Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 7:2 - ପବିତ୍ର ବାଇବଲ (CL) NT (BSI)

2 ପୁଣି ମୁଁ ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ଚିରଞ୍ଜୀବୀ ଈଶ୍ୱରଙ୍କ ମୋହର ନେଇ ପୂର୍ବ ଦିଗରୁ ଆସୁଛନ୍ତି। ଏହି ଦୂତ ପୃଥିବୀ ଓ ସମୁଦ୍ରକୁ ବିନଷ୍ଟ କରିବା ପାଇଁ ଈଶ୍ୱର ଯେଉଁ ଚାରି ଦୂତଙ୍କୁ କ୍ଷମତା ଦେଇଥିଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପୁଣି ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ଵରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପ୍ରାପ୍ତ ସେହି ଚାରି ଦୂତଙ୍କୁ ସେ ଉଚ୍ଚ ସ୍ଵରରେ ଡାକି କହିଲେ,

Gade chapit la Kopi

ଓଡିଆ ବାଇବେଲ

2 ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ୱରଙ୍କର ମୁଦ୍ରା ଥିଲା । ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି, ମୁଁ ଆଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ବରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପାଇଥିବା ସେହି ଚାରି ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ,

Gade chapit la Kopi

ପବିତ୍ର ବାଇବଲ

2 ତା'ପରେ ମୁଁ ଅନ୍ୟ ଜଣେ ସ୍ୱର୍ଗଦୂତଙ୍କୁ ପୂର୍ବଦିଗରୁ ଆସିବାର ଦେଖିଲି। ଏହି ଦୂତଙ୍କ ପାଖରେ ଜୀବିତ ପରମେଶ୍ୱରଙ୍କର ମୁଦ୍ରା ଥିଲା। ସେ ଉଚ୍ଚ ସ୍ୱରରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଡାକିଲେ, ଯେଉଁମାନଙ୍କୁ ପରମେଶ୍ୱର ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦେଇଥିଲେ।

Gade chapit la Kopi




ପ୍ରକାଶିତ 7:2
29 Referans Kwoze  

ଈଶ୍ୱରଙ୍କ ପବିତ ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। କାରଣ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଈଶ୍ୱରଙ୍କ ସ୍ୱତ୍ୱାଧିକାରର ଚିହ୍ନ ସ୍ୱରୂପ ଓ ଈଶ୍ୱର ଯେ ଦିନେ ତୁମ୍ଭମାନଙ୍କର ମୁକ୍ତି ସାଧନ କରିବେ, ଏହାର ପ୍ରତିଭୂ।


ସେ ଆମକୁ ପୃଥକ୍ କରିଛନ୍ତି। ଆମ ହୃଦୟରେ ତାଙ୍କ ପବିତ୍ରଆତ୍ମା ହେଉଛନ୍ତି, ଆମ ଉପରେ ଈଶ୍ୱରଙ୍କ ଅଧିକାରର ଚିହ୍ନ ଓ ଭବିଷ୍ୟତରେ ଆମେ ଯାହା ନାଇବୁ, ତାର ପ୍ରତିଭୂ ସ୍ୱରୂପ।


ତୃଣ, ବୃକ୍ଷ ବା କୌଣସି ଉଦ୍ଭିଦର କ୍ଷତି ନ କରି ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୋହରର ଚିହ୍ନ ନ ଥିଲା, କେବଳ ସେମାନଙ୍କୁ କଷ୍ଟ ଦେବା ପାଇଁ ସେହି ପଙ୍ଗପାଳମାନେ ଆଦିଷ୍ଟ ହୋଇଥିଲେ।


କିନ୍ତୁ ଈଶ୍ୱର ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାକୁ କେହି ଦୋହଲାଇ ପାରିବେ ନାହିଁ। ସେହି ଭିତ୍ତିପ୍ରସ୍ତର ଉପରେ ଖୋଦିତ ହୋଇଛି: “ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ଜାଣନ୍ତି - ଯେ ନିଜକୁ ଈଶ୍ୱରଙ୍କ ଲୋକ ବୋଲି ପରିଚୟ ଦିଏ, ସେ ସବୁ ଦୁଷ୍କର୍ମରୁ ବିମୁଖ ହେଉ।”


