Biblia Todo Logo
Bib sou entènèt

- Piblisite -




ରୋମୀୟ 11:13 - ପବିତ୍ର ବାଇବଲ (CL) NT (BSI)

13 ଅଣଇହୁଦୀମାନଙ୍କୁ ମୁଁ କହିବି, ତୁମ୍ଭମାନଙ୍କ ନିମନ୍ତେ ପ୍ରେରିତ ଶିଷ୍ୟ ସ୍ୱରୂପେ କାର୍ଯ୍ୟ କରିବାକୁ ମୁଁ ଗର୍ବ ଅନୁଭବ କରୁଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 କିନ୍ତୁ ବିଜାତି ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି। ମୁଁ ବିଜାତିମାନଙ୍କ ନିମନ୍ତେ ପ୍ରେରିତ ହେବାରୁ ମୋʼ ସେବକପଦର ଗୌରବ କରୁଅଛି,

Gade chapit la Kopi

ଓଡିଆ ବାଇବେଲ

13 କିନ୍ତୁ ଅଣଯିହୂଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି । ମୁଁ ଅଣଯିହୂଦୀମାନଙ୍କ ନିମନ୍ତେ ପ୍ରେରିତ ହେବାରୁ ମୋ' ସେବକପଦର ଗୌରବ କରୁଅଛି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 କିନ୍ତୁ ଅଣଯିହୁଦୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି। ମୁଁ ଅଣଯିହୁଦୀମାନଙ୍କ ନିମନ୍ତେ ପ୍ରେରିତ ହେବାରୁ ମୋʼ ସେବକପଦର ଗୌରବ କରୁଅଛି,

Gade chapit la Kopi

ପବିତ୍ର ବାଇବଲ

13 ଏବେ ମୁଁ ଅଣଯିହୂଦୀମାନଙ୍କ ପାଇଁ କହୁଛି। କାରଣ ମୁଁ ବିଶେଷ ଭାବରେ ଅଣଯିହୂଦୀମାନଙ୍କ ନିକଟକୁ ପ୍ରେରିତ ହୋଇଛି। ମୁଁ ପୂର୍ଣ୍ଣ ମନ ପ୍ରାଣରେ ଏହି କାମ କରିବି।

Gade chapit la Kopi




ରୋମୀୟ 11:13
11 Referans Kwoze  

ପ୍ରଭୁ ତାଙ୍କୁ କହିଲେ, “ଯାଅ, ଇହୁଦୀ, ଅଣଇହୁଦୀ ଓ ରାଜାମାନଙ୍କ ସମ୍ମୁଖରେ, ମୋ’ ନାମ ଘୋଷଣା କରିବାକୁ ଏବଂ ମୋର ସେବା କରିବାକୁ ମୁଁ ତାକୁ ମନୋନୀତ କରିଛି।


ସେହି ସତ୍ୟ ଓ ବିଶ୍ୱାସର ବାର୍ତ୍ତା ଅନ୍ୟାନ୍ୟ ଜାତି ନିକଟରେ ଘୋଷଣା କରିବା ପାଇଁ ମୁଁ ଜଣେ ଶିଷ୍ୟ ଓ ଗୁରୁ ରୂପେ ପ୍ରେରିତ ହୋଇଛି। ମୁଁ ମିଥ୍ୟା କହୁ ନାହିଁ - ଯାହା କହୁଛି, ତାହା ସବୁ ନିରାଟ ସତ୍ୟ।


ମୁଁ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ କ୍ଷୁଦ୍ରତମ, ତଥାପି ଅଣଇହୁଦୀମାନଙ୍କ ନିକଟକୁ ଖ୍ରୀଷ୍ଟଙ୍କର ଅପରିମିତ ସମ୍ପଦର ବାର୍ତ୍ତା ଘେନି ଯିବା ପାଇଁ ମୋତେ ଈଶ୍ୱର ସୁଯୋଗ ଦେଇଛନ୍ତି।


ପୁଣି ଅଣଇହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ଯେତେବେଳେ ମୋ’ ନିକଟରେ ସେ ତାଙ୍କ ପୁତ୍ରଙ୍କୁ ପ୍ରକାଶ କଲେ, ଏ ବିଷୟରେ ପରାମର୍ଶ କରିବା ନିମନ୍ତେ ମୁଁ ଅନ୍ୟ କାହା ନିକଟକୁ ଯାଇ ନ ଥିଲି।


ସେଠାକୁ ଯିବାକୁ ହେବ ବୋଲି ଈଶ୍ୱରଙ୍କଠାରୁ ପ୍ରତ୍ୟାଦେଶ ପାଇ ମୁଁ ଯାଇଥିଲି। ଅଣଇହୁଦୀମାନଙ୍କ ନିକଟରେ ମୁଁ ଯେଉଁ ବାର୍ତ୍ତା ପ୍ରଚାର କରିଥାଏ, ଯିରୂଶାଲମର ନେତାମାନଙ୍କୁ ଗୋଟିଏ ଘରୋଇ ବୈଠକରେ ତାହା ବୁଝାଇ ଦେଇଥିଲି। ମୋର ଅତୀତ ବା ବର୍ତ୍ତମାନ ସମୟର କାର୍ଯ୍ୟ ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ମୁଁ ଦୃଷ୍ଟି ରଖିଥିଲି।


ପ୍ରଭୁ ମୋତେ କହିଲେ, ‘ଯାଅ, ମୁଁ ତୁମକୁ ବହୁତ ଦୂରକୁ ଅଣଇହୁଦୀମାନଙ୍କ ନିକଟକୁ ପଠାଇବି’।”


ସେମାନେ ପ୍ରଭୁଙ୍କ ସେବା ଓ ଉପବାସ କରୁଥିବାବେଳେ, ପବିତ୍ରଆତ୍ମା ସେମାନଙ୍କୁ କହିଲେ, “ମୁଁ ଯେଉଁ କାର୍ଯ୍ୟ ପାଇଁ ବର୍ଣ୍ଣବା ଓ ଶାଉଲଙ୍କୁ ଆହ୍ୱାନ କରିଛି, ସେଥିପାଇଁ ସେମାନଙ୍କୁ ମୋ’ ନିମନ୍ତେ ପୃଥକ୍ କର।”


Swiv nou:

Piblisite


Piblisite