Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 7:15 - ପବିତ୍ର ବାଇବଲ (CL) NT (BSI)

15 ସେଥିଯୋଗୁଁ ସେମାନେ ଈଶ୍ୱରଙ୍କ ମନ୍ଦିରରେ ତାଙ୍କ ସିଂହାସନ ସମ୍ମୁଖରେ ଠିଆ ହୋଇ ଦିବାରାତ୍ରି ତାଙ୍କର ଆରାଧନା କରୁଛନ୍ତି। ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କୁ ଆଶ୍ରୟ ଦେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ସେଥିପାଇଁ ସେମାନେ ଈଶ୍ଵରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କର ଉପାସନା କରନ୍ତି, ପୁଣି ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ଵରୂପ ହେବେ।

Gade chapit la Kopi

ଓଡିଆ ବାଇବେଲ

15 ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି, ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟସ୍ୱରୂପ ହେବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ସେଥିପାଇଁ, “ସେମାନେ ଈଶ୍ବରଙ୍କ ସିଂହାସନ ସମ୍ମୁଖରେ ଥାଇ, ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି,” “ପୁଣି, ସିଂହାସନ ଉପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟ-ସ୍ୱରୂପ ହେବେ।

Gade chapit la Kopi

ପବିତ୍ର ବାଇବଲ

15 ତେଣୁ ଏହି ଲୋକମାନେ ପରମେଶ୍ୱରଙ୍କର ସିଂହାସନ ସମ୍ମୁଖରେ ଅଛନ୍ତି। ସେମାନେ ଦିନରାତି ପରମେଶ୍ୱରଙ୍କର ମନ୍ଦିରରେ ତାହାଙ୍କର ଉପାସନା କରନ୍ତି। ସିଂହାସନରେ ବସିଥିବା ଜଣେ ବ୍ୟକ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବେ।

Gade chapit la Kopi




ପ୍ରକାଶିତ 7:15
25 Referans Kwoze  

ଈଶ୍ୱରଙ୍କ ଅଭିଶାପର ପାତ୍ର କୌଣସି ବିଷୟ ସେହି ନଗରୀରେ ଦେଖିବାକୁ ମିଳିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ସେହି ନଗରୀ ମଧ୍ୟରେ ରହିବ ଏବଂ ସେଠାରେ ତାଙ୍କ ସେବକମାନେ ତାଙ୍କର ଆରାଧନା କରିବେ!


ଈଶ୍ୱରଙ୍କ ମନ୍ଦିରରେ କିପରି ପ୍ରତିମାର ପ୍ରତିଷ୍ଟା ହେଇପାରେ? ଆମେମାନେ ତ ଜୀବନ୍ତ ଈଶ୍ବରଙ୍କ ମନ୍ଦିର, କାରଣ ଈଶ୍ୱର ନିଜେ କହି ଅଛନ୍ତି, “ମୋର ଲୋକମାନଙ୍କ ସହିତ ମୁଁ ବାସ କରିବି ଓ ସେମାନଙ୍କ ମଧ୍ୟରେ ବିଚରଣ କରିବି; ମୁଁ ସେମାନଙ୍କ ଈଶ୍ୱର ହେବି ଓ ସେମାନେ ମୋର ନିଚ ଲୋକ ହେବେ।”


ଯାହାଙ୍କ ଉପରେ ଆମ ନିରବଚ୍ଛିନ୍ନ ବିଶ୍ୱାସ ନିର୍ଭର କରୁଛୁ, ସେହି ଯୀଶୁଙ୍କ ପ୍ରତି ଆମ ଦୃଷ୍ଟି ନିବଦ୍ଧ କରି ରଖିବା। ସେ କ୍ରୁଶ ଭୟରେ ନିଜ କର୍ତ୍ତବ୍ୟରୁ ବିରତ ହୋଇ ନ ଥିଲେ; ବରଂ ଭବିଷ୍ୟତରେ ତାଙ୍କ ପାଇଁ ଗଚ୍ଛିତ ରହିଥିବା ଆନନ୍ଦ ହେତୁ, କ୍ରୁଶୀୟ ମରଣର ଅପମାନକୁ ସେ ତୁଚ୍ଛ ଜ୍ଞାନ କଲେ; ବର୍ତ୍ତମାନ ସେ ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ାରେ ଆସୀନ।


ସେହି ବାକ୍ୟ ମାନବ ଶରୀର ଧାରଣ କରି ଆମ ସହିତ ଜୀବନଯାପନ କଲେ। ସେ ଅନୁଗ୍ରହ ଓ ସତ୍ୟତାରେ ପରିପୂର୍ଣ୍ଣ ଥିଲେ। ଈଶ୍ୱରଙ୍କ ଅନ୍ୟ ପୁତ୍ର ସ୍ୱରୂପେ ସେ ଯେଉଁ ଅଲୌକିକ ମହିମା ପାଇଥିଲେ, ତାହା ଆମେ ଦେଖିଲୁ।


