Biblia Todo Logo
Bib sou entènèt

- Piblisite -




ରୋମୀୟ 10:18 - ପବିତ୍ର ବାଇବଲ (CL) NT (BSI)

18 ମୁଁ ପ୍ରଶ୍ନ କରେ: ସେମାନେ କଅଣ ସେହି ବାର୍ତ୍ତା ଶୁଣି ନାହାନ୍ତି? ନିଶ୍ଚୟ ଶୁଣିଛନ୍ତି, କାରଣ ଶାସ୍ତ୍ରରେ ଲେଖାଅଛି: “ସେମାନଙ୍କ ସ୍ୱର ଜଗତ ସାରା ବ୍ୟାପି ଯାଇଛି, ସେମାନଙ୍କ କଥା ପୃଥିବୀର ଶେଷ ପ୍ରାନ୍ତ ଯାଏ ଶୁଣାଯାଇଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କିନ୍ତୁ ମୁଁ କହେ, ସେମାନେ କି ଶୁଣି ନାହାନ୍ତି? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ଵର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା।

Gade chapit la Kopi

ଓଡିଆ ବାଇବେଲ

18 କିନ୍ତୁ ମୁଁ କହେ, ସେମାନେ କି ଶୁଣି ନାହାଁନ୍ତି ? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ୱର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କିନ୍ତୁ ମୁଁ କହେ, “ସେମାନେ କି ଶୁଣି ନାହାନ୍ତି? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ୱର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା।”

Gade chapit la Kopi

ପବିତ୍ର ବାଇବଲ

18 କିନ୍ତୁ ମୁଁ ପଗ୍ଭରୁଛି: “କ’ଣ ଲୋକେ ସୁସମାଗ୍ଭର ଶୁଣି ନାହାନ୍ତି?” ହଁ ସେମାନେ ଶୁଣିଛନ୍ତି। ଶାସ୍ତ୍ର କୁହେ: “ସେମାନଙ୍କର ସ୍ୱର ଜଗତର ସର୍ବତ୍ର ଖେଳିଗଲା। ସେମାନଙ୍କ ବାକ୍ୟ ଜଗତର ପ୍ରାନ୍ତରର ଶେଷଭାଗ ପର୍ଯ୍ୟନ୍ତ ଖେଳିଗଲା।”

Gade chapit la Kopi




ରୋମୀୟ 10:18
23 Referans Kwoze  

ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ବୋଲି ପୃଥିବୀରେ ସର୍ବତ୍ର ପରିଚିତ। ଏଥିପାଇଁ ତୁମ ସମସ୍ତଙ୍କ ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି।


ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶୁଭବାର୍ତ୍ତା ସମଗ୍ର ମାନବ ଜାତି ପାଇଁ ସତ୍ୟ ସାକ୍ଷ୍ୟ ରୂପେ ସାରା ଜଗତରେ ପ୍ରଚାରିତ ହେବ। ତା’ପରେ ଯାଇ ଯୁଗାବସାନ ଘଟବ।”


ତୁମ୍ଭମାନଙ୍କ ନିକଟରୁ ଯେ କେବଳ ପ୍ରଭୁଙ୍କ ଶୁଭ ବାର୍ତ୍ତା ମାସିଦୋନିଆ ଓ ଆଖାୟାରେ ବ୍ୟାପ୍ତ ହୋଇଥିଲା ତା’ ନୁହେଁ; ମାତ୍ର ତୁମ୍ଭମାନଙ୍କର ଈଶ୍ୱର-ବିଶ୍ୱାସ କଥା ସର୍ବତ୍ର ଏପରି ଭାବରେ ପ୍ରକାଶ ପାଇଛି ଯେ, ଏ ବିଷୟରେ ଆମର ଆଉ ଅଧିକ କିଛି କହିବା ପ୍ରୟୋଜନ ନାହିଁ।


ତୁମ୍ଭେମାନେ ଏକ ଦୃଢ଼ ଓ ନିଶ୍ଚିତ ମୂଳଦୁଆ ଉପରେ ସଂସ୍ଥାପିତ ହୋଇ ରହିଥାଅ ଓ ସୁସମାଚାର ଶୁଣିବା ସମୟରେ ଯେଉଁ ଭରସା ଲାଭ କରିଥିଲ, ସେଥିରୁ ବିଚଳିତ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ। ସେହି ସୁସମାଚାର ହିଁ ପୃଥିବୀର ପ୍ରତ୍ୟେକଙ୍କ ନିକଟରେ ପ୍ରଚାରିତ ହେଉଛି ଓ ମୁଁ ପାଉଲ, ତାହାର ଜଣେ ବିଶ୍ୱସ୍ତ ଦାସ।


ଯେଉଁ ସୁସମାଚାର ପ୍ରଚାର ହେତୁ ତୁମ୍ଭେମାନେ ପ୍ରଥମେ ଈଶ୍ୱରଙ୍କ ଅନୁଗ୍ରହ ବିଷୟ ଶୁଣିଲ ଓ ଏହାର ସତ୍ୟତା ଅନୁଭବ କଲ, ସେହି ସୁସମାଚାର ବର୍ତ୍ତମାନ ସମଗ୍ର ଜଗତରେ ପ୍ରସାର ଲାଭ କରୁଛି ଓ ଆଶୀର୍ବାଦ ଆଣୁଛି।


