Biblia Todo Logo
Bib sou entènèt

- Piblisite -




ରୋମୀୟ 10:2 - ପବିତ୍ର ବାଇବଲ (CL) NT (BSI)

2 ଈଶ୍ୱରଙ୍କ ପ୍ରତି ସେମାନଙ୍କର ପ୍ରଗାଢ଼ ଭକ୍ତି ରହିଛି, କିନ୍ତୁ ସେହି ଭକ୍ତି ପ୍ରକୃତ ଜ୍ଞାନ ଉପରେ ଆଧାରିତ ନୁହେଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 କାରଣ ଈଶ୍ଵରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍ଯୋଗ ଜ୍ଞାନଯୁକ୍ତ ନୁହେଁ।

Gade chapit la Kopi

ଓଡିଆ ବାଇବେଲ

2 କାରଣ ଈଶ୍ୱରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍‍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍‍ଯୋଗ ଜ୍ଞାନଯୁକ୍ତ ନୁହେଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 କାରଣ ଈଶ୍ବରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍‌ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍‍ଯୋଗ ଜ୍ଞାନଯୁକ୍ତ ନୁହେଁ।

Gade chapit la Kopi

ପବିତ୍ର ବାଇବଲ

2 ମୁଁ ବିଶ୍ୱାସ ପୂର୍ବକ ସେମାନଙ୍କ ବିଷୟରେ କହିପାରେ, ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଅନୁକରଣ କରିବା ପାଇଁ ଗ୍ଭହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ।

Gade chapit la Kopi




ରୋମୀୟ 10:2
22 Referans Kwoze  

ତାଙ୍କ କଥା ଶୁଣିବା ପରେ ସେମାନେ ସମସ୍ତେ ଈଶ୍ୱରଙ୍କ ପ୍ରଂଶସା କଲେ। ତା’ପରେ ସେମାନେ କହିଲେ, “ଭାଇ ପାଉଲ, ଆପଣ ଦେଖୁଛନ୍ତି, କିପରି ଏବେ ହଜାର ହଜାର ସଂଖ୍ୟାରେ ଇହୁଦୀମାନେ ପ୍ରଭୁଯୀଶୁଙ୍କଠାରେ ବିଶ୍ୱାସ କରୁଛନ୍ତି ଏବଂ ସେମାନେ ବ୍ୟବସ୍ଥା ପ୍ରତି ମଧ୍ୟ ବିଶ୍ୱସ୍ତ ରହିଛନ୍ତି।


ଏବଂ ମୋର ନିଷ୍ଠାପରତା ହେତୁ ମୁଁ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଉତ୍ପୀଡ଼ନ କଲି। ବ୍ୟବସ୍ଥାର ଆଜ୍ଞା ପାଳନ ଦ୍ୱାରା ଯଦି ମନୁଷ୍ୟ ଧାର୍ମିକ ହୋଇପାରେ, ତେବେ ମୁଁ ନିଷ୍ପାପ ଥିଲି।


ମୁଁ ପ୍ରାର୍ଥନା କରେ, ଯେପରି ପ୍ରକୃତ ଜ୍ଞାନ ଓ ନ୍ୟାୟ ବିଚାର ସହିତ ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକତର ବୃଦ୍ଧି ପାଇବ


ମନୁଷ୍ୟକୁ ଧାର୍ମିକ ରୂପେ ଗ୍ରହଣ କରିବା ପାଇଁ ଈଶ୍ୱରନିରୂପିତ ଉପାୟ ଅବଲମ୍ବନ ନ କରି ସେମାନେ ଧାର୍ମିକ ହେବାକୁ ନିଜ ପଥରେ ଚାଲିଛନ୍ତି। ତେଣୁ ସେମାନେ ଈଶ୍ୱରଙ୍କ ସେହି ପଥ ପରିତ୍ୟାଗ କରିଛନ୍ତି।


ଇହୁଦୀ ଧର୍ମ ପାଳନରେ ସମସାମୟିକ ଇହୁଦୀମାନଙ୍କ ମଧ୍ୟରେ ମୁଁ ଅଗ୍ରଣୀ ଥିଲି ଏବଂ ଆମ ପୂର୍ବପୁରୁଷମାନଙ୍କ ପରମ୍ପରା ପ୍ରତି ଅଧିକ ଅନୁରକ୍ତ ଥିଲି।


ସେମାନେ ବିଶ୍ୱାସ କରିନ୍ତି ନାହିଁ, କାରଣ ସେମାନଙ୍କ ମନକୁ ଏହି ଜଗତର ଦେବତା ଅନ୍ଧ କରି ଦେଇଛି। ଫଳରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର୍ ଖ୍ରୀଷ୍ଟଙ୍କ ମହିମାନ୍ୱିତ ସୁସମାଚାରର ଦୀପ୍ତି ସେମାନଙ୍କ ନିକଟରେ ପ୍ରତିଭାତ ହୁଏ ନାହିଁ।


କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।


“ମୁଁ ଜଣେ ଇହୁଦୀ, ସିଲିଷୀଆର ତାର୍ଷିସରେ ମୋର ଜନ୍ମ, କିନ୍ତୁ ମୁଁ ଯିରୂଶାଲମରେ ଲାଳିତ ପାଳିତ ହୋଇଥିଲି ଓ ଗମଲିଏଲଙ୍କ ଜଣେ ଛାତ୍ର ଥିଲି। ଆମ ପୂର୍ବପୁରୁଷମାନଙ୍କ ବ୍ୟବସ୍ଥା ମୁଁ ଯଥାର୍ଥ ଭାବରେ ଶିକ୍ଷା କରିଥିଲି ଓ ଆପଣମାନଙ୍କ ପରି ଈଶ୍ୱରଙ୍କ ପାଇଁ ଉଦ୍ଯୋଗୀ ଥିଲି।


ମୁଁ ନିଶ୍ଚିତଭାବେ କହୁଛି ଯେ, ସେମାନେ ସ୍ୱେଚ୍ଛାରେ ନିଜର ସାଧ୍ୟ ଅନୁସାରେ- ଏପରି କି ସାଧ୍ୟାତୀତ ଭାବରେ ମଧ୍ୟ- ଦାନ କରିଛନ୍ତି।


ସେମାନେ ଚିକ୍ରାର କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ଆମକୁ ସାହାଯ୍ୟ କର! ଏହି ଲୋକ ଚାରିଆଡ଼େ ଯାଇ ଇଶ୍ରାଏଲର ଲୋକମାନଙ୍କ ବିରୁଦ୍ଧରେ, ମୋଶାଙ୍କ ବ୍ୟବସ୍ଥା ଓ ଏହି ମନ୍ଦିର ବିରୁଦ୍ଧରେ ଶିକ୍ଷା ଦେଉଛି। ପୁଣି ବର୍ତ୍ତମାନ ସେ କେତେକ ଅଣଇହୁଦୀଙ୍କୁ ମନ୍ଦିର ମଧ୍ୟକୁ ଆଣି ଏହି ପବିତ୍ର ସ୍ଥାନକୁ ଅଶୁଚି କରିଛି।”


ତୁମ୍ଭେମାନେ କେତେ ଆନନ୍ଦିତ ହୋଇ ନ ଥିଲ! କିନ୍ତୁ ବର୍ତ୍ତମାନ କ’ଣ ହୋଇଛି? ତୁମ୍ଭମାନଙ୍କ ସମ୍ପର୍କରେ ମୁଁ ଏ କଥା ଦୃଢ଼ଭାବେ କହିପାରେ ଯେ, ସମ୍ଭବ ହୋଇଥିଲେ, ତୁମ୍ଭେମାନେ ନିଜ ନିଜର ଚକ୍ଷୁ କାଢ଼ି ଆସି ମୋତେ ଦେଇଥା’ନ୍ତ।


ତୁମ ପାଇଁ, ଲାଉଦିସିଆ ଓ ହିଏରାପଲିର ଲୋକମାନଙ୍କ ପାଇଁ ସେ କରିଥିବା କଠିନ ପରିଶ୍ରମ ସମ୍ପର୍କରେ ମୁଁ ନିଜେ ସାକ୍ଷ୍ୟ ଦେଉଛି।


ପାଉଲ ଏହି କଥା କହିବା ପର୍ଯ୍ୟନ୍ତ ଲୋକମାନେ ମନ ଦେଇ ଶୁଣୁଥିଲେ, କିନ୍ତୁ ତା’ପରେ ସେମାନେ ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲେ, “ତାକୁ ବାହାର କରି ଦିଅ! ତାକୁ ହତ୍ୟା କର! ସେ ଜୀବନଧାରଣର ଯୋଗ୍ୟ ନୁହେଁ!”


ତୁମ୍ଭେମାନେ ସମାଜ-ଚ୍ୟୁତ ହେବ ଏବଂ ଏପରି ଦିନ ଆସିବ, ଯେତେବେଳେ ଲୋକେ ଭାବିବେ, ତୁମ୍ଭମାନଙ୍କୁ ବଧ କରିବା ଦ୍ୱାରା ସେମାନେ ଈଶ୍ୱରଙ୍କ ସେବା କରୁଛନ୍ତି।


ଭାଇମାନେ, ମୋ’ ନିଜ ଜାତିର ଲୋକେ ପରିତ୍ରାଣ ପାଆନ୍ତୁ, ଏହା ମୋର ଆନ୍ତରିକ ଇଚ୍ଛା ଓ ଈଶ୍ୱରଙ୍କଠାରେ ଏହା ମୋର ଏକାନ୍ତ ପ୍ରାର୍ଥନା।


Swiv nou:

Piblisite


Piblisite