Biblia Todo Logo
Bib sou entènèt

- Piblisite -




ରୋମୀୟ 12:2 - ପବିତ୍ର ବାଇବଲ (CL) NT (BSI)

2 ଏ ଜଗତର ମାପ କାଠି ଅନୁଯାୟୀ ଆଚରଣ କର ନାହିଁ। ଈଶ୍ୱର ତୁମ୍ଭମାନଙ୍କର ମନୋଭାବକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରନ୍ତୁ ଏବଂ ତୁମ ଅନ୍ତର ସମ୍ପୂର୍ଣ୍ଣ ରୂପାନ୍ତରିତ ହେଉ। ତା’ହେଲେ, ଈଶ୍ୱରଙ୍କ ଇଚ୍ଛା କଅଣ, ତାଙ୍କ ଦୃଷ୍ଟିରେ କେଉଁ ସବୁ ବିଷୟ ସତ୍, ସନ୍ତୋଷଜନକ ଓ ସିଦ୍ଧ, ଏହା ତୁମ୍ଭେମାନେ ଜାଣିପାରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ଵରଙ୍କ ଇଚ୍ଛା କଅଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ଵାରା ପରିବର୍ତ୍ତିତ ହୁଅ।

Gade chapit la Kopi

ଓଡିଆ ବାଇବେଲ

2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କ'ଣ, ଅର୍ଥାତ୍‍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ, ଏହା ପରୀକ୍ଷା କରି ଜାଣି ପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛା କଅଣ, ଅର୍ଥାତ୍‍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ।

Gade chapit la Kopi

ପବିତ୍ର ବାଇବଲ

2 ଏହା ପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତେବେ ପରମେଶ୍ୱର ତୁମ୍ଭମାନଙ୍କ ପାଇଁ କ’ଣ ଇଚ୍ଛା କରନ୍ତି, ତୁମ୍ଭେମାନେ ଜାଣି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡ଼ିକ ଭଲ, ପରମେଶ୍ୱରଙ୍କୁ ପ୍ରିୟ ଓ ସିଦ୍ଧ।

Gade chapit la Kopi




ରୋମୀୟ 12:2
61 Referans Kwoze  

ଈଶ୍ୱରଙ୍କ ଆଜ୍ଞାବହ ହୁଅ। ଅଜ୍ଞତାବଶତଃ ପୂର୍ବେ ଯେଉଁ କୁଅଭିଳାଷଗୁଡ଼ିକର ବଶବର୍ତ୍ତୀ ହୋଇଥିଲ, ସେସବୁ ଦ୍ୱାରା ତୁମ ଜୀବନ ଆଉ ନିୟତ୍ରିତ ନ ହେଉ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଲେ, ମନୁଷ୍ୟର ନୂତନ ସୃଷ୍ଟି ହୁଏ। ପୁରାତନ ବିଷୟସବୁ ଲୋକ ପାଏ, ନୂତନର ଆବିର୍ଭାବ ହୁଏ।


ଏବଂ ନୂତନ ସ୍ୱଭାବ ଧାରଣ କରିଛ। ମନୁଷ୍ୟର ଏହି ନବୀକରଣ, ସ୍ରଷ୍ଟା ଈଶ୍ୱର ନିଜ ପ୍ରତିମୂର୍ତ୍ତିରେ ଅବିରତ ସାଧନ କରୁଛନ୍ତି। ଏଥିଦ୍ୱାରା ତୁମ୍ଭେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନପ୍ରାପ୍ତ ହେଉଛ।


ନିର୍ବୋଧମାନଙ୍କ ପରି ହୁଅ ନାହିଁ, କିନ୍ତୁ ପ୍ରଭୁଙ୍କ ଅଭିମତ ବୁଝିବାକୁ ଚେଷ୍ଟା କର।


ତୁମ୍ଭେମାନେ ବର୍ତ୍ତମାନଠାରୁ ଜୀବନର ଅବଶିଷ୍ଟ କାଳ ଭିତରେ ଶାରୀରିକ ଅଭିଲାଷର ବଶବର୍ତ୍ତୀ ନ ହୋଇ ଈଶ୍ୱରଙ୍କ ଇଚ୍ଛାଧୀନ ହୁଅ।


