Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 8:2 - ପବିତ୍ର ବାଇବଲ (CL) NT (BSI)

2 ତାହାପରେ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇଥିବା ସାତ ଜଣ ଦୂତଙ୍କୁ ମୁଁ ଦେଖିଲି; ସେମାନଙ୍କୁ ସାତଟି ତୂରୀ ଦିଆଗଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତତ୍ପରେ ମୁଁ ଈଶ୍ଵରଙ୍କ ସମ୍ମୁଖରେ ଦଣ୍ତାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦତ୍ତ ହେଲା।

Gade chapit la Kopi

ଓଡିଆ ବାଇବେଲ

2 ତତ୍ପରେ ମୁଁ ଈଶ୍ୱରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦିଆ ହେଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତତ୍ପରେ ମୁଁ ଈଶ୍ବରଙ୍କ ସମ୍ମୁଖରେ ଦଣ୍ଡାୟମାନ ସପ୍ତ ଦୂତଙ୍କୁ ଦେଖିଲି, ସେମାନଙ୍କୁ ସପ୍ତ ତୂରୀ ଦିଆ ହେଲା।

Gade chapit la Kopi

ପବିତ୍ର ବାଇବଲ

2 ତା'ପରେ ମୁଁ ପରମେଶ୍ୱରଙ୍କ ସାମନାରେ ସାତ ଜଣ ସ୍ୱର୍ଗଦୂତଙ୍କୁ ଠିଆ ହୋଇଥିବାର ଦେଖିଲି। ସେମାନଙ୍କୁ ସାତୋଟି ତୂରୀ ଦିଆଗଲା।

Gade chapit la Kopi




ପ୍ରକାଶିତ 8:2
18 Referans Kwoze  

ତାହାପରେ ସପ୍ତମ ଦୂତ ତାଙ୍କର ତୂରୀ ବଜାଇଲେ ଏବଂ ସ୍ୱର୍ଗରେ ଉଚ୍ଚ ଧ୍ୱନି ସହ ଏହି ବାଣୀ ଶୁଣାଗଲା! “ଆମ ପ୍ରଭୁ ଓ ତାଙ୍କ ମସୀହ ପୃଥିବୀ ଉପରେ ରାଜତ୍ୱ କରିବା ଅଧିକାର ବର୍ତ୍ତମାନ ନିଜ ହାତକୁ ନେଇଛନ୍ତି। ସେ ଏଣିକି ଚିରକାଳ ରାଜତ୍ୱ କରିବେ।”


ସ୍ୱର୍ଗଦୂତ ଉତ୍ତର ଦେଲେ, “ମୁଁ ଗାବ୍ରିଏଲ୍। ଯେଉଁ ଈଶ୍ୱର ତୁମକୁ ଏହି ଶୁଭବାର୍ତ୍ତା ଜଣାଇବା ପାଇଁ ମୋତେ ପଠାଇଛନ୍ତି, ମୁଁ ତାଙ୍କ ଛାମୁରେ ଠିଆ ହୋଇଥାଏ।


ତା’ପରେ ଉପରୋକ୍ତ ସାତ ଜଣ ସ୍ୱର୍ଗଦୂତ ତୂରୀ ବଜାଇବାକୁ ପ୍ରସ୍ତୁତ ହେଲେ।


“ଏହି ନଗଣ୍ୟମାନଙ୍କ ମଧ୍ୟରୁ ଜଣକୁ ହେଲେ ତୁଚ୍ଛ ମନେକର ନାହିଁ। ମୁଁ ତୁମ୍ଭମାନଙ୍କୁ କହୁଛି, ଏମାନଙ୍କ ଯତ୍ନ ନେଉଥିବା ସ୍ୱର୍ଗଦୂତମାନେ ସର୍ବଦା ମୋ’ ପିତା ଈଶ୍ୱରଙ୍କ ନିକଟରେ ଅଛନ୍ତି।


ଏହାପରେ ମୁଁ ଶୁଣିଲି, ମନ୍ଦିରରୁ କେହି ଜଣେ ଚିକ୍ରାର କରି ସେହି ସପ୍ତ ଦୂତଙ୍କୁ କହୁଛନ୍ତି, “ଯାଅ, ସପ୍ତ ପାତ୍ରରେ ଥିବା ଈଶ୍ୱରଙ୍କ କ୍ରୋଧ ପୃଥିବୀ ଉପରେ ଢ଼ାଳି ଦିଅ।”


