Biblia Todo Logo
Bib sou entènèt

- Piblisite -




ରୋମୀୟ 1:25 - ପବିତ୍ର ବାଇବଲ (CL) NT (BSI)

25 ସେମାନେ ଈଶ୍ୱରଙ୍କ ବିଷୟରେ ସତ୍ୟ ବଦଳରେ ମିଥ୍ୟାର ଆଶ୍ରୟ ନେଉଛନ୍ତି। ଚିର ପ୍ରଶଂସ୍ୟ ସ୍ରଷ୍ଟାଙ୍କ ଉପାସନା ନ କରି, ସେମାନେ ସୃଷ୍ଟ ବସ୍ତୁମାନଙ୍କର ପୂଜା କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 କାରଣ ସେମାନେ ଈଶ୍ଵରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସ୍ରଷ୍ଟାଙ୍କ ପରିବର୍ତ୍ତେ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ; ସେ ଯୁଗେ ଯୁଗେ ଧନ୍ୟ। ଆମେନ୍।

Gade chapit la Kopi

ଓଡିଆ ବାଇବେଲ

25 କାରଣ ସେମାନେ ଈଶ୍ୱରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ । ଆମେନ୍‍ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 କାରଣ ସେମାନେ ଈଶ୍ବରଙ୍କ ସତ୍ୟ ପରିବର୍ତ୍ତେ ମିଥ୍ୟା ଗ୍ରହଣ କଲେ ଓ ସୃଷ୍ଟ ବସ୍ତୁର ପୂଜା ଓ ସେବା କଲେ ମାତ୍ର ସୃଷ୍ଟିକର୍ତ୍ତାଙ୍କୁ କଲେ ନାହିଁ; ଯେ ଯୁଗେ ଯୁଗେ ଧନ୍ୟ। ଆମେନ୍‍।

Gade chapit la Kopi

ପବିତ୍ର ବାଇବଲ

25 ଲୋକେ ପରମେଶ୍ୱରଙ୍କ ସତ୍ୟ ବଦଳରେ ମିଥ୍ୟାକୁ ଗ୍ରହଣ କଲେ। ସେମାନେ ସୃଷ୍ଟ ବସ୍ତୁଗୁଡ଼ିକର ଉପାସନା ଓ ସେବା କଲେ। ସେମାନେ ଏହି ବସ୍ତୁ ଗୁଡ଼ିକର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଉପାସନା କଲେ ନାହିଁ। ପରମେଶ୍ୱର ସର୍ବଦା ପ୍ରଶଂସାର ପାତ୍ର। ଆମେନ୍।

Gade chapit la Kopi




ରୋମୀୟ 1:25
22 Referans Kwoze  

ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କ ନାମ ଚିରକାଳ ଧନ୍ୟ ହେଉ। ସେ ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ।


ଆମ ବିଖ୍ୟାଦ ଇହୁଦୀ ପୂର୍ବପୁରୁଷମାନଙ୍କର ସେମାନେ ବଂଶଧର ଏବଂ ମାନବ ରୂପେ ଖ୍ରୀଷ୍ଟ ସେହି ବଂଶରୁ ଜାତ। ସର୍ବାଧିପତି ଈଶ୍ୱର ଯୁଗେ ଯୁଗେ ଧନ୍ୟ ହୁଅନ୍ତୁ।


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


ଅନନ୍ତ ଈଶ୍ୱରଙ୍କୁ ପୂଜା ନ କରି ସେମାନେ ମର ମନୁଷ୍ୟ, ପଶୁ ପକ୍ଷୀ କିଅବା ସର୍ପାକୃତି ପ୍ରତିମା ନିର୍ମାଣ କରି ସେଗୁଡ଼ିକୁ ପୂଜା କରୁଛନ୍ତି।


