Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 9:20 - ପବିତ୍ର ବାଇବଲ (CL) NT (BSI)

20 ମହାମାରୀମାନଙ୍କରେ ବିନଷ୍ଟ ହୋଇ ନ ଥିବା ଅବଶିଷ୍ଟ ମନୁଷ୍ୟ ଜାତିର, ତଥାପି କୌଣସି ପରିବର୍ତ୍ତନ ହେଲା ନାହିଁ। ସେମାନେ ପ୍ରେତ ପୂଜାରୁ ନିବୃତ୍ତ ହେଲେ ନାହିଁ। ଦୃଷ୍ଟି, ଶ୍ରବଣ ଓ ଚଳତ୍ଶକ୍ତିଶୂନ୍ୟ, ସୁନା, ରୂପା, ପିତ୍ତଳ ତଥା କାଠ ପଥରନିର୍ମିତ ପ୍ରତିମା ପୂଜା ପରିହାର କଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହିସମସ୍ତ କ୍ଳେଶ ଦ୍ଵାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନ ପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍, ଭୂତମାନଙ୍କ ପୂଜା, ପୁଣି ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଷ୍ଠ ନିର୍ମିତ ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ,

Gade chapit la Kopi

ଓଡିଆ ବାଇବେଲ

20 ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ଯେଉଁ ଅବଶିଷ୍ଟ ମନୁଷ୍ୟମାନେ ଏହି ସମସ୍ତ କ୍ଲେଶ ଦ୍ୱାରା ବଧ କରାଯାଇ ନ ଥିଲେ, ସେମାନେ ଆପଣା ଆପଣା ହସ୍ତକୃତ କର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ, ଅର୍ଥାତ୍‍ ଭୂତମାନଙ୍କ ପୂଜା, ପୁଣି, ଦର୍ଶନ, ଶ୍ରବଣ ଓ ଗମନ କରିବାକୁ ଅସମର୍ଥ ସୁବର୍ଣ୍ଣ, ରୌପ୍ୟ, ପିତ୍ତଳ, ପ୍ରସ୍ତର ଓ କାଠରେ ତିଆରି ପ୍ରତିମାର ପୂଜା ପରିତ୍ୟାଗ କଲେ ନାହିଁ,

Gade chapit la Kopi

ପବିତ୍ର ବାଇବଲ

20 ପୃଥିବୀର ଯେଉଁ ଅବଶିଷ୍ଟ ଲୋକମାନେ ଏହି ମହାମାରୀ ଦ୍ୱାରା ପ୍ରାଣ ହରାଇ ନ ଥିଲେ, ସେମାନେ ତଥାପି ସେମାନଙ୍କର ମନ ଓ ଜୀବନ ପରିବର୍ତ୍ତନ କଲେ ନାହିଁ। ସେମାନେ ତହାଙ୍କ ହାତ ତିଆରି କର୍ମଗୁଡ଼ିକଠାରୁ ମଧ୍ୟ ନିଜକୁ ଦୂରେଇ ଦେଲେ ନାହିଁ। ସେମାନେ ଦୃଷ୍ଟାତ୍ମାଗୁଡ଼ିକର ପୂଜା କଲେ ଓ ସୁନା, ରୂପା, ପିତ୍ତଳ, ପଥର, କାଠରେ ତିଆରି, ଦେଖି ପାରୁ ନ ଥିବା, ଶୁଣି ପାରୁ ନ ଥିବା ବା ଗ୍ଭଲି ପାରୁ ନ ଥିବା ପ୍ରତିମାଗୁଡ଼ିକର ପୂଜା କରିବା ବନ୍ଦ କଲେ ନାହିଁ।

Gade chapit la Kopi




ପ୍ରକାଶିତ 9:20
43 Referans Kwoze  

ସେମାନେ ମନ ପରିବର୍ତ୍ତନ ନ କରି ନରହତ୍ୟା, ଗୁଣି ବିଦ୍ୟା, ଲମ୍ପଟାଚରଣ ଓ ଚୌର୍ଯ୍ୟ ବୃତ୍ତିରେ ଲିପ୍ତ ରହିଲେ।


ପବିତ୍ରଆତ୍ମା ସ୍ପଷ୍ଟ ଭାବରେ କହୁଛନ୍ତି ଯେ, ପ୍ରତାରକ ପାପାତ୍ମାମାନଙ୍କ କୁଶିକ୍ଷାରେ ପଡ଼ି ଦିନେ ଆମ ମଣ୍ଡଳୀର କେହି କେହି ଖ୍ରୀଷ୍ଟବିଶ୍ୱାସରୁ ବିଚ୍ୟୁତ ହେବେ।


ବର୍ତ୍ତମାନ ଏହି ଲୋକ ପାଉଲ କ’ଣ କରୁଛି; ତାହା ତୁମ୍ଭେମାନେ ନିଜେ ଦେଖିପାରୁଛ ଓ ଶୁଣି ପାରୁଛ ଓ ଶୁଣିପାରୁଛ। ସେ କହୁଛି, ମଣିଷ ହାତ ତିଆରି ଦେବତା ସବୁ ଆଦୌ ଦେବତା ନୁହଁନ୍ତି, ଆଉ ସେ ଏଠାରେ ଏଫିସସ୍ ଓ ପ୍ରାୟ ସମସ୍ତ ଏସିଆ ଦେଶରେ ଅନେକ ଲୋକଙ୍କୁ ଏହି ବିଷୟରେ ମତାଉଛି।


