Biblia Todo Logo
Bib sou entènèt

- Piblisite -




ରୋମୀୟ 12:16 - ପବିତ୍ର ବାଇବଲ (CL) NT (BSI)

16 ସମସ୍ତଙ୍କ ପାଇଁ ସମାନ ଭାବରେ ଦରଦ ପ୍ରକାଶ କର। ଅହଂଭାବ ତ୍ୟାଗ କରି ନମ୍ରଭାବରେ ନଗଣ୍ୟ କାର୍ଯ୍ୟଗୁଡ଼ିକୁ ମଧ୍ୟ ଗ୍ରହଣ କର। ନିଜକୁ ଜ୍ଞାନୀ ମନେକର ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ।

Gade chapit la Kopi

ଓଡିଆ ବାଇବେଲ

16 ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ । ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ। ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ।

Gade chapit la Kopi

ପବିତ୍ର ବାଇବଲ

16 ନିଜ ଭିତରେ ମିଳିମିଶି ଶାନ୍ତିରେ ରୁହ। ଗର୍ବ କର ନାହିଁ। ଯେଉଁମାନେ ଅନ୍ୟମାନଙ୍କ ଦୃଷ୍ଟିରେ ମହତ୍ତ୍ୱପୂର୍ଣ୍ଣ ନୁହନ୍ତି, ସେମାନଙ୍କ ସହିତ ସାଙ୍ଗ ହେବା ପାଇଁ ଇଚ୍ଛୁକ ହୁଅ। ନିଜକୁ ବୁଦ୍ଧିମାନ ବୋଲି ଭାବ ନାହିଁ।

Gade chapit la Kopi




ରୋମୀୟ 12:16
48 Referans Kwoze  

ପରିଶେଷରେ, ତୁମ୍ଭେମାନେ ସମସ୍ତେ ସମଭାବାପନ୍ନ ହୁଅ। ପରସ୍ପରକୁ ଭ୍ରାତୃତୁଲ୍ୟ ପ୍ରେମ କରି ପରସ୍ପର ପ୍ରତି ଦୟାଳୁ ଓ ବିନୟୀ ହୁଅ।


ଧନ ଲାଳସାରୁ ନିବୃତ୍ତ ହୁଅଏବଂ ତୁମର ଯାହା ଅଛି, ସେଥିରେ ସନ୍ତୁଷ୍ଟ ରୁହ। କାରଣ ଈଶ୍ୱର କହିଛନ୍ତି, “ମୁଁ ତୁମକୁ ପରିତ୍ୟାଗ କରିବ ନାହିଁ, ମୁଁ ତୁମକୁ କେବେ ବଜୀନ କରିବି ନାହିଁ।”


ଖ୍ରୀଷ୍ଟ ଯୀଶୁଙ୍କ ଆଦର୍ଶର ଅନୁଗାମୀ ସ୍ୱରୂପେ ସମସ୍ତଙ୍କର ସେହି ପ୍ରକାର ମନୋଭାବ ହେବା ପାଇଁ ଧୈର୍ଯ୍ୟ ଓ ଉତ୍ସାହର ଆଧାର ଈଶ୍ୱର ତୁମ୍ଭମାନଙ୍କୁ ସକ୍ଷମ କରନ୍ତୁ।


ଈଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରିଥିବାରୁ ତୁମ ପ୍ରତ୍ୟେକଙ୍କୁ ମୁଁ କହୁଛି, କେହି ନିଜର ଯୋଗ୍ୟତାଠାରୁ ନିଜକୁ ଅଧିକ ମଣ ନାହିଁ। ଈଶ୍ୱର ତୁମକୁ ଦେଇଥିବା ବିଶ୍ୱାସର ପରିମାଣ ଅନୁପାତରେ ନମ୍ର ହୋଇ ନିଜ ବିଷୟରେ ବିଚାର କର।


କେହି ନିଜକୁ ପ୍ରବଞ୍ଚନା ନ କରୁ। ତୁମ୍ଭମାନଙ୍କ ମଧ୍ୟରେ କେହି ଯଦି ନିଜକୁ ଜାଗତିକ ବିଷୟରେ ଜ୍ଞାନୀ ବୋଲି ଭାବେ, ପ୍ରକୃତ ଜ୍ଞାନ ଅର୍ଜନ ନିମନ୍ତେ ତାକୁ ଅଜ୍ଞ ହେବାକୁ ପଡ଼ିବ,


ଭାଇମାନେ, ମୋର ଶେଷ କଥା ଏହି- ନିଜ ନିଜକୁ ସଂଶୋଧନ କର, ମୋର ପରାମର୍ଶ ଗ୍ରହଣ କର, ସମସ୍ତେ ଏକମତ ହୁଅ ଓ ଶାନ୍ତିରେ ବାସ କର। ପ୍ରେମ ଓ ଶାନ୍ତିରେ ଈଶ୍ୱର ତୁମ୍ଭମାନଙ୍କ ସହିତ ରହନ୍ତୁ।


ଭାଇମାନେ, ଏ ସମ୍ପର୍କରେ ଗୋଟିଏ ଗୁପ୍ତ ସତ୍ୟ ପ୍ରକାଶ କରୁଛି। ତା’ ଶୁରିଲେ, ତୁମ୍ଭେମାନେ ନିଜକୁ ଆଉ ଜ୍ଞାନୀ ବୋଲି ଭାବି ପାରିବ ନାହିଁ। ଇଶ୍ରାଏଲୀୟମାନଙ୍କ ଅବାଧ୍ୟତା ଚିରସ୍ଥାୟୀ ହୋଇ ରହିବ ନାହିଁ। ଅଣଇହୁଦୀମାନେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି ରହିବେ।


ଭୋଜି ଦେଲାବେଳେ ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିମନ୍ତ୍ରଣ କର;


