Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 9:11 - ପବିତ୍ର ବାଇବଲ (CL) NT (BSI)

11 ସେମାନଙ୍କ ଉପରେ ଜଣେ ରାଜା ଶାସନ କରୁଛି। ସେ ପାତାଳପୁରୀ ଦାୟିତ୍ୱରେ ଥିବା ଏକ ଦେବଦୂତ। ଏବ୍ରୀ ଭାଷାରେ ତାହାର ନାମ, ଆବାଦନ୍; ଗ୍ରୀକ୍ ଭାଷାରେ ସେହି ନାମ ହେଉଛି, ଆପୋଲ୍ଲୀୟନ୍ (ଅର୍ଥାତ୍ ‘ସଂହାରକ’)।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପାତାଳକୁଣ୍ତର ଦୂତ ସେମାନଙ୍କର ରାଜା, ତାହାର ନାମ ଏବ୍ରୀ ଭାଷାରେ ଅବଦ୍ଦୋନ୍ ଓ ଗ୍ରୀକ୍ ଭାଷାରେ ଅପଲ୍ଲିୟୋନ୍।

Gade chapit la Kopi

ଓଡିଆ ବାଇବେଲ

11 ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍ ଭାଷାରେ ଅପଲ୍ଲିୟୋନ୍ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପାତାଳକୁଣ୍ଡର ଦୂତ ସେମାନଙ୍କର ରାଜା, ତାହାଙ୍କର ନାମ ଏବ୍ରୀ ଭାଷାରେ ଆବଦ୍ଦୋନ୍ ଓ ଗ୍ରୀକ୍‍ ଭାଷାରେ ଅପଲ୍ଲିୟୋନ୍।

Gade chapit la Kopi

ପବିତ୍ର ବାଇବଲ

11 ପାତାଳସ୍ଥ ସେହି ଅତଳ ଗହ୍ୱରର ଦୂତ ପଙ୍ଗପାଳମାନଙ୍କର ରାଜା ଥିଲେ। ତାହାଙ୍କର ନାମ ଏବ୍ରୀ ଭାଷାରେ ‘ଅବଦ୍ଦୋନ୍’ ଓ ଗ୍ରୀକ୍ ଭାଷାରେ ‘ଅପଲ୍ଲିୟୋନ୍’ (ବିନାଶକ) ଥିଲା।

Gade chapit la Kopi




ପ୍ରକାଶିତ 9:11
18 Referans Kwoze  

ସେ ସମୟରେ ତୁମ୍ଭେମାନେ ଜାଗତିକ ଅସତ୍ ମାର୍ଗ ଅନୁସରଣ କରି, ମହାକାଶସ୍ଥ ଅଶରୀରୀ ଅଧିପତିର ବଶବର୍ତ୍ତୀ ଥିଲ। ସେହି ଅଧିପତି ଏବେ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନକାରୀ। ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରୁଛି।


ସେମାନେ ବିଶ୍ୱାସ କରିନ୍ତି ନାହିଁ, କାରଣ ସେମାନଙ୍କ ମନକୁ ଏହି ଜଗତର ଦେବତା ଅନ୍ଧ କରି ଦେଇଛି। ଫଳରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର୍ ଖ୍ରୀଷ୍ଟଙ୍କ ମହିମାନ୍ୱିତ ସୁସମାଚାରର ଦୀପ୍ତି ସେମାନଙ୍କ ନିକଟରେ ପ୍ରତିଭାତ ହୁଏ ନାହିଁ।


ଏ ଜଗତର ଅଧିପତି ଦୋଷୀ ସାବ୍ୟସ୍ତ ହୋଇଛି; ଏଥିରୁ ଈଶ୍ୱରଙ୍କ ନ୍ୟାୟ ବିଚାର ପ୍ରକାଶ ପାଏ।


ମୁଁ ତୁମ୍ଭମାନଙ୍କ ସହିତ ଆଉ ଅଧିକ ସମୟ କଥାବାର୍ତ୍ତା କରିପାରିବି ନାହିଁ, କାରଣ ଏହି ଜଗତର ଅଧିପତି ଆସୁଛି। ଅବଶ୍ୟ ମୋ’ ଉପରେ ତା’ର କୌଣସି କର୍ତ୍ତୃତ୍ୱ ନାହିଁ।


