Biblia Todo Logo
Bib sou entènèt

- Piblisite -




ରୋମୀୟ 11:12 - ପବିତ୍ର ବାଇବଲ (CL) NT (BSI)

12 ଇହୁଦୀମାନମାନଙ୍କର ପାପ, ଜଗତର ଅନ୍ୟ ସମସ୍ତଙ୍କ ପାଇଁ ପ୍ରଚୁର ଆଶୀର୍ବାଦ ଆଣିଛି। ଇହୁଦୀମାନଢ଼ଙ୍କର ଆଧ୍ୟାତ୍ମିକ ଦରିଦ୍ରତା ଯୋଗୁଁ ଅଣଇହୁଦୀମାନେ ଆଶୀର୍ବାଦର ପ୍ରାଚୁର୍ଯ୍ୟ ଲାଭ କରିଛନ୍ତି। ଯଦି ସମସ୍ତ ଇହୁଦୀ ଜାତି ରକ୍ଷା ପାଇ ପାରନ୍ତେ, ତାହାହେଲେ ତଦ୍ଦ୍ୱାରା ଆହୁରି କେତେ ଅଧିକ ଆଶୀର୍ବାଦ ନ ମିଳିବ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯଦି ସେମାନଙ୍କର ପତନ ଜଗତର ଧନ ସ୍ଵରୂପ, ଆଉ ସେମାନଙ୍କର ହ୍ରାସ ବିଜାତିମାନଙ୍କ ଧନ ସ୍ଵରୂପ ହୋଇଅଛି, ତାହାହେଲେ ସେମାନଙ୍କ ପୂର୍ଣ୍ଣତା ଆହୁରି କେତେ ଅଧିକ ଧନ ସ୍ଵରୂପ ନ ହେବ !

Gade chapit la Kopi

ଓଡିଆ ବାଇବେଲ

12 ଯଦି ସେମାନଙ୍କର ପତନ ଜଗତର ଧନସ୍ୱରୂପ, ଆଉ ସେମାନଙ୍କର ହ୍ରାସ ଅଣଯିହୂଦୀମାନଙ୍କ ଧନସ୍ୱରୂପ ହୋଇଅଛି, ତାହାହେଲେ ସେମାନଙ୍କ ପୂର୍ଣ୍ଣତା ଆହୁରି କେତେ ଅଧିକ ଧନସ୍ୱରୂପ ନ ହେବ !

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଯଦି ସେମାନଙ୍କର ପତନ ଜଗତର ଧନ ସ୍ୱରୂପ, ଆଉ ସେମାନଙ୍କର ହ୍ରାସ ଅଣଯିହୁଦୀମାନଙ୍କ ଧନ ସ୍ୱରୂପ ହୋଇଅଛି, ତାହାହେଲେ ସେମାନଙ୍କ ପୂର୍ଣ୍ଣତା ଆହୁରି କେତେ ଅଧିକ ଧନ ସ୍ୱରୂପ ନ ହେବ!

Gade chapit la Kopi

ପବିତ୍ର ବାଇବଲ

12 ଯିହୂଦୀମାନଙ୍କର ତୃଟୀ ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ୱରୂପ ହେଲା, ସେମାନେ ଯାହା ହରାଇଲେ, ତାହା ଅଣଯିହୂଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦେଲା। ତେଣୁ ପରମେଶ୍ୱର ଯାହା ଗ୍ଭହୁଁଛନ୍ତି ସେହି ଅନୁସାରେ ପୂର୍ଣ୍ଣ ସଂଖ୍ୟକ ଯିହୂଦୀମାନେ ଯେତେବେଳେ ଗ୍ଭଲିବେ, ସେତେବେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରାରେ ଆଶୀର୍ବାଦର ଧନ ପ୍ରାପ୍ତ କରିବ!

