Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 6:4 - ପବିତ୍ର ବାଇବଲ (CL) NT (BSI)

4 ମୁଁ ଦେଖିଲି, ଲୋହିତ ବର୍ଣ୍ଣର ଆଉ ଗୋଟିଏ ଅଶ୍ୱ। ପୃଥିବୀରେ ଅଶାନ୍ତି ସୃଷ୍ଟି କରିବା ପାଇଁ ତାହାର ଆରୋହୀଙ୍କୁ କ୍ଷମତା ଦିଆଗଲା, ମନୁଷ୍ୟମାନେ ଯେପରି ଯୁଦ୍ଧ କରି ପରସ୍ପରକୁ ହତ୍ୟା କରିବେ। ତା’ ହସ୍ତରେ ଗୋଟିଏ ବିରାଟ ଖଡ଼୍ଗ ପ୍ରଦତ୍ତ ହେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସେଥିରେ ଆଉ ଗୋଟିଏ ଅଶ୍ଵ ବାହାର ହେଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥିନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି ତାହାକୁ ଗୋଟିଏ ବୃହତ୍ ଖଡ଼୍‍ଗ ଦତ୍ତ ହେଲା।

Gade chapit la Kopi

ଓଡିଆ ବାଇବେଲ

4 ସେଥିରେ ଆଉ ଗୋଟିଏ ଅଶ୍ୱ ବାହାରି ଆସିଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥି ନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି, ତାହାକୁ ଗୋଟିଏ ବୃହତ୍ ଖଡ଼୍ଗ ଦିଆ ଗଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସେଥିରେ ଆଉ ଗୋଟିଏ ଅଶ୍ୱ ବାହାରି ଆସିଲା, ତାହା ଲୋହିତବର୍ଣ୍ଣ; ଲୋକେ ଯେପରି ପରସ୍ପରକୁ ହତ୍ୟା କରନ୍ତି, ଏଥିନିମନ୍ତେ ପୃଥିବୀରୁ ଶାନ୍ତି ଦୂର କରିବା ନିମନ୍ତେ ତାହାର ଆରୋହୀକୁ କ୍ଷମତା ଦିଆଗଲା, ପୁଣି, ତାହାକୁ ଗୋଟିଏ ବୃହତ୍ ଖଡ୍ଗ ଦିଆଗଲା।

Gade chapit la Kopi

ପବିତ୍ର ବାଇବଲ

4 ତା'ପରେ ଆଉ ଗୋଟିଏ ଲାଭ ଘୋଡ଼ା ଆସିଲା। ସେହି ଘୋଡ଼ାର ଆରୋହୀଙ୍କୁ ଗୋଟିଏ ବଡ଼ ଖଣ୍ଡା ଦିଆଗଲା। ତାହାଙ୍କୁ ଜଗତରୁ ଶାନ୍ତି ଲୋପ କରିବାକୁ କ୍ଷମତା ଦିଆଗଲା। ଲୋକମାନେ ଯେପରି ପରସ୍ପରକୁ ମାରିଦେବେ, ସେଥିପାଇଁ ସେ ଅନୁମତି ଓ ଶକ୍ତି ପାଇଲେ।

Gade chapit la Kopi




ପ୍ରକାଶିତ 6:4
17 Referans Kwoze  

“ମୁଁ ଜଗତରେ ଶାନ୍ତି ପ୍ରତିଷ୍ଠା କରିବାକୁ ଆସିଛି ବୋଲି ମନେକର ନାହିଁ। ନା, ମୁଁ ଶାନ୍ତି ଆଣିବାକୁ ଆସି ନାହିଁ-ଖଡ଼୍ଗ ନେଇ ଆସିଛି।


ମୁଁ ଆହୁରି ଦେଖିଲି, ସେହି ସ୍ତ୍ରୀ ଲୋକଟି ସାଧୁମାନଙ୍କର ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହି ନିହତ ହୋଇଥିବା ଲୋକମାନଙ୍କର ରକ୍ତପାନ କରି ମତୁଆଲା ହୋଇଥିଲା। ତାକୁ ଦେଖି ମୁଁ ବିସ୍ମୟରେ ହତବୁଦ୍ଧି ହୋଇଗଲି।


ସେତେବେଳେ ପବିତ୍ରାତ୍ମା ମୋ’ଠାରେ ଅଧିଷ୍ଠାନ କଲେ ଓ ସେହି ଦୂତ ମୋତେ ଗୋଟିଏ ମରୁଭୂମିକୁ ନେଇଗଲେ। ସେଠାରେ ମୁଁ ଦେଖିଲି, ଜଣେ ସ୍ତ୍ରୀ ଲୋକ ଗୋଟିଏ ଲାଲ ରଙ୍ଗର ପଶୁ ଉପରେ ବସିଛି। ପଶୁଟିର ସର୍ବାଙ୍ଗ ଶରୀରରେ ଈଶ୍ୱରନିନ୍ଦାସୂଚକ ନାମଟିଏ ଲେଖାଯାଇଛି ଓ ତା’ର ସାତଟି ମସ୍ତକ ଓ ଦଶଟି ଶୃଙ୍ଗ ଅଛି।


ଆକାଶରେ ଆଉ ଏକ ଅଦ୍ଭୁତ ଦୃଶ୍ୟ ଦେଖାଗଲେ। ଲୋହିତ, ବର୍ଣ୍ଣର ସର୍ପ ପରି ଏକ ବିକଟାଳ ପ୍ରାଣୀ, ତାହାର ସାତଟି ମସ୍ତକ, ଦଶଟି ଶୃଙ୍ଗ ଓ ପ୍ରତି ମସ୍ତକରେ ଗୋଟିଏ ମୁକୁଟ ଥିଲା।


ଯୀଶୁ ଉତ୍ତର ଦେଇ କହିଲେ, “ମୋ’ ଉପରେ ତୁମର ସେହି ଅଧିକାର ଅଛି, କାରଣ ତାହା ଈଶ୍ୱର ତୁମକୁ ଦେଇଛନ୍ତି। କିନ୍ତୁ ଯେ ମୋତେ ତୁମ ହାତରେ ସମର୍ପଣ କରିଛି, ତା’ର ପାପ ଅଧିକ ଜଘନ୍ୟ।”


ତୁମ୍ଭେମାନେ ନିକଟରେ ଲାଗିଥିବା ଯୁଦ୍ଧର କୋଳାହଳ ଶୁଣବ ଓ ଦୂରରେ ଚାଲିଥିବା ଯୁଦ୍ଧର ସମ୍ବାଦ ପାଇବ। କିନ୍ତୁ ଆତଙ୍କିତ ହୁଅ ନାହିଁ। ଏପରି ସବୁ ନିଶ୍ଚୟ ଘଟିବ। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ଯୁଗାନ୍ତ କାଳ ଉପସ୍ଥିତ।


Swiv nou:

Piblisite


Piblisite