Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 9:17 - ପବିତ୍ର ବାଇବଲ (CL) NT (BSI)

17 ମୁଁ ଦେଖିଲି, ସେମାନଙ୍କର ଉରସ୍ତ୍ରାଣ ଅଗ୍ନି ପରି ରକ୍ତବର୍ଣ୍ଣ, ନୀଳକାନ୍ତ ମଣି ପରି ନୀଳ ଓ ଗନ୍ଧକ ପରି ପୀତବର୍ଣ୍ଣ ଥିଲା। ଅଶ୍ୱମାନଙ୍କର ସିଂହ ଭଳି ମସ୍ତକ ଥିଲା,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଉ ମୁଁ ଦର୍ଶନରେ ଅଶ୍ଵ ଓ ସେମାନଙ୍କ ଆରୋହୀମାନଙ୍କୁ ଏହିପ୍ରକାର ଦେଖିଲି, ସେମାନଙ୍କ ଉରସ୍ତ୍ରାଣ ଅଗ୍ନିବର୍ଣ୍ଣ, ନୀଳବର୍ଣ୍ଣ ଓ ଗନ୍ଧକବର୍ଣ୍ଣ; ଅଶ୍ଵମାନଙ୍କ ମସ୍ତକ ସିଂହମାନଙ୍କ ମସ୍ତକ ସଦୃଶ, ଆଉ ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକ ନିର୍ଗତ ହେଉଥିଲା।

Gade chapit la Kopi

ଓଡିଆ ବାଇବେଲ

17 ଆଉ ମୁଁ ଦର୍ଶନରେ ଅଶ୍ୱ ଓ ସେମାନଙ୍କ ଆରୋହୀମାନଙ୍କୁ ଏହି ପ୍ରକାର ଦେଖିଲି, ସେମାନଙ୍କ ଉରସ୍ତ୍ରାଣ ଅଗ୍ନିବର୍ଣ୍ଣ, ନୀଳବର୍ଣ୍ଣ ଓ ଗନ୍ଧକବର୍ଣ୍ଣ; ଅଶ୍ୱମାନଙ୍କ ମସ୍ତକ ସିଂହମାନଙ୍କ ମସ୍ତକ ସଦୃଶ, ଆଉ ସେମାନଙ୍କ ମୁଖରୁ ଅଗ୍ନି, ଧୁମ ଓ ଗନ୍ଧକ ନିର୍ଗତ ହେଉଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଉ ମୁଁ ଦର୍ଶନରେ ଅଶ୍ୱ ଓ ସେମାନଙ୍କ ଆରୋହୀମାନଙ୍କୁ ଏହି ପ୍ରକାର ଦେଖିଲି, ସେମାନଙ୍କ ଊରସ୍ତ୍ରାଣ ଅଗ୍ନିବର୍ଣ୍ଣ, ନୀଳବର୍ଣ୍ଣ ଓ ଗନ୍ଧକବର୍ଣ୍ଣ; ଅଶ୍ୱମାନଙ୍କ ମସ୍ତକ ସିଂହମାନଙ୍କ ମସ୍ତକ ସଦୃଶ, ଆଉ ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକ ନିର୍ଗତ ହେଉଥିଲା।

Gade chapit la Kopi

ପବିତ୍ର ବାଇବଲ

17 ମୋ’ ଦର୍ଶନରେ ମୁଁ ଅଶ୍ୱ ଓ ଅଶ୍ୱାରୋହୀମାନଙ୍କୁ ଦେଖିଲି। ସେମାନେ ନୀଳକାନ୍ତ ମଣି ତୁଲ୍ୟ ଲୋହିତ, ନୀଳକାନ୍ତ ମଣି ତୁଲ୍ୟ ନୀଳ ଓ ଗନ୍ଧକ ପରି ହଳଦିଆ ବର୍ଣ୍ଣର ସାଞ୍ଜୁ ଛାତିରେ ପିନ୍ଧିଥିଲେ। ଅଶ୍ୱମାନଙ୍କର ମୁଣ୍ଡ ସିଂହର ମୁଣ୍ଡ ପରି ଦେଖାଯାଉଥିଲା। ସେମାନଙ୍କ ମୁଖରୁ ଅଗ୍ନି, ଧୂଆଁ ଓ ଗନ୍ଧକ ବାହାରୁଥିଲା।

