Biblia Todo Logo
Bib sou entènèt

- Piblisite -




ରୋମୀୟ 1:13 - ପବିତ୍ର ବାଇବଲ (CL) NT (BSI)

13 ଭାଇମାନେ, ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୁଁ ଅନେକ ଥର ମନସ୍ଥ କରିଛି, କିନ୍ତୁ ଅନିବାର୍ଯ୍ୟ କାରଣରୁ, ଏ ପର୍ଯ୍ୟନ୍ତ ଆସିପାରି ନାହିଁ। ଅନ୍ୟାନ୍ୟ ଅଞ୍ଚଳର ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କରି ଯେପରି ସୁଫଳ ପାଇଛି, ତୁମ୍ଭମାନଙ୍କ ଅଞ୍ଚଳରେ ମଧ୍ୟ ତା’ କରିବା ପାଇଁ ମୋର ଇଚ୍ଛା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ହେ ଭାଇମାନେ, ଅବଶିଷ୍ଟ ବିଜାତିମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପ୍ରକାରେ ମୁଁ ଯେପରି କିଛି ଫଳ ପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି - କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛିଣ- ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।

Gade chapit la Kopi

ଓଡିଆ ବାଇବେଲ

13 ହେ ଭାଇମାନେ, ଅବଶିଷ୍ଟ ଅଣଯିହୂଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ହେ ଭାଇମାନେ, ଅବଶିଷ୍ଟ ଅଣଯିହୁଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।

Gade chapit la Kopi

ପବିତ୍ର ବାଇବଲ

13 ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଗ୍ଭହେଁ ଯେ, ପୂର୍ବରୁ ମୁଁ ବହୁତ ଥର ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବାକୁ ବାଧା ପାଇଛି। ତୁମ୍ଭମାନଙ୍କୁ ଆତ୍ମିକ ଭାବରେ ବଢ଼ିବାରେ ସାହାଯ୍ୟ କରିବା ପାଇଁ ମୁଁ ଆସିବାକୁ ଇଚ୍ଛା କରିଥିଲି। ଅନ୍ୟ ଅଣଯିହୂଦୀମାନଙ୍କୁ ମୁଁ ଯେପରି ସାହାଯ୍ୟ କରିଥିଲି, ସେହିପରି ତୁମ୍ଭମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଗ୍ଭହେଁ।

Gade chapit la Kopi




ରୋମୀୟ 1:13
38 Referans Kwoze  

ଏହିସବୁ ଘଟଣା ପରେ ପାଉଲ ମାସିଦୋନିଆ ଓ ଆଖାୟା ମଧ୍ୟଦେଇ ଯିରୂଶାଲମକୁ ଯିବାକୁ ସ୍ଥିର କଲେ। ସେ କହିଲେ, “ସେଠାକୁ ଯିବା ପରେ ମୁଁ ନିଶ୍ଚୟ ରୋମ୍କୁ ମଧ୍ୟ ଯିବି।”


କିନ୍ତୁ ତୁମ୍ଭମାନଙ୍କଠାରୁ କେବଳ ଦାନ ଗ୍ରହଣ କରିବାକୁ ମୁଁ ଚାହେଁ ନାହିଁ; ଏହାର ଫଳରେ ତୁମ୍ଭେମାନେ ଯେପରି ଅଧିକରୁ ଅଧିକ ଲାଭବାନ ହୁଅ, ଏହା ମୋର ଇଚ୍ଛା।


କିନ୍ତୁ ଈଶ୍ୱରଙ୍କ ସାନ୍ନିଧ୍ୟ ଅନୁଭବ କରି ଅଣଇହୁଦୀମାନଙ୍କ ମଧ୍ୟରେ ଶୁଭ ବାର୍ତ୍ତା ସମ୍ୟକ୍ ପ୍ରଚାର କରିବା ପାଇଁ ମୁଁ ଯଥେଷ୍ଟ ଶକ୍ତି ପାଇଲି ଏବଂ ମୁଁ ପ୍ରାଣଦଣ୍ଡରୁ ମଧ୍ୟ ରକ୍ଷା ପାଇଲି।