ତୁମ୍ଭେମାନେ ମଧ୍ୟ ଯେତେବେଳେ ପରିତ୍ରାଣ ପ୍ରଦାୟକ ଏହି ସୁସମାଚାରର ସତ୍ୟବାର୍ତ୍ତା ଶୁଣିଲ, ସେହି ସମୟରୁ ଈଶ୍ୱରଙ୍କର ହୋଇଅଛ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାରୁ, ଈଶ୍ୱର ତାଙ୍କ ପ୍ରତିଜ୍ଞା ଅନୁଯାୟୀ ପବିତ୍ରଆତ୍ମାଙ୍କୁ ଦାନ କରି ତୁମ୍ଭମାନଙ୍କ ଉପରେ ତାଙ୍କ ସ୍ୱତ୍ୱ ମୁଦ୍ରାଙ୍କିତ କରିଛନ୍ତି।


ପୁଣି ମୁଁ ଦେଖିଲି, ଜଣେ ମହାପରାକ୍ରାନ୍ତ ସ୍ୱର୍ଗଦୂତ ଉଚ୍ଚ ସ୍ୱରରେ ଘୋଷଣା କରି କହୁଛନ୍ତି: “ମୋହରଗୁଡ଼ିକ ଭାଙ୍ଗି ଏହି ପାଣ୍ଡୁଲିପିଟିକୁ ଖୋଲିବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ଥିଲେ, ବାହାରି ଆସନ୍ତୁ।”


ଯେଉଁ ଖାଦ୍ୟ କ୍ଷୟ ହୁଏ, ତା’ ପାଇଁ ଏତେ ପରିଶ୍ରମ କର ନାହିଁ। ବରଂ ଯେଉଁ ଅକ୍ଷୟ ଖାଦ୍ୟ ଅନନ୍ତ ଜୀବନ ପ୍ରଦାନ କରେ, ସେଥିପାଇଁ ପରିଶ୍ରମ କର। ଏହି ଖାଦ୍ୟ ମନୁଷ୍ୟପୁତ୍ର ଦିଅନ୍ତି, କାରଣ ପିତା ଈଶ୍ୱର ସେଥିପାଇଁ ତାଙ୍କୁ ଅଧିକାର ଦେଇଛନ୍ତି।”


ଯେଉଁ ବ୍ୟକ୍ତି ଏହି ପୁସ୍ତକ ପଢ଼େ ଏବଂ ଯେଉଁମାନେ ଏଥିରେ ପ୍ରକାଶିତ ଭବିଷ୍ୟତ୍ବାଣୀ ଶୁଣି ତାହାର ନିର୍ଦ୍ଦେଶମାନ ପାଳନ କରନ୍ତି, ସେମାନେ ବାସ୍ତବିକ୍ ଭାଗ୍ୟବାନ, କାରଣ ସେହିସବୁ ଘଟିବାର ସମୟ ଆସନ୍ନ!


ସେମାନେ ଯାହା କଥାବାର୍ତ୍ତା ହେଲେ, ତାହା ମୁଁ ଲେଖିବାକୁ ଯାଉଥିଲି, କିନ୍ତୁ ସ୍ୱର୍ଗରୁ ଗୋଟିଏ କଣ୍ଠସ୍ୱର ଶୁଣିଲି। ସେହି ସ୍ୱର ମୋତେ କହିଲେ: “ମେଘ ଗର୍ଜନରେ ଯାହା ଶୁଣୁଛ, ତାହା ଗୋପନ ରଖ; ଲେଖ ନାହିଁ।”


