Biblia Todo Logo
Bib sou entènèt

- Piblisite -




ରୋମୀୟ 12:3 - ପବିତ୍ର ବାଇବଲ (CL) NT (BSI)

3 ଈଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରିଥିବାରୁ ତୁମ ପ୍ରତ୍ୟେକଙ୍କୁ ମୁଁ କହୁଛି, କେହି ନିଜର ଯୋଗ୍ୟତାଠାରୁ ନିଜକୁ ଅଧିକ ମଣ ନାହିଁ। ଈଶ୍ୱର ତୁମକୁ ଦେଇଥିବା ବିଶ୍ୱାସର ପରିମାଣ ଅନୁପାତରେ ନମ୍ର ହୋଇ ନିଜ ବିଷୟରେ ବିଚାର କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ଵାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ଵର ଯାହାକୁ ଯେ ପରିମାଣରେ ବିଶ୍ଵାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର।

Gade chapit la Kopi

ଓଡିଆ ବାଇବେଲ

3 କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ୍, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ୱର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ବର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର।

Gade chapit la Kopi

ପବିତ୍ର ବାଇବଲ

3 ପରମେଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରୁଥିବାରୁ ମୋର ତୁମ୍ଭ ସମସ୍ତଙ୍କୁ କହିବା କଥା ଯେ, ନିଜକୁ ଅନ୍ୟଠାରୁ ଭଲ ଭାବ ନାହିଁ। ପରମେଶ୍ୱର ଯେଉଁ ପ୍ରକାରର ବିଶ୍ୱାସ ତୁମ୍ଭକୁ ଦେଇଛନ୍ତି, ସେହି ଅନୁସାରେ ତୁମ୍ଭ ନିଜକୁ ନମ୍ର ମନେ କର।

Gade chapit la Kopi




ରୋମୀୟ 12:3
47 Referans Kwoze  

ନଗଣ୍ୟ ହୋଇ ଯେ ନିଜକୁ ବିଶିଷ୍ଟ ବୋଲି ଭାବେ, ସେ ନିଜକୁ କେବଳ ପ୍ରତାରଣା କରେ।


ହେଯୁବକମାନେ, ତୁମ୍ଭେମାନେ ବୟୋଜ୍ୟେଷ୍ଠମାନଙ୍କ ବଶୀଭୂତ ହୁଅ। ତୁମ୍ଭେମାନେ ସମସ୍ତେ ପରସ୍ପରର ସେବା କରିବା ନିମନ୍ତେ ନମ୍ରତାରୂପ ବସ୍ତ୍ର ପରିଧାନ କର। ଶାସ୍ତ୍ରରେ ଲେଖାଅଛି, “ଈଶ୍ୱର ଅହଙ୍କାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ବିନୟୀମାନଙ୍କୁ ଅନୁଗ୍ରହ କରନ୍ତୁି।”


ସମସ୍ତଙ୍କ ପାଇଁ ସମାନ ଭାବରେ ଦରଦ ପ୍ରକାଶ କର। ଅହଂଭାବ ତ୍ୟାଗ କରି ନମ୍ରଭାବରେ ନଗଣ୍ୟ କାର୍ଯ୍ୟଗୁଡ଼ିକୁ ମଧ୍ୟ ଗ୍ରହଣ କର। ନିଜକୁ ଜ୍ଞାନୀ ମନେକର ନାହିଁ।


ସତର୍କ ହୁଅ, ସଜାଗ ରୁହ। ତୁମ୍ଭମାନଙ୍କର ଶତ୍ରୁ ଶୟତାନ ଗର୍ଜନକାରୀ ସିଂହ ତୁଲ୍ୟ କାହାକୁ ଗ୍ରାସ କରିବା ପାଇଁ ଖୋଜି ବୁଲୁଛି।


ସବୁ ବିଷୟର ଅନ୍ତିମ କାଳ ସନ୍ନିକଟ। ତୁମ୍ଭେମାନେ ପ୍ରାର୍ଥନାରେ ନିବିଷ୍ଟ ରହିବା ପାଇଁ ଆତ୍ମସଂଯମୀ ହୋଇ ସଜାଗ ରୁହ।


କିନ୍ତୁ ଈଶ୍ୱର ଯେଉଁ ଅନୁଗ୍ରହ ପ୍ରଦାନ କରନ୍ତି, ତାହା ଅଧିକ ଶକ୍ତିଶାଳୀ। ଶାସ୍ତ୍ରରେ ଲିଖିତ ଅଛି, “ଈଶ୍ୱର ଅହଂକାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।”