ତେଣୁ ଭାଇମାନେ, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ମହାଅନୁଗ୍ରହ ଯୋଗୁଁ ତୁମ୍ଭମାନଙ୍କୁ ମୁଁ ନିବେଦନ କରୁଛି, ଈଶ୍ୱରଙ୍କଠାରେ ଆପଣାକୁ ପବିତ୍ର ଜୀବନ୍ତ ବଳି ରୂପେ ଉତ୍ସର୍ଗ କର। ତାଙ୍କ ସେବାରେ ନିଜକୁ ନିୟୋଜିତ କରି ତାଙ୍କର ପ୍ରୀତିଭାଜନ ହୁଅ। ଏହା ଈଶ୍ୱରଙ୍କ ପ୍ରକୃତ ଉପାସନା।


ତୁମେ ଯଦି ଜାଗତିକମନା ହୋଇଥା’ନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ନିଜର ଭାବି ପେୟମ କରିଥା’ନ୍ତା; କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରି ଜଗତଠାରୁ ଅଲଗା କରିଦେଇଛି। ସେଥିପାଇଁ ଜଗତ ତୁମକୁ ଘୃଣା କରେ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାପ ପ୍ରତି ବିମୁଖ ହୁଅ ଓ ନିଜର ଲାଳସାଗୁଡ଼ିକୁ ଚରିତାର୍ଥ କର ନାହିଁ।


ହେ ବିଶ୍ୱାସଘାତକ ଲୋକେ, ତୁମେ କଅଣ ଜାଣି ନାହିଁ, ସଂସାରପ୍ରୀତି ଈଶ୍ୱରଙ୍କ ପ୍ରତିଶତ୍ରୁତାଜରଣ? ଯେ ଇହ ଜଗତ ସହିତ ବନ୍ଧୁତା କରେ, ସେ ଈଶ୍ୱରଙ୍କ ଶତ୍ରୁ।


ସେମାନେ ବିଶ୍ୱାସ କରିନ୍ତି ନାହିଁ, କାରଣ ସେମାନଙ୍କ ମନକୁ ଏହି ଜଗତର ଦେବତା ଅନ୍ଧ କରି ଦେଇଛି। ଫଳରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର୍ ଖ୍ରୀଷ୍ଟଙ୍କ ମହିମାନ୍ୱିତ ସୁସମାଚାରର ଦୀପ୍ତି ସେମାନଙ୍କ ନିକଟରେ ପ୍ରତିଭାତ ହୁଏ ନାହିଁ।


ମୁଁ ସେମାନଙ୍କୁ ତୁମର ବାର୍ତ୍ତା ଶୁଣାଇଛି। ସେଥିଲାଗି ସେମାନଙ୍କୁ ଜଗତ ଘୃଣା କରିଛି, କାରଣ ମୁଁ ଯେପରି ଏହି ଜଗତର ନୁହେଁ, ସେମାନେ ମଧ୍ୟ ନୁହନ୍ତି।


ଏହିପରି ସେ ଆମକୁ ତାଙ୍କ ପ୍ରତିଜ୍ଞାନୁସାରେ ଅତି ଶ୍ରେଷ୍ଠ ଓ ମୂଲ୍ୟବାନ ଦାନ ଦେଇଛନ୍ତି। ଏହିସବୁ ଦାନ ସାହାଯ୍ୟରେ ତୁମ୍ଭେମାନେ ଏହି ଜଗତର ଧ୍ୱଂସକାରୀ କାମନାରୁ ଉଦ୍ଧାର ପାଇ ଐଶ୍ୱରିକ ସ୍ୱଭାବର ଅଂଶୀ ହୋଇ ପାରିବ।


ଯେଉଁ ଧର୍ମକର୍ମ ପିତା ଈଶ୍ୱରଙ୍କ ଦୃଷ୍ଟିରେ ବିଶୁଦ୍ଧଓ ଯଥାର୍ଥ, ତାହା ହେଉଛି- ଦୁର୍ଦ୍ଧଶାଗ୍ରସ ଅନାଥ ଓ ବଧମାନଙ୍କର ଯତ୍ନ ନେବା ଏବଂ ଜଗତରେ କଳୁଷରୁ ନିଜକୁ ମୁକ୍ତ ରଖିବା।


ଅତଏବ, ଏହି ଜଗତର ଲୋକେ ତୁମ୍ଭମାନଙ୍କୁ ଯେ ଘୃଣା କରନ୍ତି, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ।


