Biblia Todo Logo
Bib sou entènèt

- Piblisite -




ରୋମୀୟ 1:10 - ପବିତ୍ର ବାଇବଲ (CL) NT (BSI)

10 ପ୍ରାର୍ଥନା କରିବା ବେଳେ ମୁଁ ସର୍ବଦା ତୁମ୍ଭମାନଙ୍କୁ ସ୍ମରଣ କରେ ଏବଂ ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୋତେ ସୁଯୋଗ ଦେବାକୁ ଈଶ୍ୱରଙ୍କଠାରେ ନିବେଦନ କରି ଆସିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଏଥିନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରି ଆସୁଅଛି, ସେ ବିଷୟରେ ଯେଉଁ ଈଶ୍ଵରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ଏଥି ନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରିଆସୁଅଛି, ସେ ବିଷୟରେ ଯେଉଁ ଈଶ୍ୱରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏଥିନିମନ୍ତେ ମୁଁ କିପରି ନିରନ୍ତର ତୁମ୍ଭମାନଙ୍କ ନାମ ଉଲ୍ଲେଖ କରି ମୋହର ସମସ୍ତ ପ୍ରାର୍ଥନାରେ ସର୍ବଦା ନିବେଦନ କରିଆସୁଅଛି, ସେ ବିଷୟରେ ଯେଉଁ ଈଶ୍ବରଙ୍କୁ ମୁଁ ମୋହର ଆତ୍ମା ଦେଇ ତାହାଙ୍କ ପୁତ୍ରଙ୍କ ସୁସମାଚାରରେ ସେବା କରେ, ସେ ମୋହର ସାକ୍ଷୀ ଅଟନ୍ତି।

Gade chapit la Kopi

ପବିତ୍ର ବାଇବଲ

10 ପରମେଶ୍ୱର ଜାଣନ୍ତି ଯେ ଏହା ସତ୍ୟ। ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ସୁସମାଗ୍ଭର ଲୋକମାନଙ୍କୁ ଶୁଣାଇବା ଦ୍ୱାରା ମୁଁ ପରମେଶ୍ୱରଙ୍କୁ ମୋ’ ଅନ୍ତରର ସହ ଉପାସନା କରୁଛି। ମୁଁ ପ୍ରାର୍ଥନା କରେ ଯେ, ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୋତେ ଅନୁମତି ମିଳୁ। ପରମେଶ୍ୱର ଇଚ୍ଛା କଲେ ଏହା ସମ୍ଭବ ହେବ।

Gade chapit la Kopi




ରୋମୀୟ 1:10
15 Referans Kwoze  

ବିଦାୟ ନେବା ସମୟରେ ସେ ସେମାନଙ୍କୁ କହିଲେ, “ଯଦି ଈଶ୍ୱରଙ୍କର ଇଚ୍ଛା ଥାଏ, ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।” ତା’ପରେ ସେ ଜାହାଜ ଯୋଗେ ଏଫିସସ୍ ଛାଡ଼ିଲେ।


ତେଣୁ ତୁମର କହିବା ଉଚିତ “ପ୍ରଭୁଙ୍କ ଇଚ୍ଛା ହେଲେ, ଆମେ ବଞ୍ଚିରହି ଏହା କରିବା ବା ତାହା କରିବା।”


ଏହା ସହିତ ମୋର ଆଉ ଏକ ଅନୁରୋଧ, ସେଠାରେ ମୋ’ ପାଇଁ ଗୋଟିଏ କୋଠରୀ ପ୍ରସ୍ତୁତ କରି ରଖ। ମୋର ବିଶ୍ୱାସ, ତୁମ ପ୍ରାର୍ଥନା ଫଳରେ ମୁଁ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବି।


ତୁମ୍ଭମାନଙ୍କ ନିକଟକୁ ଫେରିଯିବା ପାଇଁ ଆମର ପ୍ରବଳ ଇଚ୍ଛା ଥିଲା ଓ ମୁଁ ନିେଜ ଫେରିଯିବା ପାଇଁ ଏକାଧିକ ଥର ଚେଷ୍ଟା କରିଥିଲି, କିନ୍ତୁ ଶୟତାନ ଆମକୁ ଏଥିରେ ବାଧା ଦେଲା।


ପୁଣି, ଈଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ପଠାଇ ଦିଅନ୍ତୁ, ତୁମ୍ଭେମାନେ ମୋ’ ପାଇଁ ଏହି ପ୍ରାର୍ଥନା କରୁଥାଅ। ଏହା ତୁମ୍ଭମାନଙ୍କ ନିକଟରେ ମୋର ଆନ୍ତରିକ ନିବେଦନ।


କୌଣସି ବିଷୟରେ ବ୍ୟସ୍ତ ହୁଅ ନାହିଁ। କିନ୍ତୁ ତୁମର ଯାହା ଆବଶ୍ୟକ, ତାହା ପ୍ରାର୍ଥନାରେ ଈଶ୍ୱରଙ୍କୁ ମାଗ। ପୁଣି ପ୍ରାର୍ଥନା କରିବା ବେଳେ ସର୍ବଦା ହୃଦୟର ଧନ୍ୟବାଦ ଜ୍ଞାପନ କର;


ଏହିସବୁ ଘଟଣା ପରେ ପାଉଲ ମାସିଦୋନିଆ ଓ ଆଖାୟା ମଧ୍ୟଦେଇ ଯିରୂଶାଲମକୁ ଯିବାକୁ ସ୍ଥିର କଲେ। ସେ କହିଲେ, “ସେଠାକୁ ଯିବା ପରେ ମୁଁ ନିଶ୍ଚୟ ରୋମ୍କୁ ମଧ୍ୟ ଯିବି।”


ଈଶ୍ୱର ଇଚ୍ଛା କଲେ, ମୁଁ ଶୀଘ୍ର ତୁମମାନଙ୍କ ନିକଟକୁ ଯିବି। ସେତେବେଳେ ଏହି ଉଦ୍ଧତ ଲୋକମାନଙ୍କର କଥା କେବଳ ଶୁଣିବି ନାହିଁ - ପ୍ରକୃତରେ ସେମାନଙ୍କର କେତେ ପ୍ରଭାବ ଅଛି, ତାହା ମୁଁ ଦେଖିବି।


ଆମେ ତାଙ୍କୁ ବୁଝାଇ ନ ପାରି ସେଥିରୁ ବିରତ ହୋଇ କହିଲୁ, “ପ୍ରଭୁଙ୍କର ଇଚ୍ଛା ପୂର୍ଣ୍ଣ ହେଉ।”


ମୁଁ ଜାଣେ, ଖ୍ରୀଷ୍ଟଙ୍କଠାରୁ ପୂର୍ଣ୍ଣ ମାତ୍ରାରେ ଆଶୀର୍ବାଦ ନେଇ ମୁଁ ତୁମ୍ଭମାନଙ୍କ ନିକଟକୁ ଆସିବି।


ଈଶ୍ୱରଙ୍କ ଇଚ୍ଛାନୁଯାୟୀ ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ ଶିଷ୍ୟ ରୂପେ ଆହୂତ ପାଉଲ ଓ ଆମ ଭ୍ରାତା ସୋସ୍ଥିନା -


Swiv nou:

Piblisite


Piblisite