ପୁଣି ସେ କହିଲେ, “ସମଗ୍ର ଜଗତକୁ ଯାଇ ମୋର ଏହି ଶୁଭବାର୍ତ୍ତା ସମସ୍ତଙ୍କ ନିକଟରେ ପ୍ରଚାର କର।


ସବୁ ଦେଶର ସମସ୍ତ ଜାତିର ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କୁ ମୋର ଶିଷ୍ୟ କର। ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ସେମାନଙ୍କୁ ଜଳଦୀକ୍ଷା ଦିଅ


ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ସମଗ୍ର ଜଗତରେ ଯେ କୌଣସି ସ୍ଥାନରେ ଏହି ସୁସମାଚାର ପ୍ରଚାରିତ ହେବ, ଏହି ସ୍ତ୍ରୀ ଲୋକ ଯାହା କରିଛି, ତାକୁ ସ୍ମରଣ କରି ତାହା ମଧ୍ୟ ଉଲ୍ଲେଖ କରାଯିବ।”


ତା’ପରେ ଶୟତାନ ତାଙ୍କୁ ଗୋଟିଏ ଉଚ୍ଚ ପର୍ବତର ଶିଖରକୁ ନେଇଗଲା ଏବଂ ତାଙ୍କୁ ଜଗତର ସମସ୍ତ ରାଜ୍ୟଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇ କହିଲା,


ଏହା ସେ କରିଛନ୍ତି, ବାକ୍ୟ ଓ କର୍ମ ଦ୍ୱାରା ଓ ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିରେ। ତେଣୁ ମୁଁ ଯିରୂଶାଲମଠାରୁ ଇଲିରିକମକୁ ଯାତ୍ରା କରିବାବେଳେ ପଥ ମଧ୍ୟରେ ଖ୍ରୀଷ୍ଟଙ୍କ ଶୁଭବାର୍ତ୍ତା ବିଶଦଭାବେ ପ୍ରଚାର କରିଛି।


ସେମାନେ ଗୋଟିଏ ତାରିଖ ନିର୍ଦ୍ଦିଷ୍ଟ କଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ସେ ଦିନ ପାଉଲ ରହୁଥିବା ସ୍ଥାନକୁ ଆସିଲେ। ସକାଳୁ ରାତ୍ରିଯାଏ ପାଉଲ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟସଂକ୍ରାନ୍ତ ବାର୍ତ୍ତା ବୁଝାଇଲେ ଓ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଲେଖାରୁ ବାକ୍ୟ ଉଦ୍ଧାର କରି ଯୀଶୁଙ୍କଠାରେ ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ।


ଶିଷ୍ୟମାନେ ଯାଇ ସର୍ବତ୍ର ପ୍ରଚାର କଲେ। ସେମାନଙ୍କ ବାର୍ତ୍ତା ସତ୍ୟ ବୋଲି ପ୍ରମାଣିତ କରିବାକୁ ପ୍ରଭୁ ସେମାନଙ୍କ ସହିତ ବିଦ୍ୟମାନ ରହି ଅଲୌକିକ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଶକ୍ତି ଦେଲେ।) (ସେହି ସ୍ତ୍ରୀ ଲୋକମାନେ ପିତର ଓ ତାହାଙ୍କ ସଙ୍ଗୀମାନଙ୍କ ନିକଟକୁ ଯାଇ ଯାହା ଶୁଣିଥିଲେ, ତାହା ସବୁ ସେମାନଙ୍କୁ ଜଣାଇଲେ। ଏହା ପରେ ସ୍ୱୟଂ ଯୀଶୁ ଅନନ୍ତ ପରିତ୍ରାଣର ଏହି ପବିତ୍ର ଚିର ଜୀବନ୍ତ ବାର୍ତ୍ତାକୁ ପୂର୍ବରୁ ପଶ୍ଚିମ ଯାଏ ପ୍ରଚାର କରିବା ପାଇଁ ଶିଷ୍ୟମାନଙ୍କୁ ପ୍ରେରଣ କଲେ।)


ମୁଁ ପ୍ରଥମେ ଦାମାସ୍କସ୍ ଓ ଯିରୂଶାଲମରେ ଓ ତା’ପରେ ସମଗ୍ର ଯିହୁଦା ପ୍ରଦେଶ ଓ ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କଲି, ଯେପରି ସେମାନେ ପାପ ନିମନ୍ତେ ଅନୁତପ୍ତ ହୋଇ ପ୍ରଭୁଙ୍କ ନିକଟକୁ ଫେରିବେ ଓ ସେମାନେ ଯେ ଅନୁତାପ କରିଛନ୍ତି, ତା’ କାର୍ଯ୍ୟରେ ଦେଖାଇବେ।


କିନ୍ତୁ ତୁମ୍ଭମାନଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ, ତୁମ୍ଭେମାନେ ଶକ୍ତିରେ ପୂର୍ଣ୍ଣ ହେବ ଏବଂ ଯିରୂଶାଲମ, ଯିହୁଦା ଓ ଶମିରୋଣ ଓ ପୃଥିବୀର ଶେଷସୀମା ପର୍ଯ୍ୟନ୍ତ ମୋ’ ପାଇଁ ତୁମ୍ଭେମାନେ ସାକ୍ଷୀ ହେବ।”


Swiv nou:

Piblisite


Piblisite