Biblia Todo Logo
Bib sou entènèt

- Piblisite -




ରୋମୀୟ 11:6 - ପବିତ୍ର ବାଇବଲ (CL) NT (BSI)

6 ଈଶ୍ୱର ସେମାନଙ୍କୁ ମନୋନୀତ କରିଛନ୍ତି ନିଜ ଅନୁଗ୍ରହ ଯୋଗୁଁ। ଯଦି ସେମାନଙ୍କ ସତ୍କର୍ମ ଲାଗି ଈଶ୍ୱର ସେମାନଙ୍କୁ ମନୋନୀତ କରିଥାଆନ୍ତେ, ତାଙ୍କର ଅନୁଗ୍ରହ ପ୍ରକୃତ ଅନୁଗ୍ରହ ହୁଅନ୍ତା ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ; ନୋହିଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

6 କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ; ନୋହିଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କିନ୍ତୁ ଯଦି ତାହା ଅନୁଗ୍ରହରେ ହୁଏ, ତେବେ ତାହା ଆଉ କ୍ରିୟାକର୍ମ ହେତୁ ହୁଏ ନାହିଁ; ନୋହିଲେ ଅନୁଗ୍ରହ ଆଉ ଅନୁଗ୍ରହ ନୁହେଁ।

Gade chapit la Kopi

ପବିତ୍ର ବାଇବଲ

6 ଯଦି ପରମେଶ୍ୱର ଅନୁଗ୍ରହ ହେତୁ ସେମାନଙ୍କୁ ମନୋନୀତ କରିଛନ୍ତି, ତା'ହେଲେ ଲୋକମାନେ ନିଜେ କରିଥିବା କାର୍ଯ୍ୟ ହେତୁ ପରମେଶ୍ୱରଙ୍କ ଲୋକ ହୋଇ ନାହାନ୍ତି। ଯଦି କାର୍ଯ୍ୟ ଦ୍ୱାରା ତାହା ହେଇଥା’ନ୍ତା ତେବେ ଅନୁଗ୍ରହର କ’ଣ ବା ଅର୍ଥ ହେବ? ତା'ହେଲେ କ’ଣ ହେଲା?

Gade chapit la Kopi




ରୋମୀୟ 11:6
11 Referans Kwoze  

ଆମ ନିଜ ସତ୍କର୍ମର ପୁରସ୍କାର ସ୍ୱରୂପ ସେ ଆମ୍ଭମାନଙ୍କୁ ଆହ୍ୱାନ କରି ନାହାନ୍ତି - କେବଳ ତାଙ୍କ ଅନୁଗ୍ରହରେ ତାଙ୍କର ଉଦ୍ଦେଶ୍ୟ ସାଧନ ନିମିତ୍ତ ଆମ୍ଭମାନଙ୍କୁ ତାଙ୍କ ପ୍ରିୟଜନ ହେବା ପାଇଁ ମନୋନୀତ କରିଛନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କର୍ତ୍ତୃକ ଅନାଦି କାଳରୁ ଈଶ୍ୱର ଆମ୍ଭମାନଙ୍କୁ ଏହି ଅନୁଗ୍ରହର ପାତ୍ର କରି ରଖିଥିଲେ;


ଏଥିପାଇଁ ଈଶ୍ୱରଙ୍କ ଅନୁଗ୍ରହକୁ ମୁଁ କେବେ ଅସ୍ୱୀକାର କରିପାରିବି ନାହିଁ। କାରଣ କେବଳ ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୋଇପାରେ, ତେବେ ଖ୍ରୀଷ୍ଟଙ୍କ ମୃତ୍ୟୁ ମୂଲ୍ୟହୀନ ବୋଲି କହିବାକୁ ହେବ।


ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବ୍ୟବସ୍ଥା ପାଳନ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ ହେବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ନିଜ ନିଜକୁ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ କରିଛନ୍ତି, ସେମାନେ ଈଶ୍ୱରଙ୍କ ଅନୁଗ୍ରହର ବହିର୍ଭୂତ।


କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।


ପରଦିନ ପ୍ରତ୍ୟୁଷରେ ତାଙ୍କର ଶିଷ୍ୟମାନଙ୍କୁ ପାଖକୁ ଡ଼ାକିଲେ ଓ ସେମାନଙ୍କ ମଧ୍ୟରୁ ବାର ଜଣଙ୍କୁ ମନୋନୀତ କରି “ପ୍ରେରିତ” ନାମ ଦେଲେ।


Swiv nou:

Piblisite


Piblisite