମ କାଳ ନିକଟବର୍ତ୍ତୀ। ଖ୍ରୀଷ୍ଟଙ୍କ ଶତ୍ରୁ ଆସିବବାର ସମୟ ହେଲାଣି ବୋଲି ଶୁଣିଛୁ: ଖ୍ରୀଷ୍ଟଙ୍କର ଅନେକ ଶତ୍ରୁ ଏବେ ଦେଖାଦେଲେଣି; ସତରାଂ ଅନ୍ତିମ କାଳ ନିକଟ ହେଲାଣି ବୋଲି ଆମେ କାଳ ନିକଟ ଲୋଣଇ ବୋଲି ଆମେ ଜାଣୁ।


Swiv nou:

Piblisite


Piblisite