Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 8:12 - ପବିତ୍ର ବାଇବଲ (CL) NT (BSI)

12 ତା’ପରେ ଚତୁର୍ଥ ଦୂତ ତାଙ୍କର ତୂରୀ ବଜାଇବା ମାତ୍ରେ, ସୂର୍ଯ୍ୟର ଏକ ତୃତୀୟାଂଶ, ଚନ୍ଦ୍ରର ଏକ ତୃତୀୟାଂଶ ଓ ନକ୍ଷତ୍ରଗୁଡ଼ିକର ଏକ ତୃତୀୟାଂଶ ବିନଷ୍ଟ ହେଲା। ତେଣୁ ଆଲୋକର ଏକ ତୃତୀୟାଂଶ ଉଜ୍ଜ୍ୱଳତା କମିଗଲା। ଫଳରେ ଦିନର ଏକ ତୃତୀୟାଂଶ ଏବଂ ରାତ୍ରିର ଏକ ତୃତୀୟାଂଶ ଆଲୋକରହିତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଚତୁର୍ଥ ଦୂତ ତୂରୀଧ୍ଵନୀ କରନ୍ତେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେବାରୁ ସେସମସ୍ତର ତୃତୀୟାଂଶ ଅନ୍ଧକାରମୟ ହେଲା, ଦିବସର ତୃତୀୟାଂଶ ଆଲୋକରହିତ ହେଲା ଓ ରାତ୍ରି ମଧ୍ୟ ତଦ୍ରୂପ ହେଲା।

Gade chapit la Kopi

ଓଡିଆ ବାଇବେଲ

12 ଚତୁର୍ଥ ଦୂତ ତୂରୀଧ୍ୱନୀ କରନ୍ତେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ର ସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେବାରୁ ସେସମସ୍ତର ତୃତୀୟାଂଶ ଅନ୍ଧକାରମୟ ହେଲା, ଦିବସର ତୃତୀୟାଂଶ ଆଲୋକରହିତ ହେଲା ଓ ରାତ୍ରି ମଧ୍ୟ ସେହି ପ୍ରକାର ହେଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଚତୁର୍ଥ ଦୂତ ତୂରୀଧ୍ୱନୀ କରନ୍ତେ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ର ସମୂହର ତୃତୀୟାଂଶ ଆଘାତ ପ୍ରାପ୍ତ ହେବାରୁ ସେସମସ୍ତର ତୃତୀୟାଂଶ ଅନ୍ଧକାରମୟ ହେଲା, ଦିବସର ତୃତୀୟାଂଶ ଆଲୋକରହିତ ହେଲା ଓ ରାତ୍ରି ମଧ୍ୟ ସେହି ପ୍ରକାର ହେଲା।

Gade chapit la Kopi

ପବିତ୍ର ବାଇବଲ

12 ଯେତେବେଳେ ଚତୁର୍ଥ ଦୂତ ତୂରୀ ବଜାଇଲେ, ଏକତୃତୀୟାଂଶ ସୂର୍ଯ୍ୟ, ଏକତୃତୀୟାଂଶ ଚନ୍ଦ୍ର ଓ ଏକତୃତୀୟାଂଶ ନକ୍ଷତ୍ରଗୁଡ଼ିକ ଆଘାତ ପାଇଲେ। ତେଣୁ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଅନ୍ଧକାରମୟ ହୋଇଗଲା। ଦିନ ଓ ରାତ୍ରିର ଏକ ତୃତୀୟାଂଶ ଆଲୋକବିହୀନ ହେଲା।

Gade chapit la Kopi




ପ୍ରକାଶିତ 8:12
26 Referans Kwoze  

ତା’ପରେ, ମୁଁ ଦେଖିଲି, ମେଷଶାବକ ଷଷ୍ଠ ମୋହର ଭାଙ୍ଗିଲେ; ତତ୍କ୍ଷଣାତ୍ ପ୍ରବଳ ଭୂମିକମ୍ପ ହେଲା। ସୂର୍ଯ୍ୟ କୃଷ୍ଣ ବର୍ଣ୍ଣର କମ୍ବଳ ପରି ଅନ୍ଧକାରମୟ ହେଲା ଓ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ହୋଇଗଲା।


ପୁଣି ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକରୂପ ତିନୋଟି ମହାମାରୀ ନିର୍ଗତ ହେଲା। ଏହି ମହାମାରୀଗୁଡ଼ିକର ପ୍ରାଦୁର୍ଭାବରେ ମନୁଷ୍ୟ ଜାତିର ଏକ ତୃତୀୟାଂଶ ମୃତ୍ୟୁ ମୁଖରେ ପଡ଼ିଲେ।