Gade chapit la Kopi




ପ୍ରକାଶିତ 9:17
16 Referans Kwoze  

ପୁଣି ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକରୂପ ତିନୋଟି ମହାମାରୀ ନିର୍ଗତ ହେଲା। ଏହି ମହାମାରୀଗୁଡ଼ିକର ପ୍ରାଦୁର୍ଭାବରେ ମନୁଷ୍ୟ ଜାତିର ଏକ ତୃତୀୟାଂଶ ମୃତ୍ୟୁ ମୁଖରେ ପଡ଼ିଲେ।


କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


ସେ ଈଶ୍ୱରଙ୍କ କ୍ରୋଧରୂପ ପାତ୍ରରେ ଢ଼ଳା ହୋଇଥିବା ତାହାଙ୍କ ପ୍ରଚଣ୍ଡ କୋପର ସୁରା ପାନ କରିବ। ଯେଉଁମାନେ ଏହି କାର୍ଯ୍ୟ କରିବେ, ସେମାନେ ସମସ୍ତେ ମେଷଶାବକ ଓ ପବିତ୍ର ସ୍ୱର୍ଗଦୂତମାନଙ୍କ ସମ୍ମୁଖରେ ଅଗ୍ନି ଓ ଗନ୍ଧକରେ ଉତ୍ପୀଡ଼ିତ ହେବେ।


ସେହି ଯୁଦ୍ଧରେ ପଶୁ ଓ ତା’ ସମ୍ମୁଖରେ ଅଲୌକିକ କାର୍ଯ୍ୟ କରୁଥିବା ସେହି ଭଣ୍ଡ ଭାବବାଦୀ ଧରାପଡ଼ି ବନ୍ଦୀ ହେଲେ। ଯେଉଁମାନଙ୍କଠାରେ ପଶୁ-ଚିହ୍ନ ଥିଲା ଓ ଯେଉଁମାନେ ତା’ର ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ, ପଶୁ ତା’ର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ପ୍ରତାରିତ କରିଥିଲା। ପଶୁ ଓ ଉକ୍ତ ଭଣ୍ଡ ଭାବବାଦୀ ଗନ୍ଧକ ଜଳୁଥିବା ଅଗ୍ନି ହ୍ରଦରେ ଜୀଅନ୍ତା ନିକ୍ଷିପ୍ତ ହେଲେ।


ଏବଂ ଯେଉଁ ଗନ୍ଧକାଗ୍ନି ଜଳୁଥିବା ହ୍ରଦରେ ପଶୁ ଓ ଭଣ୍ଡ ଭାବବାଦୀ ନିକ୍ଷିପ୍ତ ହୋଇଥିଲେ, ପ୍ରତାରକ ଶୟତାନକୁ ମଧ୍ୟ ସେଥିରେ ନିକ୍ଷେପ କରାଯିବ। ସେଠାରେ ସେମାନେ ଦିବାରାତ୍ର ଚିରକାଳ ଦାରୁଣ ଯନ୍ତ୍ରଣା ଭୋଗ କରିବେ।


ଯଦି କେହି ସେମାନଙ୍କର କ୍ଷତି କରିବାକୁ ଚେଷ୍ଟା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ଶତ୍ରୁକୁ ଧ୍ୱଂସ କରିବ। ଏହିପରି ଯେ କେହି ସେମାନଙ୍କର କ୍ଷତି କରିବାକୁ ବାହାରିବ, ସେ ନିଜେ ବିନଷ୍ଟ ହେବ।


ସେମାନଙ୍କ ବକ୍ଷ ଦେଶକୁ ଲୌହ ଉରସ୍ତ୍ରାଣ ପରି କୌଣସି ପଦାର୍ଥ ଆବୃତ୍ତ କରିଥିଲା ଏବଂ ଅନେକ ଅଶ୍ୱ ଦ୍ୱାରା ଟଣା ହେଉଥିବା ରଥର ନିର୍ଘୋଷ ପରି ସେମାନଙ୍କ ଡ଼େଣାମାନଙ୍କରୁ ଶବ୍ଦ ବାହାରୁ ଥିଲା।


ପଞ୍ଚମରେ ପୁଲକ ମଣି, ଷଷ୍ଠରେ ମାଣିକ୍ୟ, ସପ୍ତମଟିରେ ପୁଷ୍ପରାଗ ମଣି, ଅଷ୍ଟମରେ ଫିରୋଜ ମଣି, ନବମରେ ଗୋମେଦକ ମଣି, ଦଶମରେ ଲଶୁନୀୟ ମଣି, ଏକାଦଶରେ ଇନ୍ଦ୍ରନୀଳ ମଣି ଓ ଦ୍ୱାଦଶଟିରେ ସୁଗନ୍ଧ ମଣି ଥିଲା।


Swiv nou:

Piblisite


Piblisite