ଭାଇମାନେ, ପରଲୋକପ୍ରାପ୍ତ ବ୍ୟକ୍ତିମାନଙ୍କ ସମ୍ପର୍କରେ ଏକ ବାସ୍ତବ କଥା ତୁମ୍ଭମାନଙ୍କୁ ଜଣାଇବାକୁ ଚାହୁଁଛୁ। ତାହାହେଲେ, ତୁମ୍ଭେମାନେ ଆଉ ଭରସାଶୂନ୍ୟ ଲୋକମାନଙ୍କ ପରି ଶୋକାକୁଳ ହେବ ନାହିଁ।


ତୁମ୍ଭମାନଙ୍କ ନିକଟକୁ ଫେରିଯିବା ପାଇଁ ଆମର ପ୍ରବଳ ଇଚ୍ଛା ଥିଲା ଓ ମୁଁ ନିେଜ ଫେରିଯିବା ପାଇଁ ଏକାଧିକ ଥର ଚେଷ୍ଟା କରିଥିଲି, କିନ୍ତୁ ଶୟତାନ ଆମକୁ ଏଥିରେ ବାଧା ଦେଲା।


ଭାଇମାନେ, ଆମେ ଏସିଆ ପ୍ରଦେଶରେ ଭୋଗିଥିବା ନିର୍ଯ୍ୟତନା ବିଷୟ ତମାନଙ୍କୁ ଜଣାଇବାକୁ ଚାହୁଁଛୁ। ସେହି ନିର୍ଯ୍ୟତନା ଅସହ୍ୟ ହୋଇ ପଡ଼ିବାରୁ ଆମେ ଜୀବନର ଆଶା ଛାଡ଼ି ଦେଇଥିଲୁ ଚାହିଁଛୁ। ସେହି ନିର୍ଯ୍ୟତନା ଅସହ୍ୟ ହୋଇ ପଡ଼ିବାରୁ ଆମେ ଜୀବନର ଆଶା ଛାଡ଼ି ଦେଇଥିଲୁ।


ଭାଇମାନେ, ପବିତ୍ରଆତ୍ମାଙ୍କ ଦାନସମୂହ ବିଷୟରେ ମୁଁ ତୁମ୍ଭମାନଙ୍କୁ ପ୍ରକୃତ ସତ୍ୟ ଜଣାଇବାକୁ ଚାହେଁ।


ଭାଇମାନେ, ମୋଶାଙ୍କୁ ଅନୁସରଣ କରି ଆମ ପୂର୍ବପୁରୁଷମାନଙ୍କ ପ୍ରତି କ’ଣ ଘଟିଥିଲା, ତୁମ୍ଭେମାନେ ସ୍ମରଣ ରଖ, ଏହା ମୋର ଏକାନ୍ତ ଇଚ୍ଛା। ସେମାନେ ସମସ୍ତେ ମେଘ ଦ୍ୱାରା ସୁରକ୍ଷିତ ଥିଲେ, ଲୋହିତ ସାଗରକୁ ଅକ୍ଲେଶରେ ଅତିକ୍ରମ କଲେ।


ଯେଉଁ ସୁସମାଚାର ପ୍ରଚାର ହେତୁ ତୁମ୍ଭେମାନେ ପ୍ରଥମେ ଈଶ୍ୱରଙ୍କ ଅନୁଗ୍ରହ ବିଷୟ ଶୁଣିଲ ଓ ଏହାର ସତ୍ୟତା ଅନୁଭବ କଲ, ସେହି ସୁସମାଚାର ବର୍ତ୍ତମାନ ସମଗ୍ର ଜଗତରେ ପ୍ରସାର ଲାଭ କରୁଛି ଓ ଆଶୀର୍ବାଦ ଆଣୁଛି।


