Biblia Todo Logo
Bib sou entènèt

- Piblisite -




ରୋମୀୟ 11:1 - ପବିତ୍ର ବାଇବଲ (CL) NT (BSI)

1 ମୁଁ ପୁଣି ପଚାରିପାରେ, “ତେବେ କଅଣ ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ବର୍ଜନ କରିଛନ୍ତି? କଦାପି ନୁହେଁ। ମୁଁ ନିଜେ ଜଣେ ଇଶ୍ରାଏଲୀୟ, ଅବ୍ରାହମଙ୍କ ବଂଶଧର ଓ ବେଞ୍ଜାମିନ ଗୋଷ୍ଠୀ ଜାତ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ତେବେ ମୁଁ କହେ, ଈଶ୍ଵର କି ଆପଣା ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି? ତାହା କେବେ ହେଁ ନ ହେଉ, କାରଣ ମୁଁ ମଧ୍ୟ ଅବ୍ରହାମଙ୍କ ବଂଶଜାତ ବିନ୍ୟାମୀନଙ୍କ ଗୋଷ୍ଠୀର ଜଣେ ଇସ୍ରାଏଲୀୟ ଲୋକମ।

Gade chapit la Kopi

ଓଡିଆ ବାଇବେଲ

1 ତେବେ ମୁଁ କହେ, ଈଶ୍ୱର କି ଆପଣା ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି ? ତାହା କେବେ ହେଁ ନ ହେଉ, କାରଣ ମୁଁ ମଧ୍ୟ ଅବ୍ରହାମଙ୍କ ବଂଶଜାତ ବିନ୍ୟାମୀନଙ୍କ ଗୋଷ୍ଠୀର ଜଣେ ଇସ୍ରାଏଲୀୟ ଲୋକ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ତେବେ ମୁଁ କହେ, ଈଶ୍ବର କି ଆପଣା ଲୋକମାନଙ୍କୁ ପରିତ୍ୟାଗ କରିଅଛନ୍ତି? ତାହା କେବେ ହେଁ ନ ହେଉ, କାରଣ ମୁଁ ମଧ୍ୟ ଅବ୍ରହାମଙ୍କ ବଂଶଜାତ ବିନ୍ୟାମୀନଙ୍କ ଗୋଷ୍ଠୀର ଜଣେ ଇସ୍ରାଏଲୀୟ ଲୋକ।

Gade chapit la Kopi

ପବିତ୍ର ବାଇବଲ

1 ତା'ହେଲେ ମୁଁ ପ୍ରଶ୍ନ କରୁଛି: “କ’ଣ ପରମେଶ୍ୱର ନିଜ ଲୋକମାନଙ୍କୁ ପରିତ୍ୟାଗ କରନ୍ତି କି?” ନା! ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ଅବ୍ରହାମଙ୍କ ପରିବାରର ଅଟେ। ବିନ୍ୟାମିନଙ୍କ ଗୋଷ୍ଠୀରେ ଜାତ।

Gade chapit la Kopi




ରୋମୀୟ 11:1
17 Referans Kwoze  

ସେମାନେ କ’ଣ ଏବ୍ରୀୟ? ମୁଁ ମଧ୍ୟ ଏବ୍ରୀୟ। ସେମାନେ କ’ଣ ଇଶ୍ରାଏଲୀୟ? ମୁଁ ମଧ୍ୟ ଇଶ୍ରାଏଲୀୟ। ସେମାନେ କ’ଣ ଅବ୍ରାହାମଙ୍କ ବଂଶଧର? ମୁଁ ମଧ୍ୟ ଅବ୍ରାହମଙ୍କ ବଂଶଧର।