ଈଶ୍ୱର ଚାହାଁନ୍ତି, ତୁମ୍ଭେମାନେ ିଜକୁ ଯୌନ ପାପରୁ ମୁକ୍ତ ରଖି ପବିତ୍ର ରୁହ।


ଆମେ ଜାଣୁ, ସମଗ୍ର ଜଗତରେ ଶୟତାନ ତା’ର ଅଧିପତ୍ୟ ବିସ୍ତାର କରିଥିଲେ ସୁଦ୍ଧା, ଆମେ ଈଶ୍ୱରଙ୍କର।


ମୁଁ ନିବେଦନ କରେ, ଯେପରି ତାଙ୍କର ଆଲୋକ ଦେଖିବା ନିମନ୍ତେ ତୁମ୍ଭମାନଙ୍କର ଅନ୍ତର୍ଦୃଷ୍ଟି ପ୍ରସନ୍ନ ହେବ। ଫଳରେ ଯେଉଁ ଭରସା ନିମନ୍ତେ ତୁମ୍ଭେମାନେ ତାଙ୍କ ଦ୍ୱାରା ଆହୂତ,


ଆମ୍ଭମାନଙ୍କର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଜ୍ଞାନ ଲାଭ କରି ଯେଉଁମାନେ ସଂସାରର ବିନାଶକାରୀ ଶକ୍ତିଗୁଡ଼ିକ କବଳରୁ ରକ୍ଷା ପାଇବା ପରେ ପୁନର୍ବାର ସେ ସବୁର ବଶୀଭୂତ ହୁଅନ୍ତି, ସେମାନଙ୍କର ଶେଷ ଦଶା ପ୍ରଥମ ଦଶା ଅନେକ୍ଷା ଅଧିକମ ଶୋଚନୀୟ ହେବ।


ସେ ସମୟରେ ତୁମ୍ଭେମାନେ ଜାଗତିକ ଅସତ୍ ମାର୍ଗ ଅନୁସରଣ କରି, ମହାକାଶସ୍ଥ ଅଶରୀରୀ ଅଧିପତିର ବଶବର୍ତ୍ତୀ ଥିଲ। ସେହି ଅଧିପତି ଏବେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନକାରୀ। ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରୁଛି।


ବର୍ତ୍ତମାନର ଏହି ଭ୍ରଷ୍ଟ ଜଗତରୁ ଆମକୁ ଉଦ୍ଧାର କରିବା ପାଇଁ, ଆମ ପିତା ଈଶ୍ୱରଙ୍କର ଇଚ୍ଛା ପାଳନ କରି, ଖ୍ରୀଷ୍ଟ ଆମ ପାପ ନିମନ୍ତେ ନିଜକୁ ସମର୍ପଣ କଲେ।


କାରଣ ଏହି ଜଗତ ଦୃଷ୍ଟିରେ ଯାହା ଜ୍ଞାନ, ତାହା ଈଶ୍ୱରଙ୍କ ଦୃଷ୍ଟିରେ ଅଜ୍ଞତା। ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି:- “ଈଶ୍ୱର ଜ୍ଞାନୀ ଲୋକମାନଙ୍କୁ ସେମାନଙ୍କ ଧୂର୍ତ୍ତପଣରେ ଧରନ୍ତି।”


ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରିବା ପାଇଁ ମୋର ଆଗ୍ରହ,


କାରଣ ଜଗତ ତୁମକୁ ଘୃଣା କରେ ନାହିଁ। କିନ୍ତୁ ଜଗତ ମୋତେ ଘୃଣା କରେ, କାରଣ ତା’ର କାର୍ଯ୍ୟକଳାପ ମନ୍ଦ ବୋଲି ମୁଁ କହି ଆସୁଛି।


ପୃଥିବୀର ସୃଷ୍ଟି ପୂର୍ବରୁ ଯେଉଁମାନଙ୍କ ନାମ ବଧ ହୋଇଥିବା ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିଲା, ସେମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତେ ସେହି ପଶୁର ପୂଜା କରିବେ।


ଶାସ୍ତ୍ରରେ ଲେଖାଅଛି: “ଈଶ୍ୱର ଯେ କିପରି କୃପାବାନ, ତାହା ତୁମେ ନିଜ ଅନୁଭୂତିରୁ ଜାଣିଛ।”


