Biblia Todo Logo
Bib sou entènèt

- Piblisite -




ରୋମୀୟ 1:11 - ପବିତ୍ର ବାଇବଲ (CL) NT (BSI)

11 ତୁମ୍ଭମାନଙ୍କ ନିକଟକୁ ଆସି ମୁଁ ପାଇଥିବା ଆଧ୍ୟାତ୍ମିକ ଦାନ ବିଷୟ ତୁମ୍ଭମାନଙ୍କୁ ଜଣାଇବା ଦ୍ୱାରା ତୁମ୍ଭମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବି, ଏହା ମୋର ଏକାନ୍ତ ଇଚ୍ଛା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇ ପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକା; ଇଚ୍ଛା କରୁଅଛି,

Gade chapit la Kopi

ଓଡିଆ ବାଇବେଲ

11 ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇ ପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଯେଣୁ ତୁମ୍ଭେମାନେ ଯେପରି ସ୍ଥିରୀକୃତ ହୋଇପାର, ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କୌଣସି ଆତ୍ମିକ ଦାନ ଦେବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଏକାନ୍ତ ଇଚ୍ଛା କରୁଅଛି,

Gade chapit la Kopi

ପବିତ୍ର ବାଇବଲ

11 ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ। ତୁମ୍ଭମାନଙ୍କୁ କିଛି ଆତ୍ମିକ ଅନୁଗ୍ରହଦାନ ଦେଇ ଶକ୍ତିଶାଳୀ କରାଇବା ମୋର ଇଚ୍ଛା।

Gade chapit la Kopi




ରୋମୀୟ 1:11
32 Referans Kwoze  

ଯଦିଚ ତୁମ୍ଭେମାନେ ଏ ସବୁ ବିଷୟ ଜାଣିଛ ଓ ତୁମେ ପ୍ରାପ୍ତ ହୋଇଥିବା ସତୃରେ ଦୃଢ଼ ପ୍ରତିଷ୍ଠିତ ହୋଇଛ, ଏହିସବୁ କଥା ମୁଁ ସବୁବେଳେ ତୁମ୍ଭମାନଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ।


ଆସ, ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା। ମୁଁ ପ୍ରଚାର କରୁଥିବା ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ଓ ଯୁଗ ଯୁଗ ଧରି ଗୁପ୍ତ ରହିଥିବା ନିଗୂଢ଼ ସତ୍ୟ ଅନୁଯାୟୀ ତୁମ୍ଭମାନଙ୍କ ବିଶ୍ୱାସକୁ ଅଟଳ ରଖିବା ପାଇଁ ଈଶ୍ୱର ସମର୍ଥ।


କିନ୍ତୁ ପ୍ରଭୁ ବିଶ୍ୱସ୍ତ! ସେ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବେ ଓ ପାପାତ୍ମାଠାରୁ ରକ୍ଷା କରିବେ।


ମୁଁ ଜାଣେ, ଖ୍ରୀଷ୍ଟଙ୍କଠାରୁ ପୂର୍ଣ୍ଣ ମାତ୍ରାରେ ଆଶୀର୍ବାଦ ନେଇ ମୁଁ ତୁମ୍ଭମାନଙ୍କ ନିକଟକୁ ଆସିବି।


ଶୀଲାଙ୍କୁ ବିଶ୍ୱସ୍ତ ଖ୍ରୀଷ୍ଟୀୟ ଭ୍ରାତାରୂପେ ମୁଁ ସମାଦର କରେ। ତାଙ୍କ ସହାୟତାରେ ମୁଁ ଏହି ସଂକ୍ଷିପ୍ତ ପତ୍ର ଲେଖିଛି। ଈଶ୍ୱରଙ୍କ ବାସ୍ତବ ଅନୁଗ୍ରହ ସମ୍ବନ୍ଧରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ମୋ ଉଦ୍ଦେଶ୍ୟ। ସେହି ଅନୁଗ୍ରେହରେ ତୁମ୍ଭେମାନେ ଅଟଳ ରୁହ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


ସେ ତୁମ୍ଭମାନଙ୍କୁ ସବୁବେଳେ ସତ୍ କାର୍ଯ୍ୟ କରିବାକୁ ଓ ସତ୍ ବାକ୍ୟ କହିବାକୁ ପ୍ରେରଣା ଓ ଶକ୍ତି ପ୍ରଦାନ କରନ୍ତୁ।


ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କଲେ ଓ ପବିତ୍ରଆତ୍ମା ସେମାନଙ୍କ ଉପରେ ଅବତରଣ କଲେ। ସେମାନେ ବିଭିନ୍ନ ଭାଷାରେ କଥା କହିଲେ ଓ ଈଶ୍ୱରଙ୍କ ଶୁଭ ବାର୍ତ୍ତା ଘୋଷଣା କଲେ।


ଫଳରେ ମଣ୍ଡଳୀଗୁଡ଼ିକ ବିଶ୍ୱାସରେ ଆହୁରି ବଳିଷ୍ଠ ହେଲେ ଓ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲେ।


ଏହିପରି ଭାବେ ସେ ତୁମ୍ଭମାନଙ୍କୁ ବଳିଷ୍ଠ କରିବେ। ତାହାହେଲେ, ଆମ ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗଦୂତମାନଙ୍କ ଗହଣରେ ଫେରି ଆସିବେ, ସେତେବେଳେ ତୁମ୍ଭେମାନେ ପିତା ଈଶ୍ୱରଙ୍କ ସମ୍ମୁଖରେ ସିଦ୍ଧ ଓ ପବିତ୍ର ହୋଇପାରିଥିବ।


କିନ୍ତୁ ତୁମକୁ ବଳିଷ୍ଠ କରିବାକୁ ଓ ତୁମର ବିଶ୍ୱାସ ଦୃଢ଼ କରିବା ପାଇଁ ତୁମ ନିକଟକୁ ଆମ ଭାଇ ତୀମଥିଙ୍କୁ ପଠାଇବୁ। ସେ ଆମ ସହିତ ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରି ଈଶ୍ୱରଙ୍କ ସେବା କରୁଛନ୍ତି।


ପ୍ରିୟ ଭାଇମାନେ, ତୁମ୍ଭମାନଙ୍କୁ ଦେଖିବା ପାଇଁ ମୁଁ କେଡ଼େ ଉକ୍ରଣ୍ଠିତ। ତୁମ୍ଭମାନଙ୍କୁ ନେଇ ମୋର କେତେ ଆନନ୍ଦ। ତୁମ୍ଭମାନଙ୍କ ପାଇଁ ମୋର କେତେ ଗର୍ବ। ଭାଇମାନେ, ମୋର ଶିକ୍ଷା ଅନୁଯାୟୀ ପ୍ରଭୁଙ୍କଠାରେ ସ୍ଥିର ରହି ଜୀବନ ଯାପନ କର।


ସେ ତୁମ ସମସ୍ତଙ୍କୁ ଦେଖିବା ନିମନ୍ତେ ଉତ୍ସୁକ ଓ ତୁମ୍ଭେମାନେ ତାଙ୍କର ଅସୁସ୍ଥତା ସମ୍ବାଦ ଶୁଣିଥିବାରୁ ସେ ଦୁଃଖିତ।


ତୁମ ସମସ୍ତଙ୍କ ପ୍ରତି ମୋର ଗଭୀର ସେନ୍ନହ ସ୍ୱୟଂ ଯୀଶୁ ଖ୍ରୀଷ୍ଟଙ୍କଠାରୁ ମୁଁ ପାଇଛି ବୋଲି ଯେତେବେଳେ ମୁଁ କହେ, ଏହା ନିରାଟ ସତ୍ୟ। ଈଶ୍ୱର ଏହାର ସାକ୍ଷୀ ଅଟନ୍ତି।


ତୁମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ପ୍ରଚୁର ଅନୁଗ୍ରହ ପାଇଁ ସେମାନେ ଗଭୀର ଶ୍ରଦ୍ଧା ସହ ପ୍ରାର୍ଥନାରେ ତୁମ୍ଭମାନଙ୍କୁ ସ୍ମରଣ କରିବେ।


ସ୍ୱୟଂ ଈଶ୍ୱର ଯୀଶୁ ଖ୍ରୀଷ୍ଟଠାରେ ତୁମ୍ଭମାନଙ୍କର ଓ ଆମ ଜୀବନକୁ ଏକୀଭୂତ କରି ସୁରକ୍ଷା କରିଛନ୍ତି।