ଯେ ପ୍ରଚାର କରେ, ସେ ଈଶ୍ୱରଙ୍କ ବର୍ତ୍ତା ପ୍ରଚାର କରୁ। ଯେ ସେବା କରେ, ଈଶ୍ୱରତାକୁ ଦେଇଥିବା ଶକ୍ତି ଅନୁସାରେ ସେ ସେବା କରୁ। ତା’ ହେଲେ, ଈଶ୍ୱର ସବୁ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଗୌରବାନ୍ୱିତ ହେବେ। ଯୁଗେ ଯୁଗେ ମହିମା ସ ପରାକ୍ରମ ତାହାଙ୍କର।


ଈଶ୍ୱର ଯାହାକୁ ଯେପରି ଅନୁଗ୍ରହ କରିଛନ୍ତି ଓ ଯାହାକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଛନ୍ତି, ସେ ସେହିପରି ଭାବରେ ଜୀବନ ଯାପନ କରିବା ଉଚିତ୍। ଏହି ନିର୍ଦ୍ଦେଶ ମୁଁ ସବୁ ମଣ୍ଡଳୀକୁ ଦେଇଥାଏ।


ପୁଣି, ତାଙ୍କର ସେହି ଅନୁଗ୍ରହ ଲାଗି ଧର୍ମଭାବଶୂନ୍ୟ ସାଂସାରିକ ଆସକ୍ତିଗୁଡ଼ିକୁ ପରିହାର କରି, ଏହି ଜଗତରେ ଆତ୍ମସଂଯତ,


ବୟୋଜ୍ୟେଷ୍ଠମାନଙ୍କୁ ମିତାଚାରୀ, ବିଚାରବନ୍ତ ଓ ଆତ୍ମସଂଯମୀ ହେବାକୁ ଅନୁରୋଧ କର; ସେମାନେ ଯଥାର୍ଥ ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ପରିପୂର୍ଣ୍ଣ ହୁଅନ୍ତୁ।


ଏହି ଅନନ୍ୟ ସାଧାରଣ ପ୍ରତ୍ୟାଦେଶ ଲାଭ କରି ମୁଁ ଯେପରି ଅହଂକାରୀ ହୋଇ ନ ପଡ଼େ, ଏଥିପାଇଁ ମୋ’ ଶରୀରରେ ଏକ ଯନ୍ତ୍ରଣାଦାୟକ ବ୍ୟାଧି ଦିଅ।।ଯାଇଛି, ଏହା ମୋତେ ଗର୍ବିତ ନ ହେବା ପାଇଁ ଶୟତାନର ଦୂତ ଭଳି କାର୍ଯ୍ୟ କରିଥାଏ।


ତା’ ସତ୍ୟ। ସେମାନେ ବିଶ୍ୱାସ ନ କରିବାରୁ ଛିନ୍ନ ହେଲେ। ତୁମ୍ଭେମାନେ କେବଳ ବିଶ୍ୱାସ ବଳରେ ସେହି ସ୍ଥାନ ଅଧିକାର ଅଧିକାର କରିଛ। କିନ୍ତୁ ଗର୍ବ ନ କରି ଭୟ କର।


ଖ୍ରୀଷ୍ଟଙ୍କ ଲାଗି ଈଶ୍ୱର ମୋତେ ପ୍ରେରିତ ଶିଷ୍ୟରୂପେ ମନୋନୀତ କରି ସବୁ ଜାତିର ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ ସୁଯୋଗ ଦେଇଛନ୍ତି - ଯେପରି ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରି ତାଙ୍କର ଆଜ୍ଞାବହ ହେବେ।


କର୍ମ ସାଧନ କରିବାକୁ ପ୍ରସ୍ତୁତ ହୁଅ। ସଜାଗ ଥାଇ ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ ଯେଉଁ ଆଶୀର୍ବାଦ ତୁମ୍ଭମାନଙ୍କୁ ପ୍ରଦତ୍ତ ହେବ, ତାହା ଉପରେ ନିଶ୍ଚିତ ଭରସା ରଖ।


ଯୁବତୀମାନଙ୍କୁ ପବିତ୍ରତା, ସନ୍ତାନବତ୍ସଳା, ସଂଯମୀ, ସଚ୍ଚରିତ୍ରା, ସୁଗୃହିଣୀ ଓ କରୁଣାମୟୀ ହୋଇ ସାମ୍ବୀଙ୍କର ବଶୀଭୂତା ହେବାକୁ ବୟସ୍କାମାନେ ପ୍ରେରଣା ଦିଅନ୍ତୁ। ତା’ହେଲେ, ଆମକୁ ପ୍ରଦତ୍ତ ହୋଇଥିବା ଐଶ୍ୱରିକ ବାର୍ତ୍ତା ବିରୁଦ୍ଧରେ କେହି କୌଣସି ଆକ୍ଷେପ କରିପାରିବେ ନାହିଁ।


କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।


ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି, ସେ ଈଶ୍ୱରଙ୍କ ବାକ୍ୟ କୁହନ୍ତି, କାରଣ ସେ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ।


ତାହାଙ୍କ ନିୟନ୍ତ୍ରଣରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏକତ୍ର ସଂଯୋଜିତ ହୁଅନ୍ତି ଏବଂ ସେଥିରେ ଥିବା ଗ୍ରନ୍ଥିମାନଙ୍କ ସାହାଯ୍ୟରେ ସମୁଦାୟ ଶରୀର ସଙ୍ଗଠିତ ହୁଏ। ତେଣୁ ପ୍ରତ୍ୟେକ ଅବୟବ ନିଜର କାର୍ଯ୍ୟ ଯଥାଯଥ ଭାବରେ ନିର୍ବାହ କରିବା ଦ୍ୱାରା ସମଗ୍ର ଶରୀର ବୃଦ୍ଧି ପାଇ ସୁଗଠିତ ହୁଏ।


“ଫାରୁଶୀ ପୃଥକ ଭାବରେ ଏକାକୀ ଛିଡ଼ା ହୋଇ ପ୍ରାର୍ଥନା କଲା, ‘ପ୍ରଭୁ! ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ଅନ୍ୟମାନଙ୍କ ପରି ଲୋଭୀ, ଦୁର୍ନୀତିଗ୍ରସ୍ତ ବା ବ୍ୟଭିଚାରୀ ନୁହେଁ। ମୁଁ ତୁମକୁ ଧନ୍ୟବାଦ ଦେଉଅଛି ଯେ ମୁଁ ସେଠାରେ ଥିବା ସେହି କରଆଦାୟକାରୀ ପରି ନୁହେଁ।


ଯୁବକମାନଙ୍କୁ ଆତ୍ମସଂଯତ ହେବାକୁ ଶିକ୍ଷା ଦିଅ।


କିନ୍ତୁ ବିଶ୍ୱାସ, ବାତ୍ସଲ୍ୟ, ପବିତ୍ରତା ଓ ବିନୟରେ ଅବିଚଳିତ ରହି ନାରୀ ଜନନୀ ହେବାର ସୌଭାଗ୍ୟ ପାଇବା ଦ୍ୱାରା ପରିତ୍ରାଣ ଲାଭ କରିପାରିବା।


ନାରୀମାନଙ୍କୁ ମୋର ଅନୁରୋଧ, ସେମାନେ ବିନୀତ ଓ ସଂଯତ ହୁଅନ୍ତୁ। ମୂଲ୍ୟବାନ ପରିଚ୍ଛଦ, କୃତ୍ରିମ କେଶ ବିନ୍ୟାସ ଓ ସ୍ୱର୍ଣ୍ଣରତ୍ନାଳଙ୍କାରରେ ନିଜକୁ ମଣ୍ଡିତ ନ କରି,


ଆମ ପ୍ରଭୁଙ୍କ ପ୍ରଚୁର ଅନୁଗ୍ରହରୁ ମୁଁ ତାଙ୍କଠାରେ ବିଶ୍ୱାସ ଓ ଭକ୍ତିରେ ଆବଦ୍ଧ ହୋଇଛି।


ତାହା ପଢ଼ିଲେ, ଖୀଷ୍ଟଙ୍କ ନିଗୂଢ଼ ତତ୍ତ୍ୱ ସମ୍ବନ୍ଧରେ ମୁଁ ଯାହା ବୁଝିଛି, ତାହା ତୁମ୍ଭେମାନେ ଜାଣି ପାରିବ।)


କେବଳ ଗୋଟିଏ ବିଷୟରେ ଅନ୍ୟାନ୍ୟ ମଣ୍ଡଳୀଠାରୁ ତୁମ୍ଭମାନଙ୍କ ସହିତ ମୋର ବ୍ୟବହାର ଭିନ୍ନ ହୋଇଛି। ଯଦି ଏହା ତୁମ୍ଭମାନଙ୍କ ପ୍ରତି ମୋର ପାତର ଅନ୍ତର ବ୍ୟବହାର, ତେବେ ଏଥିପାଇଁ ମୋତେ ଦୟା କରି କ୍ଷମା କର।