ଯଦି କେହି କୁହେ ଯେ, ସେ କିଛି ଜାଣେ, ବାସ୍ତବରେ ଯାହା ଜାଣିବା ଦରକାର, ତାହା ସେ ଜାଣେ ନାହିଁ।


ଏଥିପାଇଁ ତୁମ୍ଭେମାନେ ଲଜ୍ଜିତ ହେବା ଉଚିତ୍। ଖ୍ରୀଷ୍ଟବିଶ୍ୱାସୀ ଭାଇ ମଧ୍ୟରେ ଉପୁଜିଥିବା ବିବାଦର ନିଷ୍ପତ୍ତି କରିବାକୁ ନିଶ୍ଚୟ ତୁମ ମଣ୍ଡଳୀରେ କେହି ନା କେହି ଜଣେ ବିଜ୍ଞ ବ୍ୟକ୍ତି ଅଛନ୍ତି।


ଇୟଦିଆ ଓ ସୁନ୍ତଖୀଙ୍କୁ ମୋର ଅନୁରୋଧ, ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଭଉଣୀ ଭଳି ମିଳିମିଶି ଚଳନ୍ତୁ।


ଖ୍ରୀଷ୍ଟଙ୍କ ନିମନ୍ତେ ଆମେ ନିର୍ବୋଧ ବୋଲି ପରିଚିତ। କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଜ୍ଞାନୀ। ଆମେ ଦୁର୍ବଳ; କିନ୍ତୁ ତୁମ୍ଭେମାନେ ସବଳ। ଆମେ ଅବଜ୍ଞାତ, କିନ୍ତୁ ତୁମ୍ଭେମାନେ ସମ୍ମାନିତ।


ଯୀଶୁ ତାଙ୍କର ଶିଷ୍ୟମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ: “ହେ ଦୀନହୀନମାନେ, ତୁମ୍ଭେମାନେ ଧନ୍ୟ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର!


“ଗରିବମାନଙ୍କୁ ତୁମେ ସବୁବେଳେ ପାଇବ। କିନ୍ତୁ ମୋତେ ସବୁବେଳେ ପାଇବ ନାହିଁ।


ଅନ୍ଧମାନେ ଦୃଷ୍ଟି ପାଉଛନ୍ତି, ଛୋଟାମାନେ ଚାଲୁଛନ୍ତି, କଷ୍ଠୀମାନେ ଶଉଚି ହେଉଛନ୍ତି, ବଧିରମାନେ ପୁନର୍ଜୀବିତ ହେଉଛନ୍ତି ଓ ଦୀନହୀନ ଲୋକମାନଙ୍କ ନିକଟରେ ମଧ୍ୟ ଶଉଭବାତ୍ତା ପ୍ରଚାର କରାଯାଉଛି।


ତୁମେ ଯେଉଁମାନଙ୍କ ଦାୟିତ୍ୱ ନେଇଛ, ସେମାନଙ୍କ ଉପରେ ପ୍ରଭୁତ୍ୱ ନ କରି ସେମାନଙ୍କ ପାଇଁ ନିଜ ଜୀବନରେ ଆଦର୍ଶ ଦେଖାଅ।


ସେ ଯାହାହେଉ, ଆଜିଯାଏ ଆମ୍ଭେମାନେ ଯେଉଁ ନିୟମାବଳି ମାନି ଆସିଛୁ, ସେହି ଅନୁଯାୟୀ ଏବେ ଆଗେଇ ଯିବା ଉଚିତ।


ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।


ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅଧିକାର ବଳରେ ମୁଁ ତୁମ୍ଭମାନଙ୍କୁ ଆବେଦନ କରୁଛି, ଆଲୋଚନା କରିବା ସମୟରେ ଏକ ମତ ହୁଅ। ତା’ହେଲେ ତୁମ ମଧ୍ୟରେ କୌଣସି ବିଭେଦ ରହିବ ନାହିଁ।


ବିଶ୍ୱାସୀଦଳ ଏକ ପ୍ରାଣ ଓ ଏକ ଚିତ୍ତ ହେଲେ। କେହି ନିଜର ସମ୍ପତ୍ତିକୁ ନିଜସ୍ୱ ବୋଲି ଦାବୀ କରୁ ନ ଥିଲେ, ବରଂ ସମସ୍ତଙ୍କର ସମ୍ପତ୍ତିକୁ ସେମାନେ ସମଭାବରେ ଭୋଗ କଲେ।


ମୁଁ ତୁମ ମଣ୍ଡଳୀକି ଗୋଟିଏ ଛୋଟ ପତ୍ର ଲେଖିଥିଲି, କିନ୍ତୁ ମଣ୍ଡଳୀର ନେତା ହେବାକୁ ଇଚ୍ଛା କରୁଥିବା ଡାୟୋଟ୍ରେଫିସ୍ ମୋର କଥାକୁ ଭ୍ରୂକ୍ଷେପ କରି ନାହାଁନ୍ତି।


କଦାପି ନୁହେଁ। ପାପ ପ୍ରତି ଆମ୍ଭେମାନେ ମୃତ ହୋଇଛୁ- ସେଥିରେ ଆଉ ଜୀବନ କାଟିବା କିପରି?


ତା’ ସତ୍ୟ। ସେମାନେ ବିଶ୍ୱାସ ନ କରିବାରୁ ଛିନ୍ନ ହେଲେ। ତୁମ୍ଭେମାନେ କେବଳ ବିଶ୍ୱାସ ବଳରେ ସେହି ସ୍ଥାନ ଅଧିକାର ଅଧିକାର କରିଛ। କିନ୍ତୁ ଗର୍ବ ନ କରି ଭୟ କର।


Swiv nou:

Piblisite


Piblisite