ଈଶ୍ୱରଙ୍କ ଇଚ୍ଛା ହେଲେ, ମୁଁ ତୁମ୍ଭମାନଙ୍କ ନିକଟକୁ ଆନନ୍ଦରେ ଆସିବି ଓ ତୁମ୍ଭମାନଙ୍କ ସହିତ କିଛି ଦିନ ଅତିବାହିତ କରି ମୋ’ ମନରେ ସ୍ଫୂର୍ତ୍ତି ଅନୁଭବ କରିବି।


କିନ୍ତୁ ଏହି ଅଞ୍ଚଳରେ ମୋର କାର୍ଯ୍ୟ ଶେଷ ହୋଇଛି ଏବଂ ମୋର ଆଶା, ତୁମ୍ଭମାନଙ୍କୁ ଦେଖିବା ପାଇଁ ମୋ ଅନେକ ବର୍ଷର ଅଭିଳାଷ ଏବଂ ପୂରଣ ହେବ।


ଏହିସବୁ ଘଟଣା ପରେ ପାଉଲ ମାସିଦୋନିଆ ଓ ଆଖାୟା ମଧ୍ୟଦେଇ ଯିରୂଶାଲମକୁ ଯିବାକୁ ସ୍ଥିର କଲେ। ସେ କହିଲେ, “ସେଠାକୁ ଯିବା ପରେ ମୁଁ ନିଶ୍ଚୟ ରୋମ୍କୁ ମଧ୍ୟ ଯିବି।”


ନାନାଦି ଭ୍ରାନ୍ତିମୂଳକ ଧର୍ମଶିକ୍ଷା ତୁମ୍ଭମାନଙ୍କୁ ସତ୍ପଥରୁ ବିଚ୍ୟୁତ ନ କରୁ। ଈଶ୍ୱରଙ୍କ ଅନୁଗ୍ରହରୁ ଅନ୍ତରାତ୍ମା ପାଇଁ ଶକ୍ତି ସଂଗ୍ରହ କରିବା ମଙ୍ଗଳ, ଖାଦ୍ୟପେୟ ସମ୍ବନ୍ଧୀୟ ନିୟମ ପାଳନ ଦ୍ୱାରା ଏହା ହୋଇପାରେ ନାହିଁ।ଉକ୍ତ ବାହ୍ୟିକ ବିଧିସବୁ ପାଳନ କରୁଥିବା ଲୋକମାନେ ସେଥିରୁ କୌଣସି ଉପକାର ପାଇ ନାହିଁନ୍ନତି।


କାରଣ କେହି ଯଦି ଆସି ଆମେ ପ୍ରଚାର କରିଥିବା ଯୀଶୁଙ୍କୁ ଛାଡ଼ି ଅନ୍ୟ କୌଣସି ଯୀଶୁଙ୍କ କଥା ପ୍ରଚାର କରନ୍ତି କିମ୍ବା କେଉଁ ଆତ୍ମାର କଥା କୁହନ୍ତି ଅଥବା ତୁମ୍ଭେମାନେ ଗ୍ରହଣ କରିଥିବା ସୁସମାଚାର ଛଡ଼ା ଅନ୍ୟ କେଔଣସି ସୁସମାଚାର ପ୍ରଚାର କରନ୍ତି, ତୁମ୍ଭେମାନେ ଅନାୟାସରେ ତାହା ଗ୍ରହଣ କରିଥାଅ।


ଏହା ଦ୍ୱାରା ଆମେ ପରସ୍ପରର ବିଶ୍ୱାସକୁ ଦୃଢ଼ କରିପାରିବା।


ଏ ବିଶୟ ମୁଁ ନିଶ୍ଚିତ ଭାବରେ ଜାଣି ଥିବାରୁ ପ୍ରଥମେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୋର ଇଚ୍ଛା ଥିଲା। ତାହେଲେ ତୁମ୍ଭମାନେ ଦୁଇ ଥର ଆନନ୍ଦ ଲାଭ କରି ପାରିଥାଆନ୍ତ।


Swiv nou:

Piblisite


Piblisite