Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 7:17 - ପବିତ୍ର ବାଇବଲ (CL) NT (BSI)

17 କାରଣ, ସିଂହାସନ ମଧ୍ୟଭାଗରେ ଉପବିଷ୍ଟ ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ଜୀବନଦାୟକ ଜଳର ଉତ୍ସ ନିକଟକୁ ସେମାନଙ୍କୁ ପଥ କଢ଼ାଇ ନେବେ ଏବଂ ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛି ଦେବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇନେବେ, ପୁଣି ଈଶ୍ଵର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।

Gade chapit la Kopi

ଓଡିଆ ବାଇବେଲ

17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ, ପୁଣି, ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 କାରଣ ସିଂହାସନ ମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପ୍ରତିପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟରେ ସେମାନଙ୍କୁ କଢ଼ାଇ ନେବେ,” “ପୁଣି, ଈଶ୍ବର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ।”

Gade chapit la Kopi

ପବିତ୍ର ବାଇବଲ

17 ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’

Gade chapit la Kopi




ପ୍ରକାଶିତ 7:17
42 Referans Kwoze  

କିନ୍ତୁ ମୁଁ ଯେଉଁ ଜଳ ଦିଏ, ତାହା ଯେ ପାନ କରିବ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା’ ଅନ୍ତରରେ ଗୋଟିଏ ଜୀବନ ପ୍ରଦାୟୀ ନିର୍ଝରରେ ପରିଣତ ହେବ। ସେଥିରୁ ପାନ କଲେ, ସେ ଅନନ୍ତ ଜୀବନ ପାଇବ।”


ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, ଆପଣଙ୍କ ପାଖରେ ତ ପାଣି କାଢ଼ିବା ପାଇର୍ ପାତ୍ର ନାହିଁ, ପୁଣି ଏ କୂଅ ବଡ଼ ଗଭୀର। କେଉଁଠାରୁ ଆପଣ ସେହି ଜଳ ପାଇବେ?


ନୂତନ ପୃଥିବୀରେ ସ୍ଫଟିକ ପରି ସ୍ୱଚ୍ଛ ଜୀବନ-ଜଳର ଗୋଟିଏ ନଦୀ ଦୂତ ମୋତେ ଦେଖାଇଲେ। ଏହି ନଦୀ ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ


ସେ ସେମାନଙ୍କ ଚକ୍ଷୁର ଲୋତକ ସବୁ ପୋଛି ଦେବେ। ମୃତ୍ୟୁ, ଶୋକ, କ୍ରନ୍ଦନ କିଅବା ବ୍ୟଥା, ଆଉ କିଛି ରହିବ ନାହିଁ। ସମସ୍ତ ପୁରାତନ ବିଷୟ ଲୋପ ପାଇଛି।”


ଆହୁରି ମଧ୍ୟ ସେ କହିଲେ, “କାର୍ଯ୍ୟ ସମ୍ପନ୍ନ ହୋଇଛି। ମୁଁ କ ଓ କ୍ଷ, ଆଦି ଓ ଅନ୍ତ। ଯେ ତୃଷାର୍ତ୍ତ, ଜୀବନ ରୂପକ ଜଳ ନିର୍ଝରରୁ ମୁଁ ତାକୁ ବିନା ମୂଲ୍ୟରେ ପାନ କରିବାକୁ ଦେବି।


“ମୁଁ ଶ୍ରେଷ୍ଠ ମେଷପାଳକ। ମେଷମାନଙ୍କ ପାଇଁ ମୁଁ ପ୍ରାଣ ଦେବାକୁ ପ୍ରସ୍ତୁତ।


ମୁଁ ଶ୍ରେଷ୍ଠ ମେଷପାଳକ। ପିତା ଈଶ୍ୱର ମୋତେ ଯେପରି ଜାଣନ୍ତି ଓ ମୁଁ ଯେପରି ପିତା ଈଶ୍ୱରଙ୍କୁ ଜାଣେ,


ତା’ପରେ ସିଂହାସନର ମଧ୍ୟସ୍ଥଳରେ ପୂର୍ବୋକ୍ତ ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କ ଗହଣରେ ଗୋଟିଏ ମେଷଶାବକଙ୍କୁ ଛିଡ଼ା ହୋଇଥିବା ଦେଖିଲି। ମେଷଶାବକଟି ବଧ ହୋଇଥିବା ପରି ମନେ ହେଲେ। ତାହାଙ୍କର ସାତଟି ଶୃଙ୍ଗ ଓ ସାତଟି ଚକ୍ଷୁ ଥିଲା। ସେହି ଚକ୍ଷୁଗୁଡ଼ିକ ସମଗ୍ର ପୃଥିବୀକୁ ପଠାଯାଇଥିବା ଈଶ୍ୱରଙ୍କ ସପ୍ତ ଆତ୍ମା।