ଭାଇମାନେ, ଏ ସମ୍ପର୍କରେ ଗୋଟିଏ ଗୁପ୍ତ ସତ୍ୟ ପ୍ରକାଶ କରୁଛି। ତା’ ଶୁରିଲେ, ତୁମ୍ଭେମାନେ ନିଜକୁ ଆଉ ଜ୍ଞାନୀ ବୋଲି ଭାବି ପାରିବ ନାହିଁ। ଇଶ୍ରାଏଲୀୟମାନଙ୍କ ଅବାଧ୍ୟତା ଚିରସ୍ଥାୟୀ ହୋଇ ରହିବ ନାହିଁ। ଅଣଇହୁଦୀମାନେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି ରହିବେ।


ତୁମେ ମୋତେ ମନୋନୀତ କରି ନାହଁ, ମୁଁ ତୁମକୁ ମନୋନୀତ କରିଛି। ତୁମେ ଯେପରି ପ୍ରଚୁର ଫଳ ଧାରଣ କର ଓ ତାହା ସ୍ଥାୟୀ ହୁଏ, ସେଥିପାଇଁ ତୁମ୍ଭମାନଙ୍କୁ ମୁଁ ନିଯୁକ୍ତ କରିଛି। ତେଣୁ ମୋ’ ନାମରେ ଯାହା ମାଗିବ, ମୋ’ ପିତା ତାହା ତୁମ୍ଭମାନଙ୍କୁ ଦେବେ।


ଶସ୍ୟକଟାଳିକୁ ମଜୁରି ଦିଆଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି। ତଦ୍ଦ୍ୱାରା ବୀଜବୁଣାଳି ଓ ଶସ୍ୟ କଟାଳି ଉଭୟେ ଆନନ୍ଦିତ ହେବେ। ‘ଜଣେ ବୀଜ ବୁଣେ, ଅନ୍ୟ ଜଣେ ଫସଲ କାଟେ’ -


ଇତିମଧ୍ୟରେ ତା’ର ରହସ୍ୟପୂର୍ଣ୍ଣ ଦୂରନ୍ତପଣ ପାର୍ଯ୍ୟ କରୁଅଛି; ମାତ୍ର ତାହାର ପ୍ରତିରୋଧକାରୀ ବ୍ୟକ୍ତି ଦୂର ନ ହେବା ପର୍ଯ୍ୟନ୍ତ ସେହି ଦୁର୍ଘଟଣା ଘଟିବ ନାହିଁ।


ଈଶ୍ୱରଙ୍କର ଧନ୍ୟବାଦ ହେଉ। କାରଣ ସେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସର୍ବଦା ଆମ୍ଭମାନଙ୍କୁ ବିଜୟ ପଥର ଆଗେଇ ନିଅନ୍ତୁ। ପୁଣି ସୁଗନ୍ଧ ଜ୍ଞାନ ଅନ୍ୟମାନଙ୍କୁ ଦେବା ପାଇଁ ଈଶ୍ୱର ଆମକୁ ବ୍ୟବହାର କରିଥାନ୍ତି।


ଅନ୍ୟମାନେ ମୋତେ ପ୍ରେରିତ ଶିଷ୍ୟ ବୋଲି ଗ୍ରହଣ ନ କଲେ ମଧ୍ୟ ତୁମ୍ଭେମାନେ ଗ୍ରହଣ କରିଛ, କାରଣ ପ୍ରଭୁଙ୍କ ସହିତ ତୁମ ଜୀବନର ମିଳନ ହେତୁ ମୋ’ ପ୍ରେରିତ ଶିଷ୍ୟତ୍ୱର ପ୍ରମାଣ ତୁମେ ପାଇଛ।