ତାହାପରେ ମୁଁ ଦେଖିଲି, ଆଉ ଜଣେ ପରାକ୍ରାନ୍ତ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସୁଛନ୍ତି। ସେ ମେଘରେ ଆଚ୍ଛାଦିତ ହୋଇଥିଲେ ଏବଂ ମେଘଧନୁ ତାଙ୍କ ମସ୍ତକକୁ ଘେରି ରହିଥିଲା। ତାଙ୍କର ମୁଖ ସୂର୍ଯ୍ୟ ପରି ଏବଂ ପାଦଦ୍ୱୟ ଅଗ୍ନି ସ୍ତମ୍ଭ ପରି ଦେଖାଯାଉଥିଲା।


ଆଉ ଜଣେ ସ୍ୱର୍ଗଦୂତ ଗୋଟିଏ ସୁବର୍ଣ୍ଣ ଧୂପାଧାର ନେଇ ବେଦୀ ସମ୍ମୁଖରେ ଆସି ଠିଆ ହେଲେ। ସିଂହାସନ ସମ୍ମୁଖରେ ଥିବା ସୁବର୍ଣ୍ଣ ବେଦୀ ଉପରେ, ଈଶ୍ୱରଭକ୍ତମାନଙ୍କର ପ୍ରାର୍ଥନାରୂପ ଧୂପ ସହିତ ମିଶାଇ ଉତ୍ସର୍ଗ କରିବା ପାଇଁ, ତାଙ୍କୁ ପ୍ରଚୁର ପରିମାଣରେ ଧୂପ ଦିଆଗଲା।


କିନ୍ତୁ ତୁମ୍ଭେମାନେ ଆସିଛ ସିୟୋନ ପବିତକୁ, ଜୀବନ୍ତ ଈଶ୍ୱରଙ୍କ ନଗରୀ ସ୍ୱର୍ଗୀୟ ଯିରୂଶାଲମକୁ, ଯେଉୂଁଠାରେ ସହସ୍ର ସହସ୍ର ସ୍ୱର୍ଗଦୂତମାନଙ୍କର ସମାବେଶ।


ଆମେ ତୁମ ନିକଟକୁ ଯିବାବେଳେ ତୁମ୍ଭେମାନେ କିପରି ଆମକୁ ସାଦରେ ଗ୍ରହଣ କରିଥିଲ ଓ ପ୍ରତିମା ପୂଜା ପରିତ୍ୟାଗ କରି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ଉପାସନା କରିବାକୁ ଆଗେଇ ଆସିଥିଲ;


କିନ୍ତୁ ଯୀଶୁ ନୀରବ ରହିଲେ। ପ୍ରଧାନ ପୁରୋହିତ କହିଲେ, “ଜୀବନ୍ତ ଈଶ୍ୱରଙ୍କ ନାମରେ ମୁଁ ତୁମକୁ ପଚାରୁଛି, ସତ୍ୟକରି କୁହ, ତୁମେ କ’ଣ ଈଶ୍ୱରଙ୍କ ପୁତ୍ର ମସୀହ?”


ଶିମୋନ ପିତର ଉତ୍ତର ଦେଲେ, “ଆପଣ ମସୀହ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର।”


ସେହି ସ୍ୱର ଷଷ୍ଠ ଦୂତଙ୍କୁ ନିର୍ଦ୍ଦେଶ ଦେଲେ, “ୟୁଫ୍ରେଟିସ୍ ମହାନଦୀ ନିକଟରେ ବନ୍ଦୀ ହୋଇଥିବା ଚାରିଜଣ ଦୂତଙ୍କୁ ମୁକ୍ତ କରି ଦିଅ।”


ଅନନ୍ତର ଷଷ୍ଠ ଦୂତ ବିଶାଳ ୟୁଫ୍ରେଟିସ୍ ଉପରେ ତାଙ୍କ ପାତ୍ରର ଆଧେୟ ଢ଼ାଳି ଦେଲେ। ସଙ୍ଗେ ସଙ୍ଗେ ନଦୀଟି ଶୁଖିଗଲା ଓ ପୂର୍ବଦିଗରୁ ଶତ୍ରୁ ରାଜାମାନଙ୍କର ଆଗମନ ପାଇଁ ବାଟ ଫିଟିଗଲା।


Swiv nou:

Piblisite


Piblisite