Biblia Todo Logo
Bib sou entènèt

- Piblisite -




ପ୍ରକାଶିତ 6:17 - ପବିତ୍ର ବାଇବଲ (CL) NT (BSI)

17 ସେମାନଙ୍କ କ୍ରୋଧର ଭୟଙ୍କର ଦିବସ ଉପସ୍ଥିତ। କିଏ ତାହା ପ୍ରତିରୋଧ କରିପାରିବ?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି, ଆଉ କିଏ ଠିଆ ହୋଇ ପାରେ?

Gade chapit la Kopi

ଓଡିଆ ବାଇବେଲ

17 କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି ଆଉ କିଏ ଠିଆ ହୋଇ ପାରେ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 କାରଣ ସେମାନଙ୍କ କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି ଆଉ କିଏ ଠିଆ ହୋଇପାରେ?

Gade chapit la Kopi

ପବିତ୍ର ବାଇବଲ

17 ସେମାନଙ୍କର କ୍ରୋଧର ମହାଦିନ ଆସି ଗଲାଣି। ଏହା ବିରୁଦ୍ଧରେ କେହି ଠିଆ ହୋଇ ପାରିବେ ନାହିଁ।”

Gade chapit la Kopi




ପ୍ରକାଶିତ 6:17
20 Referans Kwoze  

ସେହି ପାପାତ୍ମାମାନେ ଅଲୌକିକ କାର୍ଯ୍ୟ ସାଧନ କରିପାରନ୍ତି। ସେମାନେ ସର୍ବଶକ୍ତିମାନ ଈଶ୍ୱରଙ୍କ ଦିବସରେ ଯୁଦ୍ଧ କରିବା ପାଇଁ ପୃଥିବୀର ରାଜାମାନଙ୍କୁ ଏକତ୍ରିତ କରାଇବାକୁ ବାହାରି ପଡ଼ିଲେ।


କିନ୍ତୁ ତୁମେ ଦାମ୍ଭିକ ଓ କଠିନମନା। ତେଣୁ ଶେଷ ଦିନର ବିଚାରବେଳେ ତୁମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଅଧିକ କଠୋର ଦଣ୍ଡ ପାଇବ।


ଅଣଇହୁଦୀମାନେ କ୍ଷୁବ୍ଧ ହୋଇଛନ୍ତି; କାରଣ ତୁମ କ୍ରୋଧର ସମୟ ଉପସ୍ଥିତ, ମୃତମାନେ ଏବେ ବିଚାରିତ ହେବେ। ତୁମର ସେବକ ଭାବବାଦୀମାନେ ଓ ଯେଉଁମାନେ ତୁମକୁ ଭୟ କରୁଛନ୍ତି, ମାନ୍ୟଗଣ୍ୟ କିଅବା ନଗଣ୍ୟ ସମସ୍ତେ ପୁରସ୍କୃତ ହେବେ ଏବଂ ଯେଉଁମାନେ ପୃଥିବୀକୁ ଧ୍ୱଂସ କରନ୍ତି, ସେମାନେ ମଧ୍ୟ ଧ୍ୱଂସ ପାଇବେ।”


ଯେଉଁ ସ୍ୱର୍ଗଦୂତମାନେ ନିଜ କ୍ଷମତାର ପରିସର ଭିତରେ ନ ରହ ସେମାନଙ୍କ ବାସସ୍ଥାନ ପରିତ୍ୟାଗ କଲେ, ସେମାନଙ୍କ କଥା ସ୍ମରଣ କର। ମହାବିଚାର ଦିନରେ ସମୁଚି ଦଣ୍ଡ ପାଇବା ନିମନ୍ତେ ଈଶ୍ୱର ସେମାନଙ୍କୁ ଅଧଃଲୋକର ଅନ୍ଧକାରରେ ଚରିଦିନ ପାଇଁ ଶୃଙ୍ଖଳବଦ୍ଧ କରି ରଖିଛନ୍ତି।


ଜାଗ୍ରତ ଥାଅ ଓ ସେସବୁ ମଧ୍ୟ ଦେଇ ନିର୍ବିଘ୍ନରେ ଗତି କରିବା ପାଇଁ ଶକ୍ତି ପାଇବା ନିମନ୍ତେ ଓ ମନୁଷ୍ୟପୁତ୍ରଙ୍କ ସମ୍ମୁଖରେ ଠିଆ ହେବା ନିମନ୍ତେ ତୁମ୍ଭେମାନେ ସର୍ବଦା ପ୍ରାର୍ଥନା କର।”


Swiv nou:

Piblisite


Piblisite