Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 6:8 - ପବିତ୍ର ବାଇବଲ (CL) NT (BSI)

8 ମୁଁ ଦେଖିଲି, ଗୋଟିଏ ପାଣ୍ଡୁର ବର୍ଣ୍ଣ ଅଶ୍ୱ। ତା’ ଆରୋହୀଙ୍କ ନାମ ମୃତ୍ୟୁ; ପ୍ରେତପୁରୀ ତା’ର ଅନୁଗମନ କରୁଥିଲା। ଯୁଦ୍ଧ, ଦୁର୍ଭିକ୍ଷ, ରୋଗ, ବ୍ୟାଧି ଓ ବନ୍ୟଜନ୍ତୁମାନଙ୍କ ଉପଦ୍ରବ ଦ୍ୱାରା ପୃଥିବୀର ଏକ ଚତୁର୍ଥାଂଶ ଅଧିବାସୀଙ୍କୁ ବିନଷ୍ଟ କରିବା ପାଇଁ ସେମାନଙ୍କୁ କ୍ଷମତା ପ୍ରଦତ୍ତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ତୁବର୍ଣ୍ଣ ଅଶ୍ଵ, ତାହାର ଆରୋହୀର ନାମ ମୃତ୍ୟୁ, ପୁଣି ପାତାଳ ତାହାର ପଶ୍ଚାତ୍ଗମନ କରୁଥିଲା; ଖଡ଼୍‍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟପଶୁମାନଙ୍କ ଦ୍ଵାରା ବିନାଶ କରିବାକୁନ ପୃଥିବୀର ଚତୁର୍ଥାଂଶ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା।

Gade chapit la Kopi

ଓଡିଆ ବାଇବେଲ

8 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ଡୁ‌ ବର୍ଣ୍ଣ ଅଶ୍ୱ, ତାହାର ଆରୋହୀ ନାମ ମୃତ୍ୟୁ, ପୁଣି, ପାତାଳ ତାହାର ପଶ୍ଚାଦ୍‌ଗମନ କରୁଥିଲା; ଖଡ଼୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟ ପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚାରି ଭାଗ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ସେଥିରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ ପାଣ୍ଡୁ‌ ବର୍ଣ୍ଣ ଅଶ୍ୱ, ତାହାର ଆରୋହୀ ନାମ ମୃତ୍ୟୁ, ପୁଣି, ପାତାଳ ତାହାର ପଶ୍ଚାଦ୍‍ଗମନ କରୁଥିଲା; ଖଡ୍ଗ, ଦୁର୍ଭିକ୍ଷ, ମହାମାରୀ ଓ ପୃଥିବୀର ବନ୍ୟ-ପଶୁମାନଙ୍କ ଦ୍ୱାରା ବିନାଶ କରିବାକୁ ପୃଥିବୀର ଚାରି ଭାଗ ଉପରେ ସେମାନଙ୍କୁ କ୍ଷମତା ଦିଆଗଲା।

Gade chapit la Kopi

ପବିତ୍ର ବାଇବଲ

8 ଆଉ, ମୁଁ ଧୂସରରଙ୍ଗର ଗୋଟିଏ ଘୋଡ଼ା ଦେଖିଲି। ତାହାର ଆରୋହୀଙ୍କର ନାମ ଥିଲା, ‘ମୃତ୍ୟୁ’। ପାତାଳ ତାହାଙ୍କର ଅନୁଗମନ କରୁଥିଲା। ପୃଥିବୀର ଏକ ଚତୁର୍ଥାଂଶ ଉପରେ ସେମାନଙ୍କୁ କ୍ଷମତା ଦିଆଯାଇଥିଲା। ସେମାନଙ୍କୁ ଖ‌‌ଡ଼୍‌ଗ, ଅନାହାର, ରୋଗ ଓ ପୃଥିବୀର ବନ୍ୟ ପଶୁଙ୍କ ଦ୍ୱାରା ଲୋକମାନଙ୍କୁ ମାରିଦେବାକୁ ଶକ୍ତି ଦିଆଗଲା।

Gade chapit la Kopi




ପ୍ରକାଶିତ 6:8
26 Referans Kwoze  

ମୁଁ ସ୍ୱୟଂଜୀବୀ; ମୃତ୍ୟୁ ବରଣ କରିଥିଲି, କିନ୍ତୁ ମୁଁ ଏବେ ଜୀବିତ - ଅନନ୍ତ କାଳ ଜୀବିତ ରହିବି। ମୃତ୍ୟୁ ଓ ପରଲୋକର ଚାବି ମୋ’ ହାତରେ ଅଛି।


ପୁଣି ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକରୂପ ତିନୋଟି ମହାମାରୀ ନିର୍ଗତ ହେଲା। ଏହି ମହାମାରୀଗୁଡ଼ିକର ପ୍ରାଦୁର୍ଭାବରେ ମନୁଷ୍ୟ ଜାତିର ଏକ ତୃତୀୟାଂଶ ମୃତ୍ୟୁ ମୁଖରେ ପଡ଼ିଲେ।


ତେଣୁ ଏହି ନିର୍ଦ୍ଦିଷ୍ଟ ବର୍ଷ, ମାସ, ଦିନ ଓ ଦଣ୍ଡରେ, ସମଗ୍ର ମନୁଷ୍ୟ ଜାତିର ଏକ ତୃତୀୟାଂଶ ଲୋକଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିବା ସେହି ଚାରି ଦୂତଙ୍କୁ ମୁକ୍ତ କରି ଦିଆଗଲା।


“ମୃତ୍ୟୁର ବିନାଶ ଘଟିଛି, ବିଜୟ ହୋଇଛି ସମ୍ପୂର୍ଣ୍ଣ। ରେ ମୃତ୍ୟୁ! କାହିଁ ତୋର ଜୟ ରେ ମୃତ୍ୟୁ! କାହିଁ ତୋର ନାହୁଡ଼?”


“ଆଉ କପର୍ନାହୁମ! ତୁମର କି ଦିଶା ହେବ! ତୁମେ କ’ଣ ନିଜକୁ ସ୍ୱର୍ଗଆଡ଼କୁ ଉଡାଇବା ପାଇଁ ଚେଷ୍ଟା କରିଛ? ତୁମେ ନରକରେ ନିକ୍ଷିପ୍ତ ହେବ। ତୁମ ମଧ୍ୟରେ ଯେଯଉଁ ଅଲୌକିକ କାର୍ଯ୍ୟ କରାଯାଉଛି, ତାହା ଯଦି ସଦୋମରେ କରାଯାଇଥାନ୍ତା।


ସେ ତା’ର ଲାଞ୍ଜରେ ଆକାଶରୁ ଏକ ତୃତୀୟାଂଶ ନକ୍ଷତ୍ର ଟାଣିଆଣି ପୃଥିବୀ ଉପରେ ନିକ୍ଷେପ କଲା। ପିଲାଟି ଜନ୍ମ ହେବା ସଙ୍ଗେ ସଙ୍ଗେ ତାକୁ ଖାଇ ଦେବା ଉଦ୍ଦେଶ୍ୟରେ ସର୍ପ ଉକ୍ତ ନାରୀ ନିକଟରେ ଆସି ଠିଆହେଲା।


ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବ, ଏକ ରାଜ୍ୟ ଅପର ରାଜ୍ୟ ଉପରେ ଆକ୍ରମଣ କରିବ। ସର୍ବତ୍ର ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ।


Swiv nou:

Piblisite


Piblisite