Biblia Todo Logo
Bib sou entènèt

- Piblisite -




ରୋମୀୟ 12:5 - ପବିତ୍ର ବାଇବଲ (CL) NT (BSI)

5 ସେହିପରି ଆମେ ଅନେକ, କିନ୍ତୁ ସମସ୍ତେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ, ଆମେ ଏକ ଶରୀର ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପରି ଆମେ ଏକାରେକ ସହିତ ସଂଲଗ୍ନ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେହିପରି ଅନେକ ଯେ ଆମ୍ଭେମାନେ, ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ।

Gade chapit la Kopi

ଓଡିଆ ବାଇବେଲ

5 ସେହିପରି ଅନେକ ଯେ ଆମ୍ଭେମାନେ, ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେହିପରି ଅନେକ ଯେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ।

Gade chapit la Kopi

ପବିତ୍ର ବାଇବଲ

5 ସେହିଭଳି ଆମ୍ଭେ ସଂଖ୍ୟାରେ ଅନେକ ଲୋକ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭେ ଏକ ଶରୀରର ବିଭିନ୍ନ ଅଙ୍ଗ ଭଳି ଆମ୍ଭେ ପ୍ରତ୍ୟେକ ଅନ୍ୟର ପରିପୂରକ।

Gade chapit la Kopi




ରୋମୀୟ 12:5
15 Referans Kwoze  

ତେଣୁ ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ମଧ୍ୟ ଶରୀର ଏକ।


ଆମେ ଅନେକ ହେଲେ ମଧ୍ୟ ରୋଟୀ ଏକ ହେବାରୁ ଆମେ ଏକ ଶରୀର ହେଉ, କାରଣ ଆମେ ସମସ୍ତେ ସେହି ଏକ ରୋଟୀରେ ଅଂଶ ଗ୍ରହଣ କରିଥାଉ।


ଆଉ ମିଥ୍ୟା କୁହ ନାହିଁ। ଖ୍ରୀଷ୍ଟ ବିଶ୍ୱାସୀମାନେ ପରସ୍ପରକୁ ସତ୍ୟ କହିବା ଉଚିତ୍; କାରଣ ଆମେ ଖ୍ରୀଷ୍ଟଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।


ଶରୀରର ମସ୍ତକ ସ୍ୱରୂପ ଖ୍ରୀଷ୍ଟଙ୍କଠାରୁ ସେମାନେ ବିଚ୍ଛିନ୍ନ ହୋଇଛନ୍ତି। ତାଙ୍କ ନିୟନ୍ତ୍ରଣରେ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ ସନ୍ଧି ଓ ଶିରା ପ୍ରଶିରା ଦ୍ୱାରା ପରସ୍ପର ସହିତ ସଂଲଗ୍ନ ହୋଇ ପରିପୁଷ୍ଟ ହୁଏ ଏବଂ ଶରୀର ଈଶ୍ୱରଙ୍କ ଅଭିମତ ଅନୁଯାୟୀ ବୃଦ୍ଧି ପାଏ।


କାରଣ ଆମ୍ଭେମାନେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ।)


ବର୍ତ୍ତମାନ ତୁମ୍ଭମାନଙ୍କ ନିମନ୍ତେ ମୋର ଦୁଃଖଭୋଗ ପାଇଁ ମୁଁ ଆନନ୍ଦିତ। କାରଣ ମୋର ଶାରୀରିକ ଦୁଃଖଭୋଗ ଦ୍ୱାରା ମୁଁ ଖ୍ରୀଷ୍ଟଙ୍କର ଶରୀରରୂପ ମଣ୍ଡଳୀ ପକ୍ଷରୁ ଖ୍ରୀଷ୍ଟଙ୍କ ଦୁଃଖଭୋଗର ଅବଶିଷ୍ଟାଂଶକୁ ପୂରଣ କରିବା ପାଇଁ ସାହାଯ୍ୟ କରୁଛି।


ମଣ୍ଡଳୀ ଖ୍ରୀଷ୍ଟଙ୍କ ଶରୀର; ମଣ୍ଡଳୀ ଦ୍ୱାରା ଖ୍ରୀଷ୍ଟଙ୍କ କାର୍ଯ୍ୟର ପୂର୍ଣ୍ଣତା ସାଧିତ ହୁଏ; ପୁଣି ଖ୍ରୀଷ୍ଟ ସମସ୍ତ ବିଷୟ ସମ୍ପୂର୍ଣ୍ଣର୍ କରନ୍ତି।


ତୁମେ ମୋ’ ପରି ଆଚରଣ କର। ମୁଁ ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛ। ନିଜର ଚିନ୍ତା ନ କରି, ଅନ୍ୟମାନଙ୍କର ପରିତ୍ରାଣ ଲାଭ ଉଦ୍ଦେଶ୍ୟରେ ସମସ୍ତଙ୍କର ମଙ୍ଗଳ କରୁଛି।


ଆମ ଶରୀରରେ ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି ଏବଂ ପ୍ରତ୍ୟେକର କାର୍ଯ୍ୟ ସ୍ୱତନ୍ତ୍ର।


ମଣ୍ଡଳୀ ଉପରେ ଖ୍ରୀଷ୍ଟଙ୍କର ଅଧିକାର ପରି ସ୍ତ୍ରୀ ଉପରେ ସ୍ୱାମୀର ଅଧିକାର ଅଛି; ପୁଣି ଖ୍ରୀଷ୍ଟ ହିଁ ତାଙ୍କ ଶରୀରରୂପ ମଣ୍ଡଳୀର ତ୍ରାଣକର୍ତ୍ତା।


ବର୍ତ୍ତମାନ ମୁଁ ତୁମ ପାଖକୁ ଆସୁଛି; ମୁଁ ଆଉ ଏ ଜଗତରେ ରହୁ ନାହିଁ। କିନ୍ତୁ ଏମାନେ ରହୁଛନ୍ତି। ପବିତ୍ର ପିତା! ଯେଉଁମାନଙ୍କୁ ତୁମେ ମୋ’ ହାତରେ ସମର୍ପଣ କରିଛ, ତୁମ ନାମର ଶକ୍ତି ଦ୍ୱାରା ସେମାନଢ଼ଙ୍କୁ ରକ୍ଷା କର। ତୁମେ ଓ ମୁଁ ଯେପରି ଏକ, ସେମାନଙ୍କୁ ମଧ୍ୟ ସେହିପରି ଏକ ହେବାକୁ ସାହାଯ୍ୟ କର।


ତୁମ୍ଭମାନଙ୍କର ଶରୀର ଖ୍ରୀଷ୍ଟଙ୍କ ଶରୀରର ଅଂଶ ସ୍ୱରୂପ ବୋଲି କ’ଣ ଜାଣ ନାହିଁ? ତେବେ କ’ଣ ମୁଁ ଖ୍ରୀଷ୍ଟଙ୍କ ଶରୀରର ଏକ ଅଂଶକୁ ଗଣିକାର ଅଙ୍ଗରେ ପରିଣତ କରିବି? କେବେ ନୁହେଁ।


ଖ୍ରୀଷ୍ଟଙ୍କ ସେହି ଶରୀର ଗଠନ କରିବା ଉଦ୍ଦେଶ୍ୟରେ ଖ୍ରୀଷ୍ଟୀୟ ସେବା କାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ ସେ ଏହା କରିଛନ୍ତି।


Swiv nou:

Piblisite


Piblisite