Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 7:10 - ପବିତ୍ର ବାଇବଲ (CL) NT (BSI)

10 ସେମାନେ ଉଚ୍ଚ ସ୍ୱରରେ କହୁଥିଲେ, “କେବଳ ସିଂହାସନୋପବିଷ୍ଟ ଈଶ୍ୱର ଓ ମେଷଶାବକ ଆମ୍ଭମାନଙ୍କର ପରିତ୍ରାଣକର୍ତ୍ତା”।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସେମାନେ ଉଚ୍ଚ ସ୍ଵରରେ କହୁଅଛନ୍ତି, ପରିତ୍ରାଣ ସିଂହାସନୋପବିଷ୍ଟ ଆମ୍ଭମାନଙ୍କ ଈଶ୍ଵରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ।

Gade chapit la Kopi

ଓଡିଆ ବାଇବେଲ

10 ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସେମାନେ ଉଚ୍ଚସ୍ୱରରେ କହୁଅଛନ୍ତି, “ପରିତ୍ରାଣ, ସିଂହାସନ ଉପବିଷ୍ଟ ଆମ୍ଭମାନଙ୍କ ଈଶ୍ବରଙ୍କର, ଓ ମେଷଶାବକଙ୍କର କାର୍ଯ୍ୟ।”

Gade chapit la Kopi

ପବିତ୍ର ବାଇବଲ

10 ସେମାନେ ଉଚ୍ଚ ସ୍ୱରରେ ପାଟିକରି କହୁଥିଲେ, “ବିଜୟ (ପରିତ୍ରାଣ) ସିଂହାସନୋପବିଷ୍ଟ ଆମ୍ଭମାନଙ୍କର ପରମେଶ୍ୱର ଓ ମେଷଶାବକଙ୍କର।”

Gade chapit la Kopi




ପ୍ରକାଶିତ 7:10
26 Referans Kwoze  

ଏହାପରେ ମୁଁ ଯାହା ଶୁଣିଲି, ତାହା ସ୍ୱର୍ଗର ଏକ ବିରାଟ ଜନତାର କୋଳାହଳ ପରି ମନେ ହେଉଥିଲା। ସେମାନେ କହୁଥିଲେ, “ଈଶ୍ୱରଙ୍କର ସ୍ତୁତି କର। ଆମ୍ଭମାନଙ୍କ ଈଶ୍ୱର ପରିତ୍ରାଣ, ଗୌରବ ଓ ପରାକ୍ରମର ଅଧିକାରୀ।


ତାହାପରେ ମୁଁ ସ୍ୱର୍ଗରେ ଉଚ୍ଚ ଧ୍ୱନିରେ ଉଚ୍ଚାରିତ ଏକ ବାଣୀ ଶୁଣିଲି: “ବର୍ତ୍ତମାନ ଈଶ୍ୱରଙ୍କ ପରିତ୍ରାଣ ଉପସ୍ଥିତ। ତାଙ୍କର ରାଜଶକ୍ତି ପରାକ୍ରମ ଓ ତାଙ୍କ ମସୀହଙ୍କ କ୍ଷମତା ପ୍ରଦର୍ଶିତ ହୋଇଛି - ଯେଉଁ କୁଚକ୍ରୀ ଦିବାରାତ୍ର ଈଶ୍ୱରଙ୍କ ସମ୍ମୁଖରେ ଠିଆହୋଇ, ଆମ ଭାଇମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରୁଥିଲା, ସେ ଆଜି ସ୍ୱର୍ଗରୁ ବିତାଡ଼ିତ ହୋଇଛି।


ଈଶ୍ୱରଙ୍କ ଅଭିଶାପର ପାତ୍ର କୌଣସି ବିଷୟ ସେହି ନଗରୀରେ ଦେଖିବାକୁ ମିଳିବ ନାହିଁ। ଈଶ୍ୱର ଓ ମେଷଶାବକଙ୍କ ସିଂହାସନ ସେହି ନଗରୀ ମଧ୍ୟରେ ରହିବ ଏବଂ ସେଠାରେ ତାଙ୍କ ସେବକମାନେ ତାଙ୍କର ଆରାଧନା କରିବେ!


କାରଣ ଈଶ୍ୱରଙ୍କ ଅନୁଗ୍ରହ ହେତୁ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଛ। ଏହା ତୁମ ନିଜ ପ୍ରଚେଷ୍ଟାର ଫଳ ନୁହେଁ, ମାତ୍ର ଈଶ୍ୱରଙ୍କ ଦାନ ଅଟେ। ତେଣୁ ଏ ବିଷୟରେ କେହି ଦର୍ପ କରିପାରିବ ନାହିଁ।


ତା’ ପରଦିନ ଯୀଶୁଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖି ଯୋହନ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି।


ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ, “ହଁ, ମୁଁ ସମସ୍ତ ବିଷୟ ନୂତନ କରିଛି।” ପୁଣି ସେ ମୋତେ ନିର୍ଦ୍ଦେଶ ଦେଲେ, “ଏହି ସବୁ କଥା ଲେଖି ରଖ, କାରଣ ଏହା ସତ୍ୟ ଓ ବିଶ୍ୱସନୀୟ”।


ସମଗ୍ର ମାନବ ଜାତି ଈଶ୍ୱରଙ୍କ ପରିତ୍ରାଣର ଯୋଜନା ଦେଖିବେ’।”


ମେଷଶାବକ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ନିକଟକୁ ଯାଇ ତାଙ୍କ ଡ଼ାହାଣ ହାତରୁ ପାଣ୍ଡୁଲିପିଟି ନେଲେ।


ପୁଣି ସିଂହାସନ ସମ୍ମୁଖରେ ସ୍ଫଟିକ ପରି ଏକ ସ୍ୱଚ୍ଛ ସମୁଦ୍ର ଦେଖା ଯାଉଥିଲା। ସିଂହାସନକୁ ଉଭୟ ପାଶ୍ୱର୍ରେ ଘେରି ରହିଥିଲେ ଚାରିଗୋଟି ପ୍ରାଣୀ; ସେମାନଙ୍କ ଶରୀରର ଅଗ୍ରଭାଗ ଓ ପୃଷ୍ଠଦେଶ ଚକ୍ଷୁରେ ପରିପୂର୍ଣ୍ଣ ଥିଲା।


ତୁମେ ଶମିରୋଣୀୟମାନେ କାହାର ଉପାସନା କରୁଛ, ପ୍ରକୃତରେ ଜାଣ ନାହିଁ; କିନ୍ତୁ ଆମେ ଇହୁଦୀମାନେ ଜାଣୁ ଆମେ କାହାର ଉପାସନା କରୁଛୁ, କାରଣ ଇହୁଦୀମାନଙ୍କଠାରୁ ପରିତ୍ରାଣର ସନ୍ଧାନ ମିଳେ।


ସେହି ବାଟେ ଯୀଶୁ ଚାଲି ଯାଉଥିବା ଦେଖି ଯୋହନ କହିଲେ: “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ।”


Swiv nou:

Piblisite


Piblisite