Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 9:15 - ପବିତ୍ର ବାଇବଲ (CL) NT (BSI)

15 ତେଣୁ ଏହି ନିର୍ଦ୍ଦିଷ୍ଟ ବର୍ଷ, ମାସ, ଦିନ ଓ ଦଣ୍ଡରେ, ସମଗ୍ର ମନୁଷ୍ୟ ଜାତିର ଏକ ତୃତୀୟାଂଶ ଲୋକଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ସେହି ଚାରି ଦୂତଙ୍କୁ ମୁକ୍ତ କରି ଦିଆଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ତ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ।

Gade chapit la Kopi

ଓଡିଆ ବାଇବେଲ

15 ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ଡ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ସେଥିରେ ମନୁଷ୍ୟମାନଙ୍କର ଏକ ତୃତୀୟାଂଶକୁ ବଧ କରିବା ନିମନ୍ତେ ଏହି ଯେଉଁ ଚାରି ଦୂତ ସେହି ଦଣ୍ଡ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲେ, ସେମାନେ ମୁକ୍ତ କରାଗଲେ।

Gade chapit la Kopi

ପବିତ୍ର ବାଇବଲ

15 ତେଣୁ ଯେଉଁ ଗ୍ଭରି ଜଣ ଦୂତଙ୍କୁ ପୃଥିବୀର ଏକ ତୃତୀୟାଂଶ ଲୋକମାନଙ୍କର ପ୍ରାଣନାଶ କରିବାକୁ ସେହି ଘଣ୍ଟା, ଦିନ, ମାସ ଓ ସେହି ବର୍ଷ ପର୍ଯ୍ୟନ୍ତ ପ୍ରସ୍ତୁତ କରି ରଖାଯାଇଥିଲା, ସେମାନଙ୍କୁ ମୁକ୍ତ କରାଗଲା।

Gade chapit la Kopi




ପ୍ରକାଶିତ 9:15
9 Referans Kwoze  

ପୁଣି ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକରୂପ ତିନୋଟି ମହାମାରୀ ନିର୍ଗତ ହେଲା। ଏହି ମହାମାରୀଗୁଡ଼ିକର ପ୍ରାଦୁର୍ଭାବରେ ମନୁଷ୍ୟ ଜାତିର ଏକ ତୃତୀୟାଂଶ ମୃତ୍ୟୁ ମୁଖରେ ପଡ଼ିଲେ।


ପ୍ରଥମ ଦୂତ ତୂରୀ ବଜାଇବା କ୍ଷଣି କୁଆପଥର, ଅଗ୍ନି ଓ ରକ୍ତ ପୃଥିବୀ ଉପରେ ପଡ଼ିଲା। ଫଳରେ ସମସ୍ତ ବୃକ୍ଷଲତା, ସବୁଜ ତୃଣ ସହିତ ପୃଥିବୀର ଏକ ତୃତୀୟାଂଶ ଦଗ୍ଧ ହେଲା।


ସମୁଦ୍ର ପ୍ରାଣୀମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମରିଗଲେ ଏବଂ ସମୁଦ୍ରରେ ଥିବା ଜାହାଜଗୁଡ଼ିକର ଏକ ତୃତୀୟାଂଶ ଧ୍ୱଂସ ପାଇଗଲା।


କଙ୍କଡ଼ାବିଛା ପରି ସେମାନଙ୍କର ଲାଙ୍ଗୁଳ ଓ ନାହୁଡ଼ ଥିଲା। ସେହି ଲାଙ୍ଗୁଳରେ ପାଞ୍ଚ ମାସ ଯାଏ ଲୋକଙ୍କୁ ଆଘାତ କରିବା ପାଇଁ ସେମାନେ ଶକ୍ତି ପାଇଥିଲେ।


ପୁଣି ସେମାନଙ୍କୁ ହତ୍ୟା ନ କରି ପାଞ୍ଚ ମାସ ପର୍ଯ୍ୟନ୍ତ କେବଳ ଉତ୍ପୀଡ଼ନ କରିବାକୁ ପଙ୍ଗପାଳମାନେ କ୍ଷମତା ପାଇଥିଲେ। ସେହି ଉତ୍ପୀଡ଼ନ, କଙ୍କଡ଼ାବିଛାର କାମୁଡ଼ା ପରି ଉକ୍ରଟ ଥିଲା।


ତା’ପରେ ଦ୍ୱିତୀୟ ଦୂତ ତାଙ୍କର ତୂରୀ ବଜାଇବା କ୍ଷଣି ପର୍ବତ ପରି ଗୋଟିଏ ପ୍ରକାଣ୍ଡ ପଦାର୍ଥ ସମୁଦ୍ରରେ ନିକ୍ଷିପ୍ତ ହେଲା ଓ ସମୁଦ୍ରର ଏକ ତୃତୀୟାଂଶ ରକ୍ତରେ ପରିଣତ ହେଲା,


ତାହାପରେ ତୃତୀୟ ଦୂତ ତାଙ୍କର ତୂରୀ ବଜାଇଲେ। ସଙ୍ଗେ ସଙ୍ଗେ ଆକାଶରୁ ମଶାଲ ପରି ଏକ ବୃହତ୍ ଜଳନ୍ତା ନକ୍ଷତ୍ର ସମସ୍ତ ନଦୀ ଓ ଝରଣାମାନଙ୍କର ଏକ ତୃତୀୟାଂଶ ଉପରେ ଖସି ପଡ଼ିଲା।


ସହସ୍ର ବର୍ଷ ପୂର୍ଣ୍ଣ ହେବା ପରେ ଶୟତାନକୁ କାରାଗାରରୁ ମୁକ୍ତି ଦିଆଯିବ


Swiv nou:

Piblisite


Piblisite