ପାଉଲ ସେମାନଙ୍କୁ ଅଭିବାଦନ ଜଣାଇ ତାଙ୍କ କାର୍ଯ୍ୟ ଦ୍ୱାରା ଈଶ୍ୱର ଅଣଇହୁଦୀମାନଙ୍କ ମଧ୍ୟରେ ଯାହା କରିଥିଲେ; ତା’ର ଏକ ସଂପୂର୍ଣ୍ଣ ବିବରଣୀ ଦେଲେ।


ପାଉଲ ଓ ବର୍ଣ୍ଣବାଙ୍କ ଦ୍ୱାରା ଅଣଇହୁଦୀମାନଙ୍କ ମଧ୍ୟରେ ଈଶ୍ୱର ଯେଉଁ ସବୁ ଅଲୌକିକ କାର୍ଯ୍ୟ ଓ ଆଶ୍ଚର୍ଯ୍ୟ ବିଷୟ ସାଧନ କରିଥିଲେ, ସେମାନଙ୍କଠାରୁ ତାହାର ବିବରଣୀ ଶୁଣି ଦଳର ସମସ୍ତେ ନୀରବ ରହିବେ।


ସେମାନେ ଆଣ୍ଟିୟୋଖରେ ପହଞ୍ଚି ମଣ୍ଡଳୀର ଲୋକମାନଙ୍କୁ ଏକତ୍ରିତ କଲେ। ଈଶ୍ୱର ସେମାନଙ୍କ ପ୍ରତି ଯାହାସବୁ କରିଥିଲେ ଓ ଅଣଇହୁଦୀମାନଙ୍କ ବିଶ୍ୱାସ ପାଇଁ କିପରି ପଥ ଉନ୍ମୁକ୍ତ କରିଥିଲେ, ସେସବୁ ସେମାନଙ୍କୁ ଜଣାଇଲେ।


ମୁଁ ତୁମକୁ ସତ୍ୟ କହୁଛି, ଗହମ ବୀଜଟିଏ ଭୂମିରେ ପଡ଼ି ମରିବା ପର୍ଯ୍ୟନ୍ତ ତାହା ଗୋଟିଏ ଦାନା ହୋଇ ରହେ, କିନ୍ତୁ ସେ ମଲେ ସେଥିରୁ ଅନେକ ବୀଜ ଉତ୍ପନ୍ନ ହୁଏ।


କିଛିଦିନ ପରେ ପ୍ରାୟ ଏକଶହ କୋଡ଼ିଏ ଜଣ ବିଶ୍ୱାସୀମାନଙ୍କ ଏକ ସଭାରେ ପିତର ଛିଡ଼ା ହୋଇ କହିଲେ:


ସେଠାରେ କେତେ ଜଣ ଖ୍ରୀଷ୍ଟ ବିଶ୍ୱାସୀଙ୍କର ଦେଖା ପାଇଲୁ। ସେମାନଙ୍କ ସହିତ ହପ୍ତାଏ କାଳ ରହିବା ପାଇଁ ସେମାନେ ଆମକୁ ଅନୁରୋଧ କଲେ। ଶେଷରେ ରୋମରେ ଯାଇ ପହଞ୍ଚିଲୁ।


ଏହା ଦ୍ୱାରା ଆମେ ପରସ୍ପରର ବିଶ୍ୱାସକୁ ଦୃଢ଼ କରିପାରିବା।


ଭାଇମାନେ, ବର୍ତ୍ତମାନ ଯାହା କହିବାକୁ ଯାଉଛି, ତୁମ୍ଭେମାନେ ତାହା ବୁଝିପାରିବ, କାରଣ ତୁମେ ଜାଣିଛ, “ବ୍ୟବସ୍ଥା” କଅଣ। ମନୁଷ୍ୟ କେବଳ ତା’ର ଜୀବଦ୍ଦଶା ସମୟରେ ବ୍ୟବସ୍ଥାର ଅଧୀନରେ ଥାଏ।


ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅଧିକାର ବଳରେ ମୁଁ ତୁମ୍ଭମାନଙ୍କୁ ଆବେଦନ କରୁଛି, ଆଲୋଚନା କରିବା ସମୟରେ ଏକ ମତ ହୁଅ। ତା’ହେଲେ ତୁମ ମଧ୍ୟରେ କୌଣସି ବିଭେଦ ରହିବ ନାହିଁ।


ଭାଇମାନେ, ଚିନ୍ତାଧାରାରେ ଶିଶୁ ପରି ହୁଅ ନାହିଁ। ମନ୍ଦ ବିଷୟ ପ୍ରତି ଶିଶୁ ପରି ହୁଅ; କିନ୍ତୁ ବୁଦ୍ଧି ବିଚାରରେ ତୁମ୍ଭେମାନେ ପୂର୍ଣ୍ଣ ବୟସ୍କ ହେବା ଉଚିତ୍।


ଭାଇମାନେ, ତୁମ୍ଭମାନଙ୍କୁ ମୋର କହିବାର ଉଦ୍ଦେଶ୍ୟ; ଉପାସନା କରିବା ନିମନ୍ତେ ସମବେତ ହେବା ସମୟରେ କେହି ଜଣେ ଗୀତ ଗାଉ, ଆଉ ଜଣେ ଶିକ୍ଷା ଦେଉ, କେହି ଜଣେ ଈଶ୍ୱରଙ୍କ ପ୍ରତ୍ୟାଦେଶ ପ୍ରକାଶ କରୁ, ଆଉ ଜଣେ ଅଲୌକିକ ଭାଷାରେ କଥା କହୁ ଏବଂ ଆଉ କେହି ଏହି ଅଜଣା ଭାଷାର ଅର୍ଥ ବୁଝାଇ ଦେଉ। ଏହିସବୁ ମଣ୍ଡଳୀର ପୁଷ୍ଟିସାଧନ ନିମନ୍ତେ କରାଯିବା ଆବଶ୍ୟକ।


ଭାଇମାନେ! ମୁଁ ଗୋଟିଏ ସାଧାରଣ ଉଦାହରଣ ଦେଉଛି: ଯେତେବେଳେ ଦୁଇ ଜଣ କୌଣସି ବିଷୟରେ ଗୋଟିଏ ଚୁକ୍ତି ସ୍ୱାକ୍ଷର କରନ୍ତି, କେହି ସେ ଚୁକ୍ତି ଭଙ୍ଗ କରିପାରେ ନାହିଁ ବା ସେଥିରେ କିଛି ଯୋଗ କରିପାରେ ନାହିଁ।


ହେ ଭାଇମାନେ! ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ ସମସ୍ତଙ୍କ ନିକଟରେ ରହୁ। ଆମେନ୍!


କିନ୍ତୁ ଯଦି ବଞ୍ଚିରହି ମୁଁ ଅଧିକ ଫଳପ୍ରଦ କାର୍ଯ୍ୟ କରିପାରେ, ତେବେ ଜୀବନ ବା ମରଣ କାହାକୁ ପସନ୍ଦ କରିବି, ମୁଁ ଠିକ୍ କରିପାରୁ ନାହିଁ।


ତାହାହେଲେ, ତୁମ୍ଭେମାନେ ପ୍ରଭୁଙ୍କ ଇଚ୍ଛା ଅନୁରୂପ ଜୀବନ କାଟି ପାରିବ ଓ ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବ। ତୁମ୍ଭେମାନେ ଜୀବନରେ ସମସ୍ତ ପ୍ରକାର ଉତ୍ତମ କାର୍ଯ୍ୟ କରି ପାରିବ ଓ ଈଶ୍ୱରଙ୍କ ବିଷୟରେ ତୁମ୍ଭମାନଙ୍କର ଜ୍ଞାନ ବୃଦ୍ଧି ପାଇବ।


Swiv nou:

Piblisite


Piblisite