ମୋ’ ଜନ୍ମର ଅଷ୍ଟମ ଦିନରେ ମୁଁ ସୁନ୍ନତ୍ ହୋଇଥିଲି। ଜାତିରେ ମୁଁ ଜଣେ ଇଶ୍ରାଏଲୀୟ, ବେଞ୍ଜାମିନ୍ ବଂଶଜ ବିଶୁଦ୍ଧ ଏବ୍ରୀୟ। ଇହୁଦୀମାନଙ୍କ ବ୍ୟବସ୍ଥା ପାଳନ ଦୃଷ୍ଟିରୁ ମୁଁ ଜଣେ ଫାରୁଶୀ ଥିଲି


“ପିଲା ଦିନରୁ ମୁଁ କିପରି ଜୀବନଯାପନ କରିଛି, ତାହା ଇହୁଦୀମାନେ ଜାଣନ୍ତି। ପ୍ରଥମେ ନିଜ ଦେଶରେ ଓ ତା’ପରେ ଯିରୂଶାଲମରେ ମୁଁ କିପରି ଜୀବନ କାଟିଛି, ସେମାନେ ତାହା ଜାଣନ୍ତି।


“ମୁଁ ଜଣେ ଇହୁଦୀ, ସିଲିଷୀଆର ତାର୍ଷିସରେ ମୋର ଜନ୍ମ, କିନ୍ତୁ ମୁଁ ଯିରୂଶାଲମରେ ଲାଳିତ ପାଳିତ ହୋଇଥିଲି ଓ ଗମଲିଏଲଙ୍କ ଜଣେ ଛାତ୍ର ଥିଲି। ଆମ ପୂର୍ବପୁରୁଷମାନଙ୍କ ବ୍ୟବସ୍ଥା ମୁଁ ଯଥାର୍ଥ ଭାବରେ ଶିକ୍ଷା କରିଥିଲି ଓ ଆପଣମାନଙ୍କ ପରି ଈଶ୍ୱରଙ୍କ ପାଇଁ ଉଦ୍ଯୋଗୀ ଥିଲି।


ମୋ’ ସ୍ୱଜାତି ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ହେବା ପାଇଁ ମୁଁ ଇଚ୍ଛୁକ, କାରଣ ସେମାନେ ଈଶ୍ୱରଙ୍କ ଲୋକ।


କଦାପି ନୁହେଁ। ମନୁଷ୍ୟମାନେ ସମସ୍ତେ ମିଥ୍ୟାବାଦୀ ହେଲେ ସୁଦ୍ଧା, ଈଶ୍ୱର ସତ୍ୟ। ଶାସ୍ତ୍ରରେ ଉଲେଖ ଅଛି: “ତୁମ ବାକ୍ୟ ଦ୍ୱାରା ତୁମେ ସତ୍ୟ ନିଷ୍ଠ ବୋଲି ପ୍ରମାଣିତ ହୁଅ, ତୁମେ ବିଚାରିତ ହେଲାବେଳେ ତୁମେ ବିଜୟୀ ହୁଅ।”


ସେ ଆସି ସେହି ଚାଷୀମାନଙ୍କର ମୂଳପୋଛ କରିବେ ଏବଂ କ୍ଷେତଟିକୁ ଅନ୍ୟ ଚାଷୀମାନଙ୍କୁ ହସ୍ତାନ୍ତର କରିବେ।” ଲୋକମାନେ ଏ କଥା ଶୁଣି କହିଲେ, “ଈଶ୍ୱର ତାହା ନ କରନ୍ତୁ!”


ମୁଁ ପ୍ରଶ୍ନ କରେ: ଇହୁଦୀମାନେ ଝୁଣ୍ଟି ପଡ଼ିବା ଦ୍ୱାରା କଅଣ ବିନଷ୍ଟ ହେଲେ? କେବେ ନୁର୍ହେ। ସେମାନେ ପାପ କରିବାରୁ, ସେମାନଙ୍କୁ ଈର୍ଷାନ୍ୱିତ କରିବା ପାଇଁ ଅଣଇହୁଦୀମାନଙ୍କୁ ପରିତ୍ରାଣର ଅଧିକାରୀ କରାଗଲା।


Swiv nou:

Piblisite


Piblisite