Biblia Todo Logo
Bib sou entènèt

- Piblisite -




ରୋମୀୟ 11:11 - ପବିତ୍ର ବାଇବଲ (CL) NT (BSI)

11 ମୁଁ ପ୍ରଶ୍ନ କରେ: ଇହୁଦୀମାନେ ଝୁଣ୍ଟି ପଡ଼ିବା ଦ୍ୱାରା କଅଣ ବିନଷ୍ଟ ହେଲେ? କେବେ ନୁର୍ହେ। ସେମାନେ ପାପ କରିବାରୁ, ସେମାନଙ୍କୁ ଈର୍ଷାନ୍ୱିତ କରିବା ପାଇଁ ଅଣଇହୁଦୀମାନଙ୍କୁ ପରିତ୍ରାଣର ଅଧିକାରୀ କରାଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ତେବେ ମୁଁ କହେ, ସେମାନେ କଅଣ ବିନଷ୍ଟ ହେବା ନିମନ୍ତେ ଝୁଣ୍ଟିଲେ? ତାହା କେବେ ହେଁ ନ ହେଉ, ବରଂ ସେମାନଙ୍କୁ ଉଦ୍ଯୋଗୀ କରିବା ନିମନ୍ତେ ସେମାନଙ୍କ ପତନ ଦ୍ଵାରା ବିଜାତିମାନଙ୍କ ନିକଟରେ ପରିତ୍ରାଣ ଉପସ୍ଥିତ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

11 ତେବେ ମୁଁ କହେ, ସେମାନେ କ'ଣ ବିନଷ୍ଟ ହେବା ନିମନ୍ତେ ଝୁଣ୍ଟିଲେ ? ତାହା କେବେ ହେଁ ନ ହେଉ, ବରଂ ସେମାନଙ୍କୁ ଉଦ୍‍ଯୋଗୀ କରିବା ନିମନ୍ତେ ସେମାନଙ୍କ ପତନ ଦ୍ୱାରା ଅଣଯିହୂଦୀମାନଙ୍କ ନିକଟରେ ପରିତ୍ରାଣ ଉପସ୍ଥିତ ହୋଇଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତେବେ ମୁଁ ପଚାରେ, କଅଣ ଯିହୁଦୀମାନେ ବିନଷ୍ଟ ହେବା ନିମନ୍ତେ ଝୁଣ୍ଟିଲେ? ତାହା କେବେ ହେଁ ନ ହେଉ, ବରଂ ସେମାନଙ୍କୁ ଉଦ୍‍ଯୋଗୀ କରିବା ନିମନ୍ତେ ସେମାନଙ୍କ ପତନ ଦ୍ୱାରା ଅଣଯିହୁଦୀମାନଙ୍କ ନିକଟରେ ପରିତ୍ରାଣ ଉପସ୍ଥିତ ହୋଇଅଛି।

Gade chapit la Kopi

ପବିତ୍ର ବାଇବଲ

11 ତା'ହେଲେ ମୁଁ କହୁଛି: ଯିହୂଦୀମାନଙ୍କର ପତନ ସେମାନଙ୍କୁ ନଷ୍ଟ କରିଥିଲା କି। ବରଂ ସେମାନଙ୍କର ଭୁଲ୍ ଅଣଯିହୂଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ୱାରା ଯିହୂଦୀମାନଙ୍କ ଭିତରେ ଉତ୍ସାହ ଭାବ ଜାଗୃତ ହେଲା।

Gade chapit la Kopi




ରୋମୀୟ 11:11
14 Referans Kwoze  

ଯେହେତୁ ଅଣଇହୁଦୀମାନେ ମଧ୍ୟ ଅନୁଗ୍ରହ ପାଇଛନ୍ତି, ଇହୁଦୀମାନେ ବର୍ତ୍ତମାନ ଈଶ୍ୱରଙ୍କଠାରୁ ଦୂରେଇ ଯାଇଥିଲେ ସୁଦ୍ଧା, ଦିନେ ସେମାନେ ଫେରି ଆସି ଅନୁଗ୍ରହ ପାଇବେ।