ଅନନ୍ତର ମୁଁ ଆକାଶରେ ଆଉ ଏକ ବିଚିତ୍ର ରହସ୍ୟଜନକ ଦୃଶ୍ୟ ଦେଖିଲି। ସାତ ଜଣ ସ୍ୱର୍ଗଦୂତ ପ୍ରତ୍ୟେକେ ଗୋଟିଏ ଗୋଟିଏ ମହାମାରୀ ଧରି ଆବିର୍ଭୂତ ହେଲେ। ଏହି ମହାମାରୀଗୁଡ଼ିକ ଥିଲା, ଈଶ୍ୱରଙ୍କ କ୍ରୋଧର ଚରମ ଅଭିବ୍ୟକ୍ତି।


ତୂରୀନାଦ ହେବ ଓ ପୃଥିବୀରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ତାଙ୍କର ମନୋନୀତ ଲୋକମାନଙ୍କୁ ସଂଗ୍ରହ କରି ଆଣିବା ପାଇଁ ମନୁଷ୍ୟପୁତ୍ର ତାଙ୍କ ଦୂତମାନଙ୍କୁ ପଠାଇବେ।


ଜାଗ୍ରତ ଥାଅ ଓ ସେସବୁ ମଧ୍ୟ ଦେଇ ନିର୍ବିଘ୍ନରେ ଗତି କରିବା ପାଇଁ ଶକ୍ତି ପାଇବା ନିମନ୍ତେ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବା ନିମନ୍ତେ ତୁମ୍ଭେମାନେ ସର୍ବଦା ପ୍ରାର୍ଥନା କର।”


ସେତେବେଳେ ଉଚ୍ଚ ସ୍ୱରରେ ଏକ ଆଦେଶ ନିର୍ଘୋଷିତ ହେବ, ପ୍ରଧାନ ସ୍ୱର୍ଗଦୂତଙ୍କ କଣ୍ଠସ୍ୱର ଶୁଭିବ, ଈଶ୍ୱରଙ୍କ ତୂରୀ ଧ୍ୱନି ନିନାଦିତ ହେବ ଏବଂ ପ୍ରଭୁ ସ୍ୱର୍ଗରୁ ଅବତରଣ କରିବେ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଯେଉଁମାନଙ୍କର ମୃତ୍ୟୁ ହୋଇଛି, ସେମାନେ ପ୍ରଥମେ ସଞ୍ଜୀବିତ ହୋଇ ଉତ୍ଥିତ ହେବେ;


ଏସିଆ ପ୍ରଦେଶରେ ଥିବା ସାତଟି ମଣ୍ଡଳୀକୁ ମୋର ଅଭିବାଦନ। ଭବିଷ୍ୟତ୍, ଅତୀତ ଓ ବର୍ତ୍ତମାନର ଜୀବନ୍ତ ଈଶ୍ୱର, ତାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମା


ତା’ପରେ ମୁଁ ଚାହିଁ ଦେଖିଲି, ଆକାଶର ବହୁ ଉଚ୍ଚରେ ଗୋଟିଏ ଉକ୍ର୍ରୋଶ ପକ୍ଷୀ ଉଡ଼ି ଉଡ଼ି ଉଚ୍ଚ ସ୍ୱରରେ କହୁଛି, “ହାୟ! କି ଭୟଙ୍କର! ଅନ୍ୟ ତିନି ଜଣ ଦୂତ ତୂରୀ ବଜାଇବା ସମୟରେ ପୃଥ୍ୱୀବାସୀଙ୍କ ଅବସ୍ଥା କେଡ଼େ ସାଙ୍ଘାତିକ ନ ହେବ!”


ତା’ପରେ ପଞ୍ଚମ ଦୂତ ତୂରୀ ବଜାଇଲେ ଏବଂ ମୁଁ ଦେଖିଲି, ସଙ୍ଗେ ସଙ୍ଗେ ଆକାଶରୁ ଗୋଟିଏ ନକ୍ଷତ୍ର ଖସି ପୃଥିବୀ ଉପରେ ପଡ଼ିଲା। ତାକୁ ପାତାଳପୁରୀର ଚାବି ଦିଆଯାଇଥିଲା।


Swiv nou:

Piblisite


Piblisite