ସେମାନେ ଗର୍ବରେ ସ୍ଫୀତ ହୋଇ ବିଶ୍ୱାସଘାତକ ଓ ବିଚାରଶୂନ୍ୟ ହେବେ; ସେମାନେ ଈଶ୍ୱର ଭକ୍ତିଠାରୁ ଆମୋଦ ପ୍ରମୋଦକୁ ଅଧିକ ସୁଖକର ମଣିବେ।


ଯେଉଁ ପାପୀ ଦୁରାଚାରୀ ଲୋକମାନେ ନିଜର ଭ୍ରଷ୍ଟାଚାରଣ ଦ୍ୱାରା ସତ୍ୟର ପ୍ରତିରୋଧ କରନ୍ତି, ସେମାନଙ୍କ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶ ପାଏ।


“ଜଣେ ଲୋକ ଦୁଇଜଣ ମାଲିକଙ୍କର କ୍ରୀତଦାସ ହୋଇ ପାରିବ ନାହିଁ। ସେ ଜଣକୁ ଆଦର କଲେ ଅପରକୁ ଘୃଣା କରିବ, ଜଣକ ପ୍ରତି ଅନୁଗତ ହେଲେ ଅନ୍ୟକୁ ଅବଜ୍ଞା କରିବ। ତୁମେ ଏକା ସଙ୍ଗେ ଈଶ୍ୱର ଓ ଧନସମ୍ପତ୍ତି ପ୍ରତି ଆସକ୍ତ ହୋଇ ରହି ପାରିବ ନାହିଁ।


ଆମେ ତୁମ ନିକଟକୁ ଯିବାବେଳେ ତୁମ୍ଭେମାନେ କିପରି ଆମକୁ ସାଦରେ ଗ୍ରହଣ କରିଥିଲ ଓ ପ୍ରତିମା ପୂଜା ପରିତ୍ୟାଗ କରି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ଉପାସନା କରିବାକୁ ଆଗେଇ ଆସିଥିଲ;


ସମଗ୍ର ବିଶ୍ୱ ଜଗତର ଅଦୃଶ୍ୟ, ଅବିନଶ୍ୱର, ଚିରନ୍ତନ ରାଜା, ଏକମାତ୍ର ଈଶ୍ୱର ଯୁଗେ ଯୁଗେ ସମ୍ମାନିତ ଓ ମହିମାନ୍ୱିତ ହୁଅନ୍ତୁ।


ମହାମହିମ ପରମଧନ୍ୟ ଈଶ୍ୱରଙ୍କ ଶୁଭ ବାର୍ତ୍ତାରେ ସମସ୍ତ ସତ୍ଶିକ୍ଷା ନିହିତ ଅଛି। ସେହି ଶୁଭ ବାର୍ତ୍ତା ପ୍ରଚାର କରିବା ଦାୟିତ୍ୱ ମୋ’ ଉପରେ ନ୍ୟସ୍ତ ହୋଇଛି।


“ଯେ କେହି ନିଜବାପା ବା ମାଆକୁ ମୋ’ ଅପେକ୍ଷା ଅଧିକ ସ୍ନେହ କରେ, ସେ ମୋହର ଶିଷ୍ୟ ହେବାକୁ ଅଯୋଗ୍ୟ। ଯେ କେହି ନିଜ ପୁଅ ବା ଝିଅ ପ୍ରତିଅଧିକ ଅନୁରକ୍ତ, ସେ ମୋହର ଶିଷ୍ୟ ହେବା ପାଇଁ ଯୋଗ୍ୟ ନୁହେଁ।


ମଣ୍ଡଳୀ ଦ୍ୱାରା ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଯୁଗେ ଯୁଗେ ଅନନ୍ତ କାଳ ଯାଏ ସେହି ଈଶ୍ୱରଙ୍କର ଗୌରବ ହେଉ। ଆମେନ୍।


ଯୀଶୁ ସେମାନଙ୍କୁ କହିଲେ: “ଏଥିରୁ କିଛି ନେଇ ଭୋଜି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଦିଅ।” ସେମାନେ ତାହା କଲେ।


Swiv nou:

Piblisite


Piblisite