ଇହୁଦୀମାନମାନଙ୍କର ପାପ, ଜଗତର ଅନ୍ୟ ସମସ୍ତଙ୍କ ପାଇଁ ପ୍ରଚୁର ଆଶୀର୍ବାଦ ଆଣିଛି। ଇହୁଦୀମାନଢ଼ଙ୍କର ଆଧ୍ୟାତ୍ମିକ ଦରିଦ୍ରତା ଯୋଗୁଁ ଅଣଇହୁଦୀମାନେ ଆଶୀର୍ବାଦର ପ୍ରାଚୁର୍ଯ୍ୟ ଲାଭ କରିଛନ୍ତି। ଯଦି ସମସ୍ତ ଇହୁଦୀ ଜାତି ରକ୍ଷା ପାଇ ପାରନ୍ତେ, ତାହାହେଲେ ତଦ୍ଦ୍ୱାରା ଆହୁରି କେତେ ଅଧିକ ଆଶୀର୍ବାଦ ନ ମିଳିବ?


ଆଉ ଥରେ ମୁଁ ପଚାରେ: ଇଶ୍ରାଏଲୀୟମାନେ କଅଣ ତାହା ବୁଝିଲେ ନାହିଁ? ବହୁ ପୂର୍ବରୁ ମୋଶା ଏହାର ଉତ୍ତର ଦେଇ ଲେଖିଛନ୍ତି: “ଆମ୍ଭ ଲୋକଙ୍କୁ ଈର୍ଷାନ୍ୱିତ କରାଇବା ପାଇଁ ଗୋଟିଏ ନଗଣ୍ୟ ଜାତିକୁ ବ୍ୟବହାର କରିବୁ। ସେହିପରି ଗୋଟିଏ ନିର୍ବୋଧ ଜାତି ଦ୍ୱାରା ସେମାନଙ୍କୁ କ୍ରୋଧାନ୍ୱିତ କରିବୁ।”


ଏଥିଦ୍ୱାରା ଯଦି ମୋ’ ସ୍ୱଜାତିର ଲୋକମାନଙ୍କୁ ଈର୍ଷାନ୍ୱିତ କରିପାରେ, ହୁଏତ ସେମାନଙ୍କ ମଧ୍ୟରୁ କେତେକଙ୍କୁ ରକ୍ଷା କରିପାରିବି।


କିନ୍ତୁ ସେମାନେ ତାଙ୍କର ବିରୋଧ କରି ତାଙ୍କର କୁତ୍ସାରଟନା କରିବାରୁ, ଏହାର ପ୍ରତିବାଦ ସ୍ୱରୂପ ସେ ନିଜ ବସ୍ତ୍ରରୁ ଧୂଳି ଝାଡ଼ି ଦେଇ ସେମାନଙ୍କୁ କହିଲେ, “”ଯଦି ତୁମ୍ଭେମାନେ ବିନଷ୍ଟ ହୁଅ, ତେବେ ସେଥିପାଇଁ ତୁମ୍ଭେମାନେ ନିଜେ ଦାୟୀ ହେବ। ମୁଁ ଏଥିପାଇଁ ଦାୟୀ ନୁହେଁ। ଏଣିକି ମୁଁ ଅଣଇହୁଦୀମାନଙ୍କ ପାଖକୁ ଯିବି।”


ମୁଁ ପୁଣି ପଚାରିପାରେ, “ତେବେ କଅଣ ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ବର୍ଜନ କରିଛନ୍ତି? କଦାପି ନୁହେଁ। ମୁଁ ନିଜେ ଜଣେ ଇଶ୍ରାଏଲୀୟ, ଅବ୍ରାହମଙ୍କ ବଂଶଧର ଓ ବେଞ୍ଜାମିନ ଗୋଷ୍ଠୀ ଜାତ।


ପାଉଲ ଓ ବର୍ଣ୍ଣବା ଉପାସନା ଗୃହ ପରିତ୍ୟାଗ କରିବା ସମୟରେ, ତା’ପର ବିଶ୍ରାମବାର ଦିନ ଫେରିଆସି ଏ ସବୁ ବିଷୟରେ ଆହୁରି ଅଧିକ ବୁଝାଇବା ପାଇଁ ସେମାନଙ୍କୁ ଲୋକେ ନିମନ୍ତ୍ରଣ କଲେ।


ସେ ଆସି ସେହି ଚାଷୀମାନଙ୍କର ମୂଳପୋଛ କରିବେ ଏବଂ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ହସ୍ତାନ୍ତର କରିବେ।” ଲୋକମାନେ ଏ କଥା ଶୁଣି କହିଲେ, “ଈଶ୍ୱର ତାହା ନ କରନ୍ତୁ!”


Swiv nou:

Piblisite


Piblisite