ସେ ସମୟରେ ସେଠାରେ ସେମାନେ ଏକ ବାଛୁରୀର ପ୍ରତିମା ତିଆରି କଲେ ଓ ତା’ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କଲେ। ପୁଣି ନିଜେ ତିଆରି କରିଥିବା ସେହି ପ୍ରତିମାର ସମ୍ମାନାର୍ଥେ ଏକ ଭୋଜି ପ୍ରସ୍ତୁତ କଲେ।


ଏଥର ତୁମ୍ଭମାନଙ୍କ ନିକଟକୁ ଗଲାବେଳକୁ ହୁଏତ ଈଶ୍ୱର ତୁମ୍ଭମାନଙ୍କ ସାକ୍ଷାତରେ ମୋତେ ଅପଦସ୍ଥ କରିବେ, ଯେଉଁମାନେ ଆଗରୁ ପାପ କରିଛନ୍ତି, କିନ୍ତୁ ସେମାନଙ୍କର ଅଶୁଚି କାର୍ଯ୍ୟକଳାପ, ଲମ୍ପଟତା ଓ ଭ୍ରଷ୍ଟାଚାର ନିମନ୍ତେ ଅନୁତପ୍ତ ନୁହନ୍ତି, ଏପରି ଅନେକଙ୍କ ପାଇଁ ମୋତେ ଶୋକ କରିବାକୁ କଡ଼ିବ।


ଆମେ ଈଶ୍ୱରଙ୍କର ସନ୍ତାନ ହୋଇଥିବାରୁ ମନୁଷ୍ୟର କଳାନୈପୁଣ୍ୟ ଦ୍ୱାରା ଉଦ୍ଭାବିତ ସୁବର୍ଣ୍ଣ, ରୌପ୍ୟ କିମ୍ବା ପ୍ରସ୍ତର ନିର୍ମିତ ପ୍ରତିମା ସାଦୃଶ୍ୟରେ ଈଶ୍ୱରଙ୍କ ସ୍ୱରୂପ କଳ୍ପନା କରିପାରିବା ନାହିଁ।


“ଜଳଦୀକ୍ଷାଦାତା ଯୋହନ ତୁମ ନିକଟକୁ ଆସି ଠିକ୍ ରାସ୍ତା ଦେଖାଇ ଦେଇଥିଲେ, କିନ୍ତୁ ତୁମେ ତାଙ୍କୁ ବିଶ୍ୱାସ କଲ ନାହିଁ। ଅଥଚ କର ଆଦାୟକାରୀ ଓ ବେଶ୍ୟାମାନେ ତାଙ୍କ କଥାରେ ବିଶ୍ୱାସ କଲେ। ଏହା ଦେଖି ମଧ୍ୟ ତୁମେ ମନ ବଦଳାଇ ତାଙ୍କୁ ବିଶ୍ୱାସ କଲ ନାହିଁ।


ତାହାପରେ ଚତୁର୍ଥ ଦୂତ ତାଙ୍କର ପାତ୍ରରେ ଥିବା ଦ୍ରବ୍ୟକୁ ସୂର୍ଯ୍ୟ ଉପରେ ଢ଼ାଳି ଦେଲେ। ଫଳରେ ସୂର୍ଯ୍ୟତାପ ଅତି ପ୍ରଚଣ୍ଡ ହୋଇ ଲୋକମାନଙ୍କୁ ଜାଳିପୋଡ଼ି ଦେଲା।


ଅଶ୍ୱମାନଙ୍କର ଶକ୍ତି ସେମାନଙ୍କର ମୁଖ ଓ ଲାଙ୍ଗୁଳରେ ଥିଲା। ସେମାନଙ୍କର ଲାଙ୍ଗୁଳ, ମସ୍ତକବିଶିଷ୍ଟ ସର୍ପ ପରି ଏବଂ ସେଥିରେ ସେମାନେ ମନୁଷ୍ୟକୁ ଆଘାତ କରୁଥିଲେ।


ଅନନ୍ତର ମୁଁ ଆକାଶରେ ଆଉ ଏକ ବିଚିତ୍ର ରହସ୍ୟଜନକ ଦୃଶ୍ୟ ଦେଖିଲି। ସାତ ଜଣ ସ୍ୱର୍ଗଦୂତ ପ୍ରତ୍ୟେକେ ଗୋଟିଏ ଗୋଟିଏ ମହାମାରୀ ଧରି ଆବିର୍ଭୂତ ହେଲେ। ଏହି ମହାମାରୀଗୁଡ଼ିକ ଥିଲା, ଈଶ୍ୱରଙ୍କ କ୍ରୋଧର ଚରମ ଅଭିବ୍ୟକ୍ତି।


Swiv nou:

Piblisite


Piblisite