Biblia Todo Logo
Bib sou entènèt

- Piblisite -




ରୋମୀୟ 1:32 - ପବିତ୍ର ବାଇବଲ (CL) NT (BSI)

32 ସେମାନେ ଜାଣନ୍ତି ଯେ, ଈଶ୍ୱରଙ୍କ ବିଧାନ ଅନୁଯାୟୀ ଏହିପରି ଲୋକମାନେ ମୃତ୍ୟୁଦଣ୍ଡ ପାଇବା ପାଇଁ ଯୋଗ୍ୟ। ଏହା ଜାଣି ସୁଦ୍ଧା ସେମାନେ ସେହିପରି କୁକର୍ମ କରୁଥା’ନ୍ତି ଓ ତାହା କରୁଥିବା ଲୋକମାନଙ୍କୁ ଅନୁମୋଦନ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

32 ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ଵରଙ୍କର ଏହି ବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହିପ୍ରକାର ଆଚରଣ କରନ୍ତି, ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

32 ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ୱରଙ୍କର ଏହି ବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

32 ଯେଉଁମାନେ ଏହିପରି ଆଚରଣ କରନ୍ତି, ସେମାନେ ଯେ ମୃତ୍ୟୁର ଯୋଗ୍ୟ, ଈଶ୍ବରଙ୍କର ଏହି ବିଧିବିଧାନ ସେମାନେ ଜାଣିଲେ ସୁଦ୍ଧା କେବଳ ଯେ ଏହି ପ୍ରକାର ଆଚରଣ କରନ୍ତି ତାହା ନୁହେଁ, କିନ୍ତୁ ଏହିପରି ଆଚରଣ କରୁଥିବା ଲୋକମାନଙ୍କ ପକ୍ଷ ଆନନ୍ଦରେ ସମର୍ଥନ କରନ୍ତି।

Gade chapit la Kopi

ପବିତ୍ର ବାଇବଲ

32 ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି। ସେମାନେ ଜାଣନ୍ତି ଯେ ପରମେଶ୍ୱରଙ୍କ ବ୍ୟବସ୍ଥା କୁହେ, ଯେଉଁ ଲୋକ ଏହିଭଳି ଜୀବନଯାପନ କରୁଛି, ସେ ମରିବା ଉଚିତ୍। କିନ୍ତୁ ସେମାନେ ଏହି ମନ୍ଦକାର୍ଯ୍ୟ ଗୁଡ଼ିକ କରି ଗ୍ଭଲନ୍ତି। ଯେଉଁ ଲୋକମାନେ ଏହିଭଳି କାମ କରନ୍ତି, ସେମାନଙ୍କୁ ମଧ୍ୟ ସେମାନେ ସମର୍ଥନ କରନ୍ତି।

Gade chapit la Kopi




ରୋମୀୟ 1:32
14 Referans Kwoze  

ସେମାନେ ଈଶ୍ୱରଙ୍କ ପରିଚୟ ପାଇ ସୁଦ୍ଧା ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ନାହାନ୍ତି କିମ୍ବା ତାଙ୍କୁ କୌଣସି ବିଷୟ ପାଇଁ ଧନ୍ୟବାଦ ଦେଉ ନାହାନ୍ତି। ବରଂ ସେମାନଙ୍କ ଚିନ୍ତାସବୁ ଅସାର ଓ ସେମାନଙ୍କର ନିର୍ବୋଧ ମନ ଅନ୍ଧକାରାଚ୍ଛନ୍ନ।


ବର୍ତ୍ତମାନ ତୁମ୍ଭମାନଙ୍କୁ ଯେଉଁ ସବୁ କାର୍ଯ୍ୟ କରିବାକୁ ଲଜ୍ଜାବୋଧ ହେଉଛି, ସେତେବେଳେ ସେସବୁ କରୁଥିଲ। ସେଥିରୁ କି ଲାଭ ପାଇଲ? ସେହି ସବୁ କାର୍ଯ୍ୟର ପରିଣାମ ମୃତ୍ୟୁ।


ଯେଉଁ ପାପୀ ଦୁରାଚାରୀ ଲୋକମାନେ ନିଜର ଭ୍ରଷ୍ଟାଚାରଣ ଦ୍ୱାରା ସତ୍ୟର ପ୍ରତିରୋଧ କରନ୍ତି, ସେମାନଙ୍କ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶ ପାଏ।


ତୁମେ ତେବେ ସ୍ୱୀକାର କର ଯେ ତୁମର ପୂର୍ବପୁରୁଷମାନେ ଯାହା କରିଥିଲେ, ସେଥିରେ ତୁମର ସମ୍ମତି ଅଛି। ସେମାନେ ଭାବବାଦୀମାନଙ୍କୁ ହତ୍ୟା କରିଥିଲେ, ଆଉ ତୁମେ ସେମାନଙ୍କର କବର ନିର୍ମାଣ କରୁଛ।


ପୁଣି ଯେତେବେଳେ ଆପଣଙ୍କର ସାକ୍ଷୀ ସ୍ତିଫାନଙ୍କୁ ହତ୍ୟା କରାଗଲା, ମୁଁ ନିଜେ ସେଠାରେ ଥିଲି; ତାଙ୍କୁ ପ୍ରାଣରେ ମାରିଦେବା ପାଇଁ ମୋର ସମ୍ମତି ଜଣାଇଥିଲି ଓ ତାଙ୍କର ହତ୍ୟାକାରୀମାନଙ୍କର ଉତ୍ତରୀୟ ବସ୍ତ୍ରଗୁଡ଼ିକୁ ଜଗି ରହିଥିଲି।’


ସେହି ଦିନଠାରୁ ଯିରୁଶାଲମର ମଣ୍ଡଳୀ ପ୍ରତି ନିଷ୍ଠୁର ଉତ୍ପୀଡ଼ନ ଆରମ୍ଭ ହେଲା। ପ୍ରେରିତ ଶିଷ୍ୟମାନଭ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୁଦା ଓ ଶମିରୋଣ ଅଞ୍ଚଳରେ ଛିନ୍ନଭିନ୍ନ ହୋଇଗଲେ।


ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅଯାଚିତ ଦାନ ହେଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଅନନ୍ତ ଜୀବନ।


ଯେଉଁମାନେ ସତ୍ୟରେ ବିଶ୍ୱାସ ସ୍ଥାପନ କରନ୍ତି ନାହିଁ, ମାତ୍ର ପାପାଚରଣରେ ଆନନ୍ଦ କରନ୍ତି, ସେମାନେ ସମସ୍ତେ ଏହିପରି ଦଣ୍ଡିତ ହେବେ।


Swiv nou:

Piblisite


Piblisite