ତେଣୁ ଏହି ନିର୍ଦ୍ଦିଷ୍ଟ ବର୍ଷ, ମାସ, ଦିନ ଓ ଦଣ୍ଡରେ, ସମଗ୍ର ମନୁଷ୍ୟ ଜାତିର ଏକ ତୃତୀୟାଂଶ ଲୋକଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ସେହି ଚାରି ଦୂତଙ୍କୁ ମୁକ୍ତ କରି ଦିଆଗଲା।


“ସେହି ଦୁର୍ଦ୍ଦିଗ ଆସିବା ପରେ ସୂର୍ଯ୍ୟ ଅନ୍ଧକାରମୟ ହେବ, ଚନ୍ଦ୍ର ଆଲୋକଶୂନ୍ୟ ହୋଇଯିବ,


“ସେହି ଦୁଃଖଭୋଗର ସମୟ ଶେଷ ହେବାବେଳକୁ ସୂର୍ଯ୍ୟ ମ୍ଲାନ ହୋଇ ପଡ଼ିବ, ଚନ୍ଦ୍ର ଆଉ ଆଲୋକ ବିକିରଣ କରିବ ନାହିଁ, ନକ୍ଷତ୍ରମାନେ ଆକାଶରୁ ଖସିପଡ଼ିବେ ଏବଂ ମହାଶୂନ୍ୟର ଜ୍ୟୋତିପୁଞ୍ଜ ଦିଗହରା ହେବେ।


ସେ ତା’ର ଲାଞ୍ଜରେ ଆକାଶରୁ ଏକ ତୃତୀୟାଂଶ ନକ୍ଷତ୍ର ଟାଣିଆଣି ପୃଥିବୀ ଉପରେ ନିକ୍ଷେପ କଲା। ପିଲାଟି ଜନ୍ମ ହେବା ସଙ୍ଗେ ସଙ୍ଗେ ତାକୁ ଖାଇ ଦେବା ଉଦ୍ଦେଶ୍ୟରେ ସର୍ପ ଉକ୍ତ ନାରୀ ନିକଟରେ ଆସି ଠିଆହେଲା।


ସେମାନେ ବିଶ୍ୱାସ କରିନ୍ତି ନାହିଁ, କାରଣ ସେମାନଙ୍କ ମନକୁ ଏହି ଜଗତର ଦେବତା ଅନ୍ଧ କରି ଦେଇଛି। ଫଳରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର୍ ଖ୍ରୀଷ୍ଟଙ୍କ ମହିମାନ୍ୱିତ ସୁସମାଚାରର ଦୀପ୍ତି ସେମାନଙ୍କ ନିକଟରେ ପ୍ରତିଭାତ ହୁଏ ନାହିଁ।


“ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନଙ୍କରେ ଅଦ୍ଭୁତ ଲକ୍ଷଣ ଦେଖାଯିବ। ସବୁ ଦେଶର ଲୋକମାନେ ହତାଶ ହେବେ ଏବଂ ସମୁଦ୍ରର ଗର୍ଜନ ଓ ଭୟଙ୍କର ଜୁଆର ସେମାନଙ୍କୁ ଭୟଭୀତ କରିବ।


ସେଦିନ ମଧ୍ୟାହ୍ନବେଳୁ ତିନି ଘଣ୍ଟା ପର୍ଯ୍ୟନ୍ତ ସାରା ଦେଶରେ ଅନ୍ଧକାର ଘୋଟିଗଲା।


ସେ ଦିନ ଦି’ପହରବେଳେ ସାରାଦେଶରେ ଅନ୍ଧକାର ଘୋଟିଗଲା ଓ ତାହା ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା।


ପ୍ରଭୁଙ୍କର ମହା ଗୌରବମୟ ଦିବସର ଆଗମନ ପୂର୍ବରୁ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ରକ୍ତ ପରି ଲୋହିତ ବର୍ଣ୍ଣ ହେବ।


ତାହାପରେ ପଞ୍ଚମ ଦୂତ ତାଙ୍କ ପାତ୍ରଟିକୁ ପଶୁର ସିଂହାସନ ଉପରେ ଢ଼ାଳି ଦେଲେ। ପଶୁର ରାଜ୍ୟ ଉପରେ ଅନ୍ଧକାର ଘୋଟିଗଲା ଏବଂ ଲୋକମାନେ ଯନ୍ତ୍ରଣାରେ ସେମାନଙ୍କ ଜିଭ କାମୁଡ଼ି ପକାଇଲେ।


Swiv nou:

Piblisite


Piblisite