Gade chapit la Kopi




ରୋମୀୟ 11:12
15 Referans Kwoze  

ଭାଇମାନେ, ଏ ସମ୍ପର୍କରେ ଗୋଟିଏ ଗୁପ୍ତ ସତ୍ୟ ପ୍ରକାଶ କରୁଛି। ତା’ ଶୁରିଲେ, ତୁମ୍ଭେମାନେ ନିଜକୁ ଆଉ ଜ୍ଞାନୀ ବୋଲି ଭାବି ପାରିବ ନାହିଁ। ଇଶ୍ରାଏଲୀୟମାନଙ୍କ ଅବାଧ୍ୟତା ଚିରସ୍ଥାୟୀ ହୋଇ ରହିବ ନାହିଁ। ଅଣଇହୁଦୀମାନେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି ରହିବେ।


ତାଙ୍କ ଲୋକମାନଙ୍କୁ ସେହି ଗୁପ୍ତ ତତ୍ତ୍ୱ ଜଣାଇବା ଈଶ୍ୱରଙ୍କର ପରିକଳ୍ପନା। ତାଙ୍କର ଏହି ବହୁମୂଲ୍ୟ ଓ ଗୌରବଜନକ ତତ୍ତ୍ୱ ସମଗ୍ର ମାନବ ଜାତି ନିମନ୍ତେ ଉଦ୍ଦିଷ୍ଟ। ସେହି ତତ୍ତ୍ୱ ହେଉଛି, ଖ୍ରୀଷ୍ଟ ତୁମ୍ଭମାନଙ୍କ ନିକଟରେ ମଧ୍ୟ ବିଦ୍ୟମାନ। ଏହାର ଅର୍ଥ, ତୁମ୍ଭେମାନେ ଈଶ୍ୱରଙ୍କର ଗୌରବର ଅଂଶୀ।


କାରଣ ସେମାନେ ପରିତ୍ୟକ୍ତ ହେବା ଦ୍ୱାରା ଈଶ୍ୱରଙ୍କ ସହିତ ସମଗ୍ର ମାନବ ଜାତିର ବନ୍ଧୁତା ସ୍ଥାପନ ହୋଇଛି। ତାହାହେଲେ, ଯଦି ଈଶ୍ୱର ସମୁଦାୟ ଇହୁଦୀ ଜାତିକୁ ଗ୍ରହଣ କରନ୍ତି, ତାହାର ଫଳ କଅଣ ହେବ? ତା’ ହେବ ମୃତ ବ୍ୟକ୍ତି ସଞ୍ଜୀବିତ ହେବା ସଦୃଶ।


ମୁଁ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ କ୍ଷୁଦ୍ରତମ, ତଥାପି ଅଣଇହୁଦୀମାନଙ୍କ ନିକଟକୁ ଖ୍ରୀଷ୍ଟଙ୍କର ଅପରିମିତ ସମ୍ପଦର ବାର୍ତ୍ତା ଘେନି ଯିବା ପାଇଁ ମୋତେ ଈଶ୍ୱର ସୁଯୋଗ ଦେଇଛନ୍ତି।


ପୁଣି ସେ ତାଙ୍କର ପ୍ରଚୁର ଗୌରବ ପ୍ରକାଶ କରିବା ପାଇଁ ଆମ୍ଭମାନଙ୍କୁ ବିଶେଷ ଅନୁଗ୍ରହର ପାତ୍ର ସ୍ୱରୂପେ ପୂର୍ବରୁ ମନୋନୀତ କରିଥିଲେ।


ଈଶ୍ୱରଙ୍କ ଐଶ୍ୱର୍ଯ୍ୟ କେଡ଼େ ପ୍ରଚୁର। ତାଙ୍କର ଜ୍ଞାନ ଓ ପ୍ରଜ୍ଞା କେଡ଼େ ଅସୀମ। ତାଙ୍କ ନିଷ୍ପତ୍ତିର ଯଥାର୍ଥତା କିଏ ବୁଝାଇବ? କିଏ ତାଙ୍କ ଗତିବିଧି ଜାଣିପାରିବ?


ପୁରାକାଳର ଧାର୍ମିକ ଭାବବାଦୀମାନଙ୍କ ଦ୍ୱାରା ଈଶ୍ୱରଙ୍କ ଘୋଷଣାନୁସାରେ ସମସ୍ତ ବିଷୟର ନବୀକରଣ ହେବା ପର୍ଯ୍ୟନ୍ତ ସେ ସ୍ୱର୍ଗରେ ଅବସ୍ଥାନ କରିବେ।


Swiv nou:

Piblisite


Piblisite