Biblia Todo Logo
Bib sou entènèt

- Piblisite -




ରୋମୀୟ 12:10 - ପବିତ୍ର ବାଇବଲ (CL) NT (BSI)

10 ଖ୍ରୀଷ୍ଟବିଶ୍ୱାସୀ ଭାଇ ସ୍ୱରୂପ ଏକାରେକକୁ ପ୍ରେମ କର ଓ ଏକାରେକକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉତ୍ସୁକ ହୁଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଭ୍ରାତୃପ୍ରେମରେ ପରସ୍ପର ପ୍ରତି ସ୍ନେହଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର;

Gade chapit la Kopi

ଓଡିଆ ବାଇବେଲ

10 ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର;

Gade chapit la Kopi

ପବିତ୍ର ବାଇବଲ

10 ଭଲ କାର୍ଯ୍ୟରେ ଜଡ଼ିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ରେମ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଗ୍ଭହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ।

Gade chapit la Kopi




ରୋମୀୟ 12:10
30 Referans Kwoze  

ନିଜର ସ୍ୱାର୍ଥସିଦ୍ଧି ପାଇଁ କିମ୍ବା ବଡ଼ିମା ଦେଖାଇ ହେବା ପାଇଁ କୌଣସି କାର୍ଯ୍ୟ କର ନାହିଁ। କିନ୍ତୁ ଅନ୍ୟମାନଙ୍କୁ ନିଜଠାରୁ ଶ୍ରେଷ୍ଠ ମନେକରି ପରସ୍ପର ପ୍ରତି ନମ୍ର ବ୍ୟବହାର କର।


ଖ୍ରୀଷ୍ଟବିଶ୍ୱାସୀ ଭାଇମାନେ ପରସ୍ପରକୁ ପ୍ରେମ କରୁଥାଅ। ଆଗନ୍ତୁକମାନଙ୍କୁ ତୁମ ଗୃହରେ ଆତିଥ୍ୟ ପ୍ରଦାନ କର।


ପ୍ରିୟ ବନ୍ଧୁଗଣ, ଯଦି ଈଶ୍ୱର ଆମକୁ ଏପରି ପ୍ରେମ କରିଛନ୍ତି, ଆମେ ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ସମସ୍ତଙ୍କୁ ସମ୍ମାନ ଦିଅ। ସର୍ବତ୍ର ଖ୍ରୀଷ୍ଟବିଶ୍ୱାସୀ ଭ୍ରାତୃବର୍ଗଙ୍କୁ ପ୍ରେମ କର। ଈଶ୍ୱରଙ୍କୁ ଭୟ କର, ସମ୍ରାଟଙ୍କୁ ସମ୍ମାନ ଦିଅ।


ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କୁ ତୁମର ପ୍ରେମ କରିବା ବିଷୟରେ ଆମେ ଆଉ ଅଧିକ ଲେଖିବା ପ୍ରୟୋଜନ ନାହିଁ। ପରସ୍ପରକୁ କିପରି ପ୍ରେମ କରିବା ଉଚିତ୍, ଏହା ସ୍ୱୟଂ ଈଶ୍ୱରଙ୍କଠାରୁ ଶିକ୍ଷା କରିଛ।


ଭାଇମାନେ, ତୁମ୍ଭେମାନେ ସ୍ୱାଧୀନ ହେବା ନିମନ୍ତେ ଆହୂତ ହୋଇଥିଲ। କିନ୍ତୁ ସାବଧାନ, କେବଳ ଶାରୀରିକ ଲାଳସା ଚରିତାର୍ଥ କରିବା ପାଇଁ ସେହି ସ୍ୱାଧୀନତା ଯେପରି ବାହାନା ରୂପେ ବ୍ୟବହାର ନ କର। ବରଂ ପ୍ରେମ ଦ୍ୱାରା ପରିଚାଳିତ ହୋଇ ତୁମ୍ଭେମାନେ ପରସ୍ପରର ସେବା କର।


ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ।


ଯଦି କେହି କହେ ଯେ, ସେ ଈଶ୍ୱରଙ୍କୁ ପ୍ରେମ କରେ, ଅଥଚ ସେ ତା’ଭାଇକୁ ଘୃଣା କରେ, ସେ ମିଥ୍ୟାବାଦୀ। ପ୍ରତ୍ୟକ୍ଷରେ ଦେଖୁଥିବା ଜଣେ ଭାଇକୁ ଯେ କେହି ସ୍ନେହ କରିପାରେ ନାହିଁ, ସେ ଅଦୃଶ୍ୟ ଈଶ୍ୱରଙ୍କୁ କଦାପି ପ୍ରେମ କରି ପାିବ ନାହିଁ।


ଈଶ୍ୱରପରାୟଣତା ସହିତ ଭ୍ରାତୃ ସ୍ନେହ ଓ ଭ୍ରାତୃ ସ୍ନେହ ସହିତ ପ୍ରେମ ଯୋଗ କରିବାକୁ ଆପ୍ରାଣ ଉଦ୍ୟମ କର।