ବ୍ୟବସ୍ଥା ପବିତ୍ର; ତାହାର ଆଜ୍ଞା ସବୁ ପବିତ୍ର, ଯଥାର୍ଥ ଓ ମଙ୍ଗଳଜନକ।


ତୁମ ଦଳର ଆଉ ଜଣେ ସଭ୍ୟ ଓ ଖ୍ରୀଷ୍ଟ ଯୀଶୁଙ୍କର ସେବକ ଏପାଫ୍ରା ନମସ୍କାର ଜଣାଉଛନ୍ତି। ଈଶ୍ୱରଙ୍କ ଇଚ୍ଛାର ସମ୍ପୂର୍ଣ୍ଣ ବାଧ୍ୟ ହୋଇ ତୁମ୍ଭେମାନେ ଯେପରି ପରିପକ୍ୱ ଓ ଦୃଢ଼ ଖ୍ରୀଷ୍ଟବିଶ୍ୱାସୀ ସ୍ୱରୂପେ ଅବିଚଳିତଭାବେ ଛିଡ଼ା ହୋଇପାରେ, ସେଥିପାଇଁ ସେ ଅବିରତ ଈଶ୍ୱରଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁଛନ୍ତି।


ତୁମ୍ଭେମାନେ ଜାଣ ତୁମ ପୂର୍ବପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଜୀବନରୁ ତୁମ୍ଭମାନଙ୍କୁ ମୁକ୍ତ କରିବା ନିମନ୍ତେ କେତେ ମୂଲ୍ୟ ଦେବାକୁ ପଡ଼ିଥିଲା। ତାହା କ୍ଷୟଶୀଳ ରୂପା କି ସୁନା ନୁହେଁ,


ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ ସମୟ କଥାବାର୍ତ୍ତା କରିପାରିବି ନାହିଁ, କାରଣ ଏହି ଜଗତର ଅଧିପତି ଆସୁଛି। ଅବଶ୍ୟ ମୋ’ ଉପରେ ତା’ର କୌଣସି କର୍ତ୍ତୃତ୍ୱ ନାହିଁ।


ଆମେ ଜାଣୁ, ବ୍ୟବସ୍ଥା ଆଧ୍ୟାତ୍ମିକ। କିନ୍ତୁ ମୋର ମର ଶରୀର ପାପ କ୍ରୀତଦାସ।


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


କଣ୍ଟା ବୁଦା ଯେପରି କେତେକ ବୀଜକୁ ଗ୍ରାସ କରିଦିଏ, ସେହିପରି ଏହି ଜଗତର ଜଞ୍ଜାଳ ଓ ଧନ ସମ୍ପତ୍ତିର ଲାଳା କେତେକ ଲୋକଙ୍କଠାରେ ପହଞ୍ଚି ଥିବା ବାର୍ତ୍ତାକୁ ନଷ୍ଟ କରିଦିଏ ଏବଂ ସେମାନେ କୌଣସି ସୁଫଳ ପାଆନ୍ତି ନାହିଁ।


କିନ୍ତୁ ସାଂସାରିକ ଚିନ୍ତା, ଅର୍ଥଲୋଭ ଓ ନାନା ପ୍ରକାର ଲାଳସା ସେମାନଙ୍କ ମନକୁ ଘାରି ପକାଇବାରୁ ସେହି ବାର୍ତ୍ତା ଫଳପ୍ରଦ ହୁଏ ନାହିଁ।


ଏହି କାରଣରୁ ତୁମ୍ଭମାନଙ୍କ ବିଷୟରେ ଶୁଣିବା ସମୟରୁ ଆମେ ସବୁବେଳେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ। ପବିତ୍ର ଆତ୍ମାଙ୍କ ପ୍ରଦତ୍ତ ସମସ୍ତ ଜ୍ଞାନ ଓ ବୁଝିବା ଶକ୍ତି ଦ୍ୱାରା ଈଶ୍ୱରଙ୍କ ଅଭିମତ ସମ୍ପୂର୍ଣ୍ଣ ରୂପେ ତୁମ୍ଭେମାନେ ଯେପରି ଜାଣି ପାରିବ, ଏଥିପାଇଁ ତୁମ୍ଭମାନଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ।


Swiv nou:

Piblisite


Piblisite