ଇହୁଦାଦେଶର ବେଥ୍ଲେହିମ! ଇହୁଦାର ପ୍ରଧାନ ସହରମାନଙ୍କ ମଧ୍ୟରେ ତୁମେ ନିକୃଷ୍ଟ ନୁହଁ, କାରଣ ମୋର ଇଶ୍ରାୟେଲୀୟ ଲୋକମାନଙ୍କୁ ବଳାଇବା ନିମନ୍ତେ ତୁମଠାରୁ ଜଣେ ନେତା ଉତ୍ପନ୍ନ ହେବେ।”


“ହେ ଆମ୍ଭମାନଙ୍କର ପ୍ରଭୁ ଈଶ୍ୱର! ତୁମେ ହିଁ ଗୌରବ, ସମ୍ଭ୍ରବ ଓ ପରାକ୍ରମର ଭାଜନ, କାରଣ, ତୁମେ ସମସ୍ତ ବିଷୟ ସୃଷ୍ଟି କରିଛ। ନିଜ ଇଚ୍ଛାରେ ସେହି ସମସ୍ତଙ୍କୁ ଅସ୍ତିତ୍ୱ ପ୍ରଦାନ କରିଛ, ପ୍ରାଣୀମାନଙ୍କୁ ସଜୀବ କରିଛ।”


ଈଶ୍ୱର ତୁମ୍ଭମାନଙ୍କ ହସ୍ତରେ ଯେଉଁ ମେଷପଲର ଦାୟିତ୍ୱ ଦେଇଛନ୍ତି, ମୁଁ ଅନୁରୋଧ କରୁଛି, ତୁମ୍ଭେମାନେ କୁଣ୍ଠିତଭାବେ ତାହା ନ କରି ଆଗ୍ର୍ରହର ସେମାନଙ୍କୁ ପ୍ରତିପାଳନ କର। ଧନଲାଭ ଆଶାରେ ତା’ ନ କରି, ପ୍ରକୃତ ସେବା ମନୋଭାବ ସହିତ ତୁମର କର୍ତ୍ତବ୍ୟ ସାଧନ କର।


ଅତଏବ ତୁମ୍ଭେମାନେ ନେତା ରୂପେ ନିଜ ବିଷୟରେ ଓ ପବିତ୍ରଆତ୍ମା ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଯେଉଁ ବିଶ୍ୱାସୀ ପଲକୁ ଛାଡ଼ି ଦେଇଛନ୍ତି, ସେହି ସମସ୍ତଙ୍କ ବିଷୟରେ ଯତ୍ନଶୀଳ ହୁଅ। ମେଷପାଳକ ପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନିଅ। ସେହି ମଣ୍ଡଳୀକୁ ସେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ନିଜସ୍ୱ କରିଅଛନ୍ତି।


ଶୋକସନ୍ତପ୍ତ ଲୋକେ ଧନ୍ୟ, କାରଣ ଈଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।


ଯୀଶୁ ତାଙ୍କୁ କହିଲେ: “ଈଶ୍ୱର କ’ଣ ଦେଇ ପାରନ୍ତି, ତୁମେ ଯଦି ଜାଣି ଥାଆନ୍ତି ଏବଂ କିଏ ତୁମ ହାତରୁ ପିଇବାକୁ ଚାହୁଁଛନ୍ତି, ତାଙ୍କୁ ଯଦି ଜାଣି ଥାଆନ୍ତ, ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନ ପ୍ରଦାୟୀ ଜଳ ଦେଇ ଥାଆନ୍ତେ।”


ସେମାନେ ସ୍ତ୍ରୀ ସଂସର୍ଗ ଦ୍ୱାରା ନିଜକୁ କେବେ କଳୁଷିତ କରି ନ ଥିଲେ - ସେମାନେ ଥିଲେ ଚିରକୁମାର। ସେମାନେ ସର୍ବଦା ମେଷଶାବକଙ୍କର ଅନୁଗମନ କରୁଥିଲେ। ସେମାନେ ମନୁଷ୍ୟମାନଙ୍କ ମଧ୍ୟରୁ ପ୍ରଥମେ ପରିତ୍ରାଣ ପାଇ ଈଶ୍ୱର ଓ ମେଷଶାବକଙ୍କ ନିକଟରେ ଉତ୍ସର୍ଗିତ ହୋଇ ଅଛନ୍ତି।


ମୁଁ ନଗରୀରେ କୌଣସି ମନ୍ଦିର ଦେଖିବାକୁ ପାଇଲି ନାହିଁ, କାରଣ ସ୍ୱୟଂ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର ଓ ମେଷଶାବକ ତାହାର ମନ୍ଦିର ଅଟନ୍ତି।


ନଗରୀଟିକୁ ଆଲୋକିତ କରିବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବରେ ତାହା ଜାଜ୍ୱଲ୍ୟମାନ ଏବଂ ମେଷଶାବକ ତାହାର ପ୍ରଦୀପ।


Swiv nou:

Piblisite


Piblisite