ହେଯୁବକମାନେ, ତୁମ୍ଭେମାନେ ବୟୋଜ୍ୟେଷ୍ଠମାନଙ୍କ ବଶୀଭୂତ ହୁଅ। ତୁମ୍ଭେମାନେ ସମସ୍ତେ ପରସ୍ପରର ସେବା କରିବା ନିମନ୍ତେ ନମ୍ରତାରୂପ ବସ୍ତ୍ର ପରିଧାନ କର। ଶାସ୍ତ୍ରରେ ଲେଖାଅଛି, “ଈଶ୍ୱର ଅହଙ୍କାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ବିନୟୀମାନଙ୍କୁ ଅନୁଗ୍ରହ କରନ୍ତୁି।”


ତେଣୁ ତୁମ୍ଭମାନଙ୍କ ପ୍ରତି ମୋର ବିଶେଷ ଆଦେଶ- ପରସ୍ପରକୁ ପ୍ରେମ କର।


ତେଣୁ ସେମାନଙ୍କର ଯାହା ପ୍ରାପ୍ୟ, ତାହା ଦେଇ ଦିଅ। ରାଜସ୍ୱ ବା ଶୁଳ୍କ ତୁମର ଯାହା ଦେୟ, ତାହା ପଇଠ କରି ଦିଅ ଏବଂ ସେମାନଙ୍କୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କର।


ବିଶ୍ୱାସୀଦଳ ଏକ ପ୍ରାଣ ଓ ଏକ ଚିତ୍ତ ହେଲେ। କେହି ନିଜର ସମ୍ପତ୍ତିକୁ ନିଜସ୍ୱ ବୋଲି ଦାବୀ କରୁ ନ ଥିଲେ, ବରଂ ସମସ୍ତଙ୍କର ସମ୍ପତ୍ତିକୁ ସେମାନେ ସମଭାବରେ ଭୋଗ କଲେ।


ବରଂ ତୁମେ ନିମନ୍ତ୍ରିତ ହେଲେ ନିମ୍ନତମ ସ୍ଥାନରେ ବସ; ତାହାହେଲେ ଯଦି ଆତିଥ୍ୟକାରୀ ତୁମ ପାଖକୁ ଆସି କହିବେ, ‘ବନ୍ଧୁ! ଆଗକୁ ଆସି ଭଲ ଆସନରେ ବସ।’ ଅନ୍ୟ ଅତିଥିମାନଙ୍କ ସାକ୍ଷାତରେ ଏହା ତୁମ ପାଇଁ ସମ୍ମାନଜନକ ହେବ।


କିନ୍ତୁ ତୁମେ ଏହି ନୀତି ଅନୁସରଣ କରିବ ନାହିଁ।


ଭାଇମାନେ! ତୁମ ପାଇଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମର କର୍ତ୍ତବ୍ୟ। ଆମ ପକ୍ଷରେ ଏହା ଉଚିତ ବୋଲି ଆମେ ମନେ କରୁଛୁ, କାରଣ ତୁମ୍ଭମାନଙ୍କର ବିଶ୍ୱାସ ଉତ୍ତରୋତ୍ତର ବୃଦ୍ଧି ପାଉଛି ଓ ତୁମ୍ଭେମାନେ ପରସ୍ପରକୁ ଅଧିକ ପ୍ରେମ କରୁଛ।


କାରଣ ଆମେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କର ବିଶ୍ୱାସ ଓ ଈଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପ୍ରତି ତୁମ୍ଭମାନଙ୍କର ପ୍ରେମ ବିଷୟ ଶୁଣିଛୁ।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କଲେ, ସୁନ୍ନତ ବା ଅସୁନ୍ନତର କୌଣସି ପ୍ରଭେଦ ରହେ ନାହିଁ। ଏକମାତ୍ର ପ୍ରୟୋଜନୀୟ ବିଷୟ ହେଉଛି, ବିଶ୍ୱାସରେ ଅଟଳ ରହି ପ୍ରେମରେ କର୍ତ୍ତବ୍ୟ ସାଧନ କରିବା।


ସେ ସମସ୍ତଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ସେମାନେ ସମସ୍ତେ ଏକ ହୁଅନ୍ତୁ- ଏହା ମୋର ପ୍ରାର୍ଥନା। ପିତା, ତୁମେ ଯେପରି ମୋ’ଠାରେ ଓ ମୁଁ ତୁମଠାରେ ବିଦ୍ୟମାନ, ସେହିପରି ସେମାନେ ସମସ୍ତେ ଆମଠାରେ ରହନ୍ତୁ। ଏହାଦ୍ୱାରା ଜଗତ ବିଶ୍ୱାସ କରିବ ଯେ ତୁମେ ମୋତେ ପ୍ରେରଣ କରିଛ।


Swiv nou:

Piblisite


Piblisite