ଈଶ୍ୱରଦତ୍ତ ଅନୁଗ୍ରହ ଅନୁଯାୟୀ ଜଣେ ଦକ୍ଷ ନିର୍ମାଣକାରୀ ଭାବରେ ମୁଁ ମୂଳଦୁଆ ପକାଇଛି। ଅନ୍ୟ ଜଣେ ଏହି ମୂଳଦୁଆ ଉପରେ ନିର୍ମାଣ କରୁଛି। କିନ୍ତୁ ନିର୍ମାଣ କଲାବେଳେ ଆମେ ପ୍ରତ୍ୟେକେ ସତର୍କ ହେବା ଆବଶ୍ୟକ,


ଭାଇମାନେ, ଏ ସମ୍ପର୍କରେ ଗୋଟିଏ ଗୁପ୍ତ ସତ୍ୟ ପ୍ରକାଶ କରୁଛି। ତା’ ଶୁରିଲେ, ତୁମ୍ଭେମାନେ ନିଜକୁ ଆଉ ଜ୍ଞାନୀ ବୋଲି ଭାବି ପାରିବ ନାହିଁ। ଇଶ୍ରାଏଲୀୟମାନଙ୍କ ଅବାଧ୍ୟତା ଚିରସ୍ଥାୟୀ ହୋଇ ରହିବ ନାହିଁ। ଅଣଇହୁଦୀମାନେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି ରହିବେ।


ମୁଁ ତୁମ ମଣ୍ଡଳୀକି ଗୋଟିଏ ଛୋଟ ପତ୍ର ଲେଖିଥିଲି, କିନ୍ତୁ ମଣ୍ଡଳୀର ନେତା ହେବାକୁ ଇଚ୍ଛା କରୁଥିବା ଡାୟୋଟ୍ରେଫିସ୍ ମୋର କଥାକୁ ଭ୍ରୂକ୍ଷେପ କରି ନାହାଁନ୍ତି।


ତୁମ୍ଭମାନଙ୍କର ପାପ ହେତୁ ଏବଂ ତୁମ୍ଭେମାନେ ବ୍ୟବସ୍ଥାବିହୀନ ଅଣଇହୁଦୀ ଥିବାରୁ ଏକଦା ତୁମ୍ଭେମାନେ ଆଧ୍ୟାତ୍ମିକଭାବେ ମୃତ ଥିଲ; କିନ୍ତୁ ଈଶ୍ୱର ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କୁ ସଞ୍ଜୀବିତ କରାଇଛନ୍ତି। ଈଶ୍ୱର ଆମ୍ଭମାନଙ୍କର ସମସ୍ତ ପାପ କ୍ଷମା କରିଛନ୍ତି।


ଏହାକୁ ସଫଳ କରିବା ନିମନ୍ତେ ମୋ’ଠାରେ ସକ୍ରିୟ ରହିଥିବା ଖ୍ରୀଷ୍ଟପ୍ରଦତ୍ତ ମହାନ୍ ଶକ୍ତିକୁ ବ୍ୟବହାର କରି ମୁଁ ଆପ୍ରାଣ ଉଦ୍ୟମ ଓ ପରିଶ୍ରମ କରୁଅଛି।


ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ଈଶ୍ୱର ତାଙ୍କର ଅନୁଗ୍ରହରେ ମୋତେ ଯେ ଏହି କାର୍ଯ୍ୟ କରିବାକୁ ଦେଇଛନ୍ତି, ଏହା ନିଶ୍ଚୟ ଶୁଣିଛ।


କିନ୍ତୁ ଆମର ଦର୍ପ ସୀମିତ। ଈଶ୍ୱର ଆମ ପାଇଁ ଯେଉଁ କର୍ମକ୍ଷେତ୍ର ନିର୍ଦ୍ଧିଷ୍ଟ କରିଛନ୍ତି, ତା’ର ମଧ୍ୟରେ ଆମେ ଦର୍ପ କରିଥାଉ। ସେହି କାର୍ଯ୍ୟକ୍ଷତ୍ରରେ ପରିସର ଭିତରେ ତୁମ୍ଭେମାନେ ଅନ୍ତର୍ଭୂକ୍ତ।


କାରଣ ତୁମ୍ଭମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଇଚ୍ଛୁକ ଓ ସମର୍ଥ କରିବାକୁ ସ୍ୱୟଂ ଈଶ୍ୱର ତୁମ ମଧ୍ୟରେ ସଦା କାର୍ଯ୍ୟରତ।


Swiv nou:

Piblisite


Piblisite