Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 7:11 - ପବିତ୍ର ବାଇବଲ (CL) NT (BSI)

11 ସିଂହାସନକୁ, ବୟୋଜ୍ୟେଷ୍ଠ ନେତାମାନଙ୍କୁ ଓ ଚାରି ପ୍ରାଣୀଙ୍କୁ ଘେରି ସ୍ୱର୍ଗଦୂତମାନେ ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ଭୂମିଷ୍ଠ ହେଲେ ଓ ଈଶ୍ୱରଙ୍କ ଆରାଧନା କରି କହିଲେ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପୁଣି ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି, ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ଵରଙ୍କୁ ପ୍ରଣାମ କରି କହୁଅଛନ୍ତି,

Gade chapit la Kopi

ଓଡିଆ ବାଇବେଲ

11 ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ୱରଙ୍କୁ ପ୍ରଣାମ କରି କହୁଅଛନ୍ତି,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି, ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ବରଙ୍କୁ ପ୍ରଣାମ କରି କହୁଅଛନ୍ତି,

Gade chapit la Kopi

ପବିତ୍ର ବାଇବଲ

11 ପ୍ରାଚୀନମାନେ ଓ ଗ୍ଭରି ଜଣ ପ୍ରାଣୀ ସେଠାରେ ଥିଲେ। ସବୁ ଦୂତମାନେ ସେମାନଙ୍କର ଓ ସିଂହାସନର ଗ୍ଭରିପାଖରେ ଘେରି ଠିଆ ହୋଇଥିଲେ। ସେମାନେ ସିଂହାସନ ସମ୍ମୁଖରେ ପ୍ରଣାମ କରି ପରମେଶ୍ୱରଙ୍କ ଉପାସନା କଲେ।

Gade chapit la Kopi




ପ୍ରକାଶିତ 7:11
16 Referans Kwoze  

ପୂର୍ବୋକ୍ତ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଚିରଞ୍ଜୀବୀ ବ୍ୟକ୍ତିଙ୍କ ସିଂହାସନ ସମ୍ମୁଖରେ ପ୍ରଣିପାତ କରି ତାଙ୍କର ଆରାଧନା କରିବାକୁ ଲାଗିଲେ। ପୁଣି ସିଂହାସନ ତଳେ ନିଜ ନିଜ ମୁକୁଟ ଥୋଇ ଦେଇ ରିହଲେ,


ପୁଣି ସିଂହାସନ ସମ୍ମୁଖରେ ସ୍ଫଟିକ ପରି ଏକ ସ୍ୱଚ୍ଛ ସମୁଦ୍ର ଦେଖା ଯାଉଥିଲା। ସିଂହାସନକୁ ଉଭୟ ପାଶ୍ୱର୍ରେ ଘେରି ରହିଥିଲେ ଚାରିଗୋଟି ପ୍ରାଣୀ; ସେମାନଙ୍କ ଶରୀରର ଅଗ୍ରଭାଗ ଓ ପୃଷ୍ଠଦେଶ ଚକ୍ଷୁରେ ପରିପୂର୍ଣ୍ଣ ଥିଲା।


ଏହାପରେ ଈଶ୍ୱରଙ୍କ ସମ୍ମୁଖରେ ନିଜ ନିଜ ସିଂହାସନରେ ବସିଥିବା ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଭୂମିଷ୍ଠ ହୋଇ ଈଶ୍ୱରଙ୍କ ଆରାଧନା କରି କହିଲେ -


ପୁଣି ସିଂହାସନର ଚତୁର୍ଦ୍ଦିଗରେ ବୃତ୍ତାକାରର ପଡ଼ିଥିବା ଅନ୍ୟ ଚବିଶଟି ସିଂହାସନରେ ଚବିଶ ଜଣ ବୟୋଜ୍ୟେଷ୍ଠ ମଣ୍ଡଳୀ ନେତା ଉପବିଷ୍ଟ ଥିଲେ। ସେମାନେ ଶୁକ୍ଲ ବସ୍ତ୍ରପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।


କିନ୍ତୁ ଈଶ୍ୱର ତାଙ୍କ ପ୍ରଥମଜାତ ପୁତ୍ରଙ୍କୁ ଏହି ଜଗତକୁ ପଠାଇଲା ବେଳେ ଏହା କହିଥିଲେ, “ଈଶ୍ୱରଙ୍କ ଦୂତଗଣ ତାଙ୍କପର ପୂଜା କରିବେ।”


ତାହାହେଲେ ପିତା ଯେପରି ସମ୍ମାନିତ ହେବେ- ଯେ ପୁତ୍ରଙ୍କୁ ସମ୍ମାନ ଦିଏ ନାହିଁ, ତାଙ୍କ ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସେ ସମ୍ମାନିତ କରେ ନାହିଁ।


ଯୀଶୁ ଉତ୍ତର ଦେଲେ, “ଦୂର ହୁଅ ଶୟତାନ! ଧର୍ମଶାସ୍ତ୍ରରେ ଲେଖାଅଛି, ‘କେବଳ ତୁମ ପ୍ରଭୁ ଈଶ୍ୱରଙ୍କୁ ଉପାସନା କର ଏବଂ ତାଙ୍କର ସେବା କର’।”


କିନ୍ତୁ ସେ କହିଲେ, “ସେପରି କର ନାହିଁ, କାରଣ ମୁଁ ମଧ୍ୟ ତୁମ ପରି ଜଣେ। ତୁମର ଯେଉଁ ଭାବବାଦୀ ଭାଇମାନେ ଓ ଯେଉଁ ସମସ୍ତେ ଏହି ପୁସ୍ତକର ବାକ୍ୟ ଅନୁଯାୟୀ ଆଜ୍ଞାବହ ହୋଇ ରହନ୍ତି, ସେମାନଙ୍କ ପରି ମୁଁ ଜଣେ ସେବକ ମାତ୍ର। ଈଶ୍ୱରଙ୍କର ଆରାଧନା କର।”


ପ୍ରଭୁ! କିଏ ବା ତୁମକୁ ଭୟ ନ କରିବ? ତୁମର ମାହାତ୍ମ୍ୟ ଘୋଷଣା କରିବାକୁ କିଏ ବା ଅସ୍ୱୀକାର କରିବ? କେବଳ ତୁମେ ହିଁ ପବିତ୍ର, ସମସ୍ତ ଜାତି ଆସି ତୁମର ପୂଜା କରିବେ। କାରଣ ତୁମର ନ୍ୟାୟୋଚିତ କାର୍ଯ୍ୟ ସମସ୍ତେ ଦେଖିଛନ୍ତି।”


ପ୍ରତ୍ୟେକ ପ୍ରାଣୀର ଛଅଟି ଡ଼େଣା ଥିଲା ଏବଂ ସେଗୁଡ଼ିକର ବାହାର ଓ ଭିତର ମଧ୍ୟ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ସେମାନେ ଦିବାରାତ୍ରି, ଅବିଶ୍ରାନ୍ତ ଭାବରେ ଗାୟନ କରୁଥିଲେ:- “ପବିତ୍ର, ପବିତ୍ର, ପବିତ୍ର, ସର୍ବଶକ୍ତିମାନ୍ ପ୍ରଭୁ ଈଶ୍ୱର! ଆଦ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ସଦା ବିଦ୍ୟମାନ ଓ ପୁଣି ଥରେ ଯେ ଆଗମନ କରିବେ।”


Swiv nou:

Piblisite


Piblisite