ସେଠାରେ ଆଉ ରାତ୍ରି ହେବ ନାହିଁ ଏବଂ ପ୍ରଦୀପ ବା ସୂର୍ଯ୍ୟାଲୋକ ସେମାନଙ୍କର ଆଉ ଆବଶ୍ୟକ ହେବ ନାହିଁ, କାରଣ ପ୍ରଭୁ ଈଶ୍ୱର ସେମାନଙ୍କର ଆଲୋକ ହେବେ ଏବଂ ସେମାନେ ଚିରକାଳ ରାଜତ୍ୱ କରିବେ।


ସ୍ୱର୍ଗରେ ଥିବା ଈଶ୍ୱରଙ୍କ ମନ୍ଦିର-ଦ୍ୱାର ଖୋଲିଲା ଓ ମନ୍ଦିରରେ ନିୟମ ସିନ୍ଦୁକ ଥିବାର ଦେଖାଗଲା। ତା’ପରେ ବିଜୁଳି ଚମକିଲା, ବଜ୍ରନାଦ, ଭୂମିକମ୍ପ ଓ ପ୍ରବଳ ଶିଳା ବୃଷ୍ଟି ହେଲା।


ଏହାପରେ ମୁଁ ଚାହିଁ ଦେଖିଲି, ଗୋଟିଏ ବିରାଟ ଜନତା; ତା’ର ସଂଖ୍ୟା ଗଣନାତୀତ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ରାଷ୍ଟ୍ର ଓ ଭାଷାବାଦୀମାନଙ୍କ ମଧ୍ୟରୁ ଆସିଥିଲେ। ସେମାନେ ଶୁକ୍ଲ ବସ୍ତ୍ର ପରିଧାନ କରି ଓ ହସ୍ତରେ ଖଜୁରୀ ଡ଼ାଳ ଧରି, ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଠିଆ ହୋଇଥିଲେ।


ପୁଣି ସିଂହାସନର ଚତୁର୍ଦ୍ଦିଗରେ ବୃତ୍ତାକାରର ପଡ଼ିଥିବା ଅନ୍ୟ ଚବିଶଟି ସିଂହାସନରେ ଚବିଶ ଜଣ ବୟୋଜ୍ୟେଷ୍ଠ ମଣ୍ଡଳୀ ନେତା ଉପବିଷ୍ଟ ଥିଲେ। ସେମାନେ ଶୁକ୍ଲ ବସ୍ତ୍ରପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।


ଆମ୍ଭମାନଙ୍କ କଥାର ସାରମର୍ମ ହେଉଛି, ଆମେ ଯେଉଁ ମହାଯାଜକଙ୍କୁ ପାଇଛୁ, ସେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ।


ତୁମେ ନିଶ୍ଚିତରୂପେ ଜାର ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି।


ଏବଂ ଯେଉଁ ଗନ୍ଧକାଗ୍ନି ଜଳୁଥିବା ହ୍ରଦରେ ପଶୁ ଓ ଭଣ୍ଡ ଭାବବାଦୀ ନିକ୍ଷିପ୍ତ ହୋଇଥିଲେ, ପ୍ରତାରକ ଶୟତାନକୁ ମଧ୍ୟ ସେଥିରେ ନିକ୍ଷେପ କରାଯିବ। ସେଠାରେ ସେମାନେ ଦିବାରାତ୍ର ଚିରକାଳ ଦାରୁଣ ଯନ୍ତ୍ରଣା ଭୋଗ କରିବେ।


ପ୍ରତ୍ୟେକ ପ୍ରାଣୀର ଛଅଟି ଡ଼େଣା ଥିଲା ଏବଂ ସେଗୁଡ଼ିକର ବାହାର ଓ ଭିତର ମଧ୍ୟ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ସେମାନେ ଦିବାରାତ୍ରି, ଅବିଶ୍ରାନ୍ତ ଭାବରେ ଗାୟନ କରୁଥିଲେ:- “ପବିତ୍ର, ପବିତ୍ର, ପବିତ୍ର, ସର୍ବଶକ୍ତିମାନ୍ ପ୍ରଭୁ ଈଶ୍ୱର! ଆଦ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ସଦା ବିଦ୍ୟମାନ ଓ ପୁଣି ଥରେ ଯେ ଆଗମନ କରିବେ।”


ପ୍ରାଣୀମାନେ ସିଂହାସନୋପବିଷ୍ଟ ସେହି ଚିରଞ୍ଜୀବୀ ବ୍ୟକ୍ତିଙ୍କୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦେଇ ତାଙ୍କର ସ୍ତୁତିଗାନ କରୁଥିବା ସମୟରେ


ଈଶ୍ୱରଙ୍କୁ, ତାଙ୍କ ନାମ ଓ ତାଙ୍କ ବାସସ୍ଥାନ ଏବଂ ସ୍ୱର୍ଗବାସୀ ସମସ୍ତଙ୍କୁ ସେ ଅଭିଶାପ ଦେବାକୁ ଲାଗିଲା।


ମୁଁ ନଗରୀରେ କୌଣସି ମନ୍ଦିର ଦେଖିବାକୁ ପାଇଲି ନାହିଁ, କାରଣ ସ୍ୱୟଂ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର ଓ ମେଷଶାବକ ତାହାର ମନ୍ଦିର ଅଟନ୍ତି।


Swiv nou:

Piblisite


Piblisite