Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 7:13 - ପବିତ୍ର ବାଇବଲ (CL) NT (BSI)

13 ବୟୋଜ୍ୟେଷ୍ଠମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, “ଶୁକ୍ଲ ବସ୍ତ୍ରପରିହିତ ସେହି ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଛନ୍ତି?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ପୁଣି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଶୁକ୍ଳ ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି?

Gade chapit la Kopi

ଓଡିଆ ବାଇବେଲ

13 ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ପୁଣି, ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଧଳା ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି?

Gade chapit la Kopi

ପବିତ୍ର ବାଇବଲ

13 ତା'ପରେ ଜଣେ ପ୍ରାଚୀନ ମୋତେ କହିଲେ, “ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ? ସେମାନେ କେଉଁଠାରୁ ଆସିଅଛନ୍ତି?”

Gade chapit la Kopi




ପ୍ରକାଶିତ 7:13
11 Referans Kwoze  

ଏହାପରେ ମୁଁ ଚାହିଁ ଦେଖିଲି, ଗୋଟିଏ ବିରାଟ ଜନତା; ତା’ର ସଂଖ୍ୟା ଗଣନାତୀତ। ସେମାନେ ପ୍ରତ୍ୟେକ ଜାତି, ଗୋଷ୍ଠୀ, ରାଷ୍ଟ୍ର ଓ ଭାଷାବାଦୀମାନଙ୍କ ମଧ୍ୟରୁ ଆସିଥିଲେ। ସେମାନେ ଶୁକ୍ଲ ବସ୍ତ୍ର ପରିଧାନ କରି ଓ ହସ୍ତରେ ଖଜୁରୀ ଡ଼ାଳ ଧରି, ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଠିଆ ହୋଇଥିଲେ।


ପୂର୍ବୋକ୍ତ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଚିରଞ୍ଜୀବୀ ବ୍ୟକ୍ତିଙ୍କ ସିଂହାସନ ସମ୍ମୁଖରେ ପ୍ରଣିପାତ କରି ତାଙ୍କର ଆରାଧନା କରିବାକୁ ଲାଗିଲେ। ପୁଣି ସିଂହାସନ ତଳେ ନିଜ ନିଜ ମୁକୁଟ ଥୋଇ ଦେଇ ରିହଲେ,


ମୁଁ ପୁଣି ଅନାଇ ଦେଖଲି, ହଜାର ହଜାର ଓ ଲକ୍ଷ ଲକ୍ଷ ସ୍ୱର୍ଗଦୂତ ସିଂହାସନକୁ, ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କୁ ଘେରି ଠିଆ ହୋଇଛନ୍ତି।


ତା’ପରେ ବୟୋଜ୍ୟେଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ ମୋତେ ଆଶ୍ୱାସନା ଦେଇ କହିଲେ, “କାନ୍ଦ ନାହିଁ, ଦେଖ! ଦାଉଦଙ୍କର ମହାନ ବଂଶଧର, ଯିହୁଦା ଗୋଷ୍ଠୀର ସିଂହ ବିଜୟୀ ହୋଇ ଆସିଛନ୍ତି; ସେ ଏହି ସାତଟିଯାକ ମୋହର ଭାଙ୍ଗି ପାଣ୍ଡୁଲିପି ଖୋଲିବାକୁ ସକ୍ଷମ।”


ପୁଣି ସିଂହାସନର ଚତୁର୍ଦ୍ଦିଗରେ ବୃତ୍ତାକାରର ପଡ଼ିଥିବା ଅନ୍ୟ ଚବିଶଟି ସିଂହାସନରେ ଚବିଶ ଜଣ ବୟୋଜ୍ୟେଷ୍ଠ ମଣ୍ଡଳୀ ନେତା ଉପବିଷ୍ଟ ଥିଲେ। ସେମାନେ ଶୁକ୍ଲ ବସ୍ତ୍ରପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।


ଯୀଶୁ ମନ୍ଦିରରେ ଶିକ୍ଷା ଦେବାବେଳେ ଉଚ୍ଚ ସ୍ୱରରେ କହିଲେ: “ମୁଁ କିଏ ଓ କେଉଁଠାରୁ ଆସିଛି, ତୁମ୍ଭେମାନେ କଅଣ ପ୍ରକୃତରେ ଜାଣ? ମୁଁ ନିଜ ଅଧିକାର ବଳରେ ଆସିନାହିଁ। ମୋତେ ଯେ ପ୍ରେରଣ କରିଛନ୍ତି, ସେ ସତ୍। ତୁମେ ତାଙ୍କୁ ଜାଣ ନାହିଁ।


ପିତର ସେମାନଙ୍କୁ ଦେଖି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ତୁମେ କାହିଁକି ଏଥିରେ ଆଶ୍ଚର୍ଯ୍ୟ ହୋଇ ଆମ୍ଭମାନଙ୍କ ଆଡ଼େ ଏପରି ଚାହିଁ ରହିଛ? ତୁମ୍ଭେମାନେ କ’ଣ ଭାବୁଛ ଯେ ଆମ ନିଜ ଶକ୍ତିରେ ବା ଆମ ଈଶ୍ୱରପରାୟଣତା ହେତୁ ଆମେ ଏହି ଲୋକକୁ ଚାଲିବା ଶକ୍ତି ଦେଇଛୁ?


ମାତ୍ର ସାର୍ଦ୍ଦିସ୍ରେ ତୁମମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ସେମାନଙ୍କର ପୋଷାକ ନିର୍ମଳ ରଖିଛନ୍ତି। ସେମାନେ ଶୁକ୍ଲ ବସ୍ତ୍ର ପରିଧାନ କରି ମୋ’ ସଙ୍ଗରେ ଗମନାଗମନ କରିବେ, କାରଣ ଏଥିପାଇଁ ସେମାନଙ୍କର ଯୋଗ୍ୟତା ଅଛି।


Swiv nou:

Piblisite


Piblisite