ତୁମ୍ଭେମାନେ ତୁମ୍ଭମାନଙ୍କର ପିତା ଶୟତାନର ସନ୍ତାନ; ତାହାର ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ଲାଳାୟିତ। ସୃଷ୍ଟିର ଆରମ୍ଭରୁ ସେ ଥିଲା ନରହନ୍ତା। ସେ କେବେ ସତ୍ୟର ପକ୍ଷପାତୀ ନ ଥିଲା କାରଣ ତା’ଠାରେ ଲେଶମାତ୍ର ସତ୍ୟ ନାହିଁ। ମିଥ୍ୟା କହିବା ତା’ ପକ୍ଷରେ ସ୍ୱାଭାବିକ। କାରଣ ସେ ନିଜେ ମିଥ୍ୟାବାଦୀ ଓ ସକଳ ମିଥ୍ୟାର ଜନକ।


ଆମେ ଜାଣୁ, ସମଗ୍ର ଜଗତରେ ଶୟତାନ ତା’ର ଅଧିପତ୍ୟ ବିସ୍ତାର କରିଥିଲେ ସୁଦ୍ଧା, ଆମେ ଈଶ୍ୱରଙ୍କର।


କିନ୍ତୁ ପିଲାମାନେ! ତୁମ୍ଭେମାନେ ଈଶ୍ୱରଙ୍କ। ସେହି ଭଣ୍ଡ ଭାବବାଦୀମାନଙ୍କୁ ତୁମେ ପରାଜିତ କରିଛ,କାରଣ ତୁମ ଅନ୍ତରରେ ବାସ କରୁଥିବା ଈଶ୍ୱରଙ୍କ ଆତ୍ମଶ, ସାଂସାରିକ ଲୋକମାନଙ୍କ ଆତ୍ମାଠାରୁ ଅଧିକ ଶକ୍ତିଶାଳୀ।


ଜଗତର ବିଚାର ଦିନ ବର୍ତ୍ତମାନ ଉପସ୍ଥିତ। ଏହି ଜଗତର ଅଧିପତି ଗାଦିଚ୍ୟୁତ ହେବ।


ସେହି ସର୍ପ ହେଉଛି, ସପ୍ତମ ଜଗତକୁ ପ୍ରତାରଣା କରିଥିବା ଦ୍ୟାବଳ ଆଦିମ ସର୍ପ, ଶୟତାନ; ତା’ର ଦଳବଳ ସହ ସ୍ୱର୍ଗରୁ ନିକ୍ଷିପ୍ତ ହୋଇ ପୃଥିବୀ ପୃଷ୍ଠରେ ଆସି ପଡ଼ିଲା।


ସେମାନଙ୍କୁ ପାତାଳକୁ ନ ପଠାଇବା ପାଇଁ ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ।


ସେଠାରେ “ମେଷଦ୍ୱାର” ନିକଟରେ ବେଥଜାଥା ନାମକ ଗୋଟିଏ ପୁଷ୍କରିଣୀ ଥିଲା। ପୁଷ୍କରିଣୀର ପାଞ୍ଚଟି ମଣ୍ଡପ ଥିଲା


ପ୍ରେତାତ୍ମାମାନେ ଯଥା ସମୟରେ ପୃଥିବୀର ରାଜାମାନଙ୍କୁ ଯେଉଁ ରଣାଙ୍ଗନରେ ଏକତ୍ରିତ କରାଇଲେ, ଏବ୍ରୀ ଭାଷାରେ ତାହାର ନାମ ଆର୍ମାଗେଡ଼୍ଡ଼ନ୍।


Swiv